ଫାଟୁସିନେରିରେ ଆନ୍ଧ୍ର କଲା ନିର୍ବାଚନ: ସେଧା ହେଲେ ସରପଞ୍ଚ

ପଟାଙ୍ଗୀ,୧୪ା୨: ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମକୁ ନିଜର ବୋଲି ଦାବି ସାବ୍ୟସ୍ଥ କରିବା ପାଇଁ ଶେଷରେ ଶନିବାର ଏହି ଗ୍ରାମରେ ପଞ୍ଚାୟତ ନିର୍ବାଚନ କରିଛି। ବିଜୟନଗରମ ଜିଲା ପ୍ରଶାସନ ସହଯୋଗରେ ସାଲୁର ବ୍ଲକ ପ୍ରଶାସନ ପକ୍ଷରୁ ଫାଟୁସିନେରିରେ ଏକ ନିର୍ମଣାଧୀନ
ଚର୍ଚ୍ଚ ଗୃହରେ ମତଦାନ କେନ୍ଦ୍ର କରି ନିର୍ବାଚନ କାର୍ଯ୍ୟ ଶେଷ କରିଛି। ଫାଟୁସିନେରି ଗ୍ରାମର ସେଧା ରାପୋକାମି (ହିମିରିକା) ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଡି. ବେଲଗାବାଲସା ଗ୍ରାମର କୋଣ୍ଡାପାଲି ପାଇଡି ତାଳିଆମ୍ମାଙ୍କୁ ପରାସ୍ତ କରି ବିଜୟୀ ହୋଇଥିବା ରିର୍ଟନିଂ ଅଧିକାରୀ ଏ. ଜନାର୍ଦ୍ଦନ ରାଓ କହିଛନ୍ତି।

ନିର୍ବାଚନ ପ୍ରକ୍ରିୟାରେ ରୋକୋ ଲଗାଇବା ପାଇଁ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଫଗୁଣସିନେରି ଗ୍ରାମରେ କରାଯାଇଥିବା ଜନସେବା କାର୍ଯ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମର କୌଣସି ପ୍ରଭାବ ଗ୍ରାମବାସୀଙ୍କ ଉପରେ ପଡିନାହିଁ। ନିର୍ବାଚନ ପାଇଁ ଫାଟୁସିନେରି ଗ୍ରାମରେ ୮ଟି ଓ୍ବାର୍ଡର ଭୋଟରଙ୍କ ପାଇଁ ୮ଟି ବୁଥ ହୋଇଥିଲା। ଏହିସବୁ ଓ୍ବାର୍ଡର ୧୦୨୫ ଭୋଟରଙ୍କ ମଧ୍ୟରୁ ୬୧୭ ମତଦାନ କରିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ମହିଳା ଭୋଟର ୩୦୮ ଥିବା ବେଳେ ପୁରୁଷ ଭୋଟର ୩୦୯ ରହିଥିଲେ। ସକାଳ ସାଢେ ୬ଟାରେ ମତଦାନ ଆରମ୍ଭ ହୋଇ ଅପରାହ୍ନ ୧.୩୫ରେ ଶେଷ ହୋଇଥିଲା। ୨ଟା ପରେ ଭୋଟ ଗଣତି ହୋଇ ଫାଟୁସିନେରି ଗ୍ରାମର ସେଧା ରାପୋକାମି (ହିମିରିକା) ସରପଞ୍ଚ ରୂପେ ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଳଦୀ ଅମଳ ପାଇଁ ଜଙ୍ଗଲରେ ବିତୁଛି ଜୀବନ: ବିକ୍ରିନେଇ ଚିନ୍ତାରେ ଚାଷୀ

ଦାରିଙ୍ଗବାଡ଼ି,୧୦।୪(ଡି.ଏନ୍‌.ଏ.)- ଏବେ କନ୍ଧମାଳରେ ହଳଦୀ ଅମଳ ସମୟ। ପ୍ରକୃଷ୍ଟ ସମୟ ବିତିଗଲେ ଚାଷୀଙ୍କୁ ହଜାର ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଚାଷୀର ମେରୁଦଣ୍ଡ କୁହାଯାଉଥିବା...

ବର୍ଷା, କୁଆପଥର ମାଡ଼: ପରିବା ଚାଷ ନଷ୍ଟ ଆଶଙ୍କା

ଭଦ୍ରକ ଅଫିସ/ବାସୁଦେବପୁର,୧୯।୩(ଡି.ଏନ୍‌.ଏ.): ପଶ୍ଚିମା ଝଡ଼ ପ୍ରଭାବରେ ଭଦ୍ରକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ କେତେକ ସ୍ଥାନରେ କୁଆପଥର ମାଡ଼ ହୋଇଛି। ବର୍ଷା ପାଣି କ୍ଷେତରେ...

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ, ପୋଚ ଜବତ

ଦେବଗଡ,୭ା୫(ଡି.ଏନ.ଏ)-ଦେବଗଡ ଜିଲା ଅବକାରୀ ବିଭାଗ ପକ୍ଷରୁ ଦେବଗଡ ଥାନା ଅଧିନ କାଲକାଠ ଗ୍ରାମର ଅଲେଖ କିସାନଙ୍କ ଘରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ...

ସବୁ ଛାତ୍ରୀନିବାସ ଲାଗି ୩ ହଜାର ମାଟ୍ରନ ପଦବୀ

ଭୁବନେଶ୍ୱର, ୧୪ା୩(ବ୍ୟୁରୋ): ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ଲାଗି ରାଜ୍ୟ ସରକାରଙ୍କ ଏସ୍‌ସି ଆଣ୍ଡ ଏସ୍‌ଟି ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।...

ଏବେ ଖୋଲିବନି ସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଚଳିତମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ହୋଇଥିଲା ତାକୁ ରାଜ୍ୟ ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି।...

ରାଜ୍ୟକୁ ଲୋଡ଼ା ଅଧିକ ଅଫିସର

ଭୁବନେଶ୍ୱର, ୭।୧୨: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟାପାର ମୁଖ୍ୟତଃ ପୋଲିସ ଅଧିକାରୀଙ୍କ ଦ୍ୱାରା ପରିଚାଳନା କରାଯାଇଥାଏ। ରାଜ୍ୟରେ ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଧିକାରୀମାନେ ଶୀର୍ଷସ୍ତରରେ ରହି ଏହାର...

ଅବପାତର ରୂପ ନେଲା ଲଘୁଚାପ: ୬ଟି ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୮।୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡିଶାର ୬ଟି ଜିଲାରେ ଗୁରୁବାର ପ୍ରବଳରୁ ୍ଅତି...

ନୋ ଏଣ୍ଟ୍ରି ଜୋନ୍‌ରେ ପରିବହନ ଟ୍ରକ୍‌ ଚଳାଚଳ

ଯାଜପୁର ରୋଡ,୫।୪(ଡି.ଏନ.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନକୁ ଲାଗି ରହିଥିବା ମାଲ ଗୋଦାମ ସହରବାସୀଙ୍କ ପାଇଁ କାଳ ହୋଇଛି। ପରିବହନ ଟ୍ରକ ଚଳାଚଳରେ...

Advertisement
Archives

Model This Week