ବିପଦରେ ସାମୁଦ୍ରିକ ପ୍ରାଣୀ, ଭିତରକନିକା

କେନ୍ଦ୍ରାପଡ଼ା, ୧୪ା୬ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ଏଠାରେ ଥିବା ସାମୁଦ୍ରିକ ଓ ବନ୍ୟ ପ୍ରାଣୀ ମୃତ୍ୟୁ ଆଡକୁ ଠେଲି ହେଉଛନ୍ତି। ମଧୁର ଜଳର ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏଥିପାଇଁ କାରଣ ସାଜିଛି। କେବଳ ବ୍ରାହ୍ମଣୀ ନଦୀରୁ ଶିଳ୍ପ ଓ ଖଣି ପାଇଁ ବର୍ଷକୁ ୮୬.୨୬ ମିଲିୟନ କ୍ୟୁବିକ ମିଟର(ଏମ୍‌ସିଏମ୍‌) ଜଳ ଉଠାଯାଉଛି। ସେହିପରି ଶିଳ୍ପ ପ୍ରଦୂଷଣରେ ଅନୁଗୋଳ ଓ ଭିତରକନିକା ମଧ୍ୟରେ ଥିବା ବ୍ରାହ୍ମଣୀ ଜଳ ବିଷାକ୍ତ ବୋଲି କେନ୍ଦ୍ର ପର୍ଯ୍ୟାବରଣ ବିଭାଗ ରିପୋର୍ଟରୁ ପ୍ରକାଶ ପାଇଛି।
ଭିତରକନିକା ଜୈବ ବିବିଧତା ଓ ଏହାର ସମନ୍ବିତ ପରିଚାଳନା ସମ୍ପର୍କରେ ରିସର୍ଚ୍ଚ କରୁଥିବା ଅଧ୍ୟାପକ ଦେବୀ ପ୍ରସାଦ ସାହୁ, ଅଧ୍ୟାପକ ଶରତ କୁମାର ସାହୁ ଓ ଅଧ୍ୟାପକ କ୍ଷିତୀଶ କୁମାର ସିଂ କହିଛନ୍ତି, ଭିତରକନିକା ପରିବେଶ ଏବେ ଉଦ୍‌ବେଗଜନକ ସ୍ଥିତି ଆଡକୁ ଯାଉଛି। ପ୍ରତ୍ୟେକ ଦିନ ଏହି ଆର୍ଦ୍ରଭୂମିରେ ଜମା ହେଉଥିବା ପ୍ରଦୂଷିତ ଜଳ ଜୀବଜଗତ ପ୍ରତି ବିପଦ ସାଜିଛି। କେନ୍ଦ୍ର ପର୍ଯ୍ୟାବରଣ ବିଭାଗ ପକ୍ଷରୁ ୨୦୦୮ରୁ ୨୦୨୨ ମସିହା ମଧ୍ୟରେ ବ୍ରାହ୍ମଣୀ, ବୈତରଣୀ ଅବବାହିକାର ଜଳ ସମ୍ପର୍କରେ ଅନୁଧ୍ୟାନ କରାଯାଇ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏଥିସହିତ ଭିତରକନିକାକୁ ପ୍ରବେଶ କରୁଥିବା ଜଳ ଉତ୍ସ ଉପରେ ନିର୍ଭର କରୁଥିବା ଲୁହା ଓ ଆଲୁମିନିୟମ ଶିଳ୍ପ, ସିମେଣ୍ଟ, ଫେରୋକ୍ରମ, ସାର କାରଖାନା ଆଦିର ଜଳ ଗ୍ରହଣ ଏବଂ ପ୍ରଦୂଷିତ ଜଳ ପ୍ରେରଣକୁ ନେଇ ଅନୁଧ୍ୟାନ ହୋଇଥିଲା। ଏହି ଅନୁଧ୍ୟାନରେ ବ୍ରାହ୍ମଣୀ ଜଳ ଶିଳ୍ପ ପାଇଁ ଅଧିକ ପ୍ରଦୂଷିତ ହେଉଥିବା ଦର୍ଶାଯାଇଛି। ଏପରିକି ଅନୁଗୋଳଠାରେ ପାଣି ନମୁନା ଓ ଭିତରକନିକା ପାଣି ନମୁନା ମଧ୍ୟରେ ୧୦ଗୁଣ ବ୍ରାହ୍ମଣୀ ଜଳ ବିଷାକ୍ତ ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି। ଭିତରକନିକା