କୋଟିଆରେ ଆନ୍ଧ୍ର ଆଧାର କ୍ୟାମ୍ପ

କୋଟିଆ ସୀମା ବିବାଦ ଅଦାଲତରେ ବିଚାରାଧୀନ ରହିଛି। ହେଲେ ଅନୁପ୍ରବେଶ ବନ୍ଦ ହେଉ ନାହିଁ। ଆନ୍ଧ୍ର ପକ୍ଷରୁ କେତେବେଳେ ଓଡ଼ିଶା ସୀମାନ୍ତ ଗ୍ରାମରେ ପ୍ରବେଶ କରି ନିର୍ବାଚନ ପାଇଁ ଚେଷ୍ଟା କରାଯାଉଛି ତ ଆଉ କେତେବେଳେ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭତ୍ତା ଏବଂ ସହାୟତା ବଣ୍ଟା ଯାଉଛି। ଏବେ ପୁଣି ଆଧାର କ୍ୟାମ୍ପ ପକାଇ ଲୋକମାନଙ୍କ ବାୟୋମେଟ୍ରିକ୍‌ ତଥ୍ୟ ସଂଗ୍ରହ କରାଯାଉଛି। କଳେବଳେ କୌଶଳେ କୋରାପୁଟ ଜିଲା କୋଟିଆ ପଞ୍ଚାୟତର କିଛି ଗ୍ରାମକୁ ଆନ୍ଧ୍ର ନିଜ ଅଧୀନକୁ ନେବାକୁ ଉଦ୍ୟମ କରି ଆସୁଛି।

ପଟ୍ଟାଙ୍ଗି, ୧୬।୪(ଡି.ଏନ୍‌.ଏ.): ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତର ସୀମାନ୍ତବର୍ତ୍ତୀ କିଛି ଗ୍ରାମରେ ନିଜର ଆଧିପତ୍ୟ ଜାରି ରଖିଛି। ଏବେ କୋଟିଆ ପଞ୍ଚାୟତ ତଳସେମ୍ବି ଗ୍ରାମର ଏକ ଘରେ ଆନ୍ଧ୍ର ପାର୍ବତୀପୁରମ୍‌ ମାନ୍ୟମ୍‌ ଜିଲା ପ୍ରଶାସନ ପକ୍ଷରୁ ଏକ ୧୦ ଦିନିଆ ଆଧାର କ୍ୟାମ୍ପ ଆରମ୍ଭ ହୋଇଛି। ଏଥିରେ ପଞ୍ଚାୟତର ଉପରସେମ୍ବି, ଧୁଳିପଦର, ପାନୁକୁଲୁବାଲସା, ଝଙ୍କାରବାଲସା, ଆରୁଜୁବାଲସା, ନେରିଡିବାଲସା ଓ ତାଡିବାଲସା ଗ୍ରାମର ଲୋକେ ଏହି କ୍ୟାମ୍ପରେ ପହଞ୍ଚତ୍ ନିଜ ଆଧାର କାର୍ଡ ନିମନ୍ତେ ନାମ ପଞ୍ଜୀକରଣ କରି ଫଟୋ ଉଠାଉଥିବା ଦେଖିବାକୁ ମିଳିଛି। ଏପରି କି ଲୋକମାନେ ଆଧାର କାର୍ଡ ଏବଂ ସଂଶୋଧନ ପାଇଁ କ୍ୟାମ୍ପ ନିକଟରେ ଲମ୍ବା ଧାଡ଼ି ଲଗାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏପରି କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆଙ୍କୁ ଏସମ୍ପର୍କରେ ପଚାରିବାରେ ସେ ଆନ୍ଧ୍ରର ଆଧାର କ୍ୟାମ୍ପ ସମ୍ପର୍କରେ ଅବଗତ ଥିବା କହିଛନ୍ତି। ବିଗତ ଦିନରେ ଓଡିଶା ସରକାରଙ୍କ ନିର୍ଦ୍ଦେଶରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଆଧାର କାର୍ଡ କ୍ୟାମ୍ପ କରି ସମସ୍ତ ପରିବାର ସଦସ୍ୟଙ୍କୁ ଆଧାର କାର୍ଡ ପ୍ରଦାନ କରାଯାଇଥିବାବେଳେ ପୁଣି ସେହି ଗ୍ରାମବାସୀଙ୍କୁ ଦ୍ୱିତୀୟ ଥର ଆନ୍ଧ୍ର ଆଧାର କାର୍ଡ କ୍ୟାମ୍ପ କରି ଗ୍ରାମବାସୀଙ୍କ ନାମ ପଞ୍ଜୀକରଣ ସହ ଫଟୋ ଉଠାଇବା ଜାରି ରଖିବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଗତ ୧ ତାରିଖ ଓଡ଼ିଶା ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ୬ଜଣ ଭାଜପା ବିଧାୟକ ବିବାଦୀୟ କୋଟିଆର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ମିଶି ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ଏପରି କି ଆନ୍ଧ୍ରର ଅନୁପ୍ରବେଶ ଚିନ୍ତାଧାରାକୁ ବିରୋଧ କରି ଏହାକୁ କେବେ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଧର୍ମେନ୍ଦ୍ର କହିଥିଲେ। ଗସ୍ତ ସମୟରେ ଧର୍ମେନ୍ଦ୍ର ସେଠାରେ ଉପସ୍ଥିତ ଥିବା ଆନ୍ଧ୍ରର କେତେଜଣ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ କର୍ମଚାରୀଙ୍କୁ କୋଟିଆ ଅଞ୍ଚଳକୁ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କୋଟିଆର ୨୧ଟି ଗ୍ରାମ ଆନ୍ଧ୍ର ଅଧୀନରେ ଯାଉଛି ବୋଲି ଅଧିକାରୀମାନେ କହିଥିଲେ। ହେଲେ ଧର୍ମେନ୍ଦ୍ର ତାଙ୍କୁ କୋଟିଆ କେବଳ ଓଡ଼ିଶାର ବୋଲି କହିବା ସହ ତୁରନ୍ତ ଅଧିକାରୀମାନଙ୍କୁ ସେଠାରୁ ଚାଲିଯିବାକୁ କହି ‘ଆନ୍ଧ୍ର ଗୋ ବ୍ୟାକ୍‌’ ନାରା ଦେଇଥିଲେ। ସେହି ଘଟଣାରେ ଆନ୍ଧ୍ର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଧର୍ମେନ୍ଦ୍ର ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ ସେ କେବଳ ଗୋଟିଏ ରାଜ୍ୟକୁ ସମର୍ଥନ କରିବା ଠିକ୍‌ ନୁହେଁ ବୋଲି ଆନ୍ଧ୍ର ପକ୍ଷରୁ କୁହାଯାଇଥିଲା। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ତାଗିଦା ପରେ ଆନ୍ଧ୍ର ସରକାର ଏବେ ଏକ କେନ୍ଦ୍ରୀୟ ଯୋଜନାକୁ ଉକ୍ତ ବିବାଦୀୟ ଅଞ୍ଚଳରେ କାର୍ଯ୍ୟକାରୀ କରାଇ ନିଜ ଦାବିର ଯଥାର୍ଥତା ପ୍ରତିପାଦନ ପାଇଁ ଉଦ୍ୟମ ଚଳାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri