ପ୍ରଥମ ଫିଲ୍ମରେ ଏହି ଅଭିନେତାଙ୍କ ସହ ରୋମାନ୍ସ କରିବେ ଶିଳ୍ପା

ରିଆଲିଟି ଶୋ’ ‘ବିଗ୍‌ ବସ୍‌’-୧୧ ର ବିଜେତା ଶିଳ୍ପା ଶିନ୍ଦେ ଅନେକ ଦିନ ହେବ ଛୋଟ ପରଦାରୁ ଦୂରେଇ ଯାଇଛନ୍ତି। କିଛି ଦିନ ପୂର୍ବେ ତାଙ୍କୁ କମେଡି ଶୋ’ ‘ଗ୍ୟାଙ୍ଗସ୍‌ ଅଫ୍‌ ଫିଲ୍ମସ୍ତାନ’ରେ ଦେଖିବାକୁ ମିଳିଥିଲା। କେତୋଟି ଏପିିସୋଡ୍‌ରେ କାମ କରିବା ପରେ ଏହାକୁ ମଧ୍ୟ ସେ ଛାଡିଦେଇଥିଲେ। ପରେ ତାଙ୍କୁ ‘ପୌରୁଷପୁର’ ନାମକ ଏକ ଓ୍ବେବ୍‌ ସିରିଜ୍‌ରେ ଦେଖିବାକୁ ମିଳିଥିଲା। ଏହାରି ମଧ୍ୟରେ ଏବେ ଶୁଣିବାକୁ ମିଳୁଛି ଯେ, ଶିଳ୍ପା ଶୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫ୍ୟାମିଲି ଡ୍ରାମା ଫିଲ୍ମ ‘ବୁନ୍ଦି ରାଇତା’ରେ ତାଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଶିଳ୍ପା ଭୋଜପୁରୀ ଫିଲ୍ମର ସୁପରଷ୍ଟାର ରବି କିଶନଙ୍କ ସହ ରୋମାନ୍ସ କରିବେ। ‘ବୁନ୍ଦି ରାଇତା’ରେ ଶିଳ୍ପା ନେହା କକ୍କରଙ୍କ ପୂର୍ବତନ ପ୍ରେମିକ ହିମାଂଶ କୋହଲିଙ୍କ ବଡ଼ ଭଉଣୀ ଚରିତ୍ରରେ ଅଭିନୟ କରିବେ।
ଏ ନେଇ ଶିଳ୍ପା କୁହନ୍ତି, ମୁଁ ଏକ ଫ୍ୟାମିଲି ଡ୍ରାମା ଫିଲ୍ମରେ କାମ କରିବାକୁ ଯାଉଛି। ଏଥିରେ ମୁଁ ହିମାଂଶ କୋହଲିଙ୍କ ବଡ଼ ଭଉଣୀ ଚରିତ୍ରରେ ଅଭିନୟ କରିବି ଏବଂ ଭାଇକୁ ପୁରା ସପୋର୍ଟ କରିବି। ଏଥିସହ ରବି କିଶନଙ୍କ ସହ ରୋମାନ୍ସ କରିବି ବୋଲି ସେ କହିଛନ୍ତି। କମଲ ଚନ୍ଦ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶିଳ୍ପାଙ୍କ ସହ ବଙ୍ଗାଳୀ ଫିଲ୍ମ ଅଭିନେତ୍ରୀ ଦର୍ଶନା ବାନିକଙ୍କୁ ମଧ୍ୟ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶଙ୍କୁ ପୂଜା କରି ଟ୍ରୋଲ ହେଲେ ସାରା

ମୁମ୍ବାଇ: ସାରା ଦେଶରେ ଏବେ ଗଣପତିଙ୍କ ପୂଜାକୁ ନେଇ ଉତ୍ସବର ମାହୋଲ। ବଲିଉଡ କଳାକାରମାନେ ମଧ୍ୟ ଏହାକୁ ବେଶ ଧୁମ୍‌ଧାମରେ ପାଳନ କରୁଛନ୍ତି। ଏପରିସ୍ଥଳେ ଗଣେଷଙ୍କୁ...

କିକ୍ରେଟର ମୁଥେୟା ମୁରଲିଧରନଙ୍କ ବାୟୋପିକ୍‌ରେ ନଜର ଆସିବେ ସାଉଥ୍‌ ଷ୍ଟାର ବିଜୟ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଛି। ନେତାଙ୍କ ଠାରୁ ଆରମ୍ଭ କରି କ୍ରିକ୍ରେଟରଙ୍କ ଜୀବନିକୁ ନେଇ ଫିଲ୍ମ ତିଆରି କରାଯାଉଛି। ଭାରତୀୟ କ୍ରିକେଟର...

ଫିଲ୍ମ ‘ଛପାକ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୨ମିନିଟ୍‌ ୧୯ ସେକେଣ୍ଡର ହୋଇଥିବା...

ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ ପୂଜା: ୪୪ ବର୍ଷରେ ବି ଅଛନ୍ତି ଫିଟ୍‌

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ପୂଜା ବତ୍ରା। ଆଜି ଅର୍ଥାତ୍‌ ଅକ୍ଟୋବର ୨୭ ହେଉଛି ପୂଜାଙ୍କ ଜନ୍ମଦିନ। ୧୯୭୬ ମସିହାରେ...

ଦୀପିକାଙ୍କଠାରୁ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ ଶିଖୁଛନ୍ତି ରଣବୀର୍‌

ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍‌ ବଲିଉଡ୍‌ର ସବୁଠୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ୍‌। ନିଜ...

ସିଏଏ ବିରୋଧରେ ଟୁଇଟ୍‌ କରି ଅଡ଼ୁଆରେ ଫରହାନ

ମୁମ୍ବାଇ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ଅଭିନେତା ତଥା ପ୍ରଯୋଜକ ଫରହାନ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତେଲଙ୍ଗାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।...

ଜନତା କର୍ଫ୍ୟୁକୁ ଆଜି ପୂରିଲା ବର୍ଷେ: ଏମିତି ଥାଳି ବଜାଇଥିଲେ ବଲିଉଡ୍‌ ଷ୍ଟାର

ମୁମ୍ବାଇ: କରୋନା ସଂକ୍ରମଣ ଏବେ ଦେଶରେ ପୁଣି ବଢ଼ିବାରେ ଲାଗିଲାଣି। ଗତବର୍ଷ ଠିକ୍‌ ଏହି ସମୟରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିଲା କରୋନା। କରୋନା...

ବ୍ରେକ୍‌ଅପ୍‌ ପରେ ମଧ୍ୟ ସିର୍ଦ୍ଧାର୍ଥଙ୍କୁ ଭୁଲି ପାରିନାହାନ୍ତି ତାରା

ମୁମ୍ବାଇ: ଖୁବ୍‌ଶୀଘ୍ର ରିଲିଜ ହେବାକୁ ଯାଉଛି ସିର୍ଦ୍ଧାର୍ଥ ମଲହୋତ୍ରା ଏବଂ ତାରା ସୁତାରିଆ ଅଭିନୀତ ଫିଲ୍ମ ‘ମରଜାଓ୍ବା’। ଏବେ ଉଭୟ ଏହାର ପ୍ରମୋଶନରେ ବ୍ୟସ୍ତ। ନିକଟ...

Advertisement
Archives

Model This Week