ଓଡ଼ିଶା ସୀମାରେ ଆନ୍ଧ୍ରର ଜଳ ସଂରକ୍ଷଣ ବନ୍ଧ ଯୋଜନା

ପଟ୍ଟାଙ୍ଗି,୯ା୧୦(ଶରତ ଧଳ):କିଛିଦିନର ନୀରବତା ପରେ ପୁଣି ପଡ଼ୋଶୀ ଆନ୍ଧ୍ରର କାର୍ଯ୍ୟ ଚର୍ଚ୍ଚାକୁ ଆସିଛି। ଏଥର କୋଟିଆ କିମ୍ବା ଅନ୍ୟ କୌଣସି ପଞ୍ଚାୟତର ଲୋକଙ୍କୁ ନିଜ ରାଜ୍ୟ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟ ନାହିଁ ବରଂ ଓଡ଼ିଶା ସୀମାରେ ଅନୁପ୍ରବେଶ କରି ଆନ୍ଧ୍ର ସରକାର ଜଳ ସଂରକ୍ଷଣ ବନ୍ଧ ନିର୍ମାଣ ଯୋଜନା କରୁଛି। ଏଥିପାଇଁ ସେ ଓଡ଼ିଶାର ରାଜସ୍ବ ଓ ଜଙ୍ଗଲ ବିଭାଗ ଅଧୀନରେ ଥିବା ଜଳ ଓ ଜଙ୍ଗଲ ଜମିକୁ ହାତେଇବାରେ ଲାଗିପଡ଼ିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ପଞ୍ଚାୟତର ମୁଙ୍ଗାରଗୁମି ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏନେଇ ସ୍ଥାନୀୟ ଜିଲା ପ୍ରଶାସନ ନିକଟରେ କିଛି ଖବର ନାହିଁ।
ଖବରରୁ ଜଣାପଡିଛି, ପଟ୍ଟାଙ୍ଗି ବ୍ଲକର ସୁଙ୍କି ପଞ୍ଚାୟତର ଇତାୱାଲସା, କୋପମାଉଡି, ଗନ୍ଧୱାଲସା, ୱାଲାଗାଁ, ମାଦିଗୁଣ୍ଡଲାମ, ମୁଙ୍ଗାରଗୁମି, ସାଙ୍ଗାମଗୁଡ଼େ, ତୋଟାଲପାଡୁ ଓ ଡ୍ରେଙ୍ଗିଗରୁଙ୍ଗଗୁଡ଼େ ଗ୍ରାମ ସହ ରାଲେଗଡ଼ା ପଞ୍ଚାୟତର ବାଟିୱାଲ୍‌ସା, ଚିଟାମପାଡୁ, ଟାଙ୍ଗିଣି ଓ ମାଡାୱାଲସା ପଞ୍ଚାୟତର ୧୪ଟି ଗ୍ରାମର ଗ୍ରାମବାସୀ ନିଜ ଗ୍ରାମ ନିକଟ ଦେଇ ପ୍ରବାହିତ ପାହାଡୀ ନଦୀ ଉପରେ ନିର୍ଭର କରି ଚଳନ୍ତି। ଏହି ନଦୀ ଜଳରେ ସେମାନେ ଚାଷକରି ଜୀବିକା ନିର୍ବାହ କରନ୍ତି। ତେବେ ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ବସବାସ କରୁଥିବା ଲୋକମାନେ କିପରି ଉନ୍ନତମାନର ଚାଷ କରି ରୋଜଗାରକ୍ଷମ ହୋଇପାରିବେ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆନ୍ଧ୍ର-ଓଡ଼ିଶା ସୀମାନ୍ତର ଉପରୋକ୍ତ ଗ୍ରାମଗୁଡ଼ିକ ମଧ୍ୟରୁ ମୁଙ୍ଗାରଗୁମି ଗ୍ରାମରେ ଜଳସେଚନ ପ୍ରକଳ୍ପ ନେଇ ଏକ ବନ୍ଧ ନିର୍ମାଣ କରିବାକୁ ଆନ୍ଧ୍ର ସରକାର ଯୋଜନା କରିଛି। ଏଥିପାଇଁ ଗତ ୨୬ ତାରିଖରେ ଆନ୍ଧ୍ର ସରକାର ଜମି ଚିହ୍ନଟ ସହ ସର୍ଭେ କାର୍ଯ୍ୟ ଆରମ୍ଭ କରିଛି। ଅନ୍ୟପକ୍ଷରେ ଆନ୍ଧ୍ର ଯଦି ଏପରି ପ୍ରକଳ୍ପ କରେ ତେବେ ଓଡ଼ିଶାର ଉପରୋକ୍ତ ସମସ୍ତ ଗ୍ରାମବାସୀ ଜୀବିକା ହରାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ଓଡ଼ିଶାର ସୁଙ୍କି ପଞ୍ଚାୟତରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓ ଜଙ୍ଗଲ ବିଭାଗର କାର୍ଯ୍ୟାଳୟ ରହିଥିଲେ ସୁଦ୍ଧା ଆନ୍ଧ୍ରର ଏପରି ଅନୁପ୍ରବେଶ କିପରି ଏହି ଦୁଇ କାର୍ଯ୍ୟାଳୟର କର୍ମଚାରୀଙ୍କ ନଜରରେ ପଡୁନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ବିଷୟରେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କୁ ପଚାରିବାରୁ ସେ କହିଲେ, ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ଖବର ନାହିଁ। ତେବେ ସେ ଏହାର ଅନୁଧ୍ୟାନ କରିବେ। ଘଟଣାସ୍ଥଳକୁ ଗସ୍ତ କରି ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?