ଖୁବ୍‌ଶୀଘ୍ର ୨୬୧୯ ଶିକ୍ଷକ ପଦବୀ ପୂରଣ ହେବ

ଭୁବନେଶ୍ୱର, ୨୧ା୩(ବ୍ୟୁରୋ):ରାଜ୍ୟରେ ଖାଲିଥିବା ୨୬୧୯ ଶିକ୍ଷକ ପଦବୀ ପୂରଣ ହେବ। ଏନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି ଏସ୍‌ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବେସରକାରୀ ଅନୁଦାନପ୍ରାପ୍ତ ୨୨୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ୫୫୫ଟି ପିଜିଟି ଶିକ୍ଷକ ପଦବୀ ପୂରଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ପୁନଃ ଅନୁଦାନପ୍ରାପ୍ତ ୬୯୧ଟି ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ୨୦୬୪ ପଦବୀରେ ଶିକ୍ଷକ ନିଯୁକ୍ତି ପାଇଁ ଆଲୋଚନା ହୋଇଥିଲା। ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ପ୍ରବରଣ ଆୟୋଗ(ଏସଏସବି) ପକ୍ଷରୁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। ଏହି ବୈଠକରେ ଏସ୍‌ଏସ୍‌ବି ଅଧ୍ୟକ୍ଷ ପ୍ରଫେସର ଦକ୍ଷ ପ୍ରସାଦ ନନ୍ଦ, ସମ୍ପାଦକ ଡ. ମଧୁସୂଦନ ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟର, ସ୍ବତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ, ଉପନିର୍ଦ୍ଦେଶକ ଭାଗିରଥି କାଣ୍ଡିଙ୍କ ସମେତ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଯାତ୍ରୀବାହୀ ବସ୍‌

କୋରାପୁଟ,୨୭।୩(ଅମିତାଭ ବେହେରା): ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଖାମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍‌। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ...

୪ ଘଣ୍ଟା ପାଇଁ ଆଜି ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୭।୩: ଆଜି ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା...

ନବୀନ ନିବାସରେ ବିଜେଡି ଟିକେଟ୍‌ କସରତ: ଆଜି ମୟୁରଭଞ୍ଜ ସମେତ ଏହି ୪ ଜିଲା ଉପରେ ହେବ ସମୀକ୍ଷା

ଭୁବନେଶ୍ୱର,୨୭।୩: ନବୀନ ନିବାସରେ ବିଜେଡି ଟିକେଟ୍‌ କସରତ ଆରମ୍ଭ ହୋଇଛି । ଆଜି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ପାଇଁ ବୈଠକ ବସିବ। ସଂସଦୀୟ...

ପ୍ରଦୀପଙ୍କ ବିରୋଧରେ ମାନସଙ୍କୁ ପ୍ରାର୍ଥୀ କରିପାରେ ବିଜେଡି

ଭୁବନେଶ୍ୱର,୨୭।୩: ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ କସରତ ଆରମ୍ଭ ହୋଇଛି । ଦଳ ଛାଡି ଅନେକ ନେତା ଭାଜପାରେ ସାମିଲ ହେଉଛନ୍ତି।...

ସମ୍ବଲପୁରରେ ବୋମା ମାଡ଼ ପରେ ଉତ୍ତେଜନା

ସମ୍ବଲପୁର,୨୬।୩: ପୁଣି ଅସାନ୍ତ ହୋଇପଡିଛି ସମ୍ବଲପୁର। ମଙ୍ଗଳବାର ସନ୍ଧ୍ୟାରେ ପୀରବାବା ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଏକ ବୁଲେଟ(ବାଇକ୍‌) ଛିଡ଼ା ହୋଇଥିଲା। ସେତିକିବେଳେ କେତେକ ଦୁର୍ବୃତ୍ତ...

ହୋଲି ଖେଳ ହେଲା କାଳ

ବାରଙ୍ଗ/ପାରାଦୀପ/ସମ୍ବଲପୁର,୨୬।୩(ଲିଙ୍ଗରାଜ ରାଉତ/ ଶରତ ରାଉତ/ ପ୍ରମୋଦ ବହିଦାର): ହୋଲି ଖେଳ ହେଲା କାଳ। ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାଣିରେ ବୁଡି...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ଭାଗବତ ଟୁଙ୍ଗିରେ ସଂକୀର୍ତ୍ତନ ସହ ହୋଲି

ଦାରିଙ୍ଗବାଡି,୨୬।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ବଡ଼ ଧୁମ୍‌ଧାମରେ ପାଳନ ହୋଇଛି। ବିଶେଷ କରି ଛୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri