ସହାୟତା ଅପେକ୍ଷାରେ ଅଙ୍କିତା

ଜଟଣୀ,୨।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଗଜପତି ନଗରରେ ରହୁଥିବା ଅମୂଲ୍ୟ ସାହୁଙ୍କ ଝିଅ ଅଙ୍କିତା ପ୍ରିୟଦର୍ଶିନୀ(୧୨)। ଖେଳକୁଦ ଓ ପାଠପଢ଼ା ବସୟରେ ଅଙ୍କିତା ଆପଲାଷ୍ଟିକ ଆନିମିଆ ଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି। ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଅମୂଲ୍ୟଙ୍କ କହିବାନୁଯାୟୀ, ଏକ ମାସ ପୂର୍ବେ ଅଙ୍କିତାଙ୍କ ଦେହ ଖରାପ ହେବାରୁ ପଡ଼ୋଶୀଙ୍କ ସହଯୋଗରେ ଚିକିତ୍ସା ପାଇଁ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର କଟକ କିମ୍ବା ଏମ୍‌ସ ମେଡିକାଲ ନେବା ପାଇଁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ଏମ୍ସରେ ଚିକିତ୍ସା ବେଳେ ଅଙ୍କିତାଙ୍କ ଦୁଇଟି କିଡ୍‌ନୀ ଠିକ୍‌ ଭାବେ କାମ କରୁ ନ ଥିବା ସହ ଆପଲାଷ୍ଟିକ ଆନିମିଆ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତେବେ ଅଙ୍କିତାଙ୍କ ଚିକିତ୍ସାରେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ। ଏହା ପରେ ଘରକୁ ପଳାଇ ଆସିଥିଲୁ। ପୁଣି ଅଙ୍କିତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଏମ୍‌ସ ମେଡିକାଲରେ ଭର୍ତ୍ତି କରାଯାଇଛି। ଅମୂଲ୍ୟ ଖୋର୍ଦ୍ଧାରୋଡ ରେଳଷ୍ଟେଶନ(ଜଟଣୀ)ରେ ଫେରି କରୁଥିବା ବେଳେ ସ୍ତ୍ରୀ ହରପ୍ରିୟା ପର ଘରେ କାମ କରି ପରିବାର ଚଳାଉଛନ୍ତି। ଅଙ୍କିତାଙ୍କ ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆସିବ। ସରକାରୀ, ସାମାଜିକ ଅନୁଷ୍ଠାନ କିମ୍ବା ସହୃଦୟ ବ୍ୟକ୍ତି ସହାୟତା କଲେ ତାଙ୍କ ଝିଅର ଚିକିତ୍ସା ହୋଇପାରିବ ବୋଲି ଅମୂଲ୍ୟ କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସ୍ବେଚ୍ଛାସେବୀ ବାସୁଦେବ ସେଠୀ ଜାଣିବା ପରେ ସରକାରୀ ସ୍ତରରେ ଅଙ୍କିତାଙ୍କ ଚିକିତ୍ସାର ସହାୟତା ନିମନ୍ତେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଜିଲାପାଳଙ୍କ ନିକଟକୁ ଅନୁରୋଧପତ୍ର ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଧଳାଜହର କାରବାର: ଭଦ୍ରକରୁ ୧୧ ଗ୍ରାମ ବ୍ରାଉନ ସୁଗାର ଜବତ

ଭଦ୍ରକ ଅଫିସ, ୮।୧: ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଛୟାଳସିଂ ଅଞ୍ଚଳରୁ ଶୁକ୍ରବାର ବ୍ରାଉନ ସୁଗାର ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣଙ୍କୁ...

କାଠଯୋଡ଼ିରେ ଭାସି ଯାଇଥିଲେ, ମିଳିଲା ମୃତଦେହ

କଟକ ଅଫିସ,୮।୮: କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ କାଠଯୋଡ଼ି ନଦୀ ବାଲିଘାଟରୁ ଶନିବାର ଜଣେ ଯୁବକ ନିଖୋଜ ହୋଇ ଯାଇଥିଲେ। ତାଙ୍କ ମୃତଦେହ...

ଟ୍ରେନ ଧକ୍କାରେ ହାତୀ ମୃତ

ଢେଙ୍କାନାଳ ଅଫିସ,୨୦।୬- ଢେଙ୍କାନାଳ ସଦର ଥାନା ସଦର ରେଞ୍ଜ କାଉଁରିଆପାଳ ରେଳ ଲାଇନରେ ଟ୍ରେନ ଧକ୍କାରେ ଗୁରୁବାର ସକାଳେ ଏକ ମାଈ ହାତୀର ମୃତ୍ୟୁ ଘଟିଛି।...

ପଟ୍ଟାମୁଣ୍ଡାଇ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଶ୍ରମମନ୍ତ୍ରୀ

ପଟ୍ଟାମୁଣ୍ଡାଇ, ୧୧।୧୨ (ସ୍ବ.ପ୍ର.):ଶିକ୍ଷାର ବିକାଶ ପାଇଁ ବିଭିନ୍ନ ବ୍ଲକ ଓ ଜିଲାରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଉଛି। ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଞ୍ଚାୟତ...

ଶିଳ୍ପ ଅନୁଷ୍ଠାନକୁ କାର୍ଯ୍ୟକ୍ଷମ କରିବାକୁ ଝାରସୁଗୁଡ଼ା ଜିଲା ପ୍ରଶାସନର ନୂତନ ଗାଇଡ୍‌ଲାଇନ

ଝାରସୁଗୁଡ଼ା ଅଫିସ,୨୪ା୪- ଝାରସୁଗୁଡ଼ା ଜିଲାରେ ଥିବା ସମସ୍ତ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ରଶିଳ୍ପ ଅନୁଷ୍ଠାନ ତଥା ଖଣିଜ ଉପତ୍ାଦନ ପ୍ରତିଷ୍ଠାନ ନିମନ୍ତେ ଗୁରୁବାର ଜିଲା ବିପର୍ଯ୍ୟୟ...

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ ପରିବାରର ୬ ବଖରା

ଭଞ୍ଜନଗର,୧୨।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ଗାୟଗଣ୍ଡାରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୬ ବଖରା ଜଳିଯାଇଛି । ଏଥିସହ...

ଲକ୍‌ଡାଉନରେ ମାତିଛନ୍ତି ଲୁଟେରା

ପାଟପୁର,୨୦ା୪- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ୨ ଘରୁ ଚୋରି ଉଦ୍ୟମ କରି ବିଫଳ ହୋଇଥିବାବେଳେ ଜଣେ...

୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ପୁରୀ ଅଫିସ,୧୬।୧୦: ବେଆଇନ ଗଞ୍ଜେଇ କାରବାର ନେଇ ପୁରୀ ଅବକାରୀ ବିଭାଗ ପକ୍ଷରୁ ପିପିଲି ଅଞ୍ଚଳରେ ଚଢ଼ାଉ କରାଯାଇ ବୁଧବାର ଜଣଙ୍କୁ ଗିରଫ କରାଯାଇଛି। ସେ...

Advertisement
Archives

Model This Week