ଘୋଷଣା ହେଲା ଖରାଛୁଟି: ଅନ୍‌ଲାଇନ୍‌ କ୍ଲାସ, ପରୀକ୍ଷା ବନ୍ଦ

ଭୁବନେଶ୍ୱର,୪।୫(ବ୍ୟୁରୋ): ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି। ମେ’ ୫ ତାରିଖ ଠାରୁ ୩୧ ତାରିଖ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ସରକାର। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି କରାଯାଇଛି। ଏଥି ସହ ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ପ୍ରିନ୍ସପାଲ ମାନଙ୍କୁ ମଧ୍ୟ ଏନେଇ ଚିଠି କରାଯାଇଛି।
ତେବେ ଖରାଛୁଟି ସମୟରେ ଅନ୍‌ଲାଇନ କ୍ଲାସ ଅବା ପରୀକ୍ଷା କରାଯିବାକୁ ସ୍ପଷ୍ଟ ଭାବେ ବାରଣ କରାଯାଇଛି। କେବଳ ପିଏଚ୍‌ଡି ଓ ଅନ୍ୟ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସାକ୍ଷାତକାର କରାଯାଇପାରିବ। ଶିକ୍ଷାନୁଷ୍ଠାନଗୁଡିକ ଅଫିସ କାର୍ଯ୍ୟ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ: ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୬।୭(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୭୩ ଜଣ ଥିବାବେଳେ ଗଜପତିରୁ ୪୯,...

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୬।୧: ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ୭ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ...

କର୍ଲାମୁଣ୍ଡାର ଗୌରବ ସୌମ୍ୟାରାଣୀ: ପ୍ରଥମ ମହିଳା ଭାବେ ଯୋଗଦେବେ ସିଆର୍‌ପିଏଫ୍‌ରେ

କର୍ଲାମୁଣ୍ଡା,୨୬ା୧: କଳାହାଣ୍ଡି ଜିଲା କର୍ଲାମୁଣ୍ଡାର ଝିଅ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ରେ ଯୋଗଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ହେଲେ ବ୍ଲକ ଅନ୍ତର୍ଗତ ସର୍ଗୁଲ...

ଇକୋ ଟୁରିଜମ୍‌ର ପ୍ରଚାର ପ୍ରସାର ଲକ୍ଷ୍ୟ: ଓଟିଡିସିର ସ୍ବତନ୍ତ୍ର ସାତକୋଶିଆ, ଭିତରକନିକା ପ୍ୟାକେଜ୍‌

ଭୁବନେଶ୍ୱର,୯ା୧(ବ୍ୟୁରୋ): ରାଜ୍ୟରେ ଇକୋ ଟୁରିଜମ୍‌ ବା ପରିବେଶ ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏବଂ ଜଙ୍ଗଲ ଓ ପରିବେଶ ବିଭାଗ...

କରୋନା ମୁକାବିଲା ଚିନ୍ତା: ଦାରିଙ୍ଗବାଡ଼ି ପୋଲିସକୁ ସହଯୋଗ କରିବେ ସ୍ବେଚ୍ଛାସେବୀ

ଦାରିଙ୍ଗବାଡ଼ି,୧୧।୪(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ...

କିରୋସିନ ବାଟମାରଣା ଅଭିଯୋଗରେ ଡିଲର ନିଲମ୍ବିତ

ବାଲେଶ୍ୱର ଅଫିସ, ୧୩।୩: ବାଲେଶ୍ୱର ସଦର ବ୍ଲକ ଅଧୀନ ଗୁଡ଼ ପଞ୍ଚାୟତର ଡିଲର ହିତାଧିକାରୀଙ୍କୁ କିରୋସିନ ନ ଦେଇ ହେରଫେର କରିଥିବା ନେଇ ୬ ମାସ...

‘ମିସ୍‌ ବ୍ରିଟିଶ ଏମ୍ପାୟାର୍‌ ୨୦୧୯’: ଶେଫାଳିଙ୍କ ସଫଳତା

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ବଲାଙ୍ଗୀର ଜନ୍ମିତ ଓଡ଼ିଆ ଝିଅ ଶେଫାଳି ଉଦ୍‌ଗାତା ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ‘ମିସ୍‌ ବ୍ରିଟିଶ ଏମ୍ପାୟାର୍‌-୨୦୧୯’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍‌ ହେବାର ଗୌରବ...

ସିତାର ସାଙ୍ଗକୁ ଓଡ଼ିଶୀର ମୂର୍ଚ୍ଛନା

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଯନ୍ତ୍ର ସଙ୍ଗୀତ ସୀତାର ବାଦନ ସାଙ୍ଗକୁ ଓଡ଼ିଶୀ ସଙ୍ଗିତର ମୂର୍ଚ୍ଛନାରେ ମୁଖରିତ ହୋଇଥିଲା ରାଜାରାଣୀ ମନ୍ଦିର ପ୍ରାଙ୍ଗଣ। ଅବସର ଥିଲା ରାଜାରାଣୀ ସଙ୍ଗୀତ ମହୋତ୍ସବର...

Advertisement


Archives

Model This Week

Why Dharitri