୨୦ ବର୍ଷ ଧରି ରହୁଛନ୍ତି ଲିଭ୍‌ ଇନ୍‌ରେ; ହେଲେ ବିବାହ, ପିଲାକୁ ନେଇ ଯୋଜନା ନାହିଁ

ବମ୍ବେ: ବର୍ଷେ କିମ୍ବା ଦୁଇବର୍ଷ ନୁହେଁ ବରଂ ଦୀର୍ଘ ୨୦ ବର୍ଷ ଧରି ଲିଭ୍‌ ଇନ୍‌ରେ ରହୁଛନ୍ତି। ହେଲେ ନା ବିବାହ କରିବାର ଇଚ୍ଛା ଅଛି ନା ପିଲାଛୁଆ କରି ସଂସାର କରିବାର। ଆମେ କଥା ହେଉଛୁ ଅଭିନେତା ଅଶ୍ଳେଷା ସାଓ୍ବନ୍ତ ଏବଂ ସନ୍ଦୀପ ବସଓ୍ବାନାଙ୍କ ବିଷୟରେ। ଲୋକପ୍ରିୟ ଧାରାବାହିକ ‘କ୍ୟୁ କି ଶାଶ ଭି କଭି ବହୁ ଥି’ରେ ଉଭୟ ନଜର ଆସି ପ୍ରଶଂସା ସାଉଁଟିଥିଲେ। ଏକାଠି କାମ କରିବା ପରେ ଦୁହେଁ ପ୍ରେମରେ ପଡ଼ିଥିଲେ। ସେବେଠାରୁ ଏବେଯାଏ ଦୀର୍ଘ ୨୦ ବର୍ଷ ଧରି ଦୁହେଁ ଦୁହିଁଙ୍କ ସହ ରହୁଛନ୍ତି। ଅଫିସିଆଲ ଭାବେ ବିବାହ କରି ନ ଥିଲେ ହେଁ ତାଙ୍କ ସମ୍ପର୍କ ବିବାହଠାରୁ କମ୍‌ ନୁହେଁ ବୋଲି ନିକଟରେ ସନ୍ଦିପ ଏକ ସାକ୍ଷାତକାରରେ କହିଛନ୍ତି।

ଖାଲି ଢ଼ୋଲ ବାଜିନି। ଆମେ ଆଧ୍ୟାତ୍ମିକ ଲୋକ। ଆମେ ଜାଣୁ ବହୁତ କମ୍‌ ସମୟ ପାଇଁ ଦୁନିଆକୁ ଆସିଛୁ । ଯେତେ ସମୟ ଭଲପାଇବାରେ ବିତିଯାଉଛି ସେତିକ ଭଲ। ଏଥିପାଇଁ ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲୁ ଯେ ଯେବେ ଯାଏ ଭଲପାଇବା ରହିବ, ଆମେ ଏକାଠି ରହିବୁ। ନହେଲେ ଅଲଗା ହୋଇଯିବୁ। ଆଜି ଯାଏ ଆମ ଭିତରେ ଭଲପାଇବା ରହିଛି। ଭବିଷ୍ୟତରେ ବିବାହ କରିବୁ କି ନାହିଁ ତାହା ସମୟ କହିବ। ତେବେ ସେ ବିବାହ ବିପକ୍ଷରେ ନାହାନ୍ତି ବୋଲି ସନ୍ଦୀପ କହିଛନ୍ତି।

ସେହିଭଳି ସନ୍ତାନକୁ ନେଇ ସେ କହିଛନ୍ତି ଦୁନିଆରେ ବହୁତ ଶିଶୁ ରହିଛନ୍ତି। ଏବେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କାହାକୁ ନା କାହାକୁ ତ ସେ ବିଷୟରେ ଚିନ୍ତା କରିବାକୁ ହେବ। ହଁ, ଯଦି କେବେ ଅନ୍ତରରୁ ପିଲାଟିଏ କରିବାକୁ ଚାହିଁବୁ ତେବେ ସେ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧବିମାନବାହୀ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?