ଅନିଲ କପୁରଙ୍କୁ ପ୍ରଶଂସକ କହିଲେ ବାପ-ଝିଅ ଟଙ୍କା ପାଇଁ କିଛି ବି କରିଦେବେ: ଜବାବ ମିଳିଲା ଏମିତି

ବଲିଉଡ୍‌ ଅଭିନେତା ଅନିଲ କପୁର ଖୁବ ଶୀଘ୍ର ଅରବାଜ ଖାନଙ୍କ ଚାଟ ଶୋ ‘ପିଚ ୨’ରେ ନଜର ଆସିବେ। ଏହାର ପ୍ରୋମୋ ରିଲିଜ ହୋଇଛି ଏବଂ ଦର୍ଶକ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଏହି ଚାଟ ଶୋ’ର ପ୍ରୋମୋରେ ଅନିଲ କପୁରଙ୍କ ସଂପୂର୍ଣ୍ଣ ଶାନ୍ତ ଅବତାର ଦେଖିବାକୁ ମିଳୁଛି। ପ୍ରୋମୋରେ ଦର୍ଶାଯାଇଛି ଯେ, ଅରବାଜ ଖାନ ଅନିଲ କପୁରଙ୍କ ଅଭିନୟ ଦକ୍ଷତା ଉପରେ ପ୍ରଶ୍ନ କରିବା ସହ ଝିଅ ସୋନମ କପୁର ଏବଂ ତାଙ୍କ ସ୍ତ୍ରୀ ସୁନୀତା କପୁରଙ୍କ ବିଷୟରେ ପଚାରିଛନ୍ତି। କିନ୍ତୁ ଅନିଲ ଏଥିରେ ସମ୍ପୂର୍ଣ୍ଣ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗୋଟିଏ ପ୍ରଶ୍ନରେ ଦର୍ଶକ ଅନିଲଙ୍କ ପଚାରିଛନ୍ତି ବାପ-ଝିଅ ଯୋଡି ଟଙ୍କା ପାଇଁ କିଛି କରିପାରିବେ। ଏହାର ଜବାବରେ ଅନିଲ କହିଛନ୍ତି ଯେ, ବୋଧହୁଏ ସେମାନଙ୍କର ଖରାପ ଦିନ ହେବ କିମ୍ବା ସେମାନେ ଦୁଃଖିତ ହେବେ। ଯଦି ଆପଣ କାହା ବିଷୟରେ ଜାଣି ନାହାଁନ୍ତି, ତେବେ ଆପଣ ଏହା ଉପରେ ଆପଣଙ୍କର ମତାମତ ଦେବା ଉଚିତ୍‌ ନୁହେଁ। ଏଥି ସହିତ, ଜଣେ ପ୍ରଶଂସକ ମଧ୍ୟ ଅନିଲଙ୍କୁ ୬୪ ବର୍ଷ ବୟସରେ ଏତେ ଫିଟ ଏବଂ ଯୁବକ ଦେଖାଯିବାର ରହସ୍ୟ ପଚାରିଥିଲେ, ଯାହା ଉପରେ ସେ ହସକି କହିଥିଲେ ଯେ, ଦର୍ଶକମାନେ ଟଙ୍କା ଖର୍ଚ୍ଚ କରି ଆମକୁ ଦେଖିବାକୁ ଆସନ୍ତି ଏବଂ ଯଦି ଆମେ ଭଲ ଦେଖା ନ ଯିବୁ ତେବେ କାହିଁକି ସେମାନେ ଆସିବେ? ଅରବାଜ ଖାନଙ୍କ ଚାଟ ଶୋ’ର ‘ପିଚ ୨’ ଏହା ଦ୍ୱିତୀୟ ସିଜନ। ପ୍ରଥମ ସିଜିନକୁ ମଧ୍ୟ ଲୋକମାନେ ପସନ୍ଦ କରିଥିଲେ ଏବଂ ଦ୍ୱିତୀୟ ସିଜିନ ବିଷୟରେ ମଧ୍ୟ ଚର୍ଚ୍ଚା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?