ଅଙ୍ଗନଓ୍ବାଡି କର୍ମୀଙ୍କ ବିଶାଳ ରାଲି

ଭୁବନେଶ୍ୱର,୪ା୧(ବ୍ୟୁରୋ): ବିଭିନ୍ନ ଦାବି ନେଇ ୪୫ ଦିନ ହେବ ଲୋୟର ପିଏମ୍‌ଜିଠାରେ ଧାରଣାରେ ବସିଥିବା ଅଙ୍ଗନଓ୍ବାଡି କର୍ମୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ସେମାନଙ୍କର କେତେକ ଦାବି ପୂରଣ ନେଇ ସରକାରଙ୍କ ସହ ଆଲୋଚନା ହେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ନିଖିଳ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ସଂଘର ସଭାପତି ଅଞ୍ଜଳି ପଟେଲ କହିଛନ୍ତି। ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ବିଭିନ୍ନ ଦାବି ଉପରେ ଆଲୋଚନା କରିଥିଲେ। ସେଥି ମଧ୍ୟରୁ ଅଙ୍ଗନଓ୍ବାଡି କର୍ମୀମାନଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ଫେବୃୟାରୀରେ ଏକ କମିଟି ଗଠନ କରାଯାଇ ଅର୍ଥ ବିଭାଗ ସହ ଆଲୋଚନା ପରେ ପାରିଶ୍ରମିକ ବୃଦ୍ଧି ନେଇ ନିଷ୍ପତ୍ତି ହେବ। ଅବସରକାଳୀନ ଦେୟ ବୃଦ୍ଧି ସହ ଅଙ୍ଗନଓ୍ବାଡି କର୍ମୀଙ୍କର ଅକାଳ ବିୟୋଗ ପାଇଁ ଅନୁକମ୍ପା ସହାୟତା ବ୍ୟବସ୍ଥା କରାଯିବ। ୬୦ ବର୍ଷ ପର୍ଯ୍ୟନ୍ତ ସେହି ସୁବିଧା ପ୍ରଦାନ କରାଯିବ। ମିନି ଅଙ୍ଗନଓ୍ବାଡିଗୁଡ଼ିକୁ ପର୍ଯ୍ୟାୟ କ୍ରମେ ମୁଖ୍ୟ ଅଙ୍ଗନଓ୍ବାଡି କରାଯିବ। ସୁପରଭାଇଜର ନିଯୁକ୍ତି କ୍ଷେତ୍ରରେ ୩୦ ପ୍ରତିଶତରୁ ୫୦ ପ୍ରତିଶତ କରାଯିବ। ହେଲ୍‌ପର ଏବଂ ଓ୍ବାର୍କରଙ୍କୁ ଖରାଛୁଟି ୧୦ ଦିନ ପ୍ରଦାନ କରିବା ନେଇ ଆଲୋଚନା ହୋଇଛି। ଏସବୁ ପୂରଣ କରିବା ନେଇ ପ୍ରତିଶ୍ରୁତି ମିଳିବା ପରେ ମହାସଂଘ ପକ୍ଷରୁ ଆନ୍ଦୋଳନକୁ ଆସନ୍ତା ଫେବୃୟାରୀ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ବିଭିନ୍ନ ଦାବି ନେଇ ଅଙ୍ଗନଓ୍ବାଡି କର୍ମୀମାନେ ଲୋୟର ପିଏମ୍‌ଜିରେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇଥିଲେ। ଦାବି ପୂରଣ ନେଇ ମଙ୍ଗଳବାର ପୂର୍ବାହ୍ନରେ ନବୀନ ନିବାସ ଯିବାକୁ ହଜାର ହଜାର ଅଙ୍ଗନଓ୍ବାଡି କର୍ମୀ ରାଲିରେ ବାହାରିଥିଲେ। ଏଥିଯୋଗୁ ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ରାସ୍ତା ଜାମ୍‌ ହୋଇଥିଲା। ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା। ପୋଲିସ ସେମାନଙ୍କୁ ରାଜମହଲ ଛକଠାରେ ଅଟକାଇଥିଲା। ସେମାନଙ୍କର ଏକ ପ୍ରତିନିଧିମଣ୍ଡଳୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ଦାବି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିଲେ। ଅଙ୍ଗନଓ୍ବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ଦେବା ସହ ମାସିକ ୫ ହଜାର ଟଙ୍କା ପେନ୍‌ସନ, ମୃତ ଅଙ୍ଗନଓ୍ବାଡି କର୍ମୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ, ଅଙ୍ଗନଓ୍ବାଡି କର୍ମୀଙ୍କ ପାରିଶ୍ରମିକ ୧୮ ହଜାର ଏବଂ ସହାୟିକାମାନଙ୍କର ୯ ହଜାରକୁ ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବି ରହିଛି। ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନ ହେଲେ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି କର୍ମୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?