ଆଶୀର୍ବାଦରୁ ବଡ଼ ଆୟୋଜନ

ଅନୁଗୋଳ ଅଫିସ, ୧।୧।୦ : ଅନୁଗୋଳ ସହର ବଜାରରେ ଥିବା ଦୁର୍ଗାଶଙ୍କର ପୂଜା ସମିତି ପକ୍ଷରୁ ମା’ଙ୍କ ପୂଜା ପାଇଁ ଧୁମ୍‌ଧାମରେ କରାଯାଇଛି ଆୟୋଜନ। ଚଳିତବର୍ଷ ୮୫ ବର୍ଷରେ ପାଦ ଥାପିବାକୁ ଯାଉଛି ସମିତିର ପୂଜା। ସ୍ଥାୟୀ ମଣ୍ଡପ ଥିବାରୁ ଏହା ସାଜସଜ୍ଜାରେ ଖୁବ୍‌ ସହାୟକ ହୋଇଛି। ଆକର୍ଷଣୀୟ ମୂର୍ତ୍ତି, ମେଢ଼, ତୋରଣ ପ୍ରସ୍ତୁତ ହୋଇସାରିଥିବା ବେଳେ ରଙ୍ଗିନ ଆଲୋକମାଳାରେ ଅଞ୍ଚଳ ଝଲସି ଉଠୁଛି।
୧୯୩୭ରେ ଏଠାରେ ପ୍ରଥମେ ମା’ଙ୍କୁ ଆବାହନ କରାଯାଇଥିଲା। ପୂର୍ବରୁ ବାଉଁଶରେ ମଣ୍ଡପ ନିର୍ମାଣ କରାଯାଉଥିବା ବେଳେ ସେପରି ଆଡ଼ମ୍ବର ନ ଥିଲା। ହେଲେ ମା’ଙ୍କ କୃପାରୁ ଏବେ ବଡ଼ ଓ ସ୍ଥାୟୀ ମଣ୍ଡପ ନିର୍ମାଣ ହୋଇପାରିଛି। ୨୦୧୦ଠାରୁ ସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଛି। ଷଷ୍ଠୀରୁ ଆରମ୍ଭ ହେବାକୁ ଯାଉଥିବା ପୂଜାରୁ ଏଠାରେ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଅଧିବାସ ହେବ। ଏହି ଯଜ୍ଞ ୫ ଦିନ ଧରି ଚାଲିବ। ଯଜ୍ଞ ପାଇଁ ୨୧ ଜଣ ପଣ୍ଡିତଙ୍କୁ ବରଣୀ କରାଯିବ। ମା’ଙ୍କ ନିକଟରେ ପ୍ରତ୍ୟେକ ଦିନ ଅନ୍ନପ୍ରସାଦ ଲାଗିହେବ। ସପ୍ତମୀରେ ଚକ୍ଷୁଦାନ, ଅଷ୍ଟମୀରେ ମହାଷ୍ଠମୀ ପୂଜା ଓ ସନ୍ଧି ପୂଜା, ନବମୀରେ କୁମାରୀ ପୂଜନ ସହ ଦଶମୀରେ ମୃଣ୍ମୟୀମୂର୍ତ୍ତି ବିସର୍ଜନ କରାଯାଇଥାଏ। ତେବେ ଦଶମୀରେ ଦହି ପଖାଳ ଅନ୍ନ ଏଠାକାର ଅନ୍ୟତମ ମୁଖ୍ୟ ଆକର୍ଷଣ। ଏହି ଅନ୍ନ ପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିବ। ଭସାଣି ଉତ୍ସବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସେହିପରି ପୂଜାକୁ ଆସୁଥିବା ଲୋକେ ଯେପରି ଭରପୂର ମଜା ନେଇପାରିବେ ସେଥିପାଇଁ ଦୁର୍ଗା ପଡ଼ିଆରେ ମିନା ବଜାରର ବ୍ୟବସ୍ଥା ହୋଇଛି। ବିଭିନ୍ନ ଘରକଣା ସାମଗ୍ରୀ ସହ ଚଟପଟା ଖାଦ୍ୟର ବହୁ ଷ୍ଟଲ ଲାଗିଛି। ରାମଦୋଳିଠାରୁ ଆରମ୍ଭ କରି ଡ୍ରାଗନ୍‌, ବ୍ରେକ୍‌ ଡ୍ୟାନ୍ସ, ବେଲୁନ୍‌ ଆଦି ଦୋଳି ପକାଯାଇଛି। ଏହି ଦୋଳି ଅନୁଗୋଳର କୌଣସି ମଣ୍ଡପ ନିକଟରେ ପଡ଼ି ନ ଥାଏ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

 

ସମସ୍ତ ପ୍ରସ୍ତୁତି ଶେଷ ହୋଇଛି
ଦୁଇ ବର୍ଷ ପରେ ମା’ଙ୍କ ପୂଜା ଧୁମ୍‌ଧାମରେ ଆୟୋଜନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ପ୍ରବଳ ଜନସମାଗମ ହେବାକୁ ଥିବାରୁ ଶୃଙ୍ଖଳାର ପୂଜା ପାଇଁ ବ୍ୟବସ୍ଥା କରାଯାଇଛି। ମଣ୍ଡପ ନିକଟରେ ମା’ଙ୍କ ଏକ ସ୍ଥାୟୀ ମନ୍ଦିର କରାଯିବାର ଯୋଜନା ହେଉଛି।
-ସୁନୀଲ କୁମାର ସାହୁ, ସଭାପତି

ସୁନ୍ଦର ବାତାବରଣ ସୃଷ୍ଟି ହୋଇଛି
ମା’ଙ୍କ ପୂଜା ପାଇଁ ଏକ ସୁନ୍ଦର ବାତାବରଣ ସୃଷ୍ଟି ହୋଇଛି। ଫଳରେ ଚଳିତ ପୂଜା ଦେଖିବାକୁ ସହସ୍ରାଧିକ ଲୋକ ଆସିବେ। ମା’ଙ୍କ ଆର୍ଶୀବାଦରୁ ଅଦ୍ୟାବଧି ସୁରୁଖୁରରେ ପୂଜା ଆୟୋଜନ ହୋଇଆସୁଛି। ଏଥର ମଧ୍ୟ ଆଡ଼ମ୍ବରରେ ପୂଜା ଓ ଭସାଣି ଶେଷ ହେବ।
-ପୀୟୂଷକାନ୍ତି ମହୁରୀ, ସମ୍ପାଦକ

ଶୃଙ୍ଖଳିତ ପୂଜା ଉପରେ ଧ୍ୟାନ ଦିଆଯାଉଛି
ମଣ୍ଡପରେ ମା’ଙ୍କ ସମସ୍ତ ରୀତିନୀତି କିପରି ଶୃଙ୍ଖଳିତ ହୋଇପାରିବ ତାହା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ପାର୍ବଣ ଆସିଥିବାରୁ ଏକତାର ସୂତାରେ ସମସ୍ତେ ବାନ୍ଧି ହେବେ। ଏହା ଅଞ୍ଚଳର ଭାଇଚାରାକୁ ଅଧିକ ସୁଦୃଢ଼ କରିବ।

-ଅଶୋକ କୁମାର ସାହୁ, ଉପସଭାପତି

ମନୋରଞ୍ଜନ କରିବ ମେଳା
ମା’ଙ୍କ ଅପାର କରୁଣା ଯୋଗୁ ସବୁକିଛି ସମ୍ଭବ ହୋଇପାରୁଛି। ଆମେ କେବଳ ମାଧ୍ୟମ ହୋଇ କାର୍ଯ୍ୟ କରୁଛୁ। ମନୋରଞ୍ଜନ ପାଇଁ ମଣ୍ଡପ ନିକଟରେ ଯେପରି ମେଳା ଆୟୋଜନ ହୋଇଛି ତାହା ସହରର ଅନ୍ୟ କେଉଁଠାରେ ଦେଖିବାକୁ ମିଳିବ ନାହିଁ।

-ସୁବ୍ରତ କୁମାର ନନ୍ଦ, ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ବ୍ଲକରେ ଦଶହରା ପାଳିତ

ଦାରିଙ୍ଗବାଡ଼ି,୨୫ା୧୦(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଏବଂ ଦାରିଙ୍ଗବାଡ଼ିରେ ଦୁର୍ଗାପୂଜା ପାଳିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କରୋନା କଟକଣା ମଧ୍ୟରେ ପୂଜାର୍ଚ୍ଚନା କରାଯାଇଛି। ଦାରିଙ୍ଗବାଡ଼ିରେ ଷଷ୍ଠୀଠାରୁ...

ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ଶୁଭାରମ୍ଭ କଲେ ମନ୍ତ୍ରୀ

ପୋଲସରା,୬ା୧(ଡି.ଏନ୍‌.ଏ.): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଶୁକ୍ରବାର ପୋଲସରା କାଳୀ ମନ୍ଦିର ସାହି ରାସ୍ତା ନିକଟରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଶ୍ରମ...

ପୁଣି ଏକ ବାଲ୍ୟବିବାହ ରୋକିଲା ଚାଇଲ୍ଡଲାଇନ

ଦେବଗଡ଼, ୬ା୫(ଡି.ଏନ.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ରାଇତାଳ ଗ୍ରାମରେ ବାଲ୍ୟବିବାହ ପାଇଁ ଯୋଜନା ଚାଲିଥିବା ବେଳେ ଚାଇଲ୍ଡଲାଇନ ପକ୍ଷରୁ ଏହାକୁ ରୋକାଯାଇଛି। ମିଳିଥିବା...

ଆଳୁ ବିକିଲା ଯୋଗାଣ ବିଭାଗ

ପାଲଲହଡା, ୨୬।୩ (ଡି.ଏନ.ଏ.): ପାଲଲହଡା ଉପଖଣ୍ଡରେ ଆଳୁ, ପିଆଜର ଦର କିଲୋ ପିଛା ହଠାତ୍‌ ୧୫ ଟଙ୍କା ବଢ଼ାଇ ଦିଆଯାଇଥିବା ଅଭିଯୋଗ ମିଳିବା ପରେ ଗୁରୁବାର...

କପିଳାସ ପୀଠରେ ଜଳକଷ୍ଟ ସବୁଦିନିଆ: ଅଟକିଛି ୫୦ଲକ୍ଷ ଟଙ୍କାର ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୧୧।୭ – ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ କପିଳାସରେ ପାନୀୟ ଜଳ ଅଭାବ ପ୍ରମୁଖ ସମସ୍ୟା ଭାବେ ଉଭାହୋଇଛି। ଏଠାକୁ ଆସୁଥିବା ଶ୍ରଦ୍ଧାଳୁ...

ଅଧୁରା କାର୍ଯ୍ୟର ସମ୍ପୂର୍ଣ୍ଣ ବିଲ୍‌

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି, ୩୦ା୧(ବି.ପ୍ର./ଡି.ଏନ.ଏ.) ସରକାରୀ କଳରୁ ବ୍ୟାପକ ଅନୁଦାନ ଭିତ୍ତିଭୂମି ବିକାଶ ନାଁରେ ଖର୍ଚ୍ଚ ହେଉଛି। ତେବେ ତଦାରଖ ଓ ଅନୁଧ୍ୟାନ କରାଯାଉ ନ ଥିବାରୁ କାର୍ଯ୍ୟଗୁଡିକ...

ଗହଣା ଦୋକାନରୁ ଲୁଟ୍‌, ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ

ବସ୍ତା,୨୮।୭ (ସ୍ବ.ପ୍ର): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ହଳଦୀପାଳ ବଜାରରେ ଥିବା ଇଣ୍ଡିକ୍ୟାଶ ଏଟିଏମ୍‌ ଓ ଏକ ଗହଣା ଦୋକାନରୁ ଶନିବାର ବିଳମ୍ବିତ ରାତିରେ...

୨୫୯ ଅଭିଯୋଗ ଶୁଣିଲେ ଜିଲାପାଳ

ନିଆଳି,୩ା୧୨(ଡି.ଏନ୍‌.ଏ)- ନିଆଳି ବ୍ଲକ ପରିସର ମଧ୍ୟରେ ଥିବା ରାଜୀବ ଭବନଠାରେି ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ଅଶୋକ କୁମାର ଲେଙ୍କାଙ୍କ...

Advertisement
Archives

Model This Week