Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ପରେ ଅଙ୍କିତାଙ୍କ ଅନ୍ତିମ ସଂସ୍କାର ପାଇଁ ରାଜି ହେଲେ ପରିବାର

ଡେରାଡୁନ,୨୫।୯: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଆଶ୍ୱାସନା ପରେ ଅଙ୍କିତା ଭଣ୍ଡାରୀଙ୍କ ପରିବାର ତାଙ୍କର ଅନ୍ତିମ ସଂସ୍କାର କରିବାକୁ ରାଜି ହୋଇଛନ୍ତି। ଅଙ୍କିତାଙ୍କ ଅନ୍ତିମ ସଂସ୍କାର ଏନଆଇଟି ଘାଟରେ ଅନୁଷ୍ଠିତ ହେବ। ପରିବାରର ସମସ୍ତ ଦାବି ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି। ଅଙ୍କିତା ଋଷିକେଶର ଏକ ରିସୋର୍ଟରେ କାମ କରୁଥିଲେ। ତାଙ୍କୁ କିଛି ଦିନ ପୂର୍ବରୁ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ କେନାଲରୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ରିସୋର୍ଟ ମାଲିକ ପୁଲକିତ ଆର୍ଯ୍ୟଙ୍କ ସମେତ ପୋଲିସ ତିନି ଜଣଙ୍କୁ ଗିରଫ କରିଛି।
ଅନ୍ୟପକ୍ଷରେ, ପୋଷ୍ଟମର୍ଟମ ରିପୋର୍ଟ ପାଇବା ପୂର୍ବରୁ ଅଙ୍କିତାଙ୍କ ପରିବାର ତାଙ୍କର ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇଥିଲେ। ଅଙ୍କିତାଙ୍କ ପିତା ଏମ୍ସର ପ୍ରାଥମିକ ରିପୋର୍ଟରେ ସନ୍ତୁଷ୍ଟ ନୁହଁନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ, ପାଣିରେ ବୁଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଅଙ୍କିତାଙ୍କ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇ କହିଥିଲେ, ସେମାନଙ୍କର ସମସ୍ତ ଦାବି ଗ୍ରହଣ କରାଯାଇଛି। ଏହି ମାମଲା ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି ହେବ। ଫାଷ୍ଟ ଟ୍ରାକ କୋର୍ଟ ପାଇଁ ସେ ରାଜ୍ୟ ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ପୋଷ୍ଟମର୍ଟମର ସବିଶେଷ ରିପୋର୍ଟ ପରିବାରକୁ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ କ୍ଷୁଦ୍ର ମହିଳା କଲେ ଯୋଗ

ନାଗପୁର, ୨୦।୬: ଜୁନ୍‌ ୨୧ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଏଥିପାଇଁ ଭାରତ ସମେତ ସାରା ଦେଶରେ ପ୍ରସ୍ତୁତି ଚାଲିଥିବାବେଳେ...

ଫିଲ୍ମ ହଲ୍‌ରେ ୫୦ ପ୍ରତିଶତ କ୍ଷମତା, ମାତ୍ର ବିବାହରେ କେବଳ ୫୦ ଅତିଥି କାହିଁକି ? ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିବାହମଣ୍ଡପ ମାଲିକ ସଂଘ…

ମୁମ୍ବାଇ, ୧୨।୨ : ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସୁଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ କଟକଣାକୁ କୋହଳ କରାଯାଉଛି। ସରକାରଙ୍କ ନୂଆ କଟକଣା...

ପଞ୍ଜାବ ରାଜ୍ୟପାଳ କରୋନା ପଜିଟିଭ, ୨ ଘଣ୍ଟା ପର୍ଯ୍ୟନ୍ତ ରହିଥିଲେ ଶହ ଶହ ପିଲାଙ୍କ ଗହଣରେ

ଚଣ୍ଡିଗଡ଼,୬ ।୮: ପଞ୍ଜାବର ରାଜ୍ୟପାଳ ତଥା ୟୁଟିର ପ୍ରଶାସକ ବନୱାରିଲାଲ ପୁରୋହିତ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସାଢେ ୪ଟାରେ ଆସିଥିବା...

ମିରଟରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

ମିରଟ,୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ‘ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କରିଛନ୍ତି । ଉତ୍ତର ପ୍ରଦେଶର...

ରାହୁଲଙ୍କ ଭବିଷ୍ୟତ ପାଇଁ ବିପଦ ନ ଥିଲେ ମନମୋହନ, ସେଥିପାଇଁ ସୋନିଆ କରିଥିଲେ ପ୍ରଧାନମନ୍ତ୍ରୀ: ଓବାମା

ୱାଶିଂଟନ/ନୂଆଦିଲ୍ଲୀ,୧୭ ।୧୧: ଆମେରିକାର ପୂର୍ବତନ ରାଷ୍ଟ୍ର୍ରପତି ବାରାକ ଓବାମାଙ୍କ ପୁସ୍ତକ ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ’ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ମା’ସୋନିଆ...

୨୬୬ ଦିନ ପରେ ସକ୍ରିୟ ମାମଲା ସର୍ବନିମ୍ନ…

ନୂଆଦିଲ୍ଲୀ,୧୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ...

ଭାରତରେ ୨୬/୧୧ ଭଳି ଆକ୍ରମଣ କରିବା ପାଇଁ ଭଟକଲ ବନ୍ଧୁଙ୍କ ସହାୟତା ଲୋଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୭।୧୦: ଭାରତରେ ୨୬/୧୧ ଭଳି ଆକ୍ରମଣ କରିବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ଏଥିପାଇଁ ୨୦୦୮ଠାରୁ ପାକିସ୍ତାନରେ ଆଡ୍ଡା ଜମେଇ ବସିଥିବା ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ସଂଗଠନର...

ଜାତୀୟ ରାଜଧାନୀରେ ୫,୪୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୧।୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦ୍ରୁତବେଗରେ ବଢ଼ିବାରେ ଲାଗିଛି। ଯାହାକି ସ୍ଥାନୀୟ ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଚିନ୍ତା...

Advertisement
Archives

Model This Week