ଖୁବ୍‌ଶୀଘ୍ର ବାଜିବ ସାହାନାଇ: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ପ୍ରେମିକ ବିକ୍କି ଜୈନଙ୍କ ସେ ହାତ ଧରିବେ। ଦୀର୍ଘ ୩ ବର୍ଷ ଧରି ଉଭୟ ଡେଟ୍‌ କରି ଆସୁଛନ୍ତି। ହେଲେ ଏବେ ଆଗକୁ ବଢ଼ିବାର ସମୟ ଉପନୀତ ବୋଲି ସେ ହୃଦୟଙ୍ଗମ କଲେଣି। ବାସ୍‌। ଖାଲି ତିଥି, ବାର, ଲଗ୍ନକୁ ଅପେକ୍ଷା। ସବୁକିଛି ଠିକ୍‌ ହୋଇଗଲେ ଖୁବ୍‌ଶୀଘ୍ର ବିବାହ ସମ୍ପନ୍ନ ହୋଇଯିବ।

୨୦୧୬ରେ ପୂର୍ବ ପ୍ରେମିକ ତଥା ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କଠାରୁ ଅଲଗା ହୋଇଥିଲେ ଅଙ୍କିତା। ଏହାପରେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ ସେ। ସେତେବେଳେ ସାହାରା ଦେଇଥିଲେ ବିକ୍କି। ଜଣେ ବନ୍ଧୁଙ୍କ ଯୋଗୁ ବିକ୍କିଙ୍କୁ ଭେଟିଥିଲେ ଅଙ୍କିତା। ପେସାରେ ବିକ୍କି ଜଣେ ବ୍ୟବସାୟୀ ଏବଂ ଫିଲ୍ମ ପ୍ରଯୋଜକ ମଧ୍ୟ। ଦୁହେଁ ଦୁହିଁଙ୍କୁ ଭେଟିବା ପରେ ବାରମ୍ବାର ଏକାଠି ସମୟ ବିତାଇଥିଲେ। ଧିରେ ଧିରେ ଏହା ପ୍ରେମର ରୂପ ନେଇଥିଲା।

ନିକଟରେ ଏକ ସାକ୍ଷାତକାରରେ ବିକ୍କିଙ୍କ ସହ ବିବାହକୁ ନେଇ ଅଙ୍କିତା ଉତ୍ସାହିତ ଥିବା କହିଛନ୍ତି। ସେ ରାଜସ୍ଥାନର ଜୋଧପୁର ଅଥବା ଜୟପୁରରେ ବିବାହ କରିବାକୁ ଚାହଁନ୍ତି। ବନ୍ଦୋବସ୍ତ ମଧ୍ୟ ସେଭଳି ଢ଼ଙ୍ଗରେ ହୋଇପାରେ। ହେଲେ ଏବେ ଯାଏ କୌଣସି ପ୍ରସ୍ତୁତି ହୋଇନାହିଁ। ଝିଅଟିଏ ପାଇଁ ବିବାହ ଏକ ସୁନ୍ଦର ସ୍ବପ୍ନ ସତ ହେବା ପରି। ତାହା ଶୀଘ୍ର ହେବାକୁ ଯାଉଥିବା ଅଙ୍କିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ୍‌କୁ ରୋକିବା ପାଇଁ ଚାଇନା ଗଲେ ରାକ୍ଷୀ ସାଓ୍ବନ୍ତ

ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି। ଏହି...

ବକ୍ସ ଅଫିସରେ ଧମାଲ କରୁଛି ‘ପିଏମ୍‌ ନରେନ୍ଦ୍ର ମୋଦି’

ମୁମ୍ବାଇ,୨୮।୫: ଦେଶ ହେଉ ବା ସିନେ ଜଗତ ସବୁଠାରେ ଏବେ ମୋଦିଙ୍କ ଲହର ଚାଲିଛି। ମୋଦିଙ୍କ ବାୟୋପିକ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏବେ ବକ୍ସ ଅଫିସରେ...

ରାଜୀବଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ଗୀତା

ମୁମ୍ବାଇ: ବଲିଉଡ୍‌ର ଆଗଧାଡିର କୋରିଓଗ୍ରାଫର ଗୀତା କପୁର ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେ ବିବାହ କରିନାହାନ୍ତି। ବଲିଉଡ୍‌ର ପପୁଲାର...

ଅପେକ୍ଷାର ଅନ୍ତ: ପ୍ରଶଂସକଙ୍କୁ କରିନାଙ୍କ ଏପରି ଉପହାର

ଅଭିନେତ୍ରୀ କରିନା କପୁର ଖାନ ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ଫେବୃଆରୀରେ ଦ୍ୱିତୀୟ ଥର ପାଇଁ ମାତାପିତା ହୋଇଥିଲେ। କରିନା ଏକ ପୁତ୍ର ସନ୍ତାନ...

ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ବଲିଉଡ୍‌ ଆକ୍ଟ୍ରେସ

ନୂଆଦିଲ୍ଲୀ, ୧୯।୧୨- ଇମ୍ରାନ ହାସିମଙ୍କ ଫିଲ୍ମ ‘ମର୍ଡର ୨’ ଯୋଗୁ ବଲିଉଡ୍‌ରେ ପରିଚୟ ପାଇଥିବା ଓଡ଼ିଆ ଆକ୍ଟ୍ରେସ ସୁଲଗ୍ନା ପାଣିଗ୍ରାହି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।...

ଏହି ମହିଳାଙ୍କ ପାଇଁ ନିଜର ପ୍ରେମକୁ ପାଇପାରି ନ ଥିଲେ ଗୋବିନ୍ଦା

୮୦ ଏବଂ ୯୦ ଦଶକର ସବୁଠାରୁ ସଫଳ ତଥା ଚର୍ଚ୍ଚିତ ଅଭିନେତା ଥିଲେ ଗୋବିନ୍ଦା। ୨୧ ଡିସେମ୍ବର ୧୯୬୩ରେ ମୁମ୍ବାଇର ଭିରାରରେ ଜନ୍ମଗ୍ରହଣ କରିଥିବା ଗୋବିନ୍ଦା...

ଏକଦା ଲକ୍ଷେ ହୃଦୟର ନାୟକ ଥିଲେ ଏହି ଅଭିନେତା,ଏବେ ଚିହ୍ନିବା କଷ୍ଟକର

ବମ୍ବେ: ନବେ ଦଶକର କିଛି ଗୀତ ଆଜିବି ଦର୍ଶକଙ୍କ ହୃଦୟରେ ଘର କରି ରହିଛି। ଠିକ୍‌ ସେଭଳି କିଛି ଅଭିନେତାଙ୍କୁ ମଧ୍ୟ ପସନ୍ଦ କରାଯାଏ। ସେଥିରୁ...

‘ଇନ୍‌ଶାଅଲ୍ଲାହ’ରେ ସଲମାନ୍‌ ନୁହେଁ, ଆଲିଆଙ୍କ ବିପକ୍ଷରେ ନଜର ଆସିବେ ହ୍ରିତିକ୍‌ !

ମୁମ୍ବାଇ: ସଞ୍ଜୟ ଲୀଲା ବନ୍‌ଶାଲୀଙ୍କ ଫିଲ୍ମ ‘ଇନ୍‌ଶାଅଲ୍ଲାହ’ରେ ନାୟକ କିଏ ହେବ ତାହା ସ୍ଥିର ହୋଇପାରୁନାହିଁ। ପ୍ରଥମେ ଏଥିରେ ଆଲିଆ ଭଟ୍ଟଙ୍କ ସହ ସଲମାନ୍‌ ଖାନ୍‌ଙ୍କୁ...

Seven Jackpot
Advertisement


Archives

Model This Week

Why Dharitri