ଜିଦ୍‌ରେ ଆନ୍ଧ୍ର, ଅନାଇଛି ଓଡ଼ିଶା

ପଟ୍ଟାଙ୍ଗି, ୧୦।୨(ଡି.ଏନ.ଏ.):କୋଟିଆ ଲୋଭ ଛାଡ଼ିପାରୁନାହିଁ ଆନ୍ଧ୍ର। କଳ, ବଳ, କୌଶଳ ଖଟାଇ ସୀମାନ୍ତ ଓଡ଼ିଶାର ଏହି ଭୂଖଣ୍ଡକୁ କରାୟତ୍ତ କରିବା ଲାଗି ଜିଦ୍‌ରେ ଅଟଳ ରହିଛି ପଡ଼ୋଶୀ ରାଜ୍ୟ। ସେଠାକାର ପ୍ରଶାସନିକ ଅଧିକାରୀ ଏବଂ ରାଜନେତା ନିୟମିତ ବ୍ୟବଧାନରେ କୋଟିଆ ଗ୍ରାମପୁଞ୍ଜରେ ଅନୁପ୍ରବେଶ କରି ଆଦିବାସୀଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି। ଓଡ଼ିଶା ସରକାର ଏହାକୁ ରୋକିବା ଲାଗି ସ୍ଥାୟୀ ପଦକ୍ଷେପ ନେବା ପରିବର୍ତ୍ତେ ଅନାଇ ରହିଥିବା ଚର୍ଚ୍ଚା ହେଉଥିବାବେଳେ ସ୍ଥାନୀୟ ପ୍ରଶାସନ ମଧ୍ୟ ଅନେକ ସମୟରେ ହାତ ଟେକିଦେଉଛି। ଗୁରୁବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜାନ ଦୋରା କୋଟିଆ ପଞ୍ଚାୟତର ଧୂଳିପଦର ଗ୍ରାମରେ ପହଞ୍ଚତ୍ ଆନ୍ଧ୍ର ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଇଥିଲେ। ହେଲେ ବ୍ଲକ କିମ୍ବା ଜିଲା ପ୍ରଶାସନ ନିକଟରେ ଏହାର ସାମାନ୍ୟତମ ସୂଚନା ନ ଥିଲା। ଆନ୍ଧ୍ର ସରକାର ନିଜ ଏଜେଣ୍ଡାକୁ ନେଇ ଆଗକୁ ବଢୁଥିବାବେଳେ ଏହାକୁ ପ୍ରତିହତ କରିବା ପରିବର୍ତ୍ତେ ପ୍ରଶାସନିକ ଅଧିକାରୀମାନେ ନୀରବ ରହିବା ଆଲୋଚନାର ବିଷୟ ହୋଇଛି।
କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ମାମଲା ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଥିବାବେଳେ ଏହାକୁ ଅଣଦେଖା କରିଚାଲିଛି ଆନ୍ଧ୍ର। ବାରମ୍ବାର ଅନୁପ୍ରବେଶ କରି ସୀମାନ୍ତ ଅଞ୍ଚଳବାସୀଙ୍କ ମନରେ ଓଡ଼ିଶା ବିରୋଧରେ ବିଷମଞ୍ଜି ବୁଣୁଛି। ସେଠାରେ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରି ଆଦିବାସୀଙ୍କୁ ନିଜ ଆଡ଼କୁ ଟାଣିବାକୁ ସମସ୍ତ ପ୍ରୟାସ ଜାରି ରଖିଛି। ଗତ ଡିସେମ୍ବର ୨୫ରେ କୋଟିଆର ତାଡ଼ିବାଲାସା ଗ୍ରାମରେ ଉପମୁଖ୍ୟମନ୍ତ୍ରୀ ପିଡିକା ରାଜାନ ଦୋରା ସଭା କରିଥିଲେ। ଏହାକୁ ଦୁଇମାସ ନ ପୂରୁଣୁ ସେ ପୁନର୍ବାର ଧୂଳିପଦର ଗ୍ରାମ ଗସ୍ତ କରି କୋଟିଆକୁ ନେଇ ରହିଥିବା ନିଜ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଧୂଳିପଦରରେ ପହଞ୍ଚତ୍ବା ପରେ ଗ୍ରାମବାସୀ ତାଙ୍କୁ ସ୍ବାଗତ ଜଣାଇ ସଭାସ୍ଥଳକୁ ପାଛୋଟି ନେଇଥିଲେ। ଉପମୁଖ୍ୟମନ୍ତ୍ରୀ ଦୋରା ନିଜ ଉଦ୍‌ବୋଧନରେ କହିଲେ,କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମରେ ଯାହା ବି ଉନ୍ନତି ହୋଇପାରିଛି, ତାହା ଆନ୍ଧ୍ର ସରକାରଙ୍କ ଯୋଗୁ ସମ୍ଭବ ହୋଇପାରିଛି। ଏବେ ସରକାର ସୀମାନ୍ତବାସୀଙ୍କ ପାଇଁ ଘରେ ଘରେ ପହଞ୍ଚତ୍ବା (କାପୁଡୁ କାପୁଡୁ) ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଆନୁକୂଲ୍ୟରେ କ’ଣ ସବୁ କାର୍ଯ୍ୟକ୍ରମ ରହିଛି ତାହାର ତାଲିକା ସେ ଗ୍ରାମବାସୀଙ୍କୁ ପଢି ଶୁଣାଇଥିଲେ। ଉପ ମୁଖ୍ୟମନ୍ତ୍ରୀଙ୍କ ସହ ପୋଲିସ ସିଆଇ ରୋହିନି ପାଥି, ସାଲୁର ବ୍ଲକ କର୍ମଚାରୀ ଏବଂ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିଲେ। ତେବେ ଏହି ସମୟରେ ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥକ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ମଧ୍ୟ ଆନ୍ଧ୍ର ସରକାରଙ୍କ ଦ୍ୱିତୀୟ କ୍ଷମତାକେନ୍ଦ୍ର କୁହାଯାଉଥିବା ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ନ କରିବା ଆଲୋଚନାର ବିଷୟ ହୋଇଛି। ଏଥିରୁ ଓଡ଼ିଶାର ସୀମାନ୍ତ ଗ୍ରାମଗୁଡ଼ିକ ପ୍ରତି ପ୍ରଶାସନ କେତେ ସଜାଗ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ବିଡିଓ ମିଶ୍ର କୁହନ୍ତି, ଘଟଣା ସମ୍ପର୍କରେ ସେ ସୂଚନା ପାଇଛନ୍ତି। ଜିଲା ପ୍ରଶାସନକୁ ଏ ବିଷୟରେ ଅବଗତ କରାଇବେ। ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ କୁହନ୍ତି, ରାଜ୍ୟ ସରକାର ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଉଚିତ। ଏଥିସହ ଅନୁପ୍ରବେଶ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବ୍ଲକ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରିବା ଆବଶ୍ୟକ। ଏହାହେଲେ ଆନ୍ଧ୍ର ଅନୁପ୍ରବେଶକୁ ଅନେକାଂଶରେ ରୋକାଯାଇପାରିବ।
ସେହିପରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଅନୁପ୍ରବେଶ ଉପରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବା ଦରକାର। ସରକାର ଏହା କରୁ ନ ଥିବାରୁ ଅନ୍ୟ ରାଜ୍ୟର ନେତା, କର୍ମୀ ଓ ପ୍ରଶାସନର କର୍ମଚାରୀ ଆମ ରାଜ୍ୟରେ ଅନୁପ୍ରବେଶ କରୁଛନ୍ତି। ଏହାର ସ୍ଥାୟୀ ସମାଧାନ ଲାଗି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ବସି ଆଲୋଚନା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?