ଆଉ ଏକ ଯୁଦ୍ଧ

ଜେରୁଜେଲମ୍‌,୮ା୧୦ହମାସ୍‌ ବିଦ୍ରୋହୀଙ୍କ ଅଚାନକ ଆକ୍ରମଣରେ ଜଣେ ମେୟରଙ୍କ ସମେତ ୧୦୦ ଇସ୍ରାଏଲୀ ନିହତ ହେବା ସହ ୭୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହାର ଜବାବରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଶନିବାର ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଶତ୍ରୁତା ପାଇଁ ହମାସ୍‌କୁ ଅଭୂତପୂର୍ବ ମୂଲ୍ୟ ଦେବାକୁ ପଡ଼ିବ ବୋଲି ନେତାନ୍ୟାହୁ କହିଛନ୍ତି। ଶନିବାର ସକାଳେ ହମାସ୍‌ର ସଶସ୍ତ୍ର ଆତଙ୍କବାଦୀ ଗାଜା ଷ୍ଟ୍ରିପ୍‌ରୁ ଇସ୍ରାଏଲ୍‌ ଉପରେ ୫,୦୦୦ ରକେଟ ମାଡ଼ କରିଥିଲେ। ମାତ୍ର ୨୦ ମିନିଟ୍‌ ମଧ୍ୟରେ ଏତେ ସଂଖ୍ୟାରେ ରକେଟ ଆକ୍ରମଣ କରାଯାଇଥିଲା। କିଛିବର୍ଷ ମଧ୍ୟରେ ଇସ୍ରାଏଲ୍‌ ଭୂଖଣ୍ଡରେ ଏହା ସବୁଠୁ ଭୟାବହ ଆକ୍ରମଣ।

