ପୁଣି ବିପଦ: ମିଳିଲା କରୋନାର ନୂଆ ଭୂତାଣୁ ଖୋସ୍ତା-୨, ଟିକା ବି କାମଦେବନି…

ଓ୍ବାଶିଂଟନ, ୨୫।୯ : କରୋନା ମହାମାରୀର ସଂକ୍ରମଣ ବର୍ତ୍ତମାନ ପୃଥିବୀର ଅଧିକାଂଶ ସ୍ଥାନରେ ମନ୍ଥର ହୋଇଯାଇଛି। ତେବେ ଏପରିସ୍ଥଳେ, ଆସୁଥିବା ଖବର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଏହା ଯୋଗୁ ପୁଣି ବିପଦ ମାଡ଼ିଆସୁଛି ନେଇ ଆତଙ୍କ ସୃଷ୍ଟି ହୋଇଚି। ଗବେଷକମାନେ ବାଦୁଡ଼ିଠାରେ ଏକ ନୂଆ କରୋନା ଭୂତାଣୁ ଆବିଷ୍କାର କରିଛନ୍ତି ଯାହା ମଣିଷ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହି ଭୂତାଣୁ ମଣିଷ କୋଷକୁ ସଂକ୍ରମିତ କରିପାରେ ଏବଂ କରୋନା ଟିକାର ସୁରକ୍ଷା କବଚକୁ ଭେଦ କରିବାକୁ ସକ୍ଷମ।

ପ୍ଲୋସ୍‌ ପ୍ୟାଥୋଜେନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୱାଶିଂଟନ ଷ୍ଟେଟ ୟୁନିଭରସିଟିର ପଲ ଆଲେନ ସ୍କୁଲ ଅଫ ପବ୍ଲିକ ହେଲ୍ଥର ସହକାରୀ ପ୍ରଫେସର ମାଇକେଲ ଲେଟକୋଙ୍କ ନେତୃତ୍ୱରେ ଗବେଷକମାନେ ସାର୍ସ-କୋଭ୍‌-୨ ସହିତ ସମାନ ଏକ କରୋନାଭାଇରସ ଗ୍ରୁପ୍‌ ପାଇଛନ୍ତି।

ଏହା ପ୍ରଥମେ ୨୦୨୦ରେ ରୁଷିଆର ବାଦୁଡ଼ିଙ୍କଠାରୁ ମିଳିଥିଲା। ସେତେବେଳେ ଗବେଷକମାନେ ଭାବି ନଥିଲେ ଯେ ଖୋସ୍ତା-୨ ନାମକ ଏହି ଭୂତାଣୁ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ଯେତେବେଳେ ଲେଟକୋଙ୍କ ଦଳ ଲ୍ୟାବରେ ଅଧିକ ପରୀକ୍ଷା ନିରୀକ୍ଷା କରିଥିଲେ, ସେମାନେ ଜାଣିବାକୁ ପାଇଥିଲେ ଯେ ଏହି ଭୂତାଣୁ ମଣିଷ କୋଷକୁ ମଧ୍ୟ ସଂକ୍ରମିତ କରିପାରେ।

ଏହି ଭୂତାଣୁ ମଣିଷ ପାଇଁ ଏକ ସମ୍ଭାବ୍ୟ ବିପଦ ହୋଇପାରେ। ରୁଷିଆର ବାଦୁଡ଼ିରେ ମିଳିଥିବା ଖୋସ୍ତା -୧ ଭୂତାଣୁ ସହଜରେ ମଣିଷର କୋଷକୁ ପ୍ରବେଶ କରିପାରି ନଥାଏ। କିନ୍ତୁ ଖୋସ୍ତା -୨ ଏହା କରିବାକୁ ସକ୍ଷମ। ଖୋସ୍ତା -୨ ଓସି ପ୍ରୋଟିନ, ଏସିଇ-୨ ସହିତ ସଂଯୁକ୍ତ ହୋଇଥାଏ। ଯାହା ସାର୍ସ-କୋଭ୍‌-୨ ମଣିଷ କୋଷରେ ପ୍ରବେଶ କରିବା ପାଇଁ ବ୍ୟବହାର କରିଥାଏ।

ଯେତେବେଳେ ଲେଟକୋ ଖୋସ୍ତା -୨ କୁ କରୋନା ଟିକା ଗ୍ରହଣ କରିଥିବା ଲୋକଙ୍କ ସେରମ ସହିତ ମିଶ୍ରଣ କଲେ, ଟିକା ଆଣ୍ଟିବଡିଗୁଡିକ ଭୂତାଣୁକୁ ପ୍ରଭାବିତ କରିପାରି ନଥିଲା। ସେ କହିଛନ୍ତି ଯେ ଏହା ସମ୍ମୁଖରେ ଟିକା ବି କାମ ଦେବନି। ତେବେ ଏନେଇ ଆମେ କାହାକୁ ଭୟଭୀତ କରିବାକୁ ଚାହୁଁ ନାହୁଁ। କିନ୍ତୁ ଏହା ଚିନ୍ତାଜନକ ଯେ ଆମ ପ୍ରକୃତିରେ ଏପରି ଭୂତାଣୁ ବୁଲୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେଶନ ପାଇଁ ଚାଷୀ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri