Posted inUncategorized

ଆନ୍ଧ୍ରର ଜଳ ସଂରକ୍ଷଣ ବନ୍ଧ ନିର୍ମାଣ ଯୋଜନା ପଣ୍ଡ କଲା ଓଡ଼ିଶା

ପଟ୍ଟାଙ୍ଗି,୧୦ା୧୦(ଶରତ ଧଳ):ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ସରକାରୀ କର୍ମଚାରୀ ଓଡ଼ିଶାର ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ନିଜ ରାଜ୍ୟର ଚାଷୀଙ୍କ ପାଇଁ ଜଳ ସଂରକ୍ଷଣ ବନ୍ଧ ନିର୍ମାଣ ଯୋଜନାକୁ ଓଡ଼ିଶା ପଣ୍ଡ କରିଦେଇଛି। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ସୋମବାର ଘଟଣା ସ୍ଥଳରେ ପହଞ୍ଚତ୍ ଆନ୍ଧ୍ରର ସର୍ଭେରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ଏଥିରେ ନିୟୋଜିତ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖି ପରେ ସେମାନଙ୍କଠାରୁ ଲିଖିତ ରୂପେ ଲେଖି ରଖିବା ପରେ ଅଧିକାରୀମାନେ ସେମାନଙ୍କୁ ଛାଡ଼ିଛନ୍ତି।
ଖବରରୁ ଜଣାପଡିଛି, ବ୍ଲକ୍‌ର ସୁଙ୍କି, ରାଲେଗଡା ଓ ମାଡାୱାଲସା ପଞ୍ଚାୟତର ୧୪ଟି ଗ୍ରାମର ଗ୍ରାମବାସୀ ଗ୍ରାମ ନିକଟରେ ପ୍ରବାହିତ ପାହାଡି ନଦୀ ଉପରେ ନିର୍ଭର କରି ଚଳନ୍ତି। ଏହି ନଦୀ ଜଳରେ ସେମାନେ ଚାଷକରି ଜୀବିକା ନିର୍ବାହ କରନ୍ତି। ତେବେ ଆନ୍ଧ୍ର ନିଜ ରାଜ୍ୟ ଏବଂ ସୀମାନ୍ତ ଗ୍ରାମର ଚାଷୀଙ୍କ ପାଇଁ ମୁଙ୍ଗାରଗୁମି ଗ୍ରାମରେ ଏକ ଜଳସେଚନ ପ୍ରକଳ୍ପ ନେଇ ବନ୍ଧ ନିର୍ମାଣ କରିବାକୁ ଯୋଜନା କରି ଗତ ୨୬ରେ ଜମି ଚିହ୍ନଟ ସହ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲା। ଏ ସମ୍ପର୍କରେ କେବଳ ଧରିତ୍ରୀରେ ଖବର ପ୍ରକାଶ ପରେ ସୋମବାର ବ୍ଲକ୍‌ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଓ ରାଜସ୍ବ ସୁପରଭାଇଜର ଗୋଲକ ପରିଡ଼ା ସୁଙ୍କି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଉପସ୍ଥିତ କର୍ମଚାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ତୁମ ରାଜସ୍ବ ଅଞ୍ଚଳରେ ଆନ୍ଧ୍ର ଘଟାଉଥିବା ଘଟଣା ଉପରେ କାହିଁକି ସୂଚନା ରଖୁନାହଁ ବୋଲି ପଚାରିଥିଲେ। ପରେ ଏଠାରୁ ସୁଙ୍କି ପୋଲିସକୁ ନେଇ ତହସିଲଦାର ଧାରୁଆ ଓ ସୁପରଭାଇଜର ପରିଡା ଆନ୍ଧ୍ର ବନ୍ଧ ନିର୍ମାଣ ନେଇ ଯୋଜନା ପ୍ରସ୍ତୁତ କରୁଥିବା ମୁଙ୍ଗାରଗୁମି ଗ୍ରାମରେ ପହଞ୍ଚତ୍ ଆନ୍ଧ୍ରର ଚାଲିଥିବା ସର୍ଭେ କାର୍ଯ୍ୟ ବନ୍ଦ କରିଥିଲେ। ସର୍ଭେ କାର୍ଯ୍ୟରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜବତ କରି ଏଥିରେ ନିୟୋଜିତ ତିନି କର୍ମଚାରୀ ମଧୁ ପାଟେଲ୍‌, ପୋରିକା ରାକେଶ ଏବଂ ରବି ଲାଲ୍‌ ବିଶ୍ୱକର୍ମାଙ୍କୁ ସୁଙ୍କି ଥାନାକୁ ଆଣି ଦୀର୍ଘ ସମୟ ଧରି ଅଟକ ରଖିଲେ। ପରେ ଅଟକ କର୍ମଚାରୀମାନେ ଲିଖିତ ପ୍ରତିଶ୍ରୁତି ଦେବାରୁ ସେମାନଙ୍କୁ ଛାଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?