ଓଡ଼ିଶା ପାଣି ଲୁଟିବାକୁ ଆଉ ପାଦେ ଆଗେଇଲା ଆନ୍ଧ୍ର

ପାରଳାଖେମୁଣ୍ଡି, ୨୦।୪ (ଡି.ଏନ୍‌.ଏ): ଗଜପତି ଜିଲାର ଦୁଇ ନଦୀ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି । ମହେନ୍ଦ୍ରତନୟା ଓ ବଂଶଧାରା ନଦୀ ଉପରେ ଆନ୍ଧ୍ର ପ୍ରକଳ୍ପ ନିର୍ମାଣ କରି ବିବାଦକୁ ଆସିବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଉଭୟ ରାଜ୍ୟ। ତେବେ ସୁପ୍ରିମକୋର୍ଟ ଆନ୍ଧ୍ର ସପକ୍ଷରେ ରାୟ ଦେବାପରେ ଏବେ ଆଉପାଦେ ଆଗେଇଛନ୍ତି ଆନ୍ଧ୍ର ସରକାର। ବୁଧବାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦିନିକିଆ ଗସ୍ତରେ ଶ୍ରୀକାକୁଲମ ଜିଲା ମୁଲାପେଟାଠାରେ ବନ୍ଧ ନିର୍ମାଣ ପାଇଁ ସମୁଦ୍ର ପୂଜା କରିଛନ୍ତି। ଉଭୟ ନଦୀରେ ପ୍ରକଳ୍ପ ପାଇଁ ୪୭୬.୩୫ କୋଟି ଟଙ୍କା ଖର୍ଚ୍ଚ କରିବା ଲକ୍ଷ୍ୟରେ ଭୂମିପୂଜନ କରିଛନ୍ତି ଜଗନମୋହନ । ମହେନ୍ଦ୍ରତନୟା ନଦୀରେ ଆପସୋର ପ୍ରକଳ୍ପ ବାବଦକୁ ୩୦୦ କୋଟି ଟଙ୍କା ବ୍ୟୟରେ ଏକ ରିଜର୍ଭର ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଥିବା ବେଳେ ବଂଶଧାରା ନଦୀରେ କାଟ୍ରାଗଡ଼ା ପ୍ରକଳ୍ପରୁ ବଂଶଧାରା ପାଣି ନେଇ ହୀରାମଣ୍ଡଳମ ନିକଟରେ ରିଜର୍ଭର ନିର୍ମାଣ ପାଇଁ ୧୭୬.୩୫ କୋଟି ଟଙ୍କା ଖର୍ଚ୍ଚ କରିବା ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର ଜଳ ନେବା ପାଇଁ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ପ୍ରୟାସ ଜାରି ରଖିତ୍ଥିବା ବେଳେ ଏଠାକାର ରାଜ୍ୟ ସରକାର ଏ ଦିଗରେ କୋଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି । ବିଗତ ଦିନରେ ମହେନ୍ଦ୍ରତନୟା ନଦୀର ତଳ ମୁଣ୍ଡରେ ଆପସୋର ପ୍ରକଳ୍ପ ନିର୍ମାଣକୁ ଗଜପତି ଜିଲାରେ ତୀବ୍ର ବିରୋଧ କରାଯାଇଥିଲା। ଫଳରେ ନଦୀର ଉପର ମୁଣ୍ଡରେ ଜିଲାର ରାୟଗଡ ବ୍ଲକ ଡମ୍ବାପୁର ଓ ଚମ୍ପାପୁର ନିକଟରେ ଦୁଇଟି ପ୍ରକଳ୍ପ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇ ୨୦୦୭ରେ ଡମ୍ବାପୁର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ପ୍ରକଳ୍ପର ଉପର ମୁଣ୍ଡର କାର୍ଯ୍ୟ ସରିଥିଲେ ମଧ୍ୟ କେନାଲ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଏହି ପ୍ରକଳ୍ପ ନିର୍ମାଣ ହେଲେ ଗଜପତି ଜିଲାର ରାୟଗଡ଼ ଓ ଗୋସାଣି ବ୍ଲକର ଲୋକଙ୍କ ଚାଷକାର୍ଯ୍ୟ ଓ ପାନୀୟ ଜଳର ସମସ୍ୟା ଦୂର ହେବା ସହିତ ତଳ ମୁଣ୍ଡରେ ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପକୁ କଡ଼ା ଜବାବ ଦିଆଯାଇପାରନ୍ତା। ରାଜ୍ୟ ସରକାରଙ୍କ ପ୍ରକଳ୍ପ କାର୍ଯ୍ୟର ମନ୍ଥରତା ଯୋଗୁଁ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରିଚାଲିଛି । ବର୍ତ୍ତମାନ ସମୟ ଆସିଛି ଗଜପତିବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ସିଂହ ରାଶିରେ ଗୋଚର: ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ବଡ଼ ଚାକିରି ଅଫର୍‌ରେ ବଦଳିବ ଭାଗ୍ୟ!

