ଆମେରିକାରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ଓ୍ବାଶିଂଟନ୍‌,୫।୧: ଆମେରିକାରେ ପୁଣି ଥରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। କାଲିଫର୍ନିଆର ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି ଏବଂ ସେଠାରେ ଖଲିସ୍ତାନ ସମର୍ଥକ ସ୍ଲୋଗାନ ଲେଖାଯାଇଛି। ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ଶୁକ୍ରବାର ଦିନ ଏହି ସୂଚନା ଦେଇଛି। କାନାଡାରେ ମଧ୍ୟ ନିକଟ ଅତୀତରେ ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି।
କାଲିଫର୍ନିଆର ବାଇ ଅଞ୍ଚଳରେ ଅବସ୍ଥିତ ହିନ୍ଦୁ ମନ୍ଦିର ‘ଶେରୱାଲି ମନ୍ଦିର’ରେ ଖଲିସ୍ତାନ ସମର୍ଥକ ସ୍ଲୋଗାନ ଲେଖାଯାଇଛି। କିଛି ଦିନ ପୂର୍ବରୁ କାଲିଫର୍ନିଆର ଶିବ ଦୁର୍ଗା ମନ୍ଦିରରେ ଚୋରି ଘଟଣା ଘଟିଥିଲା। ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ମନ୍ଦିର କମିଟି ସହିତ ଜଡିତ ଲୋକଙ୍କ ସହ ଯୋଗାଯୋଗରେ ଅଛି। ଏହି ଘଟଣା ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ ହୋଇଛି। କାଲିଫର୍ନିଆର ସ୍ବାମୀ ନାରାୟଣ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ଆମେରିକାର ବୈଦେଶିକ ବିଭାଗ ନିନ୍ଦା କରିଛି। ବିବୃତ୍ତିରେ କୁହାଯାଇଛି ଯେ, କାଲିଫର୍ନିଆର ହିନ୍ଦୁ ମନ୍ଦିର ଶ୍ରୀ ସ୍ବାମୀନାରାୟଣ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ଆମେ ନିନ୍ଦା କରୁଛୁ।
କାଲିଫର୍ନିଆର ଉଭୟ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ପଛରେ ଖାଲିସ୍ତାନ ସମର୍ଥକ ହାତ ରହିଥିବା କୁହାଯାଉଛି। ବିଦେଶରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ମଧ୍ୟ ଭାରତ ନିନ୍ଦା କରିଛି। ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ତଥା ଆମେରିକାରେ ଭାରତ ବିରୋଧୀ ସ୍ଲୋଗାନ ଲେଖିବା ଘଟଣାରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଧାର କାର୍ଡ଼ ଦେଖାଇଲେ ମିଳିବ କି ଫ୍ରି ଏସି? ଜାଣନ୍ତୁ ସତ…

ନୂଆଦିଲ୍ଲୀ,୨୭।୬: ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକଙ୍କ ପାଇଁ “ମାଗଣା ଏସି ଯୋଜନା”…

ଘର ଛାଡ଼ିଦେବେ ସଲମାନ: ଜାଣନ୍ତୁ କାହିଁକି

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ଫିଲ୍ମକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ ‘ସିକନ୍ଦର’ ପରଠାରୁ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ, କିନ୍ତୁ ସେ…

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର, ୨୭।୬:  ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍୩ କଲର:  ଜୁଲାଇ ୫ରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଦାନ କରିବେ ସମ୍ମାନ

ଭୁବନେଶ୍ୱର, ୨୭।୬: ଓଡ଼ିଶା ପୋଲିସ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିବାକୁ ଯାଉଛି। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ…

ଶିଶୁ ଜନ୍ମ ହେଲେ ମୁଖ୍ୟମନ୍ତ୍ରୀ ଦେବେ ୧ ଗ୍ରାମର ସୁନା ମୁଦି, ରାଜ୍ୟ ସରକାରଙ୍କ ଖାସ୍ ସ୍କିମ୍…

ଚେନ୍ନାଇ,୨୭ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ…

ଏକାଠି ହେଲେ ଗଞ୍ଜାମ ଜିଲା ଠିକାଦାର ସଂଘ: ଆଗକୁ…

ଦିଗପହଣ୍ଡି,୨୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟ ମା ‘ ରତ୍ନେଶ୍ୱରୀ ଶକ୍ତିପୀଠ ପରିସରରେ  ଶୁକ୍ରବାର ନିଖିଳ ଓଡିଶା ଠିକାଦାର ମହାସଂଘ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri