ପୁଣି ବିପଦ: ମିଳିଲା କରୋନାର ନୂଆ ଭୂତାଣୁ ଖୋସ୍ତା-୨, ଟିକା ବି କାମଦେବନି…

ଓ୍ବାଶିଂଟନ, ୨୫।୯ : କରୋନା ମହାମାରୀର ସଂକ୍ରମଣ ବର୍ତ୍ତମାନ ପୃଥିବୀର ଅଧିକାଂଶ ସ୍ଥାନରେ ମନ୍ଥର ହୋଇଯାଇଛି। ତେବେ ଏପରିସ୍ଥଳେ, ଆସୁଥିବା ଖବର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଏହା ଯୋଗୁ ପୁଣି ବିପଦ ମାଡ଼ିଆସୁଛି ନେଇ ଆତଙ୍କ ସୃଷ୍ଟି ହୋଇଚି। ଗବେଷକମାନେ ବାଦୁଡ଼ିଠାରେ ଏକ ନୂଆ କରୋନା ଭୂତାଣୁ ଆବିଷ୍କାର କରିଛନ୍ତି ଯାହା ମଣିଷ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହି ଭୂତାଣୁ ମଣିଷ କୋଷକୁ ସଂକ୍ରମିତ କରିପାରେ ଏବଂ କରୋନା ଟିକାର ସୁରକ୍ଷା କବଚକୁ ଭେଦ କରିବାକୁ ସକ୍ଷମ।

ପ୍ଲୋସ୍‌ ପ୍ୟାଥୋଜେନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୱାଶିଂଟନ ଷ୍ଟେଟ ୟୁନିଭରସିଟିର ପଲ ଆଲେନ ସ୍କୁଲ ଅଫ ପବ୍ଲିକ ହେଲ୍ଥର ସହକାରୀ ପ୍ରଫେସର ମାଇକେଲ ଲେଟକୋଙ୍କ ନେତୃତ୍ୱରେ ଗବେଷକମାନେ ସାର୍ସ-କୋଭ୍‌-୨ ସହିତ ସମାନ ଏକ କରୋନାଭାଇରସ ଗ୍ରୁପ୍‌ ପାଇଛନ୍ତି।

ଏହା ପ୍ରଥମେ ୨୦୨୦ରେ ରୁଷିଆର ବାଦୁଡ଼ିଙ୍କଠାରୁ ମିଳିଥିଲା। ସେତେବେଳେ ଗବେଷକମାନେ ଭାବି ନଥିଲେ ଯେ ଖୋସ୍ତା-୨ ନାମକ ଏହି ଭୂତାଣୁ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ଯେତେବେଳେ ଲେଟକୋଙ୍କ ଦଳ ଲ୍ୟାବରେ ଅଧିକ ପରୀକ୍ଷା ନିରୀକ୍ଷା କରିଥିଲେ, ସେମାନେ ଜାଣିବାକୁ ପାଇଥିଲେ ଯେ ଏହି ଭୂତାଣୁ ମଣିଷ କୋଷକୁ ମଧ୍ୟ ସଂକ୍ରମିତ କରିପାରେ।

ଏହି ଭୂତାଣୁ ମଣିଷ ପାଇଁ ଏକ ସମ୍ଭାବ୍ୟ ବିପଦ ହୋଇପାରେ। ରୁଷିଆର ବାଦୁଡ଼ିରେ ମିଳିଥିବା ଖୋସ୍ତା -୧ ଭୂତାଣୁ ସହଜରେ ମଣିଷର କୋଷକୁ ପ୍ରବେଶ କରିପାରି ନଥାଏ। କିନ୍ତୁ ଖୋସ୍ତା -୨ ଏହା କରିବାକୁ ସକ୍ଷମ। ଖୋସ୍ତା -୨ ଓସି ପ୍ରୋଟିନ, ଏସିଇ-୨ ସହିତ ସଂଯୁକ୍ତ ହୋଇଥାଏ। ଯାହା ସାର୍ସ-କୋଭ୍‌-୨ ମଣିଷ କୋଷରେ ପ୍ରବେଶ କରିବା ପାଇଁ ବ୍ୟବହାର କରିଥାଏ।

