କୋଟିଆରେ ଆନ୍ଧ୍ର ଆଧାର କ୍ୟାମ୍ପ

କୋଟିଆ ସୀମା ବିବାଦ ଅଦାଲତରେ ବିଚାରାଧୀନ ରହିଛି। ହେଲେ ଅନୁପ୍ରବେଶ ବନ୍ଦ ହେଉ ନାହିଁ। ଆନ୍ଧ୍ର ପକ୍ଷରୁ କେତେବେଳେ ଓଡ଼ିଶା ସୀମାନ୍ତ ଗ୍ରାମରେ ପ୍ରବେଶ କରି ନିର୍ବାଚନ ପାଇଁ ଚେଷ୍ଟା କରାଯାଉଛି ତ ଆଉ କେତେବେଳେ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭତ୍ତା ଏବଂ ସହାୟତା ବଣ୍ଟା ଯାଉଛି। ଏବେ ପୁଣି ଆଧାର କ୍ୟାମ୍ପ ପକାଇ ଲୋକମାନଙ୍କ ବାୟୋମେଟ୍ରିକ୍‌ ତଥ୍ୟ ସଂଗ୍ରହ କରାଯାଉଛି। କଳେବଳେ କୌଶଳେ କୋରାପୁଟ ଜିଲା କୋଟିଆ ପଞ୍ଚାୟତର କିଛି ଗ୍ରାମକୁ ଆନ୍ଧ୍ର ନିଜ ଅଧୀନକୁ ନେବାକୁ ଉଦ୍ୟମ କରି ଆସୁଛି।

ପଟ୍ଟାଙ୍ଗି, ୧୬।୪(ଡି.ଏନ୍‌.ଏ.): ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତର ସୀମାନ୍ତବର୍ତ୍ତୀ କିଛି ଗ୍ରାମରେ ନିଜର ଆଧିପତ୍ୟ ଜାରି ରଖିଛି। ଏବେ କୋଟିଆ ପଞ୍ଚାୟତ ତଳସେମ୍ବି ଗ୍ରାମର ଏକ ଘରେ ଆନ୍ଧ୍ର ପାର୍ବତୀପୁରମ୍‌ ମାନ୍ୟମ୍‌ ଜିଲା ପ୍ରଶାସନ ପକ୍ଷରୁ ଏକ ୧୦ ଦିନିଆ ଆଧାର କ୍ୟାମ୍ପ ଆରମ୍ଭ ହୋଇଛି। ଏଥିରେ ପଞ୍ଚାୟତର ଉପରସେମ୍ବି, ଧୁଳିପଦର, ପାନୁକୁଲୁବାଲସା, ଝଙ୍କାରବାଲସା, ଆରୁଜୁବାଲସା, ନେରିଡିବାଲସା ଓ ତାଡିବାଲସା ଗ୍ରାମର ଲୋକେ ଏହି କ୍ୟାମ୍ପରେ ପହଞ୍ଚତ୍ ନିଜ ଆଧାର କାର୍ଡ ନିମନ୍ତେ ନାମ ପଞ୍ଜୀକରଣ କରି ଫଟୋ ଉଠାଉଥିବା ଦେଖିବାକୁ ମିଳିଛି। ଏପରି କି ଲୋକମାନେ ଆଧାର କାର୍ଡ ଏବଂ ସଂଶୋଧନ ପାଇଁ କ୍ୟାମ୍ପ ନିକଟରେ ଲମ୍ବା ଧାଡ଼ି ଲଗାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏପରି କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆଙ୍କୁ ଏସମ୍ପର୍କରେ ପଚାରିବାରେ ସେ ଆନ୍ଧ୍ରର ଆଧାର କ୍ୟାମ୍ପ ସମ୍ପର୍କରେ ଅବଗତ ଥିବା କହିଛନ୍ତି। ବିଗତ ଦିନରେ ଓଡିଶା ସରକାରଙ୍କ ନିର୍ଦ୍ଦେଶରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଆଧାର କାର୍ଡ କ୍ୟାମ୍ପ କରି ସମସ୍ତ ପରିବାର ସଦସ୍ୟଙ୍କୁ ଆଧାର କାର୍ଡ ପ୍ରଦାନ କରାଯାଇଥିବାବେଳେ ପୁଣି ସେହି ଗ୍ରାମବାସୀଙ୍କୁ ଦ୍ୱିତୀୟ ଥର ଆନ୍ଧ୍ର ଆଧାର କାର୍ଡ କ୍ୟାମ୍ପ କରି ଗ୍ରାମବାସୀଙ୍କ ନାମ ପଞ୍ଜୀକରଣ ସହ ଫଟୋ ଉଠାଇବା ଜାରି ରଖିବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଗତ ୧ ତାରିଖ ଓଡ଼ିଶା ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ୬ଜଣ ଭାଜପା ବିଧାୟକ ବିବାଦୀୟ କୋଟିଆର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ମିଶି ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ଏପରି କି ଆନ୍ଧ୍ରର ଅନୁପ୍ରବେଶ ଚିନ୍ତାଧାରାକୁ ବିରୋଧ କରି ଏହାକୁ କେବେ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଧର୍ମେନ୍ଦ୍ର କହିଥିଲେ। ଗସ୍ତ ସମୟରେ ଧର୍ମେନ୍ଦ୍ର ସେଠାରେ ଉପସ୍ଥିତ ଥିବା ଆନ୍ଧ୍ରର କେତେଜଣ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ କର୍ମଚାରୀଙ୍କୁ କୋଟିଆ ଅଞ୍ଚଳକୁ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କୋଟିଆର ୨୧ଟି ଗ୍ରାମ ଆନ୍ଧ୍ର ଅଧୀନରେ ଯାଉଛି ବୋଲି ଅଧିକାରୀମାନେ କହିଥିଲେ। ହେଲେ ଧର୍ମେନ୍ଦ୍ର ତାଙ୍କୁ କୋଟିଆ କେବଳ ଓଡ଼ିଶାର ବୋଲି କହିବା ସହ ତୁରନ୍ତ ଅଧିକାରୀମାନଙ୍କୁ ସେଠାରୁ ଚାଲିଯିବାକୁ କହି ‘ଆନ୍ଧ୍ର ଗୋ ବ୍ୟାକ୍‌’ ନାରା ଦେଇଥିଲେ। ସେହି ଘଟଣାରେ ଆନ୍ଧ୍ର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଧର୍ମେନ୍ଦ୍ର ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ ସେ କେବଳ ଗୋଟିଏ ରାଜ୍ୟକୁ ସମର୍ଥନ କରିବା ଠିକ୍‌ ନୁହେଁ ବୋଲି ଆନ୍ଧ୍ର ପକ୍ଷରୁ କୁହାଯାଇଥିଲା। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ତାଗିଦା ପରେ ଆନ୍ଧ୍ର ସରକାର ଏବେ ଏକ କେନ୍ଦ୍ରୀୟ ଯୋଜନାକୁ ଉକ୍ତ ବିବାଦୀୟ ଅଞ୍ଚଳରେ କାର୍ଯ୍ୟକାରୀ କରାଇ ନିଜ ଦାବିର ଯଥାର୍ଥତା ପ୍ରତିପାଦନ ପାଇଁ ଉଦ୍ୟମ ଚଳାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri