Posted inଖେଳ

ରାଜସ୍ଥାନ ରୟାଲ୍ସ କ୍ୟାମ୍ପ ଛାଡ଼ିଲେ ଆଣ୍ଡ୍ର୍ୟୁ ଟାଇ

ମୁମ୍ବାଇ, ୨୬ା୪ (ପି.ଟି.)-ଅଷ୍ଟ୍ରେଲିଆ ପେସ୍‌ ବୋଲର ଆଣ୍ଡ୍ର୍ୟୁ ଟାଇ ଚତୁର୍ଥ ବିଦେଶୀ ଖେଳାଳି ହିସାବରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯାଇଛନ୍ତି। ବ୍ୟକ୍ତିଗତ କାରଣରୁ ନିଜ ଦେଶକୁ ଫେରିଯାଉଛନ୍ତି ବୋଲି ସେ ଦର୍ଶାଇଛନ୍ତି। ପୂର୍ବରୁ ଇଂଲଣ୍ଡର ଜୋଫ୍ରା ଆର୍ଚର (ହାତରେ ଅସ୍ତ୍ରୋପଚାର), ବେନ୍‌ ଷ୍ଟୋକ୍ସ (ଆଙ୍ଗୁଠି ହାଡ଼ ଭାଙ୍ଗି ଯାଇଥିବାରୁ) ଏବଂ ଲିଆମ ଲିଭିଙ୍ଗଷ୍ଟୋନ୍‌ (ବାୟୋ-ବବଲ ଜନିତ ବିଷାଦ) ଏହି ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଛାଡ଼ି ନିଜ ଦେଶକୁ ଚାଲିଯାଇଛନ୍ତି। ଟାଇ ରବିବାର ସକାଳେ ସ୍ବଦେଶ ଫେରିଛନ୍ତି। ଅଷ୍ଟ୍ରେଲୀୟ ପେସ୍‌ ବୋଲର ଯଦି କୌଣସି ସହାୟତା ଲୋଡନ୍ତି ତାଙ୍କୁ ଯୋଗାଇ ଦିଆଯିବ ବୋଲି ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍‌ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି। ଅସ୍ତ୍ରୋପଚାର ଯୋଗୁ ଆର୍ଚର ତାଙ୍କ ଦଳରେ ଯୋଗଦାନ କରିପାରି ନାହାନ୍ତି। ଷ୍ଟୋକ୍ସ ପ୍ରାରମ୍ଭରେ ଇଞ୍ଜୁରି ସମସ୍ୟାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ଲିଭିଙ୍ଗଷ୍ଟୋନ୍‌ ବାୟୋ-ବବଲରେ ଅବସ୍ଥାନ କରିବା ଅତ୍ୟନ୍ତ କଷ୍ଟଦାୟକ ବୋଲି ଦର୍ଶାଇ ଗୋଟିଏ ହେଲେ ମ୍ୟାଚ ଖେଳି ନ ଥିଲେ। ୩୪ବର୍ଷୀୟ ଟାଇ ଅଷ୍ଟ୍ରେଲିଆ ତରଫରୁ ୭ ଅନ୍ତର୍ଜାତୀୟ ଦିନିକିଆ ଓ ୨୮ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଟୁର୍ନାମେଣ୍ଟର ଚଳିତ ସଂସ୍କରଣରେ ସେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ଖେଳିବା ସୁଯୋଗ ପାଇନାହାନ୍ତି। ସେ ତାଙ୍କ ଗତ ମ୍ୟାଚ ଫେବୃୟାରୀରେ ସିଡ୍‌ନୀ ସିକ୍ସର୍ସ ବିପକ୍ଷରେ ପର୍ଥ ସ୍କର୍ଚର୍ସ ତରଫରୁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୁଇଟରରେ ପୋଲାର୍ଡ ଅନ୍‌ଫଲୋ କରିବାରୁ ରାଗିଲେ ରୋହିତ

ନୂଆଦିଲ୍ଲୀ,୨୯।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଦଳ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଅଧିନାୟକ ରୋହିତ ଶର୍ମାଙ୍କୁ ଟୁଇଟରରେ ଅନ୍‌ଫଲୋ କରି ଚର୍ଚ୍ଚାକୁ ଆସିଥିଲେ ଓ୍ବେଷ୍ଟଇଣ୍ଡିଜ ସୀମିତ...

ସିନ୍ଧୁଙ୍କ ଅନୁରୋଧ ରକ୍ଷା କଲା ସାଇ

ନୂଆଦିଲ୍ଲୀ,୧୯।୧୨(ପି.ଟି.): ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟିନୀ ତଥା ବିଶ୍ୱ ଚାମ୍ପିୟନ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁଙ୍କ ଅନୁରୋଧକୁ ଶେଷରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)...

ବିରାଟ କୋହଲିଙ୍କ ବଢିଲା ଟେନସନ୍‌

ସିଡନୀ,୧୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଦ୍ୱିତୀୟ ୱାର୍ମ ଅପ ମ୍ୟାଚ ଖେଳୁଛି। ତିନି ଦିନିଆ ଏହି ଦିନିଆ ମ୍ୟାଚରେ ଅଷ୍ଟ୍ରେଲିଆ...

କୁକ୍‌ଙ୍କୁ ବହିଷ୍କାର କରିବ କୁସ୍ତି ମହାସଂଘ

ନୂଆଦିଲ୍ଲୀ, ୨୬ା୬ (ପି.ଟି.)-ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ଅନ୍‌ଲାଇନ୍‌ ସେସନରେ ଅଂଶଗ୍ରହଣ କରିବା ଲାଗି ରାଜି ନ ହେବାରୁ ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)...

ଧୋନୀଙ୍କୁ ମିସ୍‌ କରୁଛନ୍ତି ପାଣ୍ଡ୍ୟା

ନୂଆଦିଲ୍ଲୀ,୩।୧୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ କେବଳ ତାଙ୍କ ପ୍ରଶଂସକ ନୁହେଁ, ସାଥୀ ଖେଳାଳିମାନେ ମିସ୍‌ କରୁଛନ୍ତି। ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ...

ଚହଲଙ୍କୁ ପଛରୁ କିକ୍‌ ମାରିଲେ ଗୁଜରାଟ ଟାଇଟାନ୍ସ କୋଚ୍‌

କୋଲକତା,୨୪।୫: ଗୁଜରାଟ ଟାଇଟାନ୍ସ ଦଳର ମୁଖ୍ୟ କୋଚ ଆଶିଷ ନେହେରା ଆଇପିଏଲ ୨୦୨୨ କ୍ୱାଲିଫାୟର ୧ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସ ବୋଲର ୟୁଜଭେନ୍ଦ୍ର ଚହଲଙ୍କୁ...

ସ୍ନେହରେ ପତ୍ନୀ ଅନୁଷ୍କାଙ୍କୁ ଏହି ନାମରେ ଡାକନ୍ତି ବିରାଟ: ଆପଣ ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍‌…

ନୂଆଦିଲ୍ଲୀ,୨।୫: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ହେଉଛନ୍ତି ବିରାଟ କୋହଲୀ। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ...

ବୋଲର ପ୍ରଭାବୀ, ରାହାନେଙ୍କ ଅର୍ଦ୍ଧଶତକ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୩।୮- ସ୍ଥାନୀୟ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଭାରତ...

Advertisement
Archives

Model This Week