ମେଲେବୋର୍ନ, ୨୦ା୨ (ପି.ଟି.)- ରୁୁଷୀୟ ପାର୍ଟନର କାମିଲା ରାକ୍ଷିମୋଭାଙ୍କ ସହ ଫିଲିପ୍ ଆଇଲାଣ୍ଡ ଟ୍ରଫି ହାସଲ କରିବା ଦ୍ୱାରା ଭାରତର ଅଙ୍କିତା ରାଇନା ତାଙ୍କ ଟେନିସ କ୍ୟାରିୟରର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ଜିତିଛନ୍ତି। ଏହା ଦ୍ୱାରା ତାଙ୍କର ଡବଲ୍ସ ର଼୍ୟାଙ୍କିଙ୍ଗ ତାଲିକାର ଟପ୍ ୧୦୦ରେ ପ୍ରବେଶ ପକ୍କା ହୋଇଛି। ଏଠାରେ ଟାଇଟଲ ମୁକାବିଲାରେ ଅଙ୍କିତା ଓ କାମିଲା ରୁଷୀୟ ଯୋଡ଼ି ଆନ୍ନା ବ୍ଲିନକୋଭା ଓ ଆନାସ୍ତାସିଆ ପୋଟାପୋଭାଙ୍କୁ ୨-୬, ୬-୪, ୧୦-୭ରେ ହରାଇ ଦେଇଛନ୍ତି। ୨୮ ବର୍ଷୀୟା ଭାରତୀୟ ଖେଳାଳି ଓ ତାଙ୍କ ପାର୍ଟନର ୮୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶିକୁ ବାଣ୍ଟିନେଇଛନ୍ତି। ଏହାଛଡ଼ା ସେ ୨୮୦ ର଼୍ୟାଙ୍କିଙ୍କ ପଏଣ୍ଟ ଅର୍ଜନ କରିଛନ୍ତି। ବର୍ତ୍ତମାନ ଡବ୍ଲ୍ୟୁଟିଏ ତାଲିକାର ୧୧୫ତମ ସ୍ଥାନରେ ରହିଥିବା ଅଙ୍କିତା ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବା ତାଲିକାରେ ୯୪ତମ ସ୍ଥାନ ଅଧିକାର କରିବେ। ସାନିଆ ମିର୍ଜାଙ୍କ ପରେ ଡବଲ୍ସ ଟପ୍ ୧୦୦ରେ ପ୍ରବେଶ କରିବାରେ ସାନିଆ ମିର୍ଜାଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଖେଳାଳି ହେବେ। ସାନିଆ କିନ୍ତୁ ୬ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିସାରିଛନ୍ତି। ଗତ ଦୁଇ ସପ୍ତାହ ଅଙ୍କିତାଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ। ଭାରତୀୟ ଖେଳାଳି ଅଷ୍ଟ୍ରେଲିଆନ ଓପନରେ ତାଙ୍କ ଗ୍ରାଣ୍ଡସ୍ଲାମ ପଦାର୍ପଣ କରିଥିଲେ। ଏକ ଡବ୍ଲ୍ୟୁଟିଏ ସିଙ୍ଗଲ୍ସ ଟୁର୍ନାମେଣ୍ଟର ମୁଖ୍ୟ ଡ୍ର’ରେ ସେ ଆହୁରି ମଧ୍ୟ ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ବିଜୟ ହାସଲ କରିପାରିଛନ୍ତି।
ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…
ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍ ଲାଗି ସୋନୀ ସ୍ପୋଟର୍ସ ନେଟ୍ଓ୍ବର୍କ ପ୍ରସାରଣ ଅଧିକାର…
ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ
ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…
ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି
ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…
Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’
ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…
‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ
ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…
Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…
ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…
‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା
ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…
ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ
ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…
Archives

