Posted inଜାତୀୟ

କର୍ନାଟକ କୃଷ୍ଣାନଦୀରୁ ମିଳିଲା ରାମଲାଲାଙ୍କ ଭଳି ଅବିକଳ ଦିଶୁଥିବା ପ୍ରାଚୀନ ବିଷ୍ଣୁ ମୂର୍ତ୍ତି, ଚାରିପାର୍ଶ୍ୱରେ ଦଶାବତାରର ଝଲକ…

ବାଙ୍ଗାଲୋର,୭।୨: କର୍ନାଟକ ରାଇଚୁର ଜିଲା କୃଷ୍ଣାନଦୀ ଗର୍ଭରୁ ବୁଧବାର ପ୍ରଭୁ ବିଷ୍ଣୁଙ୍କ ପ୍ରାଚୀନ ମୂର୍ତ୍ତି ମିଳିଛି। ଏହା ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ପୂଜା ପାଉଥିବା ରାମଲାଲାଙ୍କ ମୂର୍ତ୍ତି ଭଳି ଅବିକଳ ଦିଶୁଥିବା କୁହାଯାଉଛି। ମୂର୍ତ୍ତିଟି ବିଷ୍ଣୁଙ୍କ ଦଶାବତାର ପ୍ରତିମୂର୍ତ୍ତି ବୋଲି ଜଣାପଡିଛି। ତେବେ ଏହି ମୂର୍ତ୍ତିଟି ଖୁବ ପ୍ରାଚୀନ ହୋଇଥିବା ବେଳେ ଏହାକୁ ଇସଲାମିକ ଆକ୍ରମଣକାରୀଙ୍କଠାରୁ ରକ୍ଷା କରିବା ପାଇଁ ନଦୀ ଶଯ୍ୟାରେ ରଖାଯାଇଥିବା ଅନୁମାନ କରାଯାଉଛି।

Karnataka: Discovery Of Ancient Vishnu Idol Resembles Ram Lalla, Here Are Its Features - Oneindia News

ସୂଚନାନୁଯାୟୀ, ରାଇଚୁର ଜିଲାର ଶକ୍ତି ନଗର ନିକଟରେ କୃଷ୍ଣା ନଦୀ ଉପରେ ଏକ ସେତୁ ନିର୍ମାଣ କରାଯାଉଛି। ଏହି ସମୟରେ ନଦୀ ଶଯ୍ୟାରୁ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସହ ଏକ ଶିବଲିଙ୍ଗ ମିଳିଛି। ମିଳିଥିବା ବିଷ୍ଣୁ ମୂର୍ତ୍ତି ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିବା ରାମଲାଲାଙ୍କ ପ୍ରତିମୂର୍ତ୍ତି ଭଳି ଦେଖାଯାଉଛି। ମିଳିଥିବା ମୂର୍ତ୍ତିର ଚାରିପାଖରେ ଦଶାବତାର ଚିତ୍ର ଖୋଦିତ ହୋଇଛି ଯାହାକି ଅବିକଳ ସେହି ପ୍ରତିମୂର୍ତ୍ତି ଭଳି ଦୃଶ୍ୟମାନ ହେଉଛି।

Ancient Vishnu idol similar to Ram Lalla idol, Lord Krishna idol, Shivling found in Krishna river in Karnataka's Raichur - India Today

ପ୍ରତିମୂର୍ତ୍ତି ନେଇ ଐତିହାସିକ ପଦ୍ମଜା ଦେଶାଇ କହିଛନ୍ତି ଯେ, ମୂର୍ତ୍ତିଟି ଏକାଦଶ ଶତାବ୍ଦୀର। ମୂର୍ତ୍ତିର ଚାରିପାର୍ଶ୍ୱରେ ବିଷ୍ଣୁଙ୍କ ଦଶାବତାର- ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍କୀଙ୍କ ଅବତାର ଖୋଦେଇ ହୋଇଛି। ପ୍ରତିମୂର୍ତ୍ତିରେ ବିଷ୍ଣୁଙ୍କର ଚାରିଟି ବାହୁ ଅଛି, ଉପର ଦୁଇ ହାତରେ ଶଙ୍ଖ ଏବଂ ଚକ୍ର ଥିବାବେଳେ ତଳ ହାତରେ ଆଶୀର୍ବାଦ ଦେବା ଭଳି ମୁଦ୍ରା ରହିଛି। ଏହି ମୂର୍ତ୍ତି ଭେଙ୍କଟେଶ୍ୱରଙ୍କ ସହିତ କିଛିଟା ମେଳ ଖାଉଥିଲେ ହେଁ ଏଥିରେ ସାମାନ୍ୟ ପାର୍ଥକ୍ୟ ଦେଖିବାକୁ ମିଳିଛି। ଏହି ପ୍ରତିମା ନିଶ୍ଚିତ ଭାବରେ ଗର୍ଭଗୃହରେ ସ୍ଥାପନ କରାଯାଇଥିଲା। ତେବେ ଆକ୍ରମଣକାରୀଙ୍କ ଠାରୁ ରକ୍ଷା କରିବା ପାଇଁ ଏହାକୁ ନଦୀ ଶଯ୍ୟାରେ ରଖାଯାଇଥାଇପାରେ। ଏହି ମୂର୍ତ୍ତି ଓ ଶିବଲିଙ୍ଗଙ୍କୁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ ଇଣ୍ଡିଆ(ଏଏସ୍‌ଆଇ)କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ମଣ୍ଡପରେ ପୂର୍ବତନ ବିଧାୟକ, ଯୁବଗୋଷ୍ଠୀଙ୍କୁ ଭେଟି…

ଗଞ୍ଜାମ,୧୭ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସାହିରେ ଧୂମ୍‌ଧାମରେ ଚାଲିଛି ଅଗ୍ର୍ୟ ପୂଜ୍ୟ ଗଜାନନଙ୍କ ପୂଜା। ଆକର୍ଷଣୀୟ ମେଢ଼ ଅତ୍ୟାଧୁନିକ ଆଲୋକ ମାଳାରେ ସହର ଝଲସି ଉଠୁଛି।…

ହୃଦ୍‌ଘାତରେ ଚାଲିଗଲା ପୂର୍ବତନ ସରପଞ୍ଚଙ୍କ ଜୀବନ

ଭବାନୀପାଟଣା,୧୭ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଭୋଇ (୬୩)ଙ୍କ ବୁଧବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ନିଜ…

ଝଡ଼ବାତ୍ୟାକୁ ରୋକିବ ଲୁଣା ହେନ୍ତାଳ ଜଙ୍ଗଲ, ୧୯୯୯ ମହାବାତ୍ୟାରେ…

ମହାକାଳପଡ଼ା,୧୭ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗର ଉପକୂଳ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳ ଭାବେ ଜଣାଶୁଣା। ଏହି ଉପକୂଳବର୍ତ୍ତୀ ନଦୀ ସମୁଦ୍ର ଧାରେ ଧାରେ ପ୍ରାକୃତିକ…

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

ପିଏମ ମୋଦିଙ୍କ ଜନ୍ମଦିନରେ ରାହୁଲଙ୍କ ଶୁଭେଚ୍ଛା, ବିଜୟ କହିଲେ- ମଜବୁତ ଭାରତ ପାଇଁ…

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ବିଭିନ୍ନ ରାଜନୈତିକ ନେତାଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ…

୧୦୦% ଟାରିଫ ଧମକରେ ନଇଁବନି ଭାରତ! ଟ୍ରମ୍ପଙ୍କୁ ଦେଲା କଡ଼ା ଜବାବ, କହିଲା…

ନୂଆଦିଲ୍ଲୀ, ୧୭।୯: ରୁଷିଆ ଓ ଇରାନ ବିରୋଧରେ ନୂଆ ପ୍ରତିବନ୍ଧକ ବ୍ୟବସ୍ଥା ସମ୍ପର୍କିତ ଆମେରିକୀୟ ଆଇନକୁ ନେଇ ଭାରତ ସତର୍କ ନଜର ରଖିଛି। ଆମେରିକାର ସଂସଦରେ ଏ…

ନଗର ନିଗମ ଫଳାଫଳ: ଭାଜପାକୁ ବଡ଼ ଝଟକା, ଆଉ ୪ ୱାର୍ଡରେ ଜିତିଲା କଂଗ୍ରେସ

ଜୟପୁର,୧୭।୯: ରାଜସ୍ଥାନର ଜୟପୁର, କୋଟା ଓ ଯୋଧପୁରର ୯ଟି ଆସନ ମଧ୍ୟରୁ ୮ଟିର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଏହି ଆସନଗୁଡ଼ିକରେ ସେପ୍ଟେମ୍ବର ୧୬ ତାରିଖରେ ପୁନଃ…

ବଡ଼ ଘୋଷଣା କଲେ କେନ୍ଦ୍ର ସରକାର: ଡିଜେଲ ଉପରେ ୫ ଟଙ୍କା କମିଲା, ପେଟ୍ରୋଲରେ କେତେ? ଜାଣନ୍ତୁ ନୂଆ ହାର

ନୂଆଦିଲ୍ଲୀ,୧୭।୯: ସେପ୍ଟେମ୍ବର ୧୭ରେ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ଉପରେ ଲାଗୁଥିବା ୱିଣ୍ଡଫଲ ଟ୍ୟାକ୍ସରେ କେନ୍ଦ୍ର ସରକାର କଟକଣା କରିଛନ୍ତି। ପେଟ୍ରୋଲ, ଡିଜେଲ ଓ ଏଭିଏସନ ଟର୍ବାଇନ ଫ୍ୟୁଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?