ଆନ୍ଧ୍ର ଆବେଦନକାରୀଙ୍କ ପିଟିଶନ ଖାରଜ

ନୂଆଦିଲ୍ଲୀ, ୨୨।୩:କୋରାପୁଟ ଜିଲାର ବିବାଦୀୟ କୋଟିଆର ୨୧ଟି ଗ୍ରାମକୁ ଆନ୍ଧ୍ରପ୍ରଦେଶର ବୋଲି ଘୋଷଣା କରିବା ସହ ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା ସକାଶେ ଆନ୍ଧ୍ର ସମର୍ଥିତ ୫ ସରପଞ୍ଚ ଦାୟର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ପୀଠ ଓଡ଼ିଶା ଓକିଲଙ୍କ ଯୁକ୍ତି ଶୁଣିବା ପରେ ଆନ୍ଧ୍ର ପକ୍ଷରୁ କରାଯାଇଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।
ଶୁଣାଣି ବେଳେ ଓଡ଼ିଶା ପକ୍ଷରୁ ଓକିଲ ଶିବଶଙ୍କର ମିଶ୍ର କହିଥିଲେ ଯେ, ସମ୍ବିଧାନର ଅନୁଚ୍ଛେଦ ୧୩୧ ଅନୁଯାୟୀ ମୂଳ ମକଦ୍ଦମା ଏବଂ ଅଦାଲତ ଅବମାନନା ମାମଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ବିଚାରାଧୀନ ରହିଛି। ଚଳିତ ବର୍ଷ ଓଡ଼ିଶା ସରକାର କୋଟିଆର ସମ୍ପୃକ୍ତ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବା ଓ ସେଥିରେ ୭୫ ପ୍ରତିଶତ ମତଦାନ ହୋଇଥିବା ସଂକ୍ରାନ୍ତ ତଥ୍ୟ ମଧ୍ୟ ମିଶ୍ର କୋର୍ଟରେ ଉପସ୍ଥାପନ କରିଥିଲେ। ଏଥିସହିତ ସେ ଯୁକ୍ତି ବାଢ଼ିଥିଲେ ଯେ, ସେହିସବୁ ଗ୍ରାମରେ ଆନ୍ଧ୍ର କେବେହେଲେ ନିର୍ବାଚନ କରିନାହିଁ ଓ କେବଳ ପଞ୍ଚାୟତ ପ୍ରତିନିଧି ବାଛିଛି।
ତେବେ ବିବାଦୀୟ ଅଞ୍ଚଳର ସରପଞ୍ଚ ବୋଲି ନିଜକୁ ଦାବି କରୁଥିବା ଆନ୍ଧ୍ରପ୍ରଦେଶର ୫ ଜଣ ବ୍ୟକ୍ତି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ସରକାର ସେଠାରେ କରିଥିବା ପଞ୍ଚାୟତ ନିର୍ବାଚନକୁ ସର୍ବୋଚ୍ଚ ଅଦାଲତ ଅସିଦ୍ଧ ଘୋଷଣା କରନ୍ତୁ। ଯେଉଁଭଳି ଭାବେ ଓଡ଼ିଶା ସରକାର ବିବାଦୀୟ ଅଞ୍ଚଳରେ ପଞ୍ଚାୟତ ସମିତି ନିର୍ବାଚନ ପରିଚାଳନା ସକାଶେ ବିଜ୍ଞପ୍ତି ଜାରି କରିଥିଲେ, ତାହା ସେମାନଙ୍କୁ ବ୍ୟଥିତ କରିଛି ବୋଲି ଆବେଦନକାରୀ କହିଛନ୍ତି। ସେମାନେ ଆବେଦନରେ ଦର୍ଶାଇଛନ୍ତି ଯେ, ୨୧ଟି ଗ୍ରାମରେ ୫ ହଜାରରୁ ଅଧିକ ଲୋକ ରହିଛନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ତେଲୁଗୁ ଭାଷା କହିବା ସହ ଆନ୍ଧ୍ରପ୍ରଦେଶର ପରମ୍ପରା ଓ ସଂସ୍କୃତିକୁ ଅନୁସରଣ କରୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟ ମାର୍ଚ୍ଚ ୧୬ରେ କହିଥିଲେ କୋଟିଆ ସୀମା ବିବାଦ ନେଇ ସମ୍ବିଧାନର ଅନୁଚ୍ଛେଦ ୧୩୧ ଅନୁଯାୟୀ ଓଡ଼ିଶା ସରକାରଙ୍କ ପକ୍ଷରୁ ଆନ୍ଧ୍ରପ୍ରଦେଶ ବିରୋଧରେ କରାଯାଇଥିବା ମୂଳ ମକଦ୍ଦମାକୁ ପ୍ରଥମେ ବିଚାରକୁ ନେବେ। ୨୦୨୦ରେ ଓଡ଼ିଶା ପକ୍ଷରୁ ଆନ୍ଧ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ସଂକ୍ରାନ୍ତୀୟ ମାମଲାରେ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ଉଭୟ ପକ୍ଷଙ୍କୁ ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଓ ସିଟି ରବିକୁମାରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ପୀଠ ଅନୁମତି ଦେଇଥିଲେ।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଚଳିତବର୍ଷ ଜାନୁୟାରୀରେ ଓଡ଼ିଶା ତରଫରୁ ସୀମା ବିବାଦ ନେଇ ପୁନଶ୍ଚ ଏକ ମକଦ୍ଦମା ସର୍ବୋଚ୍ଚ ଅଦାଲତରେ କରାଯାଇଥିଲା। ଏଥିରେ କୋଟିଆ ଗ୍ରାମପୁଞ୍ଜ ଉପରେ ଓଡ଼ିଶାର ସମ୍ପୂର୍ଣ୍ଣ ପ୍ରଶାସନିକ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ଘୋଷଣା କରନ୍ତୁ ବୋଲି ଓଡ଼ିଶା ପକ୍ଷରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri