ଅଙ୍ଗନଓ୍ବାଡିରେ ମିଳୁଛି ନିମ୍ନମାନର ଛତୁଆ

ପୋଲସରା,୧୩।୧୨(ସୁବ୍ରତ ବେହେରା): ଗର୍ଭବତୀ ଓ ପ୍ରସ୍ତୁତି ମହିଳା ହିତାଧିକାରୀମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଛି। ଏପରି ଘଟଣା ଘଟିଛି ପୋଲସରା ବ୍ଲକ ବାଲିଛାଇ ଗ୍ରାମ ପଞ୍ଚାୟତର ଡୋଙ୍ଗରୀ ଅଙ୍ଗନୱାଡ଼ି କେନ୍ଦ୍ରରେ। ଛତୁଆ ଗଚ୍ଛିତ ରଖିଥିବା ବେଳେ ସେଗୁଡ଼ିକୁ ମୂଷା କାଟି ଦେଇଥିବା ଦାୟିତ୍ୱରେ ଥିବା ଅଙ୍ଗନୱାଡ଼ି ଦିଦି ଓ ଅଭିଭାବକ କହିଛନ୍ତି। ସେହି ଛତୁଆ ପକେଟକୁ ୮ ଦିନ ପରେ ବଣ୍ଟନ କରାଯାଉଛି। ସେହି ଛତୁଆକୁ ଗର୍ଭବତୀ ମହିଳା ଖାଇଲେ ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ଫଳରେ ଛତୁଆର ମାନ ଯାଞ୍ଚ କରାଯିବା ନେଇ ଦାବି ଜୋର ଧରିଛି। ଉକ୍ତ କେନ୍ଦ୍ରରେ ୩୫ ଜଣଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ୨୮ ଜଣ ଶିଶୁ ଓ ୭ ଜଣଙ୍କ ଗର୍ଭବତୀ ମହିଳାଙ୍କ ନାମ ପଞ୍ଜୀକୃତ ହୋଇଛି। ଏହା ସହିତ ଡୋଙ୍ଗରି ଗ୍ରାମରେ ଅନେକ ୧୫ ରୁ ୧୯ ବର୍ଷର କିଶୋର ବାଳିକା ରହିଥିବା ବେଳେ ୧୧ ଜଣ ନାମ ପଞ୍ଜିକୃତ କରିଛନ୍ତି ଅଙ୍ଗନୱାଡ଼ି ଦିଦି। ଫଳରେ ଅନେକ କିଶୋର ବାଳିକା ହିତାଧିକାରୀ ରାଜ୍ୟ ସରକାରଙ୍କ ନୂତନ ଯୋଜନାର ଲାଭ ଉଠିବାରେ ବଞ୍ଚିତ ହେଉଛନ୍ତି। ଡିସେମ୍ବର ୧ରୁ ନୂତନ ଭାବେ ‘ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନା’ ମାଧ୍ୟମରେ ପ୍ରତ୍ୟେକ କେନ୍ଦ୍ରରେ ୧୫ ରୁ ୧୯ ବର୍ଷର କିଶୋର ବାଳିକା ହିତାଧିକାରୀମାନଙ୍କୁ ମସଲା ମୁଡି, ଚଣା, ଏକ ସପ୍ତାହକୁ ୪ଟି ଅଣ୍ଡା ଦେବା ପାଇଁ ଏହି ନୂତନ ଯୋଜନା ଓଡ଼ିଶାରେ ରାଜ୍ୟ ସରକାର ଲାଗୁ କରିଥିବା ବେଳେ ଅନେକ ହିତାଧିକାରୀ କିଶୋର ବାଳିକାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇନାହିଁ। ଉକ୍ତ କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ କବିତା କୁମାରୀ ଖଟେଇ ଦୀର୍ଘ ୪ ମାସ ଧରି ନିଜର ସ୍ବାସ୍ଥ୍ୟ ଖରାପ ଥିବା ନେଇ ସେ ଛୁଟିରେ ରହିବା ପରେ ଏକ ମାସ ଧରି ତାଲିମ ପ୍ରଶିକ୍ଷଣ ଶିବିର ପାଇଁ ଯାଇଥିଲେ। ସେ ନିଜର ଛୁଟି ସାରି ନଭେମ୍ବର ୩୦ରେ ନିଜର ଚିଠି ମାଧ୍ୟମରେ କାର୍ଯ୍ୟରେ ଯୋଗ ଦାନ କରିବା ସତ୍ତ୍ୱେ ଦୀର୍ଘ ୯ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ସିଡିପିଓ ଭାରତୀ ମହାପାତ୍ର ଦାୟିତ୍ୱ ହସ୍ତାନ୍ତର କରିନଥିବା ସେ କହିଛନ୍ତି। କେବଳ ସେତିକି ନୁହେଁ ଉକ୍ତ କେନ୍ଦ୍ରକୁ ପାଠ ପଢିବା ପାଇଁ ଆସୁଥିବା ୩ ରୁ ୬ ବର୍ଷ ଶିଶୁମାନଙ୍କୁ ପ୍ରାକ ବିଦ୍ୟାଳୟରେ ସଠିକ୍‌ ଭାବେ ଶିକ୍ଷା ମିଳି ପାରୁନାହିଁ। ପ୍ରତ୍ୟେକ ଦିନ ଶିଶୁମାନଙ୍କୁ ରୋଷେଇ କରି ଖାଦ୍ୟ ଦିଆ ଯାଉନଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଉକ୍ତ ବିଷୟକୁ ନେଇ ବର୍ତ୍ତମାନ ଦାୟିତ୍ୱରେ ଥିବା ଜେମାଦେଇପୁର କେନ୍ଦ୍ର ନମ୍ବର (୧) ପ୍ରଶାନ୍ତି ଲତିକା ନନ୍ଦ ତାଙ୍କର ସ୍ବାସ୍ଥ୍ୟ ଖରାପ ଥିବା ଲାଗି ମନା କରିବା ସତ୍ତ୍ୱେ ତାଙ୍କୁ ବାଧ୍ୟତାମୂଳକ ଭାବେ ଡୋଙ୍ଗରୀ କେନ୍ଦ୍ରର ଦାୟିତ୍ୱ ଦିଆଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ...

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri