Posted inଜାତୀୟ

କେଜରିଓ୍ବାଲଙ୍କୁ ପୁଣି ଝଟ୍‌କା, ବସ କିଣାର ସିବିଆଇ ତଦନ୍ତ ଲାଗି ଉପରାଜ୍ୟପାଳଙ୍କ ଅନୁମତି…

ନୂଆଦିଲ୍ଲୀ, ୧୧।୯ : ଦିଲ୍ଲୀ ପରିବହନ ନିଗମ ଦ୍ୱାରା ୧୦୦୦ ଲୋ-ଫ୍ଲୋର ବସ କିଣିବାରେ ହୋଇଥିବା ଦୁର୍ନୀତି ଅଭିଯୋଗ ନେଇ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ପ୍ରସ୍ତାବକୁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଅନୁମୋଦନ କରିଛନ୍ତି। ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଉପରାଜ୍ୟପାଳଙ୍କ ସଚିବାଳୟ କାର୍ଯ୍ୟାଳୟ ଏହି ମାମଲାରେ ଅଭିଯୋଗ ଗ୍ରହଣ କରିଛି। ଫଳରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ପୁଣି ଏକ ଝଟ୍‌କା ଲାଗିଛି।

ନିକଟରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଥିଲା। ଏହା ପରେ ଭାଜପା ଏବଂ ଏଏପି ଉଭୟ ଦଳ ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ କରିଛନ୍ତି। କେବଳ ମଦ ନୀତିରେ ନୁହେଁ ଶିକ୍ଷା କ୍ଷେତ୍ରରେ ମଧ୍ୟ ଦୁର୍ନୀତି ହୋଇଥିବା ଭାଜପା ଅଭିଯୋଗ କରିଛି।

ଗତ ମାସରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଭିଯୋଗ କରିଥିଲେ ଯେ ଭାଜପା ଦିଲ୍ଲୀରେ ନିର୍ବାଚିତ ସରକାରକୁ ହଟାଇବାକୁ ଚେଷ୍ଟା କରୁଛି। ଭାଜପା ତାଙ୍କ ବିଧାୟକଙ୍କୁ କିଣିବା ପାଇଁ ୮୦୦ କୋଟି ଟଙ୍କା ମହଜୁଦ କରି ରଖିଛି। ବିଧାନସଭାରେ ଫ୍ଲୋର ଟେଷ୍ଟ କରିବା ବେଳେ କେଜରିୱାଲ କହଥିଲେ ଯେ ସରକାରଙ୍କୁ ହଟାଇବାକୁ ଚେଷ୍ଟା ବିଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାରେ ୬ ଜିଲାର ୪୪ ବ୍ଲକ ପ୍ରଭାବିତ, ୪ ମୃତ

ଭୁବନେଶ୍ୱର,୨୯ା୭: ବନ୍ୟାରେ ୬ ଜିଲାର ୪୪ ବ୍ଲକ ପ୍ରଭାବିତ ହୋଇଛି। ଏନେଇ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବାଲେଶ୍ୱରର ୧୨, ଭଦ୍ରକର ୫, ଢେଙ୍କାନାଳର…

ସ୍ବଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ/ଢାକା,୨୯।୭: ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା ବୁଧବାର କହିଛନ୍ତି ଯେ ଗିରଫ, ଜେଲ କିମ୍ବା ମୃତ୍ୟୁଦଣ୍ଡର ବିପଦ ସତ୍ତ୍ୱେ ସେ ଡିସେମ୍ବର ସୁଦ୍ଧା ତାଙ୍କ ଦେଶକୁ…

ସରକାରଙ୍କୁ ଚେତାବନୀ ଦେଇ ବଡ଼ ଘୋଷଣା କଲେ ଅଭିଜିତ ଦୀପକେ, କହିଲେ-କଙ୍ଗନାଙ୍କୁ…

ନୂଆଦିଲ୍ଲୀ, ୨୯।୭: ଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ‘ସିଜେପି’ (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେ ସଙ୍କେତ ଦେଇଛନ୍ତି ଯେ ଯଦି ସରକାର ସେମାନଙ୍କ ଦାବି ଉପରେ…

ରାହୁଲ ଗାନ୍ଧୀଙ୍କ ‘ଇଡିଅଟ’ ଶବ୍ଦ ବ୍ୟବହାରକୁ ନେଇ ଲୋକ ସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ପେପର ଲିକ ବିରୋଧୀ ବିଲ ଉପରେ ଆଲୋଚନା ଚାଲିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୃହକୁ ସମ୍ବୋଧିତ କରୁଛନ୍ତି। ତାଙ୍କ ଭାଷଣ…

CJP ପ୍ରଦର୍ଶନରେ ଲଠିଚାର୍ଜକୁ ନେଇ ଖାର୍ଗେ-ନଡ୍ଡା ମୁହାଁମୁହିଁ

ନୂଆଦିଲ୍ଲୀ,୨୯।୭: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ପ୍ରଦର୍ଶନ ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବୁଧବାର ରାଜ୍ୟ ସଭାରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ; X ଠାରୁ ମାଗିଲା ଆକାଉଣ୍ଟ ବିବରଣୀ

ନୂଆଦିଲ୍ଲୀ,୨୯।୭: NEET ପେପର୍‌ ଲିକ ବିରୋଧରେ CJPଙ୍କ ପ୍ରତିବାଦ ସମୟରେ ଏବଂ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ସାମ୍ବିଧାନିକ କାର୍ଯ୍ୟାଳୟକୁ ଟାର୍ଗେଟ କରି ସୋସିଆଲ…

ସ୍ତ୍ରୀଙ୍କୁ ହତ୍ୟାକରି ଶାଶୁଶ୍ୱଶୁରଙ୍କୁ ଭିଡିଓକଲ୍‌ରେ ଦେଖାଇଲେ ଜ୍ୱାଇଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବାଗଲକୋଟ୍‌, ୨୯।୭:କର୍ନାଟକର ବାଗଲକୋଟ୍‌ ଜିଲାରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ୩୨ ବର୍ଷୀୟା ସ୍ତ୍ରୀ ଭାଗ୍ୟଶ୍ରୀ ଜିଗାଲୁରଙ୍କୁ କାଠଫାଳିଆରେ ମାଡ଼ ମାରିବା ପରେ ଶାଢ଼ିରେ…

ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…

ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri