Posted inଖେଳ

ମାତ୍ର ୫୯ ବଲ୍‌ରେ ୧୨୨ ରନ୍‌ର ପାଳି ଖେଳିଲେ ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍‌: ଭାଙ୍ଗିଲେ ଅନେକ ରେକର୍ଡ

ଜୋହାନ୍ସବର୍ଗ,୧୬।୪: ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ୯ ଉଇକେଟ୍‌ରେ ବିଜୟ ହାସଲ କରିଛି। ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ପାକିସ୍ତାନ ୨-୧ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍‌ରେ ଅଧିନାୟକ ବାବର ଆଜମ ୫୯ଟି ବଲରୁ ୧୨୨ ରନ୍‌ର ଇନିଂଶ ଖେଳିଥିଲେ। ତୃତୀୟ ଟି -20ରେ ଦକ୍ଷିଣ ଆଫ୍ରିକା ମାର୍କ୍ରାମ ୨୦୩ ସ୍କୋର କରିଥିଲା। ଏହା ଜବାବରେ ବାବର ୧୨୨ ଏବଂ ରିଜୱାନଙ୍କ ୭୩ ରନ ବଳରେ ପାକିସ୍ତାନ ୧୮ ଓଭରରେ ଗୋଟିଏ ଉଇକେଟ ହରାଇ ମ୍ୟାଚ୍‌ ଜିତିଥିଲା। ଏହା ମଧ୍ୟ ପାକିସ୍ତାନ ଅଧିନାୟକ ବାବରଙ୍କ ପ୍ରଥମ ଟି -୨୦ ଅନ୍ତର୍ଜାତୀୟ ଶତକ ଥିଲା। ସେ ପାକିସ୍ତାନର ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ଶତକ ହାସଲ କରିଥିଲେ। ଏହାପୂର୍ବରୁ ଅହମ୍ମଦ ଶାହାଜାଦ ଶତକ ମାରିଥିଲେ।
ଏହି ମ୍ୟାଚରେ ବାବର ଆଜାମ ଏବଂ ମହମ୍ମଦ ରିଜୱାନଙ୍କ ମଧ୍ୟରେ ପ୍ରଥମ ଉଇକେଟ ପାଇଁ ୧୯୭ ରନର ଐତିହାସିକ ଭାଗିଦାରୀ ମଧ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନ ପକ୍ଷରୁ ପ୍ରଥମ ଉଇକେଟ ପାଇଁ ଏହା ମଧ୍ୟ ସର୍ବାଧିକ ଭାଗିଦାରୀ ରେକର୍ଡ। ଏହାପୂର୍ବରୁ ମେ ୨୦୧୫ରେ ଜିମ୍ବାୱେ ବିପକ୍ଷରେ ମୁଖାର୍‌ ଅହମ୍ମଦ ଏବଂ ଅହମ୍ମଦ ଶେହଜାଦଙ୍କ ଯୋଡି ୧୪୨ଯୋଡିଥିଲେ। ମେ ୨୦୧୦ରେ, ସଲମାନ ବଟ ଏବଂ କମ୍ରାନ ଆକମଲଙ୍କ ମଧ୍ୟରେ ସମାନ ରନ ମଧ୍ୟ ଅଂଶୀଦାର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରେକର୍ଡରେ ଏଭଳି କୋହଲି: ଧୋନୀଙ୍କ ପରେ ଭାରତର ଦ୍ୱିତୀୟ ସଫଳ ଟି୨୦ ଅଧିନାୟକ; ବିଶ୍ୱରେ ପଞ୍ଚମ…

ନୂଆଦିଲ୍ଲୀ,୧୭।୯: ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି ଟି୨୦ ବିଶ୍ୱକପ୍‌ ପରେ ଟି୨୦ ଟିମ୍‌ର ଅଧିନାୟକତ୍ୱ ଛାଡ଼ିବାକୁ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ...

