Posted inଫୁରସତ

ସମାଜସେବାରେ ବ୍ରତୀ ଅଙ୍କିତା

ଢେଙ୍କାନାଳ ଜିଲା କାବେରା ପଞ୍ଚାୟତ ଦଧିସିଂଗା ଗ୍ରାମର ରଞ୍ଜିତା ଏବଂ ବିଷ୍ଣୁ ଚରଣ ସାହୁଙ୍କ ଜ୍ୟେଷ୍ଠା କନ୍ୟା ଅଙ୍କିତା। ଯେଉଁ ବୟସରେ ପିଲାମାନେ ରଙ୍ଗିନ ସ୍ବପ୍ନ ଦେଖିବାରେ ବିଭୋର ସେହି ବୟସରେ ଅଙ୍କିତା, ସମସ୍ତ ସାମାଜିକ ପ୍ରତିବନ୍ଧକ ଓ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି, ନିଜକୁ ସମାଜ ସେବା କ୍ଷେତ୍ରରେ ନିୟୋଜିତ କରି ସୃଷ୍ଟି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ସମାଜ ପାଇଁ କିଛି ତ୍ୟାଗ ଓ ସେବା ହିଁ ହେଉଛି ମନୁଷ୍ୟର ପ୍ରକୃତ ମଣିଷପଣିଆ। ଏହି ଉକ୍ତିକୁ ବାସ୍ତବ ରୂପ ଦେଇ ସମସ୍ତଙ୍କ ଆଦର୍ଶ ସାଜିଛନ୍ତି ସେ।
କ୍ଷତିଗ୍ରସ୍ତ ଅଞ୍ଚଳରେ, ପ୍ରଭାବିତ ଜନସାଧାରଣଙ୍କ ନିମନ୍ତେ, ନିଜସ୍ବ ତଥା ସଂଗୃହୀତ ପାଣ୍ଠି ସହାୟତାରେ ସହଯୋଗର ହସ୍ତ ପ୍ରସାରିତ କରିଛନ୍ତି । ନିଜ ବୟସର ଝିଅ ତଥା ମହିଳାମାନଙ୍କର ବ୍ୟକ୍ତିଗତ ଅସୁବିଧା ସମୟର ସମସ୍ୟାକୁ ଅନୁଭବ କରି ଦୀର୍ଘ ୯ ବର୍ଷ ଧରି ସାନିଟାରି ନାପ୍‌କିନ ବଣ୍ଟନ କରି ଆସୁଛନ୍ତି। ପରିଷ୍କାର ପରିଚ୍ଛନ୍ନ ରହିବା ସହ ସୁରକ୍ଷା ଦୃଷ୍ଟିରୁ ଏହା କେତେ ଆବଶ୍ୟକ ସେ ଦିଗରେ ସଚେତନତା ସୃଷ୍ଟି କରି, ରାଜ୍ୟରେ ‘ପ୍ୟାଡ୍‌ ଓମେନ୍‌’ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବନ୍ୟା ସମୟରେ ସେ ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ, ଭଦ୍ରକ ଜିଲାର ତିହିଡି, ଚାନ୍ଦବାଲି ବ୍ଳକ୍‌, ଅନୁଗୋଳ ଜିଲାର ଟିକରପଡ଼ା ପଞ୍ଚାୟତ, କଟକ ଜିଲାର ବାଙ୍କୀ ବ୍ଲକରେ ପହଞ୍ଚତ୍ ମହିଳାମାନଙ୍କୁ ନିଜସ୍ବ ଉଦ୍ୟମରେ ସାନିଟାରି ପ୍ୟାଡ୍‌ ସହ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି। କେବଳ ବନ୍ୟାବିପନ୍ନଙ୍କ ପାଖରେ ପହଞ୍ଚି ନାହାନ୍ତି ବରଂ କରୋନା ଭଳି ଜରୁରିକାଳୀନ ପରିସ୍ଥିତିରେ ବେସାହାରାଙ୍କ ସାହାରା ସାଜିଥିଲେ ସେ l ଜିଲାରେ ଟୁଇଟର କ୍ଲବ ଗଠନକରି ନିଜ ଜିଲା ତଥା ଜିଲା ବାହାର ସମସ୍ୟାର ସମାଧାନ କରୁଛନ୍ତି ।
ତାଙ୍କର ଏହିଭଳି ସେବା ମନୋବୃତ୍ତି ପାଇଁ ସେ ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି । ଢେଙ୍କାନାଳ ଜିଲାର ପ୍ରୟାସ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଚଳିତ ବର୍ଷ, ରାବଣପୋଡ଼ି ମହୋତ୍ସବରେ, କେନ୍ଦ୍ର ଶିକ୍ଷା ବିକାଶ ମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତରୁ ‘ପ୍ରୟାସ ସ୍ବଚ୍ଛ ଢେଙ୍କାନାଳ ’ ସମ୍ମାନ ପ୍ରାପ୍ତି କରିଛନ୍ତି ।
ନିଶା ସମାଜ ସେବା ହୋଇଥିବା ବେଳେ ପେସାରେ ସେ ଜଣେ ସାମ୍ବାଦିକା। ତେବେ ପେଣ୍ଟିଂ ଏବଂ ବିଭିନ୍ନ କ୍ରାଫ୍ଟ କରିବା ପ୍ରତି ତାଙ୍କର ବିଶେଷ ରୁଚି ରହିଛି। ସ୍କୁଲ, କଲେଜରେ ପଢ଼ିବା ବେଳେ ଜିଲା ସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ଭବିଷ୍ୟତରେ ନାରୀ ସଶକ୍ତୀକରଣ କ୍ଷେତ୍ରରେ ସେ ଅଧିକରୁ ଅଧିକ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ,୧୦ା୬(ପ୍ରଭୁକଲ୍ୟାଣ ପାଲ୍): ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଚଳିତ ମାସ ୧୯ ଓ ୨୦ ତାରିଖରେ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri