ଜିଦ୍‌ରେ ଆନ୍ଧ୍ର, ଅନାଇଛି ଓଡ଼ିଶା

ପଟ୍ଟାଙ୍ଗି, ୧୦।୨(ଡି.ଏନ.ଏ.):କୋଟିଆ ଲୋଭ ଛାଡ଼ିପାରୁନାହିଁ ଆନ୍ଧ୍ର। କଳ, ବଳ, କୌଶଳ ଖଟାଇ ସୀମାନ୍ତ ଓଡ଼ିଶାର ଏହି ଭୂଖଣ୍ଡକୁ କରାୟତ୍ତ କରିବା ଲାଗି ଜିଦ୍‌ରେ ଅଟଳ ରହିଛି ପଡ଼ୋଶୀ ରାଜ୍ୟ। ସେଠାକାର ପ୍ରଶାସନିକ ଅଧିକାରୀ ଏବଂ ରାଜନେତା ନିୟମିତ ବ୍ୟବଧାନରେ କୋଟିଆ ଗ୍ରାମପୁଞ୍ଜରେ ଅନୁପ୍ରବେଶ କରି ଆଦିବାସୀଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି। ଓଡ଼ିଶା ସରକାର ଏହାକୁ ରୋକିବା ଲାଗି ସ୍ଥାୟୀ ପଦକ୍ଷେପ ନେବା ପରିବର୍ତ୍ତେ ଅନାଇ ରହିଥିବା ଚର୍ଚ୍ଚା ହେଉଥିବାବେଳେ ସ୍ଥାନୀୟ ପ୍ରଶାସନ ମଧ୍ୟ ଅନେକ ସମୟରେ ହାତ ଟେକିଦେଉଛି। ଗୁରୁବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜାନ ଦୋରା କୋଟିଆ ପଞ୍ଚାୟତର ଧୂଳିପଦର ଗ୍ରାମରେ ପହଞ୍ଚତ୍ ଆନ୍ଧ୍ର ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଇଥିଲେ। ହେଲେ ବ୍ଲକ କିମ୍ବା ଜିଲା ପ୍ରଶାସନ ନିକଟରେ ଏହାର ସାମାନ୍ୟତମ ସୂଚନା ନ ଥିଲା। ଆନ୍ଧ୍ର ସରକାର ନିଜ ଏଜେଣ୍ଡାକୁ ନେଇ ଆଗକୁ ବଢୁଥିବାବେଳେ ଏହାକୁ ପ୍ରତିହତ କରିବା ପରିବର୍ତ୍ତେ ପ୍ରଶାସନିକ ଅଧିକାରୀମାନେ ନୀରବ ରହିବା ଆଲୋଚନାର ବିଷୟ ହୋଇଛି।
କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ମାମଲା ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଥିବାବେଳେ ଏହାକୁ ଅଣଦେଖା କରିଚାଲିଛି ଆନ୍ଧ୍ର। ବାରମ୍ବାର ଅନୁପ୍ରବେଶ କରି ସୀମାନ୍ତ ଅଞ୍ଚଳବାସୀଙ୍କ ମନରେ ଓଡ଼ିଶା ବିରୋଧରେ ବିଷମଞ୍ଜି ବୁଣୁଛି। ସେଠାରେ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରି ଆଦିବାସୀଙ୍କୁ ନିଜ ଆଡ଼କୁ ଟାଣିବାକୁ ସମସ୍ତ ପ୍ରୟାସ ଜାରି ରଖିଛି। ଗତ ଡିସେମ୍ବର ୨୫ରେ କୋଟିଆର ତାଡ଼ିବାଲାସା ଗ୍ରାମରେ ଉପମୁଖ୍ୟମନ୍ତ୍ରୀ ପିଡିକା ରାଜାନ ଦୋରା ସଭା କରିଥିଲେ। ଏହାକୁ ଦୁଇମାସ ନ ପୂରୁଣୁ ସେ ପୁନର୍ବାର ଧୂଳିପଦର ଗ୍ରାମ ଗସ୍ତ କରି କୋଟିଆକୁ ନେଇ ରହିଥିବା ନିଜ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଧୂଳିପଦରରେ ପହଞ୍ଚତ୍ବା ପରେ ଗ୍ରାମବାସୀ ତାଙ୍କୁ ସ୍ବାଗତ ଜଣାଇ ସଭାସ୍ଥଳକୁ ପାଛୋଟି ନେଇଥିଲେ। ଉପମୁଖ୍ୟମନ୍ତ୍ରୀ ଦୋରା ନିଜ ଉଦ୍‌ବୋଧନରେ କହିଲେ,କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମରେ ଯାହା ବି ଉନ୍ନତି ହୋଇପାରିଛି, ତାହା ଆନ୍ଧ୍ର ସରକାରଙ୍କ ଯୋଗୁ ସମ୍ଭବ ହୋଇପାରିଛି। ଏବେ ସରକାର ସୀମାନ୍ତବାସୀଙ୍କ ପାଇଁ ଘରେ ଘରେ ପହଞ୍ଚତ୍ବା (କାପୁଡୁ କାପୁଡୁ) ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଆନୁକୂଲ୍ୟରେ କ’ଣ ସବୁ କାର୍ଯ୍ୟକ୍ରମ ରହିଛି ତାହାର ତାଲିକା ସେ ଗ୍ରାମବାସୀଙ୍କୁ ପଢି ଶୁଣାଇଥିଲେ। ଉପ ମୁଖ୍ୟମନ୍ତ୍ରୀଙ୍କ ସହ ପୋଲିସ ସିଆଇ ରୋହିନି ପାଥି, ସାଲୁର ବ୍ଲକ କର୍ମଚାରୀ ଏବଂ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିଲେ। ତେବେ ଏହି ସମୟରେ ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥକ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ମଧ୍ୟ ଆନ୍ଧ୍ର ସରକାରଙ୍କ ଦ୍ୱିତୀୟ କ୍ଷମତାକେନ୍ଦ୍ର କୁହାଯାଉଥିବା ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ନ କରିବା ଆଲୋଚନାର ବିଷୟ ହୋଇଛି। ଏଥିରୁ ଓଡ଼ିଶାର ସୀମାନ୍ତ ଗ୍ରାମଗୁଡ଼ିକ ପ୍ରତି ପ୍ରଶାସନ କେତେ ସଜାଗ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ବିଡିଓ ମିଶ୍ର କୁହନ୍ତି, ଘଟଣା ସମ୍ପର୍କରେ ସେ ସୂଚନା ପାଇଛନ୍ତି। ଜିଲା ପ୍ରଶାସନକୁ ଏ ବିଷୟରେ ଅବଗତ କରାଇବେ। ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ କୁହନ୍ତି, ରାଜ୍ୟ ସରକାର ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଉଚିତ। ଏଥିସହ ଅନୁପ୍ରବେଶ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବ୍ଲକ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରିବା ଆବଶ୍ୟକ। ଏହାହେଲେ ଆନ୍ଧ୍ର ଅନୁପ୍ରବେଶକୁ ଅନେକାଂଶରେ ରୋକାଯାଇପାରିବ।
ସେହିପରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଅନୁପ୍ରବେଶ ଉପରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବା ଦରକାର। ସରକାର ଏହା କରୁ ନ ଥିବାରୁ ଅନ୍ୟ ରାଜ୍ୟର ନେତା, କର୍ମୀ ଓ ପ୍ରଶାସନର କର୍ମଚାରୀ ଆମ ରାଜ୍ୟରେ ଅନୁପ୍ରବେଶ କରୁଛନ୍ତି। ଏହାର ସ୍ଥାୟୀ ସମାଧାନ ଲାଗି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ବସି ଆଲୋଚନା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri