ଶହୀଦ ଦିବସରେ କେବଳ ତୋପ ସଲାମି

ନୟାଗଡ଼/ନୂଆଗାଁ, ୮ା୧୦(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ) ଭାରତ ସ୍ବାଧୀନତା ସଂଗ୍ରାମର ମହାନ ତୀର୍ଥକ୍ଷେତ୍ର ନୂଆଗାଁ ବ୍ଲକର ଥୁଆବାରୀ ଓ କୁଶବିଡା ମାଟି ହୋଇଯାଇଛି ଅଖୋଜା ଅଲୋଡା। ଦେଶ ସ୍ବାଧୀନତା ହେବାର ୭୬ ବର୍ଷ ପରେ ବି ଏହି ଗାଁ ପାଇ ପାରି ନାହିଁ ଐତିହାସିକ ପୀଠର ମାନ୍ୟତା। ଥୁଆବାରୀ ଗାଁ କେବଳ ଆଦର୍ଶ ଗାଁ ନାମଫଳକରେ ଓ କୁଶବିଡା ଗାଁ ବିଧାୟକଙ୍କ ପୋଷ୍ୟ ଗାଁ ନାଁରେ ବିକାଶର ଫାଇଲ ଭିତରେ ବନ୍ଧା ହୋଇ ରହିଛି। କେବଳ ଅକ୍ଟୋବର ୧୦ରେ ଥୁଆବାରୀ ଗାଁରେ ଶହୀଦଙ୍କୁ ପୋଲିସର ତୋପ ସଲାମୀ ଦିଆଯାଏ । ସରକାରଙ୍କ ତରଫରୁ ଶହୀଦ ଦିବସ ପାଳନ ପାଇଁ ୧୦ ହଜାର ଟଙ୍କା ଦେବା ବ୍ୟତୀତ ଆଉ କିଛି ବ୍ୟବସ୍ଥା ନାହିଁ । କୁଶୁବିଡା ଗାଁକୁ ଯିବାକୁ ରାସ୍ତା ନ ଥିଲେ ହେଁ ପ୍ରଶାସନ ନୀରବତା ଅବଲମ୍ବନ କରୁଛି ବୋଲି ଅଭିଯୋଗ ହୋଇଛି।
ସମୟ ଥିଲା ଥୁଅବାରୀ ମାଟିରନାଁ ଶୁଣିଲେ ରାଜ୍ୟବାସୀଙ୍କ ମନରେ ଅଭୂତପୂର୍ବ ଶିହରଣ ସୃଷ୍ଟି ହେଉଥିଲା। ଏହାର ଐତିହ୍ୟ, ଗୌରବଗାଥା ମନେପକାଇଲେ ସ୍ବତଃ ପ୍ରବୃତ୍ତଭାବେ ମାଟିର ଧୂଳିକଣିକା ପ୍ରତି ମୁଣ୍ଡ ନଇଁଯାଏ। ତେବେ ସ୍ବାଧୀନତା ପରେ ଗଁାର ଅବସ୍ଥା ଦେଖିଲେ ପ୍ରଶାସନିକ ଅବ୍ୟବସ୍ଥା ଓ ରାଜନୈତିକ ଇଛାଶକ୍ତିର ଅଭାବ ଷ୍ପଷ୍ଟ ବାରି ହେଉଛି। ଗ୍ରାମର ସମସ୍ତ ୬୦ ପରିବାର ସ୍ବାଧୀନତା ସଂଗ୍ରାମରେ ପତଙ୍ଗ ପରି ଝାସ ଦେଇଥିଲେ। ଦେଶକୁ ସ୍ବାଧୀନ କରିବା ପାଇଁ ଯେଉଁ ସଂଗ୍ରାମୀମାନେ ଆଗକୁ ମାଡ଼ି ଚାଲିଥିଲେ ସେମାନେ ଏବେ ମାଟିର କବର ତଳେ ରହି ଗଲେଣି। ସ୍ବାଧୀନତା ସଂଗ୍ରାମୀଭରା ଏହି ଗାଁ ସ୍ବାଧୀନତା ଆନ୍ଦୋଳନକୁ ଯଥେଷ୍ଟ ପରିପୃଷ୍ଟ କରିଥିଲା। ୧୯୪୩ରେ ଜେଲ ପରିସରରେ ନାନା ନିର୍ଯାତନା ପାଇ କଣ୍ଡୁରୀ ପରିଡ଼ା (୮୦), ପୁଅ ବୁଦ୍ଧି(୪୦), ଦୟା ବେହେରା(୬୦) ପ୍ରମୁଖ ଶହୀଦ ହୋଇଥିଲେ। ଜେଲରେ ଥିବାବେଳେ ଲିଙ୍ଗା ନାୟକ ଚକ୍ଷୁ ହୀନ ଓ ହରି ସାହୁ ପାଗଳ ହୋଇଥିଲେ। ଖତି ସାହୁଙ୍କୁ ରାଜତନ୍ତ୍ର କି ଦଣ୍ଡ ଦେଲା ଜଣାପଡିନି । ତେବେ ଖତି ସାହୁ ଏଯାବତ ନିଖୋଜ ଅଛନ୍ତି। ଗ୍ରାମର ଆନନ୍ଦ ସ୍ବାଇଁ,ସୁଦର୍ଶନ ସ୍ବାଇଁ,ଅରକ୍ଷିତ ସାହୁ, ଦନେଇ ସାହୁ,ବୁଲା ସେଠୀ ପ୍ରମୁଖ ୩୫ ଜଣ ଜେଲ ଦଣ୍ଡ ଭୋଗିଥିଲେ। ୭ଜଣ ଆମତ୍ଗୋପନ କରିଥିବାବେଳେ ୨୩ ଜଣ ବେତ ମାଡ଼ ଓ ଜରିମାନା, ୧୯ ଜଣ କେବଳ ଜରିମାନା ଓ ୩୫ ଜଣ ଅଣବନ୍ଦୀ ରୂପେ କାଳାତିପାତ କରିଥିଲେ। ଜେଲରେ ଥିବା ବେଳେ ମାଡଗାଳି, ବେତ୍ରାଘାତ,ତତଲା ଲୁହା ଚେଙ୍କ ଖାଉଥିଲେ ମଧ୍ୟ ଏମାନେ ସଂଗ୍ରାମକୁ ପଛଘୁଞ୍ଚା ଦେଉ ନ ଥିଲେ। ୬ମାସ କାଳ ଏହି ଗାଁକୁ ସିପାହୀ ଜଗି ରହିଥିଲେ । ସିପାହୀ ଜଗି ରହିଥିବାବେଳେ ଗାଁରେ ଚାଲିଥିଲା ଲୁଟତରାଜ ଓ ଅତ୍ୟାଚାର ଯୋଗୁ ୧୯୪୨ରେ ଗାଁ ପୁରୁଷଶୂନ୍ୟ ହୋଇଯାଇଥିଲା। ଗ୍ରାମବାସୀ ସୋଡୁଅକୁ ଖାଦ୍ୟ ରୂପେ କଦଳୀପତ୍ରରେ ଖାଉଥିଲେ। ଖାଦ୍ୟାଭାବ ହେତୁ ସେ ସମୟରେ ୭ ଜଣ ପ୍ରାଣ ହରାଇଥିଲେ। ସେହିପରି ଖଜଣା ଦେଇ ନ ପାରି ଅଧିକାଂଶଙ୍କ ଜମି ନିଲାମ ହୋଇଯାଇଥିଲା। ସ୍ବାଧୀନତା ପରେ ୧୯୫୫ରେ ଗୁମା ନଈ ବନ୍ୟାରେ ଥୁଅବାରୀ ଜଳମଗ୍ନ ହେବାସହ ଏଥିରେ ୩ ଜଣ ପ୍ରାଣ ହରାଇଥିଲେ। ଗ୍ରାମବାସୀ ନିକଟସ୍ଥ ଡୁବୁରୀ ମୁଣ୍ଡିଆ ପାଦ ଦେଶରେ ବସତି ସ୍ଥାପନ କରିଥିଲେ। ବନ୍ୟା ପରେ ମୂଳ ଗ୍ରାମଟି ଚାଷ ଜମିରେ ପରିଣତ ହୋଇଥିଲା। ଅପରପକ୍ଷେ ୧୯୪୨ରେ ନୂଆଗାଁ ଥାନା ଘେରାଉ ହେବା ବେଳେ ଦଳର ସଭାପତିଙ୍କୁ ରକ୍ଷା କରିବାକୁ ଯାଇ କୁଶବିଡାର ଆଦିବାସୀ କଷ୍ଟି ଡାକୁଆ ଶହୀଦ ହୋଇଥିଲେ। ସାରା ଦେଶରେ ଥୁଅବାରୀ ଓ କୁଶବିଡା ଗାଁ ପରି ଦେଶ ପ୍ରେମୀ ଗାଁ ଓ ଅଭୁଲା ତ୍ୟାଗର ନିଦର୍ଶନ ଦେଖିବା ବିରଳ। ଏଇଭଳି ପୂଜ୍ୟପୂଜା ଓ ମହାନ ବ୍ୟକ୍ତିତ୍ୱଙ୍କ ଉଦ୍ଦେଶ୍ୟରେ ସରକାର ଅଥବା ପ୍ରଶାସନ ଶହୀଦମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିପାରିନାହାନ୍ତି। ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ସ୍ମୃତିସ୍ତମ୍ବଟିଏ ଗତ ୧୮ବର୍ଷ ତଳେ ନିର୍ମାଣ କରିଥିଲେ। ଗ୍ରାମର ୩ ପାର୍ଶ୍ୱରେ ପାହାଡ଼ ପରିବେଷ୍ଠିତ ଓ ଡାହୁକା ତଟିନି ଦୁଇ ପାର୍ଶ୍ୱରେ ପ୍ରବାହିତ ହେଉଥିଲେ ମଧ୍ୟ ପ୍ରତିବର୍ଷ ଅବେଉଷଣ ଓ ଉକତ୍ଟ ମରୁଡି ଏମାନଙ୍କର ଚିରସହଚର।
ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ମଧ୍ୟ ଏହି ଗାଁ ଅବହେଳିତ। ସ୍ମୃତିକୁ ରୋମନ୍ଥନ କରି ବୀରମାଟି ଥୁଆବାରୀରେ ପ୍ରତିବର୍ଷ କେବଳ ଅକ୍ଟୋବର ୧୦ରେ ପ୍ରଜାମଣ୍ଡଳ ଶହୀଦ ଦିବସ ପାଳିତ ହେଉଛି। ସେହିପରି କୁଶବିଡାରେ ମଧ୍ୟ ଶହୀଦ ଦିବସ ପାଳିତ ହେଉଛି । ତେବେ ୨୦୨୨ ବର୍ଷରୁ ଗୌଡ ଥୁଆବରୀରେ ନୂଆକରି ଶହୀଦ ଦିବସ ପାଳନ ହେଉଛି । ୩ଟି ଗାଁର ଲୋକ ଚାନ୍ଦା ଭେଦା କରି ଏହି ଦିବସ ପାଳନ କରୁଛନ୍ତି । ଏହି ଦିବସରେ ଅମର ଆତ୍ମା ପାଇଁ ସମସ୍ତେ କାନ୍ଦନ୍ତି, ଦୁଃଖ ପ୍ରକାଶ କରନ୍ତି,ଭାଷଣ ସହ ପ୍ରତିଶ୍ରୁତି ଦିଅନ୍ତି । ହେଲେ ଥୁଆବାରୀ, ଗୌଡଥୁଆବାରୀ, କୁଶବିଡା ପରି ଗାଁ ଅବହେଳିତ ହୋଇ ପଡିରହିଛି।ଏନେଇ ଥୁଆବାରି ଗାଁର ଗୋପୀ ନାୟକ କୁହନ୍ତି, ମୋ ଗାଁର ସମସ୍ୟା ସରକାର ସମାଧାନ କରୁ ନାହାନ୍ତି । ପୁଣି ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଅଣଦେଖା କରାଯାଇଛି । ଗାଁର ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଜାଣିବା ପାଇଁ ପ୍ରଶାସନ ତରଫରୁ କିଛି ବ୍ୟବସ୍ଥା ନାହିଁ । ଆଦର୍ଶ ଗାଁ ଫଳକରେ ଲେଖା ଯାଇଥିଲେ ମଧ୍ୟ ଏହାର ତଳ କାଦୁଅ ପଚ ପଚ ହୋଇ ରହିଛି କହି କ୍ଷୋଭ ପ୍ରକାଶ କରିଥିଲେ । ଥୁଆବାରି ଓ କୁଶୁବିଡା ଯଦି ପଶ୍ଚିମବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର ଅଥବା ଉତ୍ତରପ୍ରଦେଶରେ ଗାଁ ହୋଇଥାଆନ୍ତା ତାହା ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ବୋଲି ମାନ୍ୟତା ପାଇ ସାରିଥାଆନ୍ତା। ହେଲେ ଏହି ଗାଁ ଆଜି ପର୍ଯ୍ୟନ୍ତ ଅବହେଳିତ ଓ ଅଭିଶପ୍ତ ହୋଇ ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?