ଆଶୀର୍ବାଦରୁ ବଡ଼ ଆୟୋଜନ

ଅନୁଗୋଳ ଅଫିସ, ୧।୧।୦ : ଅନୁଗୋଳ ସହର ବଜାରରେ ଥିବା ଦୁର୍ଗାଶଙ୍କର ପୂଜା ସମିତି ପକ୍ଷରୁ ମା’ଙ୍କ ପୂଜା ପାଇଁ ଧୁମ୍‌ଧାମରେ କରାଯାଇଛି ଆୟୋଜନ। ଚଳିତବର୍ଷ ୮୫ ବର୍ଷରେ ପାଦ ଥାପିବାକୁ ଯାଉଛି ସମିତିର ପୂଜା। ସ୍ଥାୟୀ ମଣ୍ଡପ ଥିବାରୁ ଏହା ସାଜସଜ୍ଜାରେ ଖୁବ୍‌ ସହାୟକ ହୋଇଛି। ଆକର୍ଷଣୀୟ ମୂର୍ତ୍ତି, ମେଢ଼, ତୋରଣ ପ୍ରସ୍ତୁତ ହୋଇସାରିଥିବା ବେଳେ ରଙ୍ଗିନ ଆଲୋକମାଳାରେ ଅଞ୍ଚଳ ଝଲସି ଉଠୁଛି।
୧୯୩୭ରେ ଏଠାରେ ପ୍ରଥମେ ମା’ଙ୍କୁ ଆବାହନ କରାଯାଇଥିଲା। ପୂର୍ବରୁ ବାଉଁଶରେ ମଣ୍ଡପ ନିର୍ମାଣ କରାଯାଉଥିବା ବେଳେ ସେପରି ଆଡ଼ମ୍ବର ନ ଥିଲା। ହେଲେ ମା’ଙ୍କ କୃପାରୁ ଏବେ ବଡ଼ ଓ ସ୍ଥାୟୀ ମଣ୍ଡପ ନିର୍ମାଣ ହୋଇପାରିଛି। ୨୦୧୦ଠାରୁ ସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଛି। ଷଷ୍ଠୀରୁ ଆରମ୍ଭ ହେବାକୁ ଯାଉଥିବା ପୂଜାରୁ ଏଠାରେ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଅଧିବାସ ହେବ। ଏହି ଯଜ୍ଞ ୫ ଦିନ ଧରି ଚାଲିବ। ଯଜ୍ଞ ପାଇଁ ୨୧ ଜଣ ପଣ୍ଡିତଙ୍କୁ ବରଣୀ କରାଯିବ। ମା’ଙ୍କ ନିକଟରେ ପ୍ରତ୍ୟେକ ଦିନ ଅନ୍ନପ୍ରସାଦ ଲାଗିହେବ। ସପ୍ତମୀରେ ଚକ୍ଷୁଦାନ, ଅଷ୍ଟମୀରେ ମହାଷ୍ଠମୀ ପୂଜା ଓ ସନ୍ଧି ପୂଜା, ନବମୀରେ କୁମାରୀ ପୂଜନ ସହ ଦଶମୀରେ ମୃଣ୍ମୟୀମୂର୍ତ୍ତି ବିସର୍ଜନ କରାଯାଇଥାଏ। ତେବେ ଦଶମୀରେ ଦହି ପଖାଳ ଅନ୍ନ ଏଠାକାର ଅନ୍ୟତମ ମୁଖ୍ୟ ଆକର୍ଷଣ। ଏହି ଅନ୍ନ ପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିବ। ଭସାଣି ଉତ୍ସବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସେହିପରି ପୂଜାକୁ ଆସୁଥିବା ଲୋକେ ଯେପରି ଭରପୂର ମଜା ନେଇପାରିବେ ସେଥିପାଇଁ ଦୁର୍ଗା ପଡ଼ିଆରେ ମିନା ବଜାରର ବ୍ୟବସ୍ଥା ହୋଇଛି। ବିଭିନ୍ନ ଘରକଣା ସାମଗ୍ରୀ ସହ ଚଟପଟା ଖାଦ୍ୟର ବହୁ ଷ୍ଟଲ ଲାଗିଛି। ରାମଦୋଳିଠାରୁ ଆରମ୍ଭ କରି ଡ୍ରାଗନ୍‌, ବ୍ରେକ୍‌ ଡ୍ୟାନ୍ସ, ବେଲୁନ୍‌ ଆଦି ଦୋଳି ପକାଯାଇଛି। ଏହି ଦୋଳି ଅନୁଗୋଳର କୌଣସି ମଣ୍ଡପ ନିକଟରେ ପଡ଼ି ନ ଥାଏ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

 

ସମସ୍ତ ପ୍ରସ୍ତୁତି ଶେଷ ହୋଇଛି
ଦୁଇ ବର୍ଷ ପରେ ମା’ଙ୍କ ପୂଜା ଧୁମ୍‌ଧାମରେ ଆୟୋଜନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ପ୍ରବଳ ଜନସମାଗମ ହେବାକୁ ଥିବାରୁ ଶୃଙ୍ଖଳାର ପୂଜା ପାଇଁ ବ୍ୟବସ୍ଥା କରାଯାଇଛି। ମଣ୍ଡପ ନିକଟରେ ମା’ଙ୍କ ଏକ ସ୍ଥାୟୀ ମନ୍ଦିର କରାଯିବାର ଯୋଜନା ହେଉଛି।
-ସୁନୀଲ କୁମାର ସାହୁ, ସଭାପତି

ସୁନ୍ଦର ବାତାବରଣ ସୃଷ୍ଟି ହୋଇଛି
ମା’ଙ୍କ ପୂଜା ପାଇଁ ଏକ ସୁନ୍ଦର ବାତାବରଣ ସୃଷ୍ଟି ହୋଇଛି। ଫଳରେ ଚଳିତ ପୂଜା ଦେଖିବାକୁ ସହସ୍ରାଧିକ ଲୋକ ଆସିବେ। ମା’ଙ୍କ ଆର୍ଶୀବାଦରୁ ଅଦ୍ୟାବଧି ସୁରୁଖୁରରେ ପୂଜା ଆୟୋଜନ ହୋଇଆସୁଛି। ଏଥର ମଧ୍ୟ ଆଡ଼ମ୍ବରରେ ପୂଜା ଓ ଭସାଣି ଶେଷ ହେବ।
-ପୀୟୂଷକାନ୍ତି ମହୁରୀ, ସମ୍ପାଦକ

ଶୃଙ୍ଖଳିତ ପୂଜା ଉପରେ ଧ୍ୟାନ ଦିଆଯାଉଛି
ମଣ୍ଡପରେ ମା’ଙ୍କ ସମସ୍ତ ରୀତିନୀତି କିପରି ଶୃଙ୍ଖଳିତ ହୋଇପାରିବ ତାହା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ପାର୍ବଣ ଆସିଥିବାରୁ ଏକତାର ସୂତାରେ ସମସ୍ତେ ବାନ୍ଧି ହେବେ। ଏହା ଅଞ୍ଚଳର ଭାଇଚାରାକୁ ଅଧିକ ସୁଦୃଢ଼ କରିବ।

-ଅଶୋକ କୁମାର ସାହୁ, ଉପସଭାପତି

ମନୋରଞ୍ଜନ କରିବ ମେଳା
ମା’ଙ୍କ ଅପାର କରୁଣା ଯୋଗୁ ସବୁକିଛି ସମ୍ଭବ ହୋଇପାରୁଛି। ଆମେ କେବଳ ମାଧ୍ୟମ ହୋଇ କାର୍ଯ୍ୟ କରୁଛୁ। ମନୋରଞ୍ଜନ ପାଇଁ ମଣ୍ଡପ ନିକଟରେ ଯେପରି ମେଳା ଆୟୋଜନ ହୋଇଛି ତାହା ସହରର ଅନ୍ୟ କେଉଁଠାରେ ଦେଖିବାକୁ ମିଳିବ ନାହିଁ।

-ସୁବ୍ରତ କୁମାର ନନ୍ଦ, ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

ବରଗଡ଼ର ଗୌରବ: ଆନ୍ତର୍ଜାତୀୟ ଚେସ୍ ‘ଫିଡେ ରେଟିଂ’ ହାସଲ କଲେ ରୋନକ୍ କୁମାର

ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri