ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା: ୫ଟି