ଜୟଆଲୁକ୍କାସ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୪।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ଅଗ୍ରଣୀ ଗହଣା ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ବହୁ ପ୍ରତୀକ୍ଷିତ ଅଫର ‘ଗିଫ୍ଟସ୍‌ ଅଫ୍‌ ଜୟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ୬୮ତମ ପୂର୍ତ୍ତି ଉତ୍ସବ (ବାର୍ଷିକୀ) ଏବଂ ଭାରତର ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଜୟଆଲୁକ୍କାସ୍‌ ଗର୍ବର ସହିତ ‘ଗିଫ୍ଟସ୍‌ ଅଫ୍‌ ଜୟ’ ଅଫରର ଘୋଷଣା କରିଛି। ଏହି ସ୍ବତନ୍ତ୍ର ଅଫର ଗ୍ରାହକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ମାତ୍ରାର କ୍ରୟ ସହ ମାଗଣା ସ୍ବର୍ଣ୍ଣମୁଦ୍ରା ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଥାଏ ଏବଂ ସେମାନଙ୍କ ଉତ୍ସବରେ ସୁନାର ବିଶେଷ ସ୍ପର୍ଶ ଦେଇଥାଏ। ୨୦୨୪ ଅଗଷ୍ଟ ୮ରୁ ୨୫ମଧ୍ୟରେ ଜୟଆଲୁକ୍କାସ୍‌ର ଯେକୌଣସି ଶୋ’ରୁମ୍‌ ପରିଦର୍ଶନ କରିବାକୁ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଯେଉଁଠି ସେମାନେ ୭୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସୁନା କ୍ରୟ ଉପରେ ୨୦୦ ମି.ଗ୍ରା. ସ୍ବର୍ଣ୍ଣମୁଦ୍ରା ମାଗଣାରେ ପାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି। ଏପରିକି ୧ଲକ୍ଷ ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ ମୂଲ୍ୟର ହୀରା ଅଳଙ୍କାର କିଣିବା ଉପରେ ୧ଗ୍ରାମ ସ୍ବର୍ଣ୍ଣମୁଦ୍ରା ମାଗଣା ପାଇବା ପାଇଁ ମଧ୍ୟ ଗ୍ରାହକମାନେ ହକ୍‌ଦାର ହୋଇପାରିବେ। ଜୟଆଲୁକ୍କାସ୍‌ ତା’ର ସାର୍ଟିଫାଏଡ୍‌ ଅଳଙ୍କାର ଏବଂ ଅସାଧାରଣ ଗ୍ରାହକ ସେବା ପାଇଁ ପ୍ରସିଦ୍ଧ ଆଜି ସମସ୍ତ ଗ୍ରାହକଙ୍କୁ ଏହି ସୁବର୍ଣ୍ଣ ସୁଯୋଗର ଲାଭ ନେବାକୁ ଆମନ୍ତ୍ରଣ କରୁଛି। ଜୟଆଲୁକ୍କାସ୍‌ର ଏମ୍‌ଡି ତଥା ଚେୟାରମ୍ୟାନ୍‌ ଜୟ ଆଲୁକ୍କାସ୍‌ କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ବାଧୀନତା ଦିବସ ଗୋଟିଏ ଆନନ୍ଦ ଏବଂ ଗର୍ବର ସମୟ ହୋଇଥିଲାବେଳେ ଜୟଆଲୁକ୍କାସ୍‌ରେ ମଧ୍ୟ ଆମର ୬୮ତମ ପୂର୍ତ୍ତି ଉତ୍ସବ (ବାର୍ଷିକୀ) ପାଳନ କରୁଛି। ଏପରିକି ଆମେ ଆମର ଗ୍ରାହକମାନଙ୍କୁ ଏକ ସ୍ବର୍ଣ୍ଣିମ ଆଶ୍ଚର୍ଯ୍ୟ ପ୍ରଦାନ ସହିତ ଉତ୍ସବକୁ ଦ୍ବିଗୁଣିତ କରିବାକୁ ଚାହୁଁଛୁ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?