ଭୁବନେଶ୍ୱରରେ ଲାଗିବ ଆଉ ୧ହଜାର ଲାଇଟ୍‌

ଭୁବନେଶ୍ୱର,୮।୫(ବ୍ୟୁରୋ): ଭୁବନେଶ୍ୱରରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ବିଏମ୍‌ସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଛି। ସହରକୁ ଆଲୋକୀକରଣ କରିବା ପାଇଁ ମୋଟ ୭୬ହଜାର ୨୬୭ଟି ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଇଛି। ସେଥିମଧ୍ୟରୁ ୯୦ ପ୍ରତିଶତ ଏଲ୍‌ଇଡି ଲାଇଟ୍‌ ରହିଛି। ଜାଗା ମିଶନ ଅନ୍ତର୍ଗତ ୩୧୯ଟି ବସ୍ତିରେ ୧୪ଶହରୁ ଊର୍ଦ୍ଧ୍ୱ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଇଛି। ତଥାପି ସହରର ଏକାଧିକ ଅଞ୍ଚଳ ଏବେ ବି ଅନ୍ଧାରରେ ରହୁଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ଷ୍ଟ୍ରିଟ୍‌ ଲାଇଟ୍‌ ନ ଥିବା ଅଞ୍ଚଳର ସର୍ଭେ କରାଯାଇ ଚିହ୍ନଟ ହୋଇଥିବା ସ୍ଥାନରେ ୧ହଜାର ଏଲ୍‌ଇଡି ଲାଇଟ୍‌ ସହିତ ୧୦୦ଟି ପୋଲ୍‌, ହାଇମାଷ୍ଟ ଲାଇଟ୍‌, ୩୦ଟି ମିନିମାଷ୍ଟ ଲାଇଟ୍‌ ଏବଂ ୧୦୦ଟି ଫୋର୍‌ ଆର୍ମ ଲାଇଟ୍‌ ଲଗାଯିବ। ଏନେଇ ଟେଣ୍ଡର ପ୍ରକ୍ରିୟା ସରିଥିବାବେଳେ ୨ମାସ ମଧ୍ୟରେ କାମ ସରିବ। ୨୦୨୧-୨୨ରେ ୯ହଜାର ୩୯୦ଟି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଥିବାବେଳେ ୨ହଜାର ୪୩୦ଟି ପୋଲ୍‌ ପୋତାଯାଇଥିବା ସୂଚନା ମିଳିଛି। ଅପରପକ୍ଷେ ସହରର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ରହିଥିବାବେଳେ ମେଣ୍ଟେନାନ୍ସ ଅଭାବରୁ ଲାଇଟ୍‌ ଜଳୁନାହିଁ। ଏହାର ରକ୍ଷଣାବେକ୍ଷଣର ଦାୟିତ୍ୱ ଦୁଇଟି କମ୍ପାନୀ ଯଥା ଇ-ସ୍ମାର୍ଟ ଏବଂ ନିଭ୍‌ ଏନର୍ଜିକୁ ଦିଆଯାଇଛି। କୌଣସି ଅଞ୍ଚଳରେ ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ପାଇଁ ଟୋଲ୍‌ ଫ୍ରି ନମ୍ବର ୧୮୦୦୩୪୫୭୧୧୬/ ୦୬୭୪୨୪୩୦୦୫୧ ଏବଂ ୭୬୮୨୮୮୯୮୯୮ ଜାରି କରାଯାଇଛି। ତେବେ ବିଏମ୍‌ସି ପକ୍ଷରୁ ଏଗୁଡ଼ିକର ଯାଞ୍ଚ କରିବା ପାଇଁ ଏକ ୧୦ଜଣିଆ ଆଇଟିଆଇ ଟିମ୍‌ ଓ ୬ଜଣ ଜମାଦାର ରହିଛନ୍ତି। ତେବେ ୬୭ଟି ଓ୍ବାର୍ଡର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ହଜାର ହଜାର ଲାଇଟ୍‌ ଲଗାଯାଇଥିବାବେଳେ ଏହାର ମରାମତି ପାଇଁ ମାତ୍ର ୬ଜଣ ଜମାଦାର ରହିବା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଲଗାଉଛି। ଏ ସମ୍ପର୍କରେ ବିଏମ୍‌ସିର ଇଲେକ୍ଟ୍ରି ବିଭାଗର ଜଣେ ଅଧିକାରୀ କହିଛନ୍ତି, ଅଳ୍ପ କର୍ମଚାରୀଙ୍କୁ ନେଇ କାମ କରିବାକୁ ପଡୁଛି। ଏ ନେଇ ଆମେ ମେୟର ଏବଂ କମିଶନରଙ୍କୁ ଅବଗତ କରାଇଛୁ। ଜମାଦାରଙ୍କ ବ୍ୟତୀତ ଯେଉଁ ଅଞ୍ଚଳରେ ଷ୍ଟ୍ରିଟ ଲାଇଟ୍‌ ସମସ୍ୟା ହେଉଛି, ସେଠାକାର ସ୍ଥାନୀୟ ଲୋକ ଏବଂ କର୍ପୋରେଟରମାନେ ଟୋଲ୍‌ ଫ୍ରି ନମ୍ବରରେ ସୂଚନା ଦେଉଛନ୍ତି। ଏହାପରେ ତୁରନ୍ତ ସେଠାକାର ଲାଇଟ୍‌କୁ ସଜଡ଼ା ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?