ଜୈବ ବିବିଧତା ସୁରକ୍ଷାରେ ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ଜଳ ଗୁରୁତ୍ୱ ବହନ କରୁଛି। ତେବେ ଏଥିମଧ୍ୟରୁ ସର୍ବାଧିକ ଜଳ ବ୍ରାହ୍ମଣୀ ନଦୀ ଯୋଗାଇଥାଏ। ଏହି ନଦୀ ଅବବାହିକାରେ ଜନସଂଖ୍ୟା ବୃଦ୍ଧିକୁ ତାଳ ଦେଇ ଶିଳ୍ପ ସଂଖ୍ୟା ବୃଦ୍ଧି ପାଉଛି। ଶିଳ୍ପରୁ ବାହାରୁଥିବା ଫ୍ଲାଏ ଆଶ୍‌ ବା ଉଡ଼ନ୍ତା ପାଉଁଶର ନିୟନ୍ତ୍ରଣ ପାଇଁ ଜଳର ଆବଶ୍ୟକତା ଅଛି। ଶିଳ୍ପ ଓ ଖଣି କାର୍ଯ୍ୟ ପାଇଁ ବର୍ଷକୁ ୮୬.୨୬ ଏମ୍‌ସିଏମ୍‌ ବ୍ରାହ୍ମଣୀ ନଦୀରୁ ଜଳ ଉତ୍ତୋଳନ ହେଉଛି। ନଦୀ ଅବବାହିକାରେ ଥିବା ଅନୂ୍ୟନ ୧୦ ଖଣି ପାଇଁ ଦୈନିକ ୧୫,୮୦୦ କିଲୋ ଲିଟର ପାଣିବ୍ୟବହାର ହେଉଛି। ଏହାବ୍ୟତୀତ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପାନୀୟ ଜଳ ଓ ଚାଷ ପାଇଁ ମେଗା ପ୍ରକଳ୍ପମାନ ପ୍ରତିଷ୍ଠା ହୋଇଛି। ଶିଳ୍ପରୁ ବାହାରୁଥିବା ପ୍ରଦୂଷିତ ଜଳ ନଦୀକୁ ବିଷାକ୍ତ କରୁଥିବା ବେଳେ ଶିଳ୍ପ ଓ ଜନସାଧାରଣଙ୍କ ଆବଶ୍ୟକତା ପାଇଁ ନଦୀରେ ଜଳସଙ୍କଟ ଆରମ୍ଭ ହୋଇଛି। ଏହି କେନ୍ଦ୍ରୀୟ ବିଭାଗର ୨୦୧୩ ମସିହା ରିପୋର୍ଟ ମଧ୍ୟ ଅନୁରୂପ ମତ ଉଲ୍ଲେଖ କରିଛି। ଭିତରକନିକାରେ ଜମା ହେଉଥିବା ବିଷାକ୍ତ ଜଳ ସାମୁଦ୍ରିକ ଓ ବନ୍ୟ ପ୍ରାଣୀ ସମେତ ଜୈବ ବିବିଧତା ପ୍ରତି ବିପଦ ସାଜିଛି। ବିଷାକ୍ତ ଜଳର ବିଶୁଦ୍ଧୀକରଣ ବ୍ୟବସ୍ଥା ସମ୍ପର୍କରେ ଅଦ୍ୟାବଧି କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ। ଏପରିକି ନିକଟରେ ଥିବା ଧାମରା ଓ ପାରାଦୀପ ବନ୍ଦରକୁ ବଡ ଜାହାଜ ଓ ନିକଟସ୍ଥ ଅଏଲ ରିଫାଇନେରିରୁ ତେଲ ଲିକ୍‌ ହେବାର ସମ୍ଭାବନା ଅଛି। ଏହି ବିପଦରୁ ମୁକ୍ତ ପାଇଁ ଓ ଜୈବ ବିବିଧତା ସମନ୍ବିତ ପରିଚାଳନା ପାଇଁ ପର୍ଯ୍ୟାବରଣ ବିଭାଗ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଏହି ରିସର୍ଚ୍ଚରମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?