ପୁଅ ସହ ସ୍କ୍ରିନ ଶେୟାର କରିବେ ଅନିଲ

ମୁମ୍ବାଇ: ବଲିଉଡର ଏଭର ଗ୍ରୀନ୍ ହିରୋ ଅନିଲ କପୁର ଏବେବି ସେମିତି ହ୍ୟାଣ୍ଡସମ ଅଛନ୍ତି ଯେମିତି ସେ ୮୦ ଦଶକରେ ଥିଲେ । ଅର୍ଥାତ୍ ୬୫ ବର୍ଷ ବୟସରେ ବି ଅନିିଲ ହିରୋ ଭଳି ଲାଗୁଛନ୍ତି । ତାଙ୍କୁ ଦେଖିଲେ ତାଙ୍କ ବୟସର କଳନା କରିବା ମୁସ୍କିଲ । ତେବେ ବଲିଉଡରେ ଅନିଲ ନିଜର ଭିନ୍ନ ଛାପ ଛାଡିଥିବା ବେଳେ ଝିଅ ସୋନମ କପୁର ବି ବଲିଉଡର ଜଣେ ଆଗଧାଡିର ନାୟିକା ଭାବେ ସୃଷ୍ଟି କରିଛନ୍ତି ତାଙ୍କର ଏକ ଭିନ୍ନ ପରିଚୟ । ହେଲେ ଅନିଲଙ୍କ ପୁଅ ହର୍ଷବର୍ଦ୍ଧନ ଏବେ ପର୍ଯ୍ୟନ୍ତ ବଲିଉଡ ଦୁନିଆରେ ସେମିତି କିଛି କମାଲ କରିପାରି ନାହାନ୍ତି । ହର୍ଷବର୍ଦ୍ଧନ କପୁର ‘ମିର୍ଜୟା’ରୁ ତାଙ୍କ ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିବା ବେଳେ ଏହା କିନ୍ତୁ ବକ୍ସ ଅଫିସରେ ଫ୍ଲପ ହୋଇଥିଲା । ଏହାପରେ ସେ ‘ଭାବେଶ ଯୋଶୀ ସୁପରହିରୋ’ରେ ନଜର ଆସିଥିଲେ । ତାହା ବି ଫ୍ଲପ ହେଲା ।
ହେଲେ ଏଥର ହର୍ଷବର୍ଦ୍ଧନ ପିତା ଅନିଲ କପୁରଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ଏଥର ପିତା ପୁତ୍ର ଯୋଡି ନେଟଫ୍ଲିକ୍ସରେ ଜଲୱା ଦେଖାଇବେ । ଯାହାର ଏକ ଝଲକ ଅନିଲ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଅନିଲ କପୁର, ହର୍ଷବର୍ଦ୍ଧନ କପୁର, ଫାତିମା ସନା ଶେଖ ଓ ସତିଶ କୌଶିକ ନେଟଫ୍ଲିକ୍ସରେ ଆସିବାକୁ ଥିବା ରିଭେଞ୍ଜ ଥ୍ରିଲର ‘ଥାର’ରେ ଦେଖାଦେବେ ।
ଅନିଲ କପୁର ଏହାର ପୋଷ୍ଟର ଶେୟାର କରି ଲେଖିଛନ୍ତି, ମରୁଭୂମିର ବାଲିତଳେ ଦବି ହୋଇରହିଥିବା ରାଜ ବି ଆଇନର ଲମ୍ବା ହାତରୁ ବଞ୍ଚି ପାରିବ ନାହିଁ । ଥାର ଦେଖନ୍ତୁ ନିଶ୍ଚୟ । ଖୁବଶୀଘ୍ର ଆସୁଛି ନେଟଫ୍ଲିକ୍ସରେ । ଫିଲ୍ମରେ ୮୦ ଦଶକର କାହାଣୀକୁ ଚିତ୍ରିତ କରାଯାଇଛି । ଏଥିରେ ସିଦ୍ଧାର୍ଥ ଅର୍ଥାତ୍ ହର୍ଷବର୍ଦ୍ଧନ କପୁର ପୁଷ୍କରରେ ଚାକିରି ପାଇଁ ସିପ୍ଟ ହେବା ପରେ, ନିଜ ଅତୀତର ପ୍ରତିଶୋଧ ନେବାକୁ ବାହାରି ପଡିଛନ୍ତି । ଏବେ ସମୟ ଦେଖିବାକୁ ଯେ ହର୍ଷବର୍ଦ୍ଧନ ନେଟଫ୍ଲିକ୍ସରେ ତାଙ୍କର କିଛି ପରିଚୟ ତିଆରି କରୁଛନ୍ତି ନା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ବିବାହ କରିବେ ବଲିଉଡର ଏହି ଚର୍ଚ୍ଚିତ ଡ୍ୟାନସର

ଦମଦାର୍‌ ଡ୍ୟାନ୍ସ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ନୋରା ଫତେହି। ସୋସିଆଲ ମିଡିଆରେ ସବୁବେଳେ ନୋରା ବେଶ ସକ୍ରିୟ ରହୁଥିବା ଦେଖିବାକୁ...

ଭାଇରାଲ ହେଉଛି ଭାମିକାଙ୍କ ଫଟୋ, ଏମିତି କହିଲେ ଅନୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରବିବାର...

ସ୍ବତନ୍ତ୍ର ଡୁଡ୍‌ଲ ଯୋଗେ ଭୁପେନ ହଜାରିକାଙ୍କୁ ମନେ ପକାଇଲା ଗୁଗ୍‌ଲ

ଲୋକପ୍ରିୟ ସଙ୍ଗୀତକାର ତଥା ଚଳଚ୍ଚିତ୍ର ନିର୍ମାତା ଭୁପେନ ହଜାରିକାଙ୍କ ଆଜି ୯୬ତମ ଜନ୍ମଜୟନ୍ତୀ। ଏହି ଅବସରରେ ଗୁଗଲ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରି ଭୁପେନଙ୍କୁ ଏକ...

ନିଜ ପ୍ରଥମ କ୍ରସ ବିଷୟରେ କଥା ହେଲେ ଜ୍ୟାକଲିନ

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗଧାଡିର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଏବେ ତାଙ୍କର ପ୍ରଥମ କ୍ରସକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି । ସେ ତାଙ୍କ ଅଭିନୀତ...

ଏହି ୫ ଅଭିନେତାଙ୍କ ବୟସ ସ୍ତ୍ରୀଙ୍କଠୁ କମ୍‌

ଏକ ସୁନ୍ଦର ସମ୍ପର୍କ ପାଇଁ ଭଲପାଇବା ଆବଶ୍ୟକ। ସମ୍ପର୍କ ଉପରେ ବୟସ କେବେ ଫରକ ପକାଇ ନ ଥାଏ। ଏହି କଥାକୁ ଠିକ୍‌ ପ୍ରମାଣ କରିଛନ୍ତି...

‘ଗ୍ରାମୀ ପୁରସ୍କାର’: ‘ଲିଭ୍‌ ଦ ଡୋର୍‌ ଓପନ୍‌’ ସର୍ବଶ୍ରେଷ୍ଠ ଗୀତ

ଦୁନିଆର ସବୁଠାରୁ ପ୍ରତିଷ୍ଠିତ ସଙ୍ଗୀତ ପୁରସ୍କାର ‘ଗ୍ରାମୀ ପୁରସ୍କାର’ ଲସ ଭେଗାସର ଏମ୍‌ଜିଏମ୍‌ ଗ୍ରେଟ ଗାର୍ଡେନ ଆରେନାରେ ଅନୁଷ୍ଠିତ ହୋଇଯାଇଛି। ଏହି ରଙ୍ଗୀନ ସମାରୋହରେ ଗୀତ...

ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ଆଶ୍ୱସ୍ତି: ଗିରଫଦାରୀ ଉପରେ ଲାଗିଲା ରୋକୋ

ନୂଆଦିଲ୍ଲୀ,୨୦।୧: ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫଦାରୀରୁ କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହ ‘କାଳୀ’...

ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା

ପଶ୍ଚିମବଙ୍ଗରେ ପୁଣି ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ବେଡିଆଡଙ୍ଗାରେ ଜଣେ ୧୮ ବର୍ଷୀୟା ମଡେଲ ସରସ୍ବତୀ ଦାସ ଫ୍ୟାନରେ ଝୁଲି ପଡ଼ି ଆତ୍ମହତ୍ୟା କରିଛନ୍ତି। ଗତ...

Advertisement
Archives

Model This Week