Posted inଜାତୀୟ

ଜାତୀୟ ଷ୍ଟାର୍ଟ ଅପ୍‌ ଡେ ଘୋଷଣା, ପ୍ରତିବର୍ଷ ଜାନୁୟାରୀ ୧୬ରେ ହେବ ପାଳନ…

ନୂଆଦିଲ୍ଲୀ, ୧୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଷ୍ଟାର୍ଟ ଅପ୍‌ ଡେ ପାଳନ ସମ୍ପର୍କରେ ଶନିବାର ଘୋଷଣା କରିଛନ୍ତି। ପ୍ରତିବର୍ଷ ଜାନୁୟାରୀ ୧୬ରେ ହେବ ପାଳନ ଏହି ଦିବସ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଷ୍ଟାର୍ଟ ଅପ୍‌ ଉଦ୍ୟୋଗୀଙ୍କ ସହିତ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ଭାରତର ଷ୍ଟାର୍ଟ ଅପ୍‌ ସାରା ପୃଥିବୀରେ ନିଜର ପରିଚିତି ସୃଷ୍ଟି କରିପାରିଛି। ଦେଶରେ ଷ୍ଟାର୍ଟ ଅପ୍‌ ସଂସ୍କୃତି ବ୍ୟାପିବାରେ ଲାଗିଛି। ଇନୋଭେଶନ ପ୍ରତି ପିଲାଙ୍କ ମଧ୍ୟରେ ଆକର୍ଷଣ ସୃଷ୍ଟି କରିବା ସରକାରଙ୍କ ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଦେଶରେ ଇତିମଧ୍ୟରେ ୯,୦୦୦ରୁ ଅଧିକ ଅଟଳ ଲ୍ୟାବ୍ସ୍‌ ସ୍ଥାପନ କରାଯାଇଛି। ଏହା ଦ୍ୱାରା ସ୍କୁଲ ପିଲାଙ୍କ ମଧ୍ୟରେ ଇନୋଭେଶନ ଏବଂ ନୂତନ ଚିନ୍ତାଧାରା ପ୍ରତି ଆଗ୍ରହ ସୃଷ୍ଟି କରାଯାଇ ପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏବେ ଇନୋଭେଶନ ଇଣ୍ଡେକ୍ସ୍‌ରେ ଭାରତ ପୃଥିବୀରେ ୪୬ ସ୍ଥାନରେ ରହିଛି। ୨୦୧୫ରେ ଏହା ୮୧ ଥିଲା। ଦେଶରେ ଯୁବ ଉଦ୍ୟୋଗୀ ନୂଆ ଚିନ୍ତାଧାରା ନେଇ ଆଗକୁ ବଢ଼ିବାରେ ଲାଗିଥିବା ପ୍ରଧାନନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରଦ ପାଓ୍ବାର ହେବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ !

ମୁମ୍ବାଇ,୫।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଚାଲିଛି ଅଙ୍କକଷା। ଶିବସେନା ଓ ଭାଜପା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗଣିତ ଛିଡୁ ନ ଥିବା ବେଳେ ଏବେ...

ମାଆଙ୍କ ଆଶୀର୍ବାଦ ବିନା ଶକ୍ତି ପ୍ରଦର୍ଶନ କଲେ ଲାଲୁ ନନ୍ଦନ

ପାଟନା,୧୧ ।୧୦: ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ହସନପୁର ବିଧାୟକ ତେଜ ପ୍ରତାପ ଯାଦବ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଉପରେ ଖପ୍ପା ହୋଇଛନ୍ତି...

କେଜରିଓ୍ବାଲଙ୍କ ମିଶନ ପଞ୍ଜାବ

ଚଣ୍ଡିଗଡ଼,୨୯।୬: ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ନିର୍ବାଚନୀ ବିଗୁଲ ବାଜିସାରିଲାଣି। ନିଜ ଦଳକୁ ମଜଭୁତ କରିବା ପାଇଁ ବିଭିନ୍ନ...

କମ୍‌ ପରିମାଣର ନିଶାଦ୍ରବ୍ୟର ବ୍ୟକ୍ତିଗତ ବ୍ୟବହାରକୁ ଅପରାଧ ଭାବେ ବିବେଚନା ନ କରିବାକୁ ଆବେଦନ…

ନୂଆଦିଲ୍ଲୀ,୨୮।୧୦: ମାଦକ ଦ୍ରବ୍ୟ ସେବନ ନେଇ ସେଲିବ୍ରିଟି ଯୁବବର୍ଗଙ୍କ ହାଇ ପ୍ରୋଫାଇଲ ଗିରଫ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରାଯାଇଛି।...

ଲଦାଖରେ ରାସ୍ତା ନିର୍ମାଣରେ ଭାରତର ରେକର୍ଡ

ନୂଆଦିଲ୍ଲୀ,୪।୮: ଲଦାଖର ପୂର୍ବାଞ୍ଚଳରେ ୧୯,୩୦୦ ଫୁଟ୍‌ ଉପରେ ରାସ୍ତା ନିର୍ମାଣ କରିଛି ସୀମା ସଡକ ସଂଗଠନ (ବିଆରଓ)। ଏହାକୁ ବିଶ୍ୱର ଉଚ୍ଚତମ ରାସ୍ତା ବୋଲି ସରକାରଙ୍କ...

ଆର୍ୟନ ମାମଲାରେ ନୂଆମୋଡ

ମୁମ୍ବାଇ,୨୪।୧୦: ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି। ଜଣେ ସାକ୍ଷୀ ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେ ଏବଂ ଅନ୍ୟ...

ପୁଣି ଏକ ରୋଗର ଭୟ, ଚିନ୍ତାରେ ଡାକ୍ତର

ମୁମ୍ବାଇ,୨୨।୭:ଭାରତରେ କରୋନା ଭାଇରସ୍‌ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇଛି। ଏହି ରାଜ୍ୟରେ କରୋନା ସାଙ୍ଗକୁ ଆଉ ଏକ ରୋଗର ଭୟ ସୃଷ୍ଟି...

କରୋନାକୁ ହରାଇଲେ ୩୦ ମହିଳା ପୋଲିସ ଅଧିକାରୀ

ହାଇଦ୍ରାବାଦ,୩୦।୭: କରୋନା ମହାମାରୀ ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏଥିରେ କରୋନା ଯୋଦ୍ଧାଙ୍କ ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଉଛି।...

Advertisement


Archives

Model This Week