ପ୍ରାଣୀମାନଙ୍କ ମିଥ୍ୟାଚାର, ମିଳନ ଓ ନିଶାଭ୍ୟାସ

ମାନେକା ଗାନ୍ଧୀ

ଏକ ଗବେଷଣାରୁ ଜଣାପଡିଛି ଯେ, ଦିନକୁ ଲୋକମାନେ ଅତି କମ୍‌ରେ ଥରେ ମିଛର ଆଶ୍ରୟ ନିଅନ୍ତି ବା ଛଳ କରନ୍ତି। କିନ୍ତୁ ଏହି ସଂଖ୍ୟା ସମ୍ଭବତଃ ମିଛ। ତେବେ ପୃଥିତ୍ବୀରେ ମିଥ୍ୟାଚାର ବା ଛଳ କରିବାରେ ମଣିଷ ଏକମାତ୍ର ଜୀବ ନୁହେଁ, ପ୍ରାଣୀମାନେ ବି ଏଭଳି କରିଥାନ୍ତି। ପ୍ରାଣିଜଗତରେ ଅନେକ ବିପଦ ତଥା ଛଳ ଟରାଣ୍ଟିନୋ ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ। ସିମ୍ପାଞ୍ଜିର ଛଳନା ପ୍ରଦର୍ଶନ କରିବାର କ୍ଷମତା ରହିଛି। କୌଣସି ପ୍ରତିଯୋଗିତା ସମ୍ବନ୍ଧୀୟ ଲାଭ ଉଠାଇବା କ୍ଷେତ୍ରରେ ସେମାନେ ଏହା ପ୍ରଦର୍ଶନ କରିଥାଆନ୍ତି। ଲୁଚାଯାଇଥିବା ଖାଦ୍ୟ ସ୍ଥାନରୁ ମୁଖ୍ୟ ସିମ୍ପାଞ୍ଜି ତା’ ଦଳକୁ ଜାଣିଶୁଣି ଦୂରେଇ ରଖିବାଠାରୁ ଆରମ୍ଭ କରି ଏକ ବଡ଼ ସିମ୍ପାଞ୍ଜିର ବଦ୍‌ମାସି ବ୍ୟବହାରକୁ ବନ୍ଦ କରିବା ଲାଗି ତା’ ମନରେ ଥିବା ଅନ୍ଧାରର ଭୟକୁ ଏକ ସାନ ସିମ୍ପାଞ୍ଜି ଉପଯୋଗ କରିବା ଯାଏ ଏମାନଙ୍କଠାରେ ଛଳ ସ୍ବଭାବ ପରିଲକ୍ଷିତ ହୋଇଥାଏ। ସେମାନଙ୍କ ମିଥ୍ୟାଚାର ମନ୍ଦଭାବନା କିମ୍ବା ଦୁଷ୍ଟତା ନୁହେଁ। ଏହା କେବଳ ସେମାନଙ୍କ ବଞ୍ଚିବାର ନିଜସ୍ବ କୌଶଳ ବିକାଶ କରିବା ପାଇଁ ଅଭିପ୍ରେତ । ଏହି ସ୍ବଭାବ ତାଙ୍କ ନିଜ ପରିବାରକୁ ବୋକା ବନାଇବା ପାଇଁ ବି ନୁହେଁ। କୋକୋ ଗରିଲା ବସାକୁ ତା’ ଛୁଆ ମଇଳା କଲେ ତାକୁ ଗାଳିଦେବାର ଛଳନା କରେ। ଅନେକ ସମୟରେ ଆମ ପରିବାରମାନଙ୍କରେ ସ୍ବାମୀ-ସ୍ତ୍ରୀ ବିଚ୍ଛେଦ ହେବା କିମ୍ବା ଛାଡ଼ପତ୍ର ଦେବା ପରିସ୍ଥିତିରେ ଦେଖାଯାଉଥିତ୍ବା ସମସ୍ୟା ଓ ଛଳ ପ୍ରାଣୀମାନଙ୍କ ମଧ୍ୟରେ ଦେଖାଯାଏ। ଚିକ୍ସ ବାର୍ଡର ପ୍ରତିକ୍ରିୟାକୁ ଲକ୍ଷ୍ୟ କରନ୍ତୁ। ମା’ ଉପରେ ନିର୍ଭର କରୁଥିବା ଅତି ଛୋଟ ଚିକ୍ସ ସେମାନଙ୍କ ପରିବାରରେ ବିବାଦ ଦେଖାଦେଲେ ଅଧିକ ଛଳ କରନ୍ତି ବୋଲି ଗବେଷଣାରୁ ଜଣାପଡିଛି। ପକ୍ଷିଯୁଗଳ ଅଲଗା ହୋଇଯିବା କିମ୍ବା ମରିଯିବାର ସମ୍ଭାବନା ଥିଲେ ଛୁଆଗୁଡ଼ିକ ଅତିଶୟ ଅନୁରୋଧ କରିବା ଭଳି ବ୍ୟବହାର ଦେଖାଇଥାଆନ୍ତି। ଯେଉଁ ପ୍ରଜାତିର ପକ୍ଷୀମାନେ ଅଧିତ୍ତ୍ତ୍କ ଅଣ୍ଡା ଦିଅନ୍ତି ଓ ଅନେକ ସାଥୀଙ୍କ ସହ ମେଟିଂ କରିଥାଆନ୍ତି, ସେମାନଙ୍କ କ୍ଷେତ୍ରରେ ଅତିଶୟ ଅନୁରୋଧ କରିବାର ଛଳନା ଦେଖାଯାଇଥାଏ, ଯଥା ବ୍ଲାକ୍‌ ବାର୍ଡ। ଆଲ୍‌ବ୍ରାଟସ ଭଳି ଦୀର୍ଘଜୀବୀ ତଥା ସଂଯମୀ ପ୍ରଜାତିର ପକ୍ଷୀ ଯେଉଁମାନେ କେବଳ ବଂଶରକ୍ଷା ପାଇଁ ମେଟିଂ କରିଥାନ୍ତି ସେମାନଙ୍କଠାରେ ଏହି ସ୍ବଭାବ କ୍ୱଚିତ ଦେଖାଯାଏ।
କାଓବାର୍ଡ,ବ୍ଲୁ ଜଏସ୍‌, କୁଟେଲ୍‌ଫିଶ୍‌ ଏବଂ ଇଷ୍ଟର୍ନ ଗ୍ରେ ସ୍କୁଇରଲ୍‌ସ ଛଳ କରିବାରେ ପାରଙ୍ଗମ। କାଓବାର୍ଡମାନେ ଟାର୍ଗେଟ କରିଥିତ୍ବା ପକ୍ଷୀମାନଙ୍କ ବସାରେ ଅଣ୍ଡା ଲୁଚାଇ ଦେଇ ଅଣ୍ଡା ଉଷୁମାଇବା ଓ ଛୁଆ ଫୁଟାଇ ସେମାନଙ୍କ ଯନତ୍ ନେବା ଭଳି କାର୍ଯ୍ୟରେ ଅନ୍ୟ ପକ୍ଷୀଗୁଡ଼ିକ ସହ ଛଳ କରିଥାଏ। ଇଷ୍ଟର୍ନ ଗ୍ରେ ସ୍କୁଇରଲ (ଏକ ଜାତୀୟ ଧୂସର ଗୁଣ୍ଡୁଚିମୂଷା) କୋଳି ଧରିଥିବାବେଳେ ମଧ୍ୟ ଲୁଚାଇ ରଖିବାର ମିଛ ବାହାନା କରି ତା’ ଉପରେ ନଜର ରଖୁଥିବା ସମ୍ଭାବ୍ୟ ଲୁଟେରାଙ୍କୁ ବୋକା ବନାଇବା ଲାଗି ଏଭଳି ଯାଦୁକରୀ ଚାଲ ଖେଳିଥାଏ। କୁଟେଲଫିଶ୍‌ ମାଛ ନୁହେଁ, ବାସ୍ତବରେ ଏହା ଏକ ପ୍ରଜାତିର ଶାମୁକା। ଏହାକୁ ପ୍ରକୃତିର ବହୁରୂପୀ ବିଶେଷଜ୍ଞ ଭାବେ ଗଣାଯାଏ। ଏହାର ତ୍ୱଚାର ବିଶେଷତା ବହନ କରୁଥିବା ଏକ ପ୍ରକାର ସ୍କିନ ସେଲ୍‌ ରହିଛି। ଏହା ବାରମ୍ବାର ରଙ୍ଗ ପରିବର୍ତ୍ତନ କରିଥାଏ। ଏହି ଜୀବ କେତେ ଚାଲାକ୍‌ ଦେଖନ୍ତୁ। ମେଲ୍‌ ବା ଅଣ୍ଡିରା କୁଟେଲ୍‌ଫିଶ ବେଳେବେଳେ ଏକ ଅଦ୍ଭୁତ ବିଭାଜିତ ରଙ୍ଗମଣ୍ଡଳ ପ୍ରଦର୍ଶନ କରିଥାନ୍ତି। ଫିମେଲ ବା ମାଈ କୁଟେଲଫିଶ ସହ ମୁହଁାମୁହଁି ହେଲେ ମେଲ ପରିଚୟ ବହନ କରୁଥିବା ତଥା ସବୁବେଳେ ଖୁବଜୋର୍‌ରେ ଗତିଶୀଳ ଏକ ସ୍ବତନ୍ତ୍ର ରଙ୍ଗିନ ରୋଖା ଭଳି ଫିତା ସେ ଦେଖାଇଥାଏ। ମେଲ କୁଟେଲଫିଶ୍‌ ସହ ମୁହଁାମୁହଁି ହେଲେ ସେ ତା ବିଚିତ୍ର ଚାଲାକି ଦେଖାଇ ଏକ ଫିମେଲ କୁଟେଲଫିଶ୍‌ ଭଳି ଦେଖାଯାଏ। ଯେଉଠି ଦୁଇଟି ମେଲ୍‌ ଓ ଗୋଟିଏ ଫିମେଲ୍‌ କୁଟେଲଫିଶ୍‌୍‌ ରହିଥାନ୍ତି ସେଠାରେ ଏଭଳି ଦେଖାଯାଏ। ଏଣୁ ଫିମେଲ୍‌ କୁଟେଲଫିସ୍‌ ପାଖରେ ଥିବାବେଳେ ମେଲ୍‌ କୁଟେଲଫିଶ୍‌ ତା’ରୂପ ଫିମେଲ୍‌ ଭଳି କରି ନିଜକୁ ପ୍ରକାଶ କରିଥାଏ। ଗୋଷ୍ଠୀରେ ଦୁଇଟି ଫିମେଲ୍‌ କୁଟେଲଫିଶ୍‌ ରହିଛନ୍ତି ବୋଲି ଦର୍ଶାଇବା ପାଇଁ ତା’ର ପ୍ରତିପକ୍ଷ ମେଲ୍‌ କୁଟେଲଫିଶ୍‌କୁ ବୋକା ବନାଇବାକୁ ସେ ଏଭଳି କରିଥାଏ। ତେବେ ମେଲ୍‌ମାନେ ଏକ ବିଶେଷ କ୍ଷେତ୍ରରେ କେବଳ ଏହି ସ୍ବଭାବ ପ୍ରଦର୍ଶନ କରିଥାନ୍ତି। ଏଥିରୁ ପ୍ରମାଣ ମିଳେ ଯେ, ସେମାନେ ଠିକ ଭାବେ ପରିସ୍ଥିତି ଓ ସ୍ବଭାବ ଆକଳନ କରିବା ସହ ଛଳ କରିବାରେ ସକ୍ଷମ।
ଗୌଲ୍‌ଡିଆନ ଫିନ୍‌ଚେସ୍‌ ସେମାନଙ୍କ ସାଥୀଙ୍କ ସହ ଥରେ କି ଦୁଇ ଥର ନୁହେଁ, ବରଂ ବହୁବାର ଛଳ କରିଥାନ୍ତି। ଫିମେଲ୍‌ ଗୌଲଡିଆନ ଫିନଚେସ୍‌ମାନେ ଉଚ୍ଚ ଏବଂ ନିମ୍ନ ମାନର ଶୁକ୍ରାଣୁ ମଧ୍ୟରେ ପ୍ରଭେଦ ଜାଣିବାରେ ସକ୍ଷମ। ଏପରି କି ସେମାନଙ୍କ ସହ ନୂଆ ସାଥୀର ଜିନ୍‌ ଅନୁକୂଳ ହେବ କି ନାହିଁ ତାହା ମଧ୍ୟ ସେମାନେ ଜାଣି ପାରନ୍ତି। ସେମାନେ ସାଥୀ ବ୍ୟତୀତ ଅନ୍ୟମାନଙ୍କ ସହ ଧାରାବାହିକ ଭାବେ ମେଟିଂ ବା ମିଳନରେ ସାମିଲ ହୋଇଥାନ୍ତି। ଯେହେତୁ ତା’ ମେଲ୍‌ ସାଥୀ ତାକୁ ଛାଡି ଚାଲିଯାଏ କିମ୍ବା ଛୁଆମାନଙ୍କ ଯନତ୍ ନେବାରେ ଅବହେଳା କରିଥାଏ, ସେହି କ୍ଷେତ୍ରରେ ଏକ ସିଙ୍ଗଲ ମଦର ଭାବେ ସେ ସାମ୍‌ନା କରେ। ଏଣୁ ଏଭଳି କଠିନ ଦାୟିତ୍ୱ ନେବାର ଭୟ ଯୋଗୁୁ ନିଜର ବିଶ୍ୱାସଘାତକାକୁ ମେଲ୍‌ର ନଜରରୁ ଦୂରେଇ ରଖିଥାଏ।
ମାଈ ପେଙ୍ଗୁଇନ୍‌ ଏକୁଟିଆ କିମ୍ବା ଗୋଷ୍ଠୀରେ ଥାଆନ୍ତୁ, ସେମାନେ ମୂଲ୍ୟବାନ ପଥର ପାଇଁ ସେକ୍ସର ମୂଲଚାଲ କରିଥାନ୍ତି। ଏହି ପଥର ସେମାନଙ୍କ ପାଇଁ ଏକ ବହୁ ଉପଯୋଗୀ ପଦାର୍ଥ , କାରଣ ସେମାନେ ଏହା ଉପରେ ସେମାନଙ୍କ ଅଣ୍ଡା ରଖିବା ଲାଗି ଆବଶ୍ୟକ କରିଥାନ୍ତି। ଗୋଟିଏ ଅଣ୍ଡିରା ପେଙ୍ଗୁଇନ ରହୁଥିବା ସ୍ଥାନକୁ ଯାଇ ସେ ତା’ ମୁଣ୍ଡ ନୁଆଁଇ ପ୍ରଥମେ ସେକ୍ସ ବା ସମ୍ଭୋଗ ପାଇଁ ଆହ୍ବାନ କରିବା ପରେ ଶୀଘ୍ର ଯୌନ ସମ୍ପର୍କ ସ୍ଥାପନ ହୋଇଥାଏ। ମେଲ୍‌ ପେଙ୍ଗୁଇନ୍‌ ରହୁଥିବା ସ୍ଥାନରୁ ସେ ଏକ ପଥର ସଂଗ୍ରହ କରି ତା ନିଜ ବସାକୁ ଫେରେ। କେତେକ ବିଶେଷ ଘଟଣାରେ ବିନା ଯୌନକ୍ରିୟାରେ ବି ଫିମେଲ ପେଙ୍ଗୁଇନ ମେଲ୍‌ ପେଙ୍ଗୁଇନ ଠାରୁ ପଥର ଠକି ଆଣିବାରେ ସକ୍ଷମ ହୋଇଥାଏ। ଆମ ଭଳି ପ୍ରାଣୀମାନଙ୍କ ମଧ୍ୟରେ ସେକ୍ସକୁ କେନ୍ଦ୍ର କରି ବିବାଦ ବି ଦେଖାଯାଇଥାଏ। ଏ କ୍ଷେତ୍ରରେ ମେଲ୍‌ଙ୍କ ନିର୍ଯାତନାରୁ ଦୂରେଇ ରହିବା ଲାଗି ଫିମେଲ୍‌ କିଛି ଉପାୟ ବାହାର କରନ୍ତି। ଫିମେଲ୍‌ ମସ୍‌କ୍ୟୁଟୋ ଫିଶ୍‌ର ବଡ଼ ମସ୍ତିଷ୍କ ରହିଛି ବୋଲି ଗବେଷକମାନେ ଜାଣିପାରିଛନ୍ତି। ଏଣୁ ଫିମେଲ୍‌ ଅଧିକ ବୁଦ୍ଧିଆ ଓ ବୁଦ୍ଧି ବଳରେ ସେ ଅବାଞ୍ଛିତ ନିର୍ଯାତନା ଦେଉଥିବା ମେଲ୍‌ଙ୍କଠାରୁ ଦୂରେଇ ରହିବା ଲାଗି ପୂର୍ବରୁ ଜାଣିପାରେ । ମିଳନ ବେଳେ ଫିମେଲ୍‌ ଆର୍ଗୋନଟ ଅକ୍ଟୋପସ ମେଲ୍‌ ଅକ୍ଟେପସର ଯନନେନ୍ଦ୍ରିୟକୁ ଖାଇଯିବାର ଭୟ ଥିବାରୁ ସେ ଏହାକୁ ଅନେକ ସମୟରେ ଲୁଚାଇ ରଖେ ଏବଂ ଅନୁକୂଳ ପରିସ୍ଥିତିରେ ଯୌନକ୍ରିୟା କରିଥାଏ। କିନ୍ତୁ ଲୋବଷ୍ଟର ବା ଏକ ପ୍ରଜାତିର ଚିଙ୍ଗୁଡିଙ୍କ କ୍ଷେତ୍ରରେ ଏହା ଠିକ୍‌ ବିପରୀତ। ଏଠାରେ କିନ୍ତୁ ଫିମେଲ ମେଟିଂବା ମିଳନ କ୍ଷେତ୍ରରେ ବିପଦ ଅନୁଭବ କରେ। ଏମାନଙ୍କ ମେଟିଂରେ ସମ୍ଭୋଗ କ୍ରୀଡ଼ା ବହୁଦିନ ଧରି ଚାଲେ। ଏହା ଯୋଗୁ ଫିମେଲ ବିପଦରେ ପଡେ। ଏଣୁ ମେଲ୍‌ ଫିମେଲ୍‌କୁୁ ସୁରକ୍ଷା ଦେଇପାରିବ କି ନାହିଁ ,ତାହା ପ୍ରଥମେ ଫିମେଲ ପରୀକ୍ଷା କରେ। ପ୍ରଥମେ ଫିମେଲ ମେଟିଂ ସମୟରେ ନିଜକୁ ମେଲ୍‌ଠାରୁ ବଞ୍ଚାଇପାରିବ କି ନାହିଁ ତାହା ପରୀକ୍ଷା କରେ। ଏଥିରେ ନିଶ୍ଚିତ ହେଲା ପରେ ସେ ସେକ୍ସ ଆରମ୍ଭ କରେ। ସେକ୍ସ ପରେ ମେଲ୍‌ ଲୋବଷ୍ଟର ଆଉ ଏକ ଫିମେଲ ଲୋବଷ୍ଟର ସହ ଯୌନକ୍ରିୟା କରିଥାଏ। ଏମିତି ତା’ଗୋଷ୍ଠୀରେ ଥିବା ସମସ୍ତ ଫିମେଲଙ୍କ ମେଲ ଲୋବଷ୍ଟର ଯୌନକ୍ରିୟା ସ୍ଥାପନ କରିଥାଏ।