ଗୋଟିଏ ତାରିଖ, ଗୋଟିଏ ମଇଦାନ; ୨ ବର୍ଷ-୨ ରେକର୍ଡ…ମହମ୍ମଦ ସାମିଙ୍କ ପାଇଁ ଖାସ୍‌ ପାଲଟିଲା ୨୨ ଜୁନ୍‌

ନୂଆଦିଲ୍ଲୀ,୨୩।୬: ପୁଣି ଥରେ ବିଦେଶୀ ମାଟିରେ ନିଜ ବଲ୍‌ର ଯାଦୁ ଦେଖାଇଛନ୍ତି ଭାରତୀୟ ଟିମ୍‌ର ୩୦ ବର୍ଷୀୟ ପେସର୍‌ ମହମ୍ମଦ ସାମି। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ...

ଚଳିତବର୍ଷ ଦିନିକିଆରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ଶାମି

ବିଶାଖାପାଟଣା,୧୯।୧୨- ଭାରତୀୟ ପେସର ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟଙ୍କୁ ଅତିକ୍ରମ କରି ଚଳିତବର୍ଷ ଦିନିକିଆରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇପାରିଛନ୍ତି। ଏ...

ଗର୍ଭବତୀ ପ୍ରେମିକାଙ୍କୁ ଦେଖି ଭାବପ୍ରବଣ ହେଲେ ଏହି କ୍ରିକେଟର୍‌

କରୋନା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନକୁ ସ୍ଥଗିତ ରଖାଯାଇଛି। ଏହି ଲିଗ ଅଧାରୁ ସ୍ଥଗିତ ରଖିବା ପରେ ଯାତ୍ରା ପ୍ରତିବନ୍ଧକ ଯୋଗୁ ଅଷ୍ଟ୍ରେଲିଆ...

ୟୁରୋକପ୍‌ ଫାଇନାଲରେ ଇଟାଲୀ: ପେନାଲ୍ଟିରେ ହାରିଲା ସ୍ପେନ୍‌

ଲଣ୍ଡନ,୮।୭: ଇଟାଲୀ ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମୁକାବିଲାରେ ଇଟାଲୀ ପେନାଲ୍ଟି...

ପୁଣି ଥରେ ସ୍ଥଗିତ ହେଲା ପିଏସ୍‌ଏଲ

କରାଚୀ,୪।୩ : ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)କୁ ଗୁରୁବାର ବାତିଲ କରିଦିଆଯାଇଛି। ୩ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଏହି ଟି୨୦ ଇଭେଣ୍ଟରେ...

ହାଇଦ୍ରାବାଦ ଏଫ୍‌ସି ଦଳରେ ଲାଲମ୍‌ପୁଇଆ ଓ ଫର୍ନାଣ୍ଡିଜ

ହାଇଦ୍ରାବାଦ, ୧୫ା୯ (ପି.ଟି.)-ନୂଆ ସିଜନ ଆରମ୍ଭ ପୂର୍ବରୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଦଳ ହାଇଦ୍ରାବାଦ ଏଫ୍‌ସି ସୋମବାର ଦୁଇ ଯୁବ ଆକ୍ରମଣାତ୍ମକ ଖେଳାଳି ଲାଲମପୁଇଆ...

ଡେନ୍‌ମାର୍କ ଓପନ୍‌: ସୁବିଧାଜନକ ଡ୍ର’ରେ ସାଇନା, ଶ୍ରୀକାନ୍ତ

ଓଡେନ୍ସ,୧।୧୦(ପି.ଟି.): ଟୋକିଓ ଅଲିମ୍ପିକ୍ସ ଖେଳିବାର ସମ୍ଭାବନା ସୃଷ୍ଟି କରିଥିବା ବ୍ୟାଡମିଣ୍ଟନ ତାରକା କିଡାମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ବାଲ ଆଗକୁ ଆୟୋଜନ ହେବାକୁ ଥିବା ଡେନ୍‌ମାର୍କ...

Advertisement


Archives

Model This Week