ଆଉ ଏକ ଯୁଦ୍ଧ

ଜେରୁଜେଲମ୍‌,୮ା୧୦ହମାସ୍‌ ବିଦ୍ରୋହୀଙ୍କ ଅଚାନକ ଆକ୍ରମଣରେ ଜଣେ ମେୟରଙ୍କ ସମେତ ୧୦୦ ଇସ୍ରାଏଲୀ ନିହତ ହେବା ସହ ୭୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହାର ଜବାବରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଶନିବାର ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଶତ୍ରୁତା ପାଇଁ ହମାସ୍‌କୁ ଅଭୂତପୂର୍ବ ମୂଲ୍ୟ ଦେବାକୁ ପଡ଼ିବ ବୋଲି ନେତାନ୍ୟାହୁ କହିଛନ୍ତି। ଶନିବାର ସକାଳେ ହମାସ୍‌ର ସଶସ୍ତ୍ର ଆତଙ୍କବାଦୀ ଗାଜା ଷ୍ଟ୍ରିପ୍‌ରୁ ଇସ୍ରାଏଲ୍‌ ଉପରେ ୫,୦୦୦ ରକେଟ ମାଡ଼ କରିଥିଲେ। ମାତ୍ର ୨୦ ମିନିଟ୍‌ ମଧ୍ୟରେ ଏତେ ସଂଖ୍ୟାରେ ରକେଟ ଆକ୍ରମଣ କରାଯାଇଥିଲା। କିଛିବର୍ଷ ମଧ୍ୟରେ ଇସ୍ରାଏଲ୍‌ ଭୂଖଣ୍ଡରେ ଏହା ସବୁଠୁ ଭୟାବହ ଆକ୍ରମଣ।

ଇସ୍ରାଏଲ ପକ୍ଷରୁ ଗାଜାରେ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିରେ ପ୍ରାୟ ୨୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ୧୬୦୦ ଆହତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଇସ୍ରାଏଲବାସୀଙ୍କୁ ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି, ଆମେ ଏବେ ଯୁଦ୍ଧ ସ୍ଥିତିରେ। ଏହା କେବଳ ଅଭିଯାନ ନୁହେଁ, ଯୁଦ୍ଧ। ଇସ୍ରାଏଲ୍‌ ରାଷ୍ଟ୍ର ଏବଂ ଏହାର ନାଗରିକମାନଙ୍କ ବିରୋଧରେ ହମାସ୍‌ ଶନିବାର ଭୋର୍‌ ସମୟରୁ ମରଣାନ୍ତକ ଆକ୍ରମଣ ଆରମ୍ଭ କରିଦେଇଛି। ଆତଙ୍କବାଦୀଙ୍କ ଦ୍ୱାରା ଇସ୍ରାଏଲ୍‌ ମଧ୍ୟରେ ଅନୁପ୍ରବେଶ କରିଥିବା ସମ୍ପ୍ରଦାୟଙ୍କୁ ତୁରନ୍ତ ବାହାର କରିବାକୁ ନେତାନ୍ୟାହୁ ତାଙ୍କ ସାମରିକ ବିଭାଗ ମୁଖ୍ୟମାନଙ୍କୁ କହିଛନ୍ତି। ଏଥିସହ ବିପୁଳ ସଂଖ୍ୟାରେ ସୈନ୍ୟଙ୍କୁ ସୀମାନ୍ତକୁ ପଠାଇ ବଡ଼ ଧରଣର ଆକ୍ରମଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶତ୍ରୁ ଉପରେ ଏଭଳି ଆକ୍ରମଣ କର, ଯାହା ସେ କେବେ କଳ୍ପନା କରି ନ ଥିବେ ବୋଲି ହମାସ୍‌ ଆକ୍ରମଣ ପରେ ନେତାନ୍ୟାହୁ ଦେଶବାସୀଙ୍କୁ ତାଙ୍କର ପ୍ରଥମ ଭାଷଣରେ କହିଛନ୍ତି। ହମାସ୍‌ର ଅଚାନକ ଆକ୍ରମଣର ଜବାବରେ ଇସ୍ରାଏଲ୍‌ ପ୍ରତିରକ୍ଷା ବଳ (ଆଇଡିଏଫ୍‌) ଅପରେଶନ ‘ଆଇରନ୍‌ ସୋର୍ଡସ୍‌’ ଆରମ୍ଭ କରିଛି। ଇସ୍ରାଏଲ୍‌ ଅଞ୍ଚଳରେ ହମାସ୍‌ ଆକ୍ରମଣ କରି ବଡ଼ ଭୁଲ୍‌ କରିଛି। ଆଇଡିଏଫ୍‌ ସୈନ୍ୟମାନେ ପ୍ରତ୍ୟେକ ସ୍ଥାନରୁ ଶତ୍ରୁ ଉପରେ ଆକ୍ରମଣ କରୁଛନ୍ତି ବୋଲି ଏହାର ପ୍ରତିରକ୍ଷା ମନ୍ତ୍ରୀ ୟୁଆଭ୍‌ ଗାଲାଣ୍ଟ କହିଛନ୍ତି।
ଉତ୍ତେଜନା ଲାଗିରହିଥିବାରୁ ଇସ୍ରାଏଲ୍‌ରେ ଥିବା ଭାରତୀୟମାନଙ୍କୁ ସତର୍କ ରହିବା ଲାଗି ସେଠାର ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଅତି ଜରୁରୀ ନ ଥିଲେ ବାହାରକୁ ନ ବାହାରିବାକୁ ଏବଂ ସୁରକ୍ଷିତ ଆଶ୍ରୟସ୍ଥଳରେ ରହିବା ପାଇଁ ଆଡଭାଇଜରିରେ କୁହାଯାଇଛି। ଇସ୍ରାଏଲ୍‌ ଉପରେ ହମାସ୍‌ର ଆକ୍ରମଣକୁ ଭାରତ ସମେତ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି। ହମାସ ଓ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଏହାକୁ ତୁରନ୍ତ ବନ୍ଦ କରିବା ଏବଂ ସାଧାରଣ ଲୋକଙ୍କୁ ନିରାପଦ ଯାତାୟାତ ପାଇଁ ଛାଡ଼ିଦେବାକୁ ବିଶ୍ୱ ନେତାମାନେ ଆହ୍ବାନ ଦେଇଛନ୍ତି। ଇସ୍ରାଏଲ୍‌ରେ ଆତଙ୍କବାଦୀ ଆକ୍ରମଣରେ ଗଭୀର ମର୍ମାହତ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ପୋଷ୍ଟ କରିଛନ୍ତି। ମୃତାହତ ହୋଇଥିବା ନିରୀହ ନାଗରିକ ଓ ସେମାନଙ୍କ ପରିବାର ପ୍ରତି ଆମର ସମବେଦନା ରହିଛି। କଠିନ ସମୟରେ ଆମେ ଇସ୍ରାଏଲ୍‌ ସହିତ ରହିଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ହମାସ୍‌ ଇସ୍‌ଲାମିକ୍‌ ଗୋଷ୍ଠୀର ବରିଷ୍ଠ କମାଣ୍ଡର କହିଛନ୍ତି,ଅଲ୍‌-ଅକ୍‌ସା ମସ୍‌ଜିଦ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବିରୋଧ କରି ହମାସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହମାସ୍‌ ନିୟନ୍ତ୍ରଣରେ ଥିବା ଗାଜା ଷ୍ଟ୍ରିପ୍‌ରୁ ଇସ୍ରାଏଲ୍‌କୁ ହଜାର ହଜାର ରକେଟ ଛଡ଼ାଯାଇଥିଲା। ହମାସ ସଶସ୍ତ୍ର ଓ୍ବିଙ୍ଗ୍‌ ମୁଖ୍ୟ ମହମ୍ମଦ ଡେଇଫ୍‌ କହିଛନ୍ତି ଅଲ୍‌-ଅକ୍‌ସା ମସ୍‌ଜିଦ ବିରୋଧରେ ଆକ୍ରମଣ ନ କରିବାକୁ ଆମେ ଶତ୍ରୁପକ୍ଷକୁ ସତର୍କ କରାଇଥିଲୁ। ଇସ୍ରାଏଲ୍‌ ବିରୋଧରେ ଏହା ହମ୍‌ସାର ପ୍ରଥମ ପର୍ଯ୍ୟାୟ ଆକ୍ରମଣ ବୋଲି ସେ କହିଛନ୍ତି। ଏହି ବିଦ୍ରୋହରେ ଜେରୁଜେଲମ, ଇସ୍ରାଏଲ୍‌ ଓ ଅନ୍ୟତ୍ର ଥିବା ଆରବମାନେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି। ପାଲେଷ୍ଟାଇନ୍‌ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌ ଶନିବାର ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଏହାର ଯୋଦ୍ଧାମାନେ ଇସ୍ରାଏଲ୍‌ର ୩ ଜଣଙ୍କୁ ପଣବନ୍ଦୀ ରଖିଥିବା ଦେଖାଯାଇଛି। ଅଲ୍‌-କସାମ୍‌ ବ୍ରିଗେଡ୍‌ ଏହାର ଅଲ୍‌-ଅକ୍‌ସା ଫ୍ଲଡ୍‌ ଅପରେଶନରେ ବହୁସଂଖ୍ୟାରେ ଶତ୍ରୁ ସୈନ୍ୟଙ୍କୁ ଗିରଫ କରିଥିବା ଭିଡିଓରେ ଏକ ବାର୍ତ୍ତା ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?