୧.୪ ଲକ୍ଷ ଲୋକଙ୍କୁ ଅନ୍ନ ସେବା: ୩୦୦୦ ବଞ୍ଚିତ ବର୍ଗର ପିଲାଙ୍କ ସହ ଜନ୍ମଦିନ ପାଳନ କଲେ ନୀତା ଅମ୍ବାନୀ

ଭୁବନେଶ୍ୱର,୨।୧୧ (ଅଭୟ ଦାଶ) ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ୩୦୦୦ ବଞ୍ଚିତ ବର୍ଗର ପିଲାଙ୍କ ସହ ନିଜ ଜନ୍ମଦିନ ପାଳନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେଶନ ପକ୍ଷରୁ ସାରା ଦେଶରେ ଅନ୍ନ ସେବା ନାମରେ ଏକ ମହତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଫାଉଣ୍ଡେଶନ ୧୫ଟି ରାଜ୍ୟର ୧.୪ ଲକ୍ଷ ଲୋକଙ୍କୁ ଉଭୟ ରନ୍ଧାଖାଦ୍ୟ ଓ ରାଶନ ସାମଗ୍ରୀ ଯୋଗାଇଛି। ଏପରିକି ଅନ୍ନ ସେବା ଜରିଆରେ ପ୍ରାୟ ୭୫,୦୦୦ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ ପ୍ରାୟ ୬୫,୦୦୦ ଲୋକଙ୍କୁ ଶୁଖିଲା ରାଶନ ସାମଗ୍ରୀ (ଗ୍ରୋସେରି) ପ୍ରଦାନ କରାଯାଇଛି।

ବିଶେଷକରି ଶିଶୁ ଓ ବୃଦ୍ଧାଶ୍ରମଠାରେ ରହୁଥିବା ବରିଷ୍ଠ ନାଗରିକ, ଦିନ ମଜୁରିଆ, କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି, ଭିନ୍ନକ୍ଷମ ଏବଂ ବିଶେଷ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ଅନ୍ନ ସେବାରେ ସାମିଲ କରାଯାଇଥିଲା ବେଳେ ରନ୍ଧାଖାଦ୍ୟ ବିତରଣଠାରୁ ଆରମ୍ଭକରି ରାଶନ ସାମଗ୍ରୀ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ରିଲାଏନ୍ସର ସ୍ବୟଂସେବକମାନେ କରିଛନ୍ତି। ଅପରପକ୍ଷରେ ନୀତା ଅମ୍ବାନୀ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟନ୍ୟାଶନାଲ ସ୍କୁଲଠାରେ ବଞ୍ଚତ୍ତ ବର୍ଗର ୩୦୦୦ ପିଲାଙ୍କ ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସ୍କୁଲ ଯାଉଥିବା ୩୦୦୦ ବଞ୍ଚିତ ବର୍ଗର ପିଲା ମନୋରଞ୍ଜନ ଓ ଉପହାରର ମଜା ନେବା ସହିତ ଅନ୍ନ ସେବାରେ ସାମିଲ ହୋଇଥିଲେ। ଏଥିରେ ନୀତା ଅମ୍ବାନୀ ସମସ୍ତଙ୍କୁ ରନ୍ଧାଖାଦ୍ୟ ପରଷିଥିଲେ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ଭୁବନେଶ୍ୱର, ପୁରୀ ଓ ବରଗଡ଼ ଭଳି ପ୍ରମୁଖ ଅଞ୍ଚଳର ୫୫୦୦ ରୁ ଊଦ୍ଧର୍‌ବ ଲୋକଙ୍କୁ ଶୁଖିଲା ରାଶନ ସାମଗ୍ରୀ ଫାଉଣ୍ଡେଶନ ପକ୍ଷରୁ ସ୍ଥାନୀୟ ଏନ୍‌ଜିଓ ସହଯୋଗୀଙ୍କ ଜରିଆରେ ବଣ୍ଟନ କରାଯାଇଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ନୀତାଙ୍କ ରିଲାଏନ୍ସ ଫାଉଣ୍ଡେଶନ ଅନ୍ନ ସେବା ନାମରେ ସେହି ସମୟର ସବୁଠାରୁ ବଡ ଭୋଜନ ବିତରଣ କାର୍ଯ୍ୟକ୍ରମ କରିଥିଲା। ନୀତାଙ୍କ ଜନ୍ମଦିନରେ ଭୋଜନ ବିତରଣ ସେହି ପରମ୍ପରାର ସମ୍ପ୍ରସାରଣ ବୋଲି ଫାଉଣ୍ଡେଶନ ପକ୍ଷରୁ ପ୍ରକାଶ କରାଯାଇଛି। ଶିକ୍ଷା, ମହିଳା ସଶକ୍ତୀକରଣ, କ୍ରୀଡ଼ା, କଳା ଓ ସଂସ୍କୃତି କ୍ଷେତ୍ରରେ ନୀତାଙ୍କ ଅନେକ ଅନନ୍ୟ ଉପଲବ୍ଧି ରହିଛି। ନୀତାଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେଶନ ସାରା ଦେଶରେ ୭କୋଟି ୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଜନଙ୍କୁ ହରାଇବା ପରେ ସମ୍ପତ୍ତି,EPF,FD,MFରେ ଜମା ଟଙ୍କାକୁ କେମିତି କରିବେ କ୍ଲେମ୍‌? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା…

ନୂଆଦିଲ୍ଲୀ,୯।୧୧: କୌଣସି ପ୍ରିୟଜନଙ୍କୁ ହରାଇବା ପରେ ତାଙ୍କ ଅଭାବ ସବୁଦିନ ରହିଥାଏ। ହେଲେ ଯଦି ଆପଣ ତାଙ୍କର ଉତ୍ତରାଧିକାରୀ ଏବଂ ଆପଣଙ୍କ ନିକଟରେ ସଠିକ ସୂଚନା...

ଗୋଲ୍ଡ ଲୋନ୍‌ ନେବାକୁ ଚାହୁଁଛନ୍ତି କି?ଜାଣନ୍ତୁ କେଉଁ ବ୍ୟାଙ୍କ ସବୁଠାରୁ କମ୍‌ ସୁଧରେ ଦେଉଛି ଲୋନ୍‌

ନୂଆଦିଲ୍ଲୀ, ୯।୧୧: ଜରୁରୀ ପଇସା ଦରକାର ହେଲେ ଅଧିକାଂଶ ଲୋକେ ପର୍ସନାଲ୍ ଲୋନ୍ ନିଅନ୍ତି। ଏହାର କାରଣ ହେଉଛି ବ୍ୟାଙ୍କ୍ ସହଜରେ ଏହା ଦେଇଦିଅନ୍ତି, କାଗଜପତ୍ର...

ଫ୍ଲାଇଟ୍‌ ଟିକେଟରେ ମିଳିବ ୪୮ ଘଣ୍ଟାର ମାଗଣା କ୍ୟାନ୍‌ସଲେଶନ ସୁବିଧା, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୯।୧୧: ଭାରତର ନାଗରିକ ଉଡ୍ଡୟନ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ ଟିକଟ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ ପ୍ରସ୍ତାବ କରିଛି। ଏହି ନୂଆ ନିୟମ ଅନୁସାରେ, ଯଦି...

ଆଉ ମାତ୍ର ଅଳ୍ପଦିନ, ଏହି ଡକ୍ୟୁମେଣ୍ଟ ଦାଖଲ ନ କଲେ ବନ୍ଦ ହୋଇଯିବ ପେନସନ

ନୂଆଦିଲ୍ଲୀ,୯।୧୧:ଏହି ମାସ ସରକାରୀ ପେନସନଭୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନଙ୍କୁ ନଭେମ୍ବର ମାସରେ ସେମାନଙ୍କର ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ। ଏହି ବର୍ଷ, ଜୀବନ...

ବଦଳିବ ସବୁ ଚାକିରିର ନିୟମ! ଏବେ ଡିଗ୍ରୀ ନୁହେଁ ଦରକାର ପଡିବ…

ନୂଆଦିଲ୍ଲୀ,୯।୧୧: ବିଶ୍ୱ ଦ୍ରୁତ ଗତିରେ ବଦଳୁଛି, ଏବଂ ଆମର କାମ କରିବାର ଶୈଳୀ ମଧ୍ୟ ବଦଳୁଛି। କେବଳ ବୈଷୟିକ ଭାବରେ ଦକ୍ଷ ହେବା ଆଉ ଆବଶ୍ୟକ...

RBIର ନୂଆ ଉପହାର! ଏବେ ପିଲାମାନେ ବି କରିପାରିବେ ଡିଜିଟାଲ ପେମେଣ୍ଟ, ଲଞ୍ଚ ହେବ Junio UPI Wallet  

ନୂଆଦିଲ୍ଲୀ,୮।୧୧: ଡିଜିଟାଲାଇଜେସନର ଏହି ଯୁଗରେ, ସବୁକିଛି ଡିଜିଟାଲ ହୋଇଯାଇଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ ପୈଠ କରିବା ପର୍ଯ୍ୟନ୍ତ ସବୁକିଛିରେ ଡିଜିଟାଲ...

ଟ୍ରେନ୍‌ ଟିକେଟ ବୁକିଂ ପାଇଁ IRCTCର ନୂଆ ନିୟମ: ଜାଣି ରଖନ୍ତୁ ନଚେତ…  

ନୂଆଦିଲ୍ଲୀ,୮।୧୧: ଭାରତୀୟ ରେଳବାଇ ଏବେ ଅନଲାଇନ ଟିକଟ ବୁକିଂ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି। ସକାଳ ସମୟରେ ଟିକଟ ବୁକିଂ...

ଆପଲ୍‌କୁ ବିକି ପାରିବେ ଆପଣଙ୍କ ପୂରୁଣାଫୋନ୍‌, ବଦଳରେ ମିଳିବ…

ନୂଆଦିଲ୍ଲୀ,୮।୧୧: ବର୍ତ୍ତମାନ iPhones ପାଇଁ ଏକ ପ୍ରବଳ କ୍ରେଜ ରହିଛି। ତଥାପି, ବହୁତ ଟଙ୍କା ଯୋଗୁଁ, ଅନେକ ଲୋକ ନୂଆ iPhone କିଣି ପାରୁନାହାଁନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri