Posted inଫୁରସତ

ସମାଜସେବାରେ ବ୍ରତୀ ଅଙ୍କିତା

ଢେଙ୍କାନାଳ ଜିଲା କାବେରା ପଞ୍ଚାୟତ ଦଧିସିଂଗା ଗ୍ରାମର ରଞ୍ଜିତା ଏବଂ ବିଷ୍ଣୁ ଚରଣ ସାହୁଙ୍କ ଜ୍ୟେଷ୍ଠା କନ୍ୟା ଅଙ୍କିତା। ଯେଉଁ ବୟସରେ ପିଲାମାନେ ରଙ୍ଗିନ ସ୍ବପ୍ନ ଦେଖିବାରେ ବିଭୋର ସେହି ବୟସରେ ଅଙ୍କିତା, ସମସ୍ତ ସାମାଜିକ ପ୍ରତିବନ୍ଧକ ଓ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି, ନିଜକୁ ସମାଜ ସେବା କ୍ଷେତ୍ରରେ ନିୟୋଜିତ କରି ସୃଷ୍ଟି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ସମାଜ ପାଇଁ କିଛି ତ୍ୟାଗ ଓ ସେବା ହିଁ ହେଉଛି ମନୁଷ୍ୟର ପ୍ରକୃତ ମଣିଷପଣିଆ। ଏହି ଉକ୍ତିକୁ ବାସ୍ତବ ରୂପ ଦେଇ ସମସ୍ତଙ୍କ ଆଦର୍ଶ ସାଜିଛନ୍ତି ସେ।
କ୍ଷତିଗ୍ରସ୍ତ ଅଞ୍ଚଳରେ, ପ୍ରଭାବିତ ଜନସାଧାରଣଙ୍କ ନିମନ୍ତେ, ନିଜସ୍ବ ତଥା ସଂଗୃହୀତ ପାଣ୍ଠି ସହାୟତାରେ ସହଯୋଗର ହସ୍ତ ପ୍ରସାରିତ କରିଛନ୍ତି । ନିଜ ବୟସର ଝିଅ ତଥା ମହିଳାମାନଙ୍କର ବ୍ୟକ୍ତିଗତ ଅସୁବିଧା ସମୟର ସମସ୍ୟାକୁ ଅନୁଭବ କରି ଦୀର୍ଘ ୯ ବର୍ଷ ଧରି ସାନିଟାରି ନାପ୍‌କିନ ବଣ୍ଟନ କରି ଆସୁଛନ୍ତି। ପରିଷ୍କାର ପରିଚ୍ଛନ୍ନ ରହିବା ସହ ସୁରକ୍ଷା ଦୃଷ୍ଟିରୁ ଏହା କେତେ ଆବଶ୍ୟକ ସେ ଦିଗରେ ସଚେତନତା ସୃଷ୍ଟି କରି, ରାଜ୍ୟରେ ‘ପ୍ୟାଡ୍‌ ଓମେନ୍‌’ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବନ୍ୟା ସମୟରେ ସେ ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ, ଭଦ୍ରକ ଜିଲାର ତିହିଡି, ଚାନ୍ଦବାଲି ବ୍ଳକ୍‌, ଅନୁଗୋଳ ଜିଲାର ଟିକରପଡ଼ା ପଞ୍ଚାୟତ, କଟକ ଜିଲାର ବାଙ୍କୀ ବ୍ଲକରେ ପହଞ୍ଚତ୍ ମହିଳାମାନଙ୍କୁ ନିଜସ୍ବ ଉଦ୍ୟମରେ ସାନିଟାରି ପ୍ୟାଡ୍‌ ସହ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି। କେବଳ ବନ୍ୟାବିପନ୍ନଙ୍କ ପାଖରେ ପହଞ୍ଚି ନାହାନ୍ତି ବରଂ କରୋନା ଭଳି ଜରୁରିକାଳୀନ ପରିସ୍ଥିତିରେ ବେସାହାରାଙ୍କ ସାହାରା ସାଜିଥିଲେ ସେ l ଜିଲାରେ ଟୁଇଟର କ୍ଲବ ଗଠନକରି ନିଜ ଜିଲା ତଥା ଜିଲା ବାହାର ସମସ୍ୟାର ସମାଧାନ କରୁଛନ୍ତି ।
ତାଙ୍କର ଏହିଭଳି ସେବା ମନୋବୃତ୍ତି ପାଇଁ ସେ ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି । ଢେଙ୍କାନାଳ ଜିଲାର ପ୍ରୟାସ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଚଳିତ ବର୍ଷ, ରାବଣପୋଡ଼ି ମହୋତ୍ସବରେ, କେନ୍ଦ୍ର ଶିକ୍ଷା ବିକାଶ ମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତରୁ ‘ପ୍ରୟାସ ସ୍ବଚ୍ଛ ଢେଙ୍କାନାଳ ’ ସମ୍ମାନ ପ୍ରାପ୍ତି କରିଛନ୍ତି ।
ନିଶା ସମାଜ ସେବା ହୋଇଥିବା ବେଳେ ପେସାରେ ସେ ଜଣେ ସାମ୍ବାଦିକା। ତେବେ ପେଣ୍ଟିଂ ଏବଂ ବିଭିନ୍ନ କ୍ରାଫ୍ଟ କରିବା ପ୍ରତି ତାଙ୍କର ବିଶେଷ ରୁଚି ରହିଛି। ସ୍କୁଲ, କଲେଜରେ ପଢ଼ିବା ବେଳେ ଜିଲା ସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ଭବିଷ୍ୟତରେ ନାରୀ ସଶକ୍ତୀକରଣ କ୍ଷେତ୍ରରେ ସେ ଅଧିକରୁ ଅଧିକ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri