Posted inଖେଳ

ଅଙ୍କିତା ଫାଇନାଲ ରାଉଣ୍ଡରେ

ମେଲବୋର୍ନ, ୧୩ା୧ (ପି.ଟି.)-ଭାରତର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ମହିଳା ଖେଳାଳି ଅଙ୍କିତା ରାଇନା ଅଷ୍ଟ୍ରେଲିଆନ ଓପନ୍‌ କ୍ୱାଲିଫାୟର୍ସ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଏକ ୩ ସେଟ୍‌ବିଶିଷ୍ଟ ମ୍ୟାଚରେ ସେ ବିଶ୍ୱର ୧୧୮ ର଼୍ୟାଙ୍କିଙ୍ଗପ୍ରାପ୍ତ କାଟାରିନା ଜାଭାତ୍‌ସ୍କାଙ୍କୁ ହରାଇ ଦେଇଛନ୍ତି। କିନ୍ତୁ ପୁରୁଷ ସିଙ୍ଗଲ୍ସରେ ରାମକୁମାର ରମାନାଥନ ତାଙ୍କ ମ୍ୟାଚ ହାରିଯାଇଛନ୍ତି। ମହିଳା ସିଙ୍ଗଲ୍ସ କ୍ୱାଲିଫାୟର୍ସ ଦୁବାଇରେ ଖେଳାଯାଉଛି। ୧୮୦ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଅଙ୍କିତା ୟୁକ୍ରେନର ଜାଭାତ୍‌ସ୍କାଙ୍କ ବିପକ୍ଷ ମ୍ୟାଚକୁ ୬-୨, ୨-୬ ଓ ୬-୩ରେ ଜିତିନେଇଥିଲେ। ଅଙ୍କିତା କହିଛନ୍ତି, ଦୀର୍ଘ ୨ଘଣ୍ଟା ୨୦ ମିନିଟ ଧରି ଅନୁଷ୍ଠିତ ଏହି ମ୍ୟାଚ ବିଜୟ ପାଇଁ ସେ ଗର୍ବ ଅନୁଭବ କରିଛନ୍ତି। ଅଙ୍କିତା ବର୍ତ୍ତମାନ ୧୮୩ ର଼୍ୟାଙ୍କିଙ୍ଗପ୍ରାପ୍ତ ୨୦ ବର୍ଷୀୟା ସର୍ବୀୟ ଖେଳାଳି ଓଲଗା ଡାନିଲୋଭିଚ୍‌ଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ ଦି ମନ୍ଥ ହେଲେ ବିରାଟ କୋହଲି, ସିକନ୍ଦର ରାଜା, ଡେଭିଡ ମିଲରଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୭ ।୧୧: ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନସିଲ(ଆଇସିସି) ଅକ୍ଟୋବର ମାସ ପାଇଁ ପ୍ଲେୟାର ଅଫ୍ ଦ ମନ୍ଥ ପାଇଁ ଆୱାର୍ଡର ଘୋଷଣା କରିଛି । ଏଥର ଏହି...

ମହିଳା ତୃତୀୟ ଦିନିକିଆ: ଲିଜେଲ୍‌ ଲିଙ୍କ ଅପରାଜିତ ଶତକ: ଦକ୍ଷିଣ ଆଫ୍ରିକା ବିଜୟୀ

ଲକ୍ଷ୍ନୌ,୧୩।୩(ପି.ଟି.): ଓପନର ଲିଜେଲ ଲିଙ୍କ ଅପରାଜିତ ୧୩୨ ରନର ଶତକୀୟ ପାଳି ବଳରେ ଦକ୍ଷିଣ ଆଫ୍ରିକା ମହିଳା ଦଳ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଭାରତକୁ...

ଏହି ମହିଳା କ୍ରିକେଟର ହେଲେ କରୋନା ପଜିଟିଭ

ଭାରତୀୟ ମହିଳା ଟି-୨୦ ଦଳର ଅଧିନାୟିକା ହରମନପ୍ରୀତ କୌର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୨ ବର୍ଷୀୟା ଏହି ତାରକା ଅଲରାଉଣ୍ଡର ଏବେ ଘରେ ନିଜକୁ...

ପଣ୍ଟିଂଙ୍କ ସମକକ୍ଷ ହୋଇପାରନ୍ତି କୋହଲି

ନର୍ଥ ସାଉଣ୍ଡ,୨୧।୮: ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡର...

ରିଙ୍ଗରେ ଆଉ ଜଣେ ବକ୍ସରଙ୍କ ମୃତ୍ୟୁ

ସିଡ୍‌ନୀ,୧୦।୧୧(ଏଏଫ୍‌ପି)- ମିଡ୍‌ଲଓ୍ବେଟ ବକ୍ସର ଡ୍ବିଟ ରିଚେଙ୍କ ରବିବାର ରିଙ୍ଗରେ ମୃତ୍ୟୁ ହୋଇଛି। ଏହା ଅଷ୍ଟ୍ରେଲିଆ ବକ୍ସିଂ ଯଗତକୁ ସ୍ତବ୍ଧ କରି ଦେଇଛି। ଡେଲି ଟେଲିଗ୍ରାଫରେ ପ୍ରକାଶ...

ଓଡ଼ିଶା ଏଫସି ଦଳରେ ମାର୍ସେଲିନୋ

ଭୁବନେଶ୍ୱର, ୩।୯(କ୍ରୀଡ଼ା ପ୍ରତିନିଧି)- ଅଭିଜ୍ଞ ବ୍ରାଜିଲିଆନ ଫରଓ୍ବାର୍ଡ ମାର୍ସେଲିନୋ(ମାର୍ସେଲୋ ଲେଇଟେ ପେରେରା)ଙ୍କ ସହିତ ଚୁକ୍ତି କରିଛି ଓଡ଼ିଶା ଏଫସି। ତେଣୁ ଏହି ତାରକା ଖେଳାଳି ଆଗାମୀ...

ପୁଣି ଥରେ ଚୌକା-ଛକା ମାରୁଥିବା ନଜର ଆସିବେ ରାଇନା, ଏହି ପ୍ରମୁଖ ଟୁର୍ନାମେଣ୍ଟରେ…

ନୂଆଦିଲ୍ଲୀ,୫।୩: ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ସୁରେଶ ରାଇନା ଲିଜେଣ୍ଡ୍ସ ଲିଗ୍‌(ଏଲ୍‌ଏଲ୍‌ସି) କ୍ରିକେଟ୍‌ରେ ଅଂଶଗ୍ରହଣ କରିବାକୁ ନିଶ୍ଚିତ କରିଛନ୍ତି। ମାର୍ଚ୍ଚ ୧୦ରେ ଦୋହାରେ ଏଲ୍‌ଏଲ୍‌ସି ୨୦୨୩ର...

‘ଅନେକ ଶିଖିବାର ଅଛି’

ଭୁବନେଶ୍ୱର, ୧୦।୨(କ୍ରୀଡ଼ା ପ୍ରତିନିଧି)- ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ରବିବାର ବେଲଜିୟମଠାରୁ ୨-୩ ଗୋଲରେ ପରାଜୟରେ ଦୁଃଖିତ ହୋଇଛନ୍ତି ଅଧିନାୟକ ମନପ୍ରୀତ ସିଂ। ଆମେ ଗୋଲ...

Advertisement
Archives

Model This Week