ଇସ୍ରାଏଲ ପକ୍ଷରୁ ଗାଜାରେ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିରେ ପ୍ରାୟ ୨୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ୧୬୦୦ ଆହତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଇସ୍ରାଏଲବାସୀଙ୍କୁ ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି, ଆମେ ଏବେ ଯୁଦ୍ଧ ସ୍ଥିତିରେ। ଏହା କେବଳ ଅଭିଯାନ ନୁହେଁ, ଯୁଦ୍ଧ। ଇସ୍ରାଏଲ୍‌ ରାଷ୍ଟ୍ର ଏବଂ ଏହାର ନାଗରିକମାନଙ୍କ ବିରୋଧରେ ହମାସ୍‌ ଶନିବାର ଭୋର୍‌ ସମୟରୁ ମରଣାନ୍ତକ ଆକ୍ରମଣ ଆରମ୍ଭ କରିଦେଇଛି। ଆତଙ୍କବାଦୀଙ୍କ ଦ୍ୱାରା ଇସ୍ରାଏଲ୍‌ ମଧ୍ୟରେ ଅନୁପ୍ରବେଶ କରିଥିବା ସମ୍ପ୍ରଦାୟଙ୍କୁ ତୁରନ୍ତ ବାହାର କରିବାକୁ ନେତାନ୍ୟାହୁ ତାଙ୍କ ସାମରିକ ବିଭାଗ ମୁଖ୍ୟମାନଙ୍କୁ କହିଛନ୍ତି। ଏଥିସହ ବିପୁଳ ସଂଖ୍ୟାରେ ସୈନ୍ୟଙ୍କୁ ସୀମାନ୍ତକୁ ପଠାଇ ବଡ଼ ଧରଣର ଆକ୍ରମଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶତ୍ରୁ ଉପରେ ଏଭଳି ଆକ୍ରମଣ କର, ଯାହା ସେ କେବେ କଳ୍ପନା କରି ନ ଥିବେ ବୋଲି ହମାସ୍‌ ଆକ୍ରମଣ ପରେ ନେତାନ୍ୟାହୁ ଦେଶବାସୀଙ୍କୁ ତାଙ୍କର ପ୍ରଥମ ଭାଷଣରେ କହିଛନ୍ତି। ହମାସ୍‌ର ଅଚାନକ ଆକ୍ରମଣର ଜବାବରେ ଇସ୍ରାଏଲ୍‌ ପ୍ରତିରକ୍ଷା ବଳ (ଆଇଡିଏଫ୍‌) ଅପରେଶନ ‘ଆଇରନ୍‌ ସୋର୍ଡସ୍‌’ ଆରମ୍ଭ କରିଛି। ଇସ୍ରାଏଲ୍‌ ଅଞ୍ଚଳରେ ହମାସ୍‌ ଆକ୍ରମଣ କରି ବଡ଼ ଭୁଲ୍‌ କରିଛି। ଆଇଡିଏଫ୍‌ ସୈନ୍ୟମାନେ ପ୍ରତ୍ୟେକ ସ୍ଥାନରୁ ଶତ୍ରୁ ଉପରେ ଆକ୍ରମଣ କରୁଛନ୍ତି ବୋଲି ଏହାର ପ୍ରତିରକ୍ଷା ମନ୍ତ୍ରୀ ୟୁଆଭ୍‌ ଗାଲାଣ୍ଟ କହିଛନ୍ତି।
ଉତ୍ତେଜନା ଲାଗିରହିଥିବାରୁ ଇସ୍ରାଏଲ୍‌ରେ ଥିବା ଭାରତୀୟମାନଙ୍କୁ ସତର୍କ ରହିବା ଲାଗି ସେଠାର ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଅତି ଜରୁରୀ ନ ଥିଲେ ବାହାରକୁ ନ ବାହାରିବାକୁ ଏବଂ ସୁରକ୍ଷିତ ଆଶ୍ରୟସ୍ଥଳରେ ରହିବା ପାଇଁ ଆଡଭାଇଜରିରେ କୁହାଯାଇଛି। ଇସ୍ରାଏଲ୍‌ ଉପରେ ହମାସ୍‌ର ଆକ୍ରମଣକୁ ଭାରତ ସମେତ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି। ହମାସ ଓ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଏହାକୁ ତୁରନ୍ତ ବନ୍ଦ କରିବା ଏବଂ ସାଧାରଣ ଲୋକଙ୍କୁ ନିରାପଦ ଯାତାୟାତ ପାଇଁ ଛାଡ଼ିଦେବାକୁ ବିଶ୍ୱ ନେତାମାନେ ଆହ୍ବାନ ଦେଇଛନ୍ତି। ଇସ୍ରାଏଲ୍‌ରେ ଆତଙ୍କବାଦୀ ଆକ୍ରମଣରେ ଗଭୀର ମର୍ମାହତ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ପୋଷ୍ଟ କରିଛନ୍ତି। ମୃତାହତ ହୋଇଥିବା ନିରୀହ ନାଗରିକ ଓ ସେମାନଙ୍କ ପରିବାର ପ୍ରତି ଆମର ସମବେଦନା ରହିଛି। କଠିନ ସମୟରେ ଆମେ ଇସ୍ରାଏଲ୍‌ ସହିତ ରହିଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ହମାସ୍‌ ଇସ୍‌ଲାମିକ୍‌ ଗୋଷ୍ଠୀର ବରିଷ୍ଠ କମାଣ୍ଡର କହିଛନ୍ତି,ଅଲ୍‌-ଅକ୍‌ସା ମସ୍‌ଜିଦ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବିରୋଧ କରି ହମାସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହମାସ୍‌ ନିୟନ୍ତ୍ରଣରେ ଥିବା ଗାଜା ଷ୍ଟ୍ରିପ୍‌ରୁ ଇସ୍ରାଏଲ୍‌କୁ ହଜାର ହଜାର ରକେଟ ଛଡ଼ାଯାଇଥିଲା। ହମାସ ସଶସ୍ତ୍ର ଓ୍ବିଙ୍ଗ୍‌ ମୁଖ୍ୟ ମହମ୍ମଦ ଡେଇଫ୍‌ କହିଛନ୍ତି ଅଲ୍‌-ଅକ୍‌ସା ମସ୍‌ଜିଦ ବିରୋଧରେ ଆକ୍ରମଣ ନ କରିବାକୁ ଆମେ ଶତ୍ରୁପକ୍ଷକୁ ସତର୍କ କରାଇଥିଲୁ। ଇସ୍ରାଏଲ୍‌ ବିରୋଧରେ ଏହା ହମ୍‌ସାର ପ୍ରଥମ ପର୍ଯ୍ୟାୟ ଆକ୍ରମଣ ବୋଲି ସେ କହିଛନ୍ତି। ଏହି ବିଦ୍ରୋହରେ ଜେରୁଜେଲମ, ଇସ୍ରାଏଲ୍‌ ଓ ଅନ୍ୟତ୍ର ଥିବା ଆରବମାନେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି। ପାଲେଷ୍ଟାଇନ୍‌ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌ ଶନିବାର ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଏହାର ଯୋଦ୍ଧାମାନେ ଇସ୍ରାଏଲ୍‌ର ୩ ଜଣଙ୍କୁ ପଣବନ୍ଦୀ ରଖିଥିବା ଦେଖାଯାଇଛି। ଅଲ୍‌-କସାମ୍‌ ବ୍ରିଗେଡ୍‌ ଏହାର ଅଲ୍‌-ଅକ୍‌ସା ଫ୍ଲଡ୍‌ ଅପରେଶନରେ ବହୁସଂଖ୍ୟାରେ ଶତ୍ରୁ ସୈନ୍ୟଙ୍କୁ ଗିରଫ କରିଥିବା ଭିଡିଓରେ ଏକ ବାର୍ତ୍ତା ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଜନସଂଖ୍ୟା ବୃଦ୍ଧିରେ ଲାଗିଲା ରୋକ, ଅବସ୍ଥା ଖରାପ

ନୂଆଦିଲ୍ଲୀ,୯।୫: ନେପାଳର ଜନସଂଖ୍ୟା ବୃଦ୍ଧି କ୍ରମାଗତ ଭାବେ ହ୍ରାସ ପାଉଛି। ଗତ ଦଶନ୍ଧିରେ ନେପାଳର ଜନସଂଖ୍ୟା ଅଭିବୃଦ୍ଧି ହାର ପ୍ରତିବର୍ଷ ୦.୯୨ ପ୍ରତିଶତ ରହିଛି। ଗତ...

ଶୋଇଥିଲେ ଶ୍ରମିକ, ଗୁଳିବର୍ଷଣ କଲେ ଆତଙ୍କବାଦୀ: ୭ ମୃତ

ନୂଆଦିଲ୍ଲୀ,୯।୫: ଆଜିକାଲି ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ପୁଣି ଥରେ ଆତଙ୍କବାଦୀମାନେ ଗ୍ବାଦ୍‌ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଭାରତ ପାଇଁ ଆମେରିକାକୁ ଗାଳି କଲା ରୁଷିଆ

ମସ୍କୋ/ନୂଆଦିଲ୍ଲୀ,୯।୫: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ମାମଲାରେ ରୁଷିଆ ଭାରତର ସପକ୍ଷରେ ଯୁକ୍ତି ବାଢିଛି। ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ରରେ ଭାରତ ବିରୋଧରେ...

ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା

ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍‌ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri