ପଶୁତ୍ୱର ଆକ୍ରମଣ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

 

ମଣିଷ ମୂଳତଃ ଗୋଟିଏ ପଶୁ ଏବଂ ପ୍ରକୃତିଗତ ଭାବରେ ଆହାର-ନିଦ୍ରା-ଭୟ-ମୈଥୁନର ଆଦିମ ସମ୍ବେଗ ଅନ୍ୟାନ୍ୟ ପଶୁ ଭଳି ତାହାର ଜୀବନକୁ ମଧ୍ୟ ପରିଚାଳିତ କରିଥାଏ। ଏହି ପଶୁ ପ୍ରବୃତ୍ତିର ଊର୍ଦ୍ଧ୍ୱକୁ ଉଠି ଉନ୍ନତ ମାନବ ଧର୍ମର ଆଚାର-ଆଚରଣଗୁଡ଼ିକୁ ଜୀବନରେ ଅଧିଗତ କରି ସେ କ୍ରମେକ୍ରମେ ମନୁଷ୍ୟତ୍ୱର ପର୍ଯ୍ୟାୟକୁ ଉନ୍ନତି ହୋଇପାରିଛି। ଆଦିମ ମଣିଷ ପଶୁଭଳି ବଣଜଙ୍ଗଲରେ ବାସ କରୁଥିଲା, ବଣର କଞ୍ଚା ଫଳମୂଳ, କଞ୍ଚାମାଂସ ଭକ୍ଷଣ କରୁଥିଲା, ହୁଏତ ଉଲଗ୍ନ ରହୁଥିଲା ଏବଂ ପଶୁଭଳି ଅବାଧ ଯୌନାଚାରରେ ଲିପ୍ତ ରହୁଥିଲା। ମଣିଷର ଅନ୍ତର୍ନିହିତ ଉନ୍ନତ ଆମତ୍ିକ ସଂବେଗ ଯୋଗୁ ପରିବେଶର ପ୍ରଭାବରେ କ୍ରମେ କ୍ରମେ ତାହା ମଧ୍ୟରେ ଉନ୍ନତ, ଶୃଙ୍ଖଳିତ, ଶୁଚିମନ୍ତ, ସୁସଭ୍ୟ ଜୀବନଯାପନର ପ୍ରେରଣା ସୃଷ୍ଟିହେଲା। ଏହାକୁ ହିଁ କହନ୍ତି ମାନବ-ଧର୍ମ, ଯାହାର ପରିଭାଷା ହେଲା- ପାରସ୍ପରିକ ପ୍ରୀତି, ସଂହତି, ସ୍ନେହ, ଶ୍ରଦ୍ଧା, ଉଦାରତା, ସୁନିୟନ୍ତ୍ରିତ, ଶୃଙ୍ଖଳିତ ଯୌନ ଜୀବନ ଏବଂ ଊର୍ଦ୍ଧ୍ୱମୁଖୀ ବିବର୍ତ୍ତନର ସମ୍ବେଗ ଇତ୍ୟାଦି ଯାହାକିଛି ମନୁଷ୍ୟତ୍ୱର ପରିଚୟ ପ୍ରଦାନ କରେ। ଅପରପକ୍ଷରେ ପଶୁତ୍ୱର ପରିଭାଷା ହେଲା-ସଂକୀର୍ଣ୍ଣତା, ସ୍ବାର୍ଥପରତା, ଅଜ୍ଞାନ, ପାରସ୍ପରିକ ବିଦ୍ୱେଷ, ବିକୃତ ଯୌନାଚାର ଏବଂ ନିମ୍ନମୁଖୀ ପ୍ରବୃତ୍ତିବଶ୍ୟତା। ପଶୁମାନେ କେବଳ ନିଜ କଥା ହିଁ ଭାବନ୍ତି, କିନ୍ତୁ ମଣିଷ ନିଜର କଥା ଭାବିବା ସହିତ ଅନ୍ୟମାନଙ୍କର ଭଲ ମନ୍ଦ ବିଷୟ ମଧ୍ୟ ଚିନ୍ତା କରେ। ବିଶ୍ୱାସ କରାଯାଏ, ମାନବୀୟ ବିବର୍ତ୍ତନର ବିଭିନ୍ନ ସ୍ତରରେ କୌଣସି ଐଶୀବିଭାଯୁକ୍ତ ବ୍ୟକ୍ତିତ୍ୱର ଆବିର୍ଭାବ ଘଟି ମଣିଷ ସମାଜକୁ ଧର୍ମଜ୍ଞାନ ପ୍ରଦାନ କରିଛନ୍ତି। ସେହିମାନଙ୍କୁ କୁହାଯାଏ ଅବତାର, ପ୍ରେରିତପୁରୁଷ ଅଥବା ସଦ୍‌ଗୁରୁ। ଆମ ଶାସ୍ତ୍ରର ଦଶାବତାର ସ୍ତୋତ୍ରରେ ଏହାର ସୁସ୍ପଷ୍ଟ ଇଙ୍ଗିତ ରହିଛି। ଏହା ଏକ ଚିରନ୍ତନ ପ୍ରକ୍ରିୟା। ମଣିଷ ଯେତେବେଳେ ବିବର୍ତ୍ତନର ଯେଉଁସ୍ତରରେ ଥାଏ ପ୍ରେରିତପୁରୁଷ ଆବିର୍ଭୂତ ହୋଇ ତାହାକୁ ଅଧିକ ଉନ୍ନତ ଧର୍ମଜ୍ଞାନ ପ୍ରଦାନ କରି ଊର୍ଦ୍ଧ୍ୱପଥରେ ପରିଚାଳିତ କରନ୍ତି। ପରନ୍ତୁ ମଣିଷ ମଧ୍ୟରେ ତାହାର ଆଦିମ ସମ୍ବେଗ ବା ପଶୁତ୍ୱର ଆକର୍ଷଣ ସର୍ବଦା ବଳବତ୍ତର ଥାଏ ଏବଂ ସୁବିଧା ପାଇଲେ ହିଁ ତାହା ସମସ୍ତ ମାନବୀୟ ମୂଲ୍ୟବୋଧ ଏବଂ ସଂସ୍କାରକୁ ପଦଦଳିତ କରି ମଣିଷକୁ ପଶୁଭଳି ହିଂସା, ଦ୍ୱେଷ, ସ୍ବାର୍ଥପରତା, ସଂକୀର୍ଣ୍ଣତା, ବିକୃତ ଯୌନାଚାର ଇତ୍ୟାଦିରେ ଲିପ୍ତ କରାଏ । ଧର୍ମଜ୍ଞାନ ପାଶବିକ ମଣିଷ ହାତରେ ପଡ଼ି ଅଧର୍ମରେ ପରିଣତ ହୁଏ। ସେତେବେଳେ ପୁଣି କୌଣସି ମହାପୁରୁଷ ଆବିର୍ଭୂତ ହୋଇ ତାହାକୁ ସଂଶୋଧିତ କରି ଉନ୍ନତମାର୍ଗରେ ପରିଚାଳିତ କରିବାକୁ ପ୍ରୟାସ କରନ୍ତି। ଏହିପରି ଭାବରେ କ୍ରମାଗତ ଉତ୍ଥାନ-ପତନ ମଧ୍ୟ ଦେଇ ମାନବୀୟ ଚେତନା ଏବଂ ସଭ୍ୟତା ବିବର୍ତ୍ତନ ପଥରେ ଅଗ୍ରସର ହୋଇଚାଲିଛୁ। ତେଣୁ କୁହାଯାଇଛି ‘ଧର୍ମ ଯେବେ ବିପାକ ବାହନେ ବ୍ୟର୍ଥ ଅର୍ଥରେ ଧାଏଁ/ ପ୍ରେରିତ ସେକାଳେ ହୁଅନ୍ତି ଆବିର୍ଭୂତ ପାପୀ ପରିତ୍ରାଣ ପାଏ।’ କଥାଟା ଗୋଟିଏ ଉଦାହରଣ ଦେଇ ବୁଝାଯାଇପାରେ, ମନେକରନ୍ତୁ ଗୋଟିଏ ପୋଖରୀରେ ପଥରବନ୍ଧା ଘାଟଟିଏ ଅଛି। ସେହି ଘାଟରେ ବହୁଲୋକ ପାଣି ନେବାକୁ ଆସନ୍ତି। କ୍ରମେ ସେଠାରେ ଶିଉଳି ପଡି଼ଗଲା, ଲୋକମାନେ ଗୋଡ଼ ଖସି ପଡ଼ିଯାଇ ହାତଗୋଡ଼ ଭାଙ୍ଗିବାକୁ ଲାଗିଲେ। କିଛିଦିନ ପରେ କୌଣସି ବିଜ୍ଞ ଲୋକର ଆବିର୍ଭାବ ଘଟିଲା, ସେ ସେହି ଶିଉଳିକୁ ଘଷି ପରିଷ୍କାର କରିଦେଲେ। ପୁଣି ଲୋକମାନେ ନିରାପଦରେ ପାଣି ନେବାକୁ ଲାଗିଲେ। ଆଉ ଗୋଟିଏ କଥା ହେଲା ମହାପୁରୁଷମାନଙ୍କର ଆବିର୍ଭାବ ଘଟିଲେ ହଁି ଯେ ମଣିଷର ଚରିତ୍ର ପରିବର୍ତ୍ତିତ ହେବ ସେପରି କିଛି କଥା ନାହିଁ। ମଣିଷ ସେହି ପ୍ରେରିତଙ୍କୁ ଗ୍ରହଣ ନକଲେ, ଅନୁସରଣ ନକଲେ କାହାରି କିଛି ହେବନାହିଁ। ସେଲୁନରେ ଭଲ ବାରିକ ଚାହିଁ ବସିଥିଲେ ମଧ୍ୟ ଜଣେ ତାହା ନିକଟକୁ ନଗଲେ ତାହାର ବାଳ କଟା ହୋଇପାରିବ ନାହିଁ। କହିବାବାହୁଲ୍ୟ ଆଜିର ମାନବସମାଜ ସେହି ପଶୁପ୍ରବୃତ୍ତିର ପ୍ରବଳ ଆକ୍ରମଣର ଶିକାର ହୋଇ ସମସ୍ତ ଜ୍ଞାନ, ବିଜ୍ଞାନ, ବିଦ୍ୟାବୁଦ୍ଧି ସତ୍ତ୍ୱେ ପୁନର୍ବାର ଅନୁଦାର, ଅସଂଯତ, ପଶୁବତ୍‌ ଜୀବନକୁ ଆଲିଙ୍ଗନ କରିବାକୁ ଯାଉଛି। ଏହି ତଥାକଥିତ ସଭ୍ୟ-ପଶୁତ୍ୱ ଆଜି ମାନବୀୟ ସଂସ୍କୃତିର ବିନାଶର କାରଣ ହୋଇଛି। ସାମ୍ପ୍ରତିକ ସମାଜରେ କ୍ରମବୁଦ୍ଧିତ୍ୱର ଭ୍ରଷ୍ଟାଚାର, ଅନୀତି, ହିଂସା, ବଳାତ୍କାର, ହତ୍ୟା, ଲୁଣ୍ଠନ ଇତ୍ୟାଦିର ବ୍ୟାପକତାକୁ ଲକ୍ଷ୍ୟ କଲେ କଥାଟା ସହଜରେ ବୁଝିହେବ। ତେଣୁ ଆମେ ପ୍ରତ୍ୟେକଙ୍କୁ ଆମର ଅନ୍ତର୍ନିହିତ ପଶୁପ୍ରବୃତ୍ତି ପ୍ରତି ସର୍ବଦା ସଚେତନ ରହିବାକୁ ପଡ଼ିବ। ଈଶ୍ୱର ଆମ ମଧ୍ୟରେ ଦେଇଛନ୍ତି ବିବେକର ଚେତନା। ଏହାକୁ ସମ୍ବଳ କରି ଏବଂ ମହାପୁରୁଷମାନଙ୍କ ଦିଗ୍‌ଦର୍ଶନକୁ ଆଶ୍ରୟ କରି ଆମକୁ ପଶୁପ୍ରବୃତ୍ତିର ଦୁର୍ବାର ଆକ୍ରମଣକୁ ପ୍ରତିହତ କରିବାକୁ ପଡିବ।
ମୋ: ୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri