ପୁଣି ଆନ୍ଦୋଳନକୁ ଓହ୍ଲାଇବେ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ

ଭୁବନେଶ୍ୱର, ୭।୨(ବ୍ୟୁରୋ):ଦାବି ପୂରଣ ନ ହେବାରୁ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର କହିବାନୁସାରେ, ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଲା ବୋଲି ଘୋଷଣା କଲେ। ତେବେ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷକଙ୍କ ମଧ୍ୟରେ ଏହି ବିଜ୍ଞପ୍ତିକୁ ନେଇ ବହୁ ଅସଙ୍ଗତି ସୃଷ୍ଟି ହେଲା। ୨୦୧୩ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମାନୁସାରେ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେହିମାନେ ହିଁ କେବଳ ଉପକୃତ ହେବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା। ଅର୍ଥାତ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକମାନେ କୌଣସି ସୁବିଧା ପାଇବେ ନାହିଁ। ଏହି ଶିକ୍ଷକଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରି ସହ ଯୋଗ କରିବା ସହ ୬ଟି ନ୍ୟାଶନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ଏବଂ ୨୦୧୬ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ତୁରନ୍ତ ନିୟମିତ କରିବା ଭଳି ଦୁଇ ଦଫା ଦାବି ପୂରଣ ନିମନ୍ତେ ସଂଘ ଗତ ଡିସେମ୍ବର ୧୨ରେ ଆନ୍ଦୋଳନକୁ ଓହ୍ଲାଇଥିଲା। ୧୭ ଦିନ ଧରି ଚାଲିଥିବା ଏହି ଆନ୍ଦୋଳନରେ ଦାବି ପୂରଣ ନିମନ୍ତେ ସଂଘ ବିଭିନ୍ନ ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରିଥିଲା। ଫଳରେ ସରକାର ଚାପଗ୍ରସ୍ତ ହୋଇ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଗଣଶିକ୍ଷା ସଚିବ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାଜ୍ୟ ସଂଘ ଆନ୍ଦୋଳକୁ ସ୍ଥଗିତ ରଖିଥିଲା। ଇତିମଧ୍ୟରେ ମାସେ ବିତିଯାଇଥିଲେ ମଧ୍ୟ ସରକାର କୌଣସି ଦାବି ପୂରଣ କରୁନାହାନ୍ତି। ଆସନ୍ତା ୧୦ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ସଂଘ ପୁନଶ୍ଚ ରାଜରାସ୍ତାକୁ ଓହ୍ଲାଇବ ବୋଲି କଡ଼ା ଚେତାବନୀ ଦେଇଛି। ୧୩ ତାରିଖରେ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଓ ଉକ୍ତ ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯିବ। ଏହାପରେ ଯଦି ସରକାର ଦାବି ପୂରଣ ନ କରନ୍ତି ତା’ହେଲେ ୧୫ ତାରିଖରେ ସମସ୍ତ ବିଧାୟକ/ମନ୍ତ୍ରୀଙ୍କୁ ରାଜ୍ୟ ସଂଘ ତରଫରୁ ଦାବିପତ୍ର ଦିଆଯିବ। ଆଗକୁ ମାଟ୍ରିକ ପରୀକ୍ଷା ଆସୁଛି। ଶିକ୍ଷକମାନେ ଚାହୁଁନାହାନ୍ତି ବିଦ୍ୟାଳୟ ଛାଡ଼ି ପୁଣି ରାଜ ରାସ୍ତାକୁ ଆସନ୍ତୁ। କିନ୍ତୁ ସରକାର ବାରମ୍ବାର ଆନ୍ଦୋଳନ କରିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ରାଜ୍ୟ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri