Posted inଖେଳ

ୟୁଏସ୍‌ ଆମେଚର ଗଲ୍ଫରେ ଭାଗ ନେବେ ଅନିକା

ନୂଆଦିଲ୍ଲୀ,୧୮।୭(ପି.ଟି.): ଭାରତୀୟ ଉଦୀୟମାନ ମହିଳା ଆମେଚର ଗଲ୍ଫର ଅନିକା ବର୍ମା ଏବେ ଏକ ବିଶ୍ୱସ୍ତରୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଅଗଷ୍ଟ ୬ରୁ ୯ ତାରିଖ ମଧ୍ୟରେ ରକ୍‌ଭିଲେର ଉଡ୍‌ମୋଣ୍ଟ କଣ୍ଟ୍ରି କ୍ଲବ ନଥ କୋର୍ସରେ ଆୟୋଜନ ହେବାକୁ ଥିବା ୧୨୦ତମ ୟୁଏସ୍‌ ମହିଳା ଆମେଚର ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବେ। କୋଭିଡ୍‌-୧୯ ମହାମାରୀ କାରଣରୁ ଆୟୋଜକମାନେ କ୍ୱାଲିଫାଇଂ ଟୁର୍ନାମେଣ୍ଟକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ଏହି ଟୁର୍ନାମେଣ୍ଟ ସବୁ ଖେଳାଳିଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଅଗଷ୍ଟ ୩ ଓ ୪ରେ ଦୁଇ ରାଉଣ୍ଡର ଷ୍ଟ୍ରୋକ୍‌ ପ୍ଲେ ଖେଳାଯିବା ପରେ ଶ୍ରେଷ୍ଠ ୬୪ ଜଣ ଖେଳାଳି ମ୍ୟାଚ୍‌- ପ୍ଲେ ପର୍ସନକୁ ଅଗ୍ରଗତି କରିବେ।
୧୬ ବର୍ଷୀୟା ଅନିକା ଏବେ ଆମେରିକାରେ ରହୁଛନ୍ତି। କୋଭିଡ୍‌-୧୯ ବିପତ୍ତିରେ ସେ ଆମେରିକାରେ ରହିବାକୁ ଶ୍ରେୟସ୍କର ମଣିଛନ୍ତି। ୨୦୨୦ ଜୁନ୍‌ ୨୪ ସୁଦ୍ଧା ମହିଳା ବିଶ୍ୱ ଆମେଚର ଗଲ୍ଫ ର଼୍ୟାଙ୍କିଙ୍ଗ୍‌ (ଡବ୍ଲ୍ୟୁଜିଏଆର)ର ଶ୍ରେଷ୍ଠ ୭୫ ଜଣ ଖେଳାଳି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବେ। ଏଣ୍ଟ୍ରି ଫାଇଲ କରିବାକୁ ଆମକୁ କୁହାଯାଇଥିଲା। ଏବେ ଟୁର୍ନାମେଣ୍ଟର ଅଂଶଗ୍ରହଣ କରିବାକୁ ସୁଯୋଗ ପାଇଛୁ ବୋଲି ଆୟୋଜକ ସୂଚନା ଦେଇଛନ୍ତି। ଆମେରିକାର ରୋଜଭିଲେ ଗ୍ରାନାଇଟ୍‌ ବେ ହାଇସ୍କୁଲ୍‌ରେ ଅନିକା ଏବେ ପଢୁଛନ୍ତି। ମହାମାରୀ ଦ୍ୱାରା ଅଭ୍ୟାସ ପ୍ରଭାବିତ ହୋଇଛି ବୋଲି କହିଛନ୍ତି। ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥିବାରୁ ସେ ଖୁସି ଜାହିର କରିଛନ୍ତି। ଆମେରିକାରେ ରହିବା ବେଳେ ଅନିକା କାକ୍‌ଟସ୍‌ ଟୁରରେ ନିୟମିତ ଭାବେ ଅଂଶଗ୍ରହଣ କରିଆସୁଥିଲେ। ୨୦୧୯ରେ ଲେଡିଜ୍‌ ୟୁରୋପିଆନ ଟୁର (ଏଲ୍‌ଇଟି) ଇଭେଣ୍ଟରେ ପଞ୍ଚମ ସ୍ଥାନରେ ରହିଥିଲେ। ଭାରତୀୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେ ଶ୍ରେଷ୍ଠ ଆମେଚର ଗଲ୍ଫର ବିବେଚିତ ହେଉଛନ୍ତି। ଏହି ଚାମ୍ପିୟନଶିପ୍‌ରେ ବିଶ୍ୱର ଶ୍ରେଷ୍ଠ ଗଲ୍ଫର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଦେଶ ଲିଗ୍‌ରେ ଖେଳିପାରନ୍ତି ପ୍ରାକ୍ତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୭ା୫: କାରବିୟାନ ପ୍ରିମିୟର ଲିଗ୍‌ (ସିପିଏଲ) ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ସ୍ଥାନ ପାଇଛନ୍ତି ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ। ସିପିଏଲର ଆଗାମୀ ସଂସ୍କରଣ ଲାଗି ଚଳିତ...

ଶାହାରୁଖ୍‌ ଖାନ୍‌ଙ୍କୁ ଚୁପ୍‌ କରିଦେଇଥିଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ: ଜାଣନ୍ତୁ କିପରି…

କରୋନା ମହାମାରୀ ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ମୁକେଶ ଅମ୍ବାନୀଙ୍କ...

କୋରିକ୍‌ କରୋନାରେ ଆକ୍ରାନ୍ତ ଦ୍ୱିତୀୟ ଟେନିସ ଖେଳାଳି

ଜାଗ୍ରେବ୍‌ (କ୍ରୋଏସିଆ), ୨୩ା୬ (ଏପି): ବୋର୍ନା କୋରିକ୍‌ ଦ୍ୱିତୀୟ ଟେନିସ ଖେଳାଳି ଭାବେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। କ୍ରୋଏସିଆରେ ଏକ ପ୍ରଦର୍ଶନୀ ଇଭେଣ୍ଟରେ ଅଂଶଗ୍ରହଣ...

ଭୁଇଙ୍କ ଶତକ: ଦକ୍ଷିଣାଞ୍ଚଳର ବୃହତ୍‌ ସ୍କୋର

ସାଲେମ(ତାମିଲନାଡୁ), ୧୭।୯: ରୋହନ କୁନ୍ନୁମ୍ମାଲ ଓ ଅଧିନାୟକ ହନୁମା ବିହାରୀଙ୍କ ପରେ ଉଇକେଟକିପର ରିକି ଭୁଇଙ୍କ ଶତକ ସହାୟତାରେ ଦକ୍ଷିଣାଞ୍ଚଳ ଏଠାରେ ଚାଲିଥିବା ଦୁଲୀପ ଟ୍ରଫି...

ବିସିସିଆଇ- କ୍ରୀଡ଼ା ମନ୍ତ୍ରଣାଳୟ ଶୀତଳ ଯୁଦ୍ଧ: ଆଶଙ୍କାରେ ଦକ୍ଷିଣ ଆଫ୍ରିକା ଏ’ ଦଳର ଭାରତ ଗସ୍ତ

ନୂଆଦିଲ୍ଲୀ,୧।୮(ପି.ଟି.)- ଆସନ୍ତା ଅଗଷ୍ଟ ଓ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ଏ’ ଓ ମହିଳା ଦଳର ଆଗାମୀ ଭାରତ ଗସ୍ତ ନେଇ ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ର...

୬ ବର୍ଷୀୟା ପାକିସ୍ତାନ ଝିଅକୁ ସାହାଯ୍ୟର ହାତ ବଢ଼ାଇଲେ ଗମ୍ଭୀର

ନୂଆଦିଲ୍ଲୀ,୨୦।୧୦- ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ହସ୍ତକ୍ଷେପ ପରେ ଜଣେ ୬ ବର୍ଷୀୟା ପାକିସ୍ତାନ ଝିଅର ମେଡିକାଲ ଭିଜାକୁ ମଞ୍ଜୁରି ମିଳିଛି।...

ଏବେଠୁ ବୁମ୍‌ରାଙ୍କୁ ଡରିଲେଣି ଇଂଲଣ୍ଡ ଟିମ୍‌: ଓପନର୍‌ ରୁରି କହିଲେ ଏଭଳି

ନୂଆଦିଲ୍ଲୀ,୨୯।୧: ଯେତେବେଳେ କୌଣସି ବିଦେଶୀ ଟିମ୍‌ ଭାରତରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଆସିଥାଏ, ସେମାନେ ଏଠାକାର ସ୍ପିନ୍‌ ଫ୍ରେଣ୍ଡଲି ପିଚ୍‌ରେ କିଭଳି ଖେଳିବେ ସେ ବିଷୟରେ...

ଆଇସିସି ଟୁର୍ନାମେଣ୍ଟର ଶ୍ରେଷ୍ଠ ଦଳରେ ନାହାନ୍ତି ଭାରତୀୟ ଖେଳାଳି

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ ରବିବାର ଶେଷ ହେବା ପରେ ଆଇସିସି ପକ୍ଷରୁ ପ୍ରକାଶ ପାଇଛି ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ। ଏହି ଦଳରେ ଚାମ୍ପିୟନ ଅଷ୍ଟ୍ରେଲିଆ,...

Advertisement
Archives

Model This Week