ଗୁରୁବାର, ନଭେମ୍ୱର ୧୨, ୨୦୨୬ ରେ ମଙ୍ଗଳ ଗ୍ରହ ତାଙ୍କର ମିତ୍ର ସୂର୍ଯ୍ୟଙ୍କ ରାଶି ସିଂହରେ ଗୋଚର କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କର ସେନାପତି…

ଏକ୍ସରେ ଭିଡିଓ ବନାଇ ରୋଜଗାର କରନ୍ତୁ ମୋଟା ଅଙ୍କର ଟଙ୍କା! କମ୍ପାନୀ ଆଣିଲା ଜବରଦସ୍ତ ଫିଚର୍‌, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ,୧୧।୧୧: ସୋସିଆଲ ମିଡିଆରେ ବଡ଼ ଭିଡିଓର ଛୋଟ ଛୋଟ କ୍ଲିପ ପ୍ରସ୍ତୁତ କରି ସେୟାର କରିବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାଦ୍ୱାରା କେବଳ ଭିଡିଓକୁ…

IPL ୨୦୨୭ ପୂର୍ବରୁ ବଡ଼ ହଲଚଲ୍‌! ୧୦ ଖେଳାଳିଙ୍କ ଦଳ ପରିବର୍ତ୍ତନ, ଜାଣନ୍ତୁ କିଏ କେଉଁ ଟିମ୍‌କୁ ଗଲେ

ନୂଆଦିଲ୍ଲୀ,୧୧।୧୧: IPL ୨୦୨୭ ସିଜିନ୍‌ ପୂର୍ବରୁ ଖେଳାଳିଙ୍କ ଟ୍ରେଡ୍‌କୁ ନେଇ କ୍ରିକେଟ୍‌ ଜଗତରେ ବଡ଼ ହଲଚଲ୍‌ । ଏଥର ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ ଦୁଇଟି ଦଳର ଅଧିନାୟକ…

କମ୍ପୁଛି କେସିଙ୍ଗା ସହର, ମା’କାଳୀଙ୍କ ଆଶୀର୍ବାଦ ନେବାକୁ ଛୁଟି ଆସୁଛନ୍ତି ଭକ୍ତ

କେସିଙ୍ଗା,୧୧ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଧୂମ୍‌ଧାମରେ ହେଉଛି ମା’ ଶ୍ୟାମାକାଳୀ ପୂଜୋତ୍ସବ। କେସିଙ୍ଗାର ମା’ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ସୋମବାରଠାରୁ ଆରମ୍ଭ ୫…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ଜୋର୍‌ ଧରିଲା ଦାବି

ଅମରପାଲି,୧୧ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନକୁ ନେଇ ବିଭିନ୍ନ ଗ୍ରାମ ମଧ୍ୟରେ ଦାବି ଜୋର ଧରିଛି। ନିଜ…

ହାର୍ଦ୍ଦିକଙ୍କ ବିଦାୟ ପରେ ମୁମ୍ବାଇର ନୂଆ କ୍ୟାପ୍ଟେନ କିଏ? ଦୌଡ଼ରେ ୪ ବଡ଼ ନାଁ , ଜାଣନ୍ତୁ କିଏ ଅଛନ୍ତି ସବୁଠୁ ଆଗରେ…

ନୂଆଦିଲ୍ଲୀ, ୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସର ସାଥ ଛାଡ଼ିଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ଆଗାମୀ ଆଇପିଏଲ (ଆଇପିଏଲ ୨୦୨୭)ରେ ସେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ନଜର ଆସିବେ।…

ମୁମ୍ବାଇ ଇଣ୍ଡିଆନ୍ସ ଛାଡି ପଞ୍ଜାବ କିଙ୍ଗ୍ସ ଗଲେ ହାର୍ଦ୍ଦିକ ପାଣ୍ଡ୍ୟା: ଏତିକି କୋଟି ଟଙ୍କାରେ କିଣିଲା ପଞ୍ଜାବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହଙ୍କ ଟ୍ରେଡ ଡିଲ କ୍ରିକେଟ ଜଗତରେ ନୂଆ ଚର୍ଚ୍ଚା ସୃଷ୍ଟି…

ଚୁଲି ମୁହଁ ପଶ୍ଚିମକୁ କାହିଁକି? ଜାଣନ୍ତୁ ଏହା ପଛର କାରଣ…

ଆଗକାଳରେ ସମସ୍ତଙ୍କ ଘରେ ପ୍ରାୟ ଚୁଲିରେ ରୋଷେଇ ହେଉଥିଲା। ଏବେ ଯୁଗ ବଦଳିଛି ଲୋକେ ଗ୍ୟାସ୍‌ରେ ରୋଷେଇ କରୁଛନ୍ତି। ମାତ୍ର ଆଜି ବି କିଛି ଅଞ୍ଚଳରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?