ପ୍ରଥମ ଫିଲ୍ମରେ ଏହି ଅଭିନେତାଙ୍କ ସହ ରୋମାନ୍ସ କରିବେ ଶିଳ୍ପା

ରିଆଲିଟି ଶୋ’ ‘ବିଗ୍‌ ବସ୍‌’-୧୧ ର ବିଜେତା ଶିଳ୍ପା ଶିନ୍ଦେ ଅନେକ ଦିନ ହେବ ଛୋଟ ପରଦାରୁ ଦୂରେଇ ଯାଇଛନ୍ତି। କିଛି ଦିନ ପୂର୍ବେ ତାଙ୍କୁ କମେଡି ଶୋ’ ‘ଗ୍ୟାଙ୍ଗସ୍‌ ଅଫ୍‌ ଫିଲ୍ମସ୍ତାନ’ରେ ଦେଖିବାକୁ ମିଳିଥିଲା। କେତୋଟି ଏପିିସୋଡ୍‌ରେ କାମ କରିବା ପରେ ଏହାକୁ ମଧ୍ୟ ସେ ଛାଡିଦେଇଥିଲେ। ପରେ ତାଙ୍କୁ ‘ପୌରୁଷପୁର’ ନାମକ ଏକ ଓ୍ବେବ୍‌ ସିରିଜ୍‌ରେ ଦେଖିବାକୁ ମିଳିଥିଲା। ଏହାରି ମଧ୍ୟରେ ଏବେ ଶୁଣିବାକୁ ମିଳୁଛି ଯେ, ଶିଳ୍ପା ଶୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫ୍ୟାମିଲି ଡ୍ରାମା ଫିଲ୍ମ ‘ବୁନ୍ଦି ରାଇତା’ରେ ତାଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଶିଳ୍ପା ଭୋଜପୁରୀ ଫିଲ୍ମର ସୁପରଷ୍ଟାର ରବି କିଶନଙ୍କ ସହ ରୋମାନ୍ସ କରିବେ। ‘ବୁନ୍ଦି ରାଇତା’ରେ ଶିଳ୍ପା ନେହା କକ୍କରଙ୍କ ପୂର୍ବତନ ପ୍ରେମିକ ହିମାଂଶ କୋହଲିଙ୍କ ବଡ଼ ଭଉଣୀ ଚରିତ୍ରରେ ଅଭିନୟ କରିବେ।
ଏ ନେଇ ଶିଳ୍ପା କୁହନ୍ତି, ମୁଁ ଏକ ଫ୍ୟାମିଲି ଡ୍ରାମା ଫିଲ୍ମରେ କାମ କରିବାକୁ ଯାଉଛି। ଏଥିରେ ମୁଁ ହିମାଂଶ କୋହଲିଙ୍କ ବଡ଼ ଭଉଣୀ ଚରିତ୍ରରେ ଅଭିନୟ କରିବି ଏବଂ ଭାଇକୁ ପୁରା ସପୋର୍ଟ କରିବି। ଏଥିସହ ରବି କିଶନଙ୍କ ସହ ରୋମାନ୍ସ କରିବି ବୋଲି ସେ କହିଛନ୍ତି। କମଲ ଚନ୍ଦ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶିଳ୍ପାଙ୍କ ସହ ବଙ୍ଗାଳୀ ଫିଲ୍ମ ଅଭିନେତ୍ରୀ ଦର୍ଶନା ବାନିକଙ୍କୁ ମଧ୍ୟ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଚୁମ୍ବନ ଦୃଶ୍ୟ ପୂର୍ବରୁ ଏହି ଅଭିନେତାଙ୍କୁ ୫ ଥର ହାତ ଧୁଆଇଥିଲେ ନେହା ଧୁପିଆ

ଅଭିନେତ୍ରୀ ନେହା ଧୁପିଆ ତାଙ୍କ ବୋଲ୍ଡ ଷ୍ଟେଟମେଣ୍ଟ ପାଇଁ ପ୍ରାୟତଃ ରହିଥାନ୍ତି ଚର୍ଚ୍ଚାରେ । ସେ ଏବଂ ୟାମି ଗୌତମ ତାଙ୍କ ଫିଲ୍ମ ‘ଏ ଥର୍ସଡେ’ର...

ପିଲାମାନଙ୍କୁ ସଫଳତାର ସୂତ୍ର କହିଲେ ସୋନୁ

ମୁମ୍ବାଇ: ବଲିଉଡ୍‌ର ନାଁ କରା ଗାୟକ ସୋନୁ ନିଗମ ନିକଟରେ ଏକ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାଙ୍କ ସହ ନିର୍ଦ୍ଦେଶକ ସୁଭାଷ ଘାଇ...

ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ବିଗ୍‌ ବସ୍‌ ସିଜିନ୍‌ ୮ର ପ୍ରତିଯୋଗୀ, ମଡେଲ ତଥା ରାହୁଲ ମହାଜନଙ୍କ ପୂର୍ବତନ ସ୍ତ୍ରୀ ଡିମ୍ପି ଗାଙ୍ଗୁଲି ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି।...

ଲାକ୍ମୀ ଫ୍ୟାଶନ ଉଇକ୍‌ରେ ମଲାଇକାଙ୍କ କ୍ରେଜ୍‌

ବମ୍ବେ: ଚଳିତ ବର୍ଷର ଲାକ୍ମୀ ଫ୍ୟାଶନ ଉଇକ୍‌ରେ ବଲିଉଡ୍‌ ଡିଭାଙ୍କ ଜଲଓ୍ବା ଦେଖିବାକୁ ମିଳୁଛି। ଏହାର ତୃତୀୟ ଦିନ ଗୁରୁବାରରେ ମଲାଇକା ଅରୋରା ର଼୍ୟାମ୍ପ ଓ୍ବାକ୍‌...

ସୁଧୁରୁଛି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ, ୫।୯: ବଲିଉଡ୍‌ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଲଗାତାର ଅପ୍‌ଡେଟ୍‌ ଆସିବାରେ ଲାଗିଛି। ନିକଟରେ ପ୍ରବଳ ଜ୍ୱର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ...

ଏତିକି କୋଟି ଟଙ୍କାର ମାଲିକ ଅକ୍ଷୟ ଖାନ୍ନା

ବଲିଉଡର ଜଣାଶୁଣା ଅଭିନେତା ଅକ୍ଷୟ ଖାନ୍ନା ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଅକ୍ଷୟ ସ୍ବର୍ଗତ ଅଭିନେତା ବିନୋଦ ଖାନ୍ନାଙ୍କ ସାନ ପୁଅ। ସେ ବଲିଉଡ...

ଏହି ଅଭିନେତାଙ୍କ ଜୀବନକୁ ନର୍କ କରିଦେଇଥିଲା ଡ୍ରଗ୍ସ ନିଶା: କିଏ ଯାଇଥିଲା ଜେଲ ତ କିଏ ମାଗିଥିଲା ଭିକ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିଶା ସେବନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ଘରେ ପ୍ରାୟ ସବୁବେଳେ...

ପ୍ରଥମଥର ଝିଅକୁ ସାଙ୍ଗରେ ନେଇ ଛୁଟି କାଟୁଛନ୍ତି ଆଦିତ୍ୟ-ଶ୍ୱେତା

ମୁମ୍ବାଇ: ଏବେ ଚାଲିଛି ବଲିଉଡ ସେଲିବ୍ରିଟିଙ୍କ ଭ୍ୟାକେଶନ ଟାଇମ । କରିନା କପୁର ଖାଁ ଏବେ ପରିବାର ସହ ଲଣ୍ଡନରେ ଛୁଟି କାଟୁଥିବା ବେଳେ ସାହିଦ...

Advertisement
Archives

Model This Week