Posted inଜାତୀୟ

ସରକାରଙ୍କ ପୁଣି ଏକ ଘୋଷଣା, ଝିଅ ଜନ୍ମ ହେଲେ ୫୦ହଜାର, ଆଉ ଦ୍ୱିତୀୟ ସନ୍ତାନରେ…

ମୁମ୍ବାଇ,୧୨।୨: ଝିଅଙ୍କ ଭବିଷ୍ୟତ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଏଭଳି ହିଁ ଏକ ଯୋଜନାରେ ରାଜ୍ୟ ସରକାର ଝିଅଙ୍କୁ ପୁରା ୫୦ ହଜାର ଟଙ୍କା ଦେଉଛନ୍ତି । ଏଭଳି ଏକ ଯୋଜନା ଅଛି, ଯେଉଁଥିରେ ସାମିଲ ହେଲେ ଝିଅଙ୍କ ପାଇଁ ଅଭିଭାବକଙ୍କୁ ସିଧା ସଳଖ ୫୦ ହଜାର ଟଙ୍କା ଯୋଗାଇ ଦିଆଯାଉଛି ।

ଏହି ଯୋଜନାରେ ଝିଅଟିଏ ଜନ୍ମ ହେବା କ୍ଷଣି ଅଭିଭାବକଙ୍କ ଆକାଉଣ୍ଟର ୫୦ ହଜାର ଟଙ୍କା ଜମା କରାଯିବ । ଏଥିସହ ଦ୍ବିତୀୟ ସନ୍ତାନ ଜନ୍ମ ନେଲେ ଓ ଏହାପରେ ଅଭିଭାବକ ପରିବାର ନିୟୋଜନ ପାଇଁ ଅସ୍ତ୍ରୋପଚାର କରାଇବେ। ଏଥିପାଇଁ ପ୍ରତ୍ୟେକ ଝିଅଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେବେ ସରକାର ।

ଏହି ଯୋଜନାରେ ସାମିଲ ହେବାକୁ କେତେକ ର୍ନିଦ୍ଦିଷ୍ଟ ମାନଦଣ୍ଡ ରହିଛି । ଝିଅଙ୍କ ଶିକ୍ଷାର ବିକାଶକୁ ଦୃଷ୍ଟିରେ ରଖି ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାରେ ଆବଶ୍ୟକ ହେଉଥିବା ଦସ୍ତାବିଜ, ମାନଦଣ୍ଡ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।
ଯେଉଁ ପରିବାରରେ କେବଳ ଦୁଇଜଣ ଝିଅ ରହିଥିବେ କେବଳ ସେମାନଙ୍କୁ ଏହାର ଲାଭ ମିଳି ପାରିବ । ପ୍ରଥମ ଝିଅ ଜନ୍ମ ନେବାର ଏକ ବର୍ଷ ମଧ୍ୟରେ ଯଦି ମାତା ପିତା ପରିବାର ନିୟୋଜନ ଅସ୍ତ୍ରୋପଚାର କରାନ୍ତି ତେବେ ଅଭିଭାବକଙ୍କୁ ୫୦ ହଜାର ଟଙ୍କା ମିଳିବ । ତେବେ ଦୁଇ କନ୍ୟା ସନ୍ତାନ ଜନ୍ମ ନେବାର ୬ ମାସ ମଧ୍ୟରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାନ୍ତି ତେବେ ପ୍ରତ୍ୟେକ ଝିଅଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ମିଳିବ । ଏହି ଯୋଜନାରେ କନ୍ୟା ସନ୍ତାନ ଓ ତାଙ୍କ ମାଆଙ୍କ ନାମରେ ଏକ ଜଏଣ୍ଟ ଆକାଉଣ୍ଟ ଖୋଲାଯିବ । ଏହି ଖାତାରେ ୫୦ ହଜାର ଟଙ୍କା ଜମା କରାଯିବ । ଏହାପରେ ପ୍ରତିବର୍ଷ ସରକାରୀ ନିୟମ ଅନୁଯାୟୀ ଝିଅର ଶିକ୍ଷା ପାଇଁ କିଛି ଧନରାଶି ଜମା କରାଯିବ ।

ଏହି ଯୋଜନାର ମୁତାବକ ପୂର୍ବରୁ ବାର୍ଷିକ ୧ ଲକ୍ଷ ଟଙ୍କା ଯୋଗାଇ ଦେଉଥିଲେ । ହେଲେ ଏହାକୁ ବୃଦ୍ଧି କରାଯାଇ ୭ ଲକ୍ଷ ୫୦ ହଜାର ଟଙ୍କା କରାଯାଇଛି । ତେବେ ଏହାକୁ ଏକ କାଳୀନ ଦିଆଯିବ ନାହିଁ ବରଂ, ଏହାକୁ କିସ୍ତି ଆକାରରେ ପ୍ରଦାନ କରାଯିବ । ଏହି ଯୋଜନାର ଲାଭ କେବଳ ମହାରାଷ୍ଟ୍ର ଅଧିବାସୀଙ୍କୁ ମିଳିବ । ଏହି ଯୋଜନାର ନାମ କନ୍ୟା ଭାଗ୍ୟଶ୍ରୀ ଯୋଜନା । ସମାଜରେ ଝିଅଙ୍କ ପ୍ରତି ମାନସିକତା ପରିବର୍ତ୍ତନ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?