ଯେତେବେଳେ ଲେଟକୋ ଖୋସ୍ତା -୨ କୁ କରୋନା ଟିକା ଗ୍ରହଣ କରିଥିବା ଲୋକଙ୍କ ସେରମ ସହିତ ମିଶ୍ରଣ କଲେ, ଟିକା ଆଣ୍ଟିବଡିଗୁଡିକ ଭୂତାଣୁକୁ ପ୍ରଭାବିତ କରିପାରି ନଥିଲା। ସେ କହିଛନ୍ତି ଯେ ଏହା ସମ୍ମୁଖରେ ଟିକା ବି କାମ ଦେବନି। ତେବେ ଏନେଇ ଆମେ କାହାକୁ ଭୟଭୀତ କରିବାକୁ ଚାହୁଁ ନାହୁଁ। କିନ୍ତୁ ଏହା ଚିନ୍ତାଜନକ ଯେ ଆମ ପ୍ରକୃତିରେ ଏପରି ଭୂତାଣୁ ବୁଲୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ଶାସକ ମେଣ୍ଟକୁ ସଂଖ୍ୟାଗରିଷ୍ଠତା

କାଠମାଣ୍ଡୁ,୨୮ା୧୧: ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ନେତୃତ୍ୱାଧୀନ ନେପାଳୀ କଂଗ୍ରେସକୁ ରବିବାର ସଂଖ୍ୟାଗରିଷ୍ଠତା ମିଳିଛି। ସଦ୍ୟ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଶାସକ ଦଳ ୫୩...

ଶ୍ରୀ ହଜୁର ଶାହିବରୁ ଫେରିଥିବା ୫ ଜଣଙ୍କ ରିପୋର୍ଟ କରୋନା ପଜିଟିଭ

ଚଣ୍ଡିଗଡ଼,୨୮।୪: ମହାରାଷ୍ଟ୍ର ନାନ୍ଦେଡର ଶ୍ରୀ ହଜୁର ଶାହିବରୁ ପଞ୍ଜାବର ତନ ତରନ ଜିଲାକୁ ଫେରିଥିବା ୫ ଶ୍ରଦ୍ଧାଳୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କଠାରେ କରୋନା...

ଲକ୍‌ଡାଉନ୍‌ ପୂର୍ବରୁ ବଜାରରେ ଭିଡ଼

ପୁଣେ,୧୩।୩: ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ହରାଇବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ...

ଚାଇନାରେ କରୋନାର ନୂଆ ରୂପ

ବେଜିଂ,୧।୧: ଚାଇନାରେ କରୋନାର ଏକ ନୂଆ ରୂପ ଦେଖିବାକୁ ମିଳିଛି। ବ୍ରିଟେନରୁ ଫେରିଥିବା ଜଣେ ମହିଳା କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ମହିଳାଙ୍କ...

CORONAVIRUS UPDATE: ୭ ହଜାର ଛୁଇଁଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ପୁଣି ୨୦୬ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଥିବା...

ସୁସ୍ଥ ହେଲେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଶୁକ୍ରବାର ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କିଛିଦିନ ତଳେ...

ଭୁଟାନ, ମାଳଦ୍ୱୀପରେ ପହଞ୍ଚିଲା ଭାରତୀୟ ଟିକା

ନୂଆଦିଲ୍ଲୀ, ୨୧।୧: ଭାରତ ସରକାରଙ୍କ ଟିକା ମୈତ୍ରୀ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ପଠାଇଥିବା ୧,୫୦,୦୦୦ କୋଭିଶିଲ୍ଡ ଟିକା ବୁଧବାର ଭୁଟାନରେ ପହଞ୍ଚିଛି । ଭାରତର ‘ପଡୋଶୀ...

ଆଜି ଆଉ ୩୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୫୦୮କୁ ବୃଦ୍ଧି

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଶୁକ୍ରବାର କରୋନା ମହାମାରୀ ରାଜ୍ୟରୁ ଆଉ ୩୭ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

Advertisement
Archives

Model This Week