ନିଶା ବା ମାଦକ ଦ୍ରବ୍ୟ ସେବନ କରିବାରେ ମଣିଷ ଏହି ପୃଥିବୀରେ ଏକ ମାତ୍ର ଜୀବ ନୁହେଁ। ଡଲ୍‌ଫିନମାନଙ୍କ ମଧ୍ୟରେ ନିଶାଭ୍ୟାସ ଲକ୍ଷ୍ୟ କରାଯାଇଛି। ଡଲଫିନମାନଙ୍କ ସହ ଏକ ପୁଫରଫିଶ ୩୦ ମିନିଟ ଧରି ପହଁରିବା ଉପରେ ଅନୁଧ୍ୟାନ କରିବା ପରେ ଏହା ଜଣାପଡିଛି। ପୁଫରଫିଶ୍‌ ଉପରେ ବିପଦ ଦେଖାଦେଲେ ନିଜକୁ ରକ୍ଷା କରିବା ଲାଗି ଏକ ପ୍ରକାର କଟୁ କେମିିକାଲ ଛାଡ଼ିଥାନ୍ତି। ଏହାର ନିଶ୍ଚେତକ ଗୁଣ ରହିଛି, ଯାହା ଅନ୍ୟକୁ ନିଶାଗ୍ରସ୍ତ କରିପାରେ। ଏଣୁ ଡଲ୍‌ଫିନ ସବୁବେଳେ ଏହି ମାଛକୁ ଏଭଳି ନିୟନ୍ତ୍ରଣ କରନ୍ତି ଯେ, ସେଥିରୁ ଜଣାପଡେ ସେମାନେ ଏହି ନିଶେତକ ପଦାର୍ଥ ସମ୍ପର୍କରେ ଜାଣନ୍ତି ଓ ଏହାକୁ ସେମାନେ ବି ଗ୍ରହଣ କରିଥାନ୍ତି। ପୁଫରଫିଶ କ’ଣ କରୁଛନ୍ତି ତାହା ସେମାନେ ଜାଣିପାରୁଥିବା ଏହି ଘଟଣାରୁ ସୂଚନା ମିଳୁଛି। ଆଫ୍ରିକୀୟ ମାଙ୍କଡ଼ ଓ ମଣିଷମାନଙ୍କ ମଧ୍ୟରେ ଆନୁବଶ୍‌ଂଶିକ ସମ୍ପର୍କ ରହିଛି। ଏହି କାରଣରୁ ସେମାନେ ଶାରୀରିକ ପ୍ରକ୍ରିୟାରେ ଇଥାନଲ୍‌ର ପ୍ରଭାବ ସମ୍ପର୍କରେ ଭଲ ଭାବେ ଅବଗତ। ସିମ୍ପାଞ୍ଜିମାନେ ସବୁବେଳେ ନିଶାକାରକ ଖଜୁରି କିମ୍ବା ତାଳ ରସ ବା ତାଡି ପିଅନ୍ତି। ଏହି ପ୍ରକାର ପ୍ରାକୃତିକ ନିଶାକାରକ ରସକୁ ବି ମଣିଷମାନେ ପିଇବାରେ ଅଭ୍ୟସ୍ତ। ଲୋରିସ୍‌( ମାଙ୍କଡ ମୁହଁ ଭଳି ଏକପ୍ରକାର ଜୀବ) ବର୍ଟାମ ପାମ୍‌ (ଏକ ପ୍ରକାର ଖଜୁରି ଗଛ)ରସ ପିଉଥିବାବେଳେ ସେଣ୍ଟ କିଟସ୍‌ରେ ଗ୍ରୀନ୍‌ ମାଙ୍କଡମାନେ ମଦ ମିଶ୍ରିତ ପାନୀୟକୁ ଟାର୍ଗେଟ କରିଥାନ୍ତି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri