ରଣବୀରଙ୍କ ସହ ରୋମାନ୍ସ କରିବେ ରଶ୍ମିକା

ମୁମ୍ବାଇ: ରଣବୀରଙ୍କ ସହ ରୋମାନ୍ସ କରିବେ ଅଭିନେତ୍ରୀ ରଶ୍ମିକା ମନ୍ଧାନା। ସୂଚନା ଅନୁଯାୟୀ, ସାଉଥ ଅଭିନେତ୍ରୀ ରଶ୍ମିକା ଖୁବ ଶୀଘ୍ର ଏକ ବଲିଉଡ ମୁଭିରେ ନଜର ଆସିବେ। ଏଥର ରଶ୍ମିକା ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ହେଉଛନ୍ତି ଆଗାମୀ ମୁଭି ଆନିମଲର ମୁଖ୍ୟ ନାୟିକା। ସେ ଏହି ମୁଭିରେ ଗୀତାଞ୍ଜଳି ଭୂମିକାରେ ନଜର ଆସିବେ। ଶନିବାର ଆନିମଲରୁ ରଶ୍ମିକାଙ୍କର ଫାଷ୍ଟ ଲୁକ ରିଲିଜ ହୋଇଛି। ଏହି ଅଭିନେତ୍ରୀ ଏକ ସିଲ୍କ ଶାଢୀ ପିନ୍ଧି ବହୁତ ସଂସ୍କାରି ଅବତାରରେ ନଜର ଆସିଛନ୍ତି। ରଶ୍ମିକାଙ୍କ ଏହି ଲୁକ ଦେଖି ପ୍ରଶଂସକମାନେ ଖୁବ ଇମ୍ପ୍ରେସ ହୋଇଛନ୍ତି।
ଗତ କିଛି ଦିନ ହେବ ନିର୍ମାତାମାନେ ‘ଆନିମଲ’ର ପୋଷ୍ଟର ଜାରି କରିଛନ୍ତି। ରଣବୀର କପୁରଙ୍କ ଲୁକ ପ୍ରଥମେ ସାମ୍ନାକୁ ଆସିଥିଲା। ଏହା ପରେ ଭେଟେରାନ ଅଭିନେତା ଅନିଲ କପୁରଙ୍କ ଫାଷ୍ଟ ଲୁକ ଦେଖିବାକୁ ମିଳିଥିଲା। ଅନିଲ କପୁରଙ୍କ ପରେ ଏବେ ଫିଲ୍ମରୁ ରଶ୍ମିକାଙ୍କ ଲୁକ ରିଭିଲ କରାଯାଇଛି। ଅଭିନେତ୍ରୀ ଖୁବ ଟ୍ରାଡିଶନାଲ ଦେଖାଯାଉଛନ୍ତି। ମୈରୁନ ସିଲ୍କ ଶାଢୀ ସହ ନଜର ଝୁକାଏଁ ଏକଦମ ଭାରତୀୟ ନାରୀ ଲୁକରେ ରଶ୍ମିକାଙ୍କ ଲୁକ ସ୍ପଷ୍ଟ ବାରି ହୋଇ ଯାଉଛି। ରଣବୀର କପୁରଙ୍କ ସହ ରଶ୍ମିକାଙ୍କ ଯୋଡି ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି।
ଏହି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି କବୀର ସିଂ ଫେମ ସନ୍ଦୀପ ରେଡ୍ଡୀ ଭାଙ୍ଗା। ନିର୍ମାତାମାନେ ଅନିଲ କପୁରଙ୍କ ବଲବୀର ସିଂଙ୍କ ଚରିତ୍ରରେ ଫାଷ୍ଟ ଲୁକ ପୋଷ୍ଟର ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଅନିଲ କପୁରଙ୍କୁ ମଧ୍ୟ ବହୁତ ରଫ-ଟଫ ଲୁକରେ ଦେଖିବାକୁ ମିଳିଥିଲା। ନିର୍ମାତାମାନେ ଫିଲ୍ମର କାହାଣୀକୁ ନେଇ ସସପେନ୍ସ ବଜାୟ ରଖିଛନ୍ତି।
ଏହାପୂର୍ବରୁ ‘ଆନିମଲ’ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ‘ଯବାନ’ ସହିତ ଟକ୍କର ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଏହା ଡିସେମ୍ବର ୧ରେ ରିଲିଜ ହେବ। ଏହି ମୁଭିରେ ଅନିଲ କପୁର, ରଶ୍ମିକା ମନ୍ଧାନା, ବବି ଦେଓଲ ଏବଂ ତୃପ୍ତି ଡିମରି ମଧ୍ୟ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

ପରିବାରର ବିରୋଧ ସତ୍ତ୍ୱେ ପ୍ରେମୀ ଯୁଗଳଙ୍କ ହେଲା ବିବାହ; ନିରାଶ ହୋଇ ଫେରିଲେ ଝିଅ ଘର ଲୋକ

ହାଟଡିହୀ, ୨୬/୬ (ଶୁଭକାନ୍ତ ନାୟକ): ପରିବାର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଜଣେ ପ୍ରେମୀ ଯୁଗଳ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଝିଅକୁ ଫେରାଇ ନେବାକୁ ଆସିଥିବା…

ଟ୍ରକ ପଛରେ ପିକଅପ୍‌ର ଧକ୍କା; ଚାଲିଗଲା ଦୁଇ ଜୀବନ

ଛତ୍ରପୁର, ୨୪/୬ (ଦିଲ୍ଲୀପ ସାମଲ): ଜାତୀୟ ରାଜପଥ ପୁଣି  ରକ୍ତରଞ୍ଜିତ ହୋଇଛି। ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣା ଗଞ୍ଜାମ…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକ ସମେତ ଜଣେ ଗିରଫ

ଭବାନୀପାଟଣା,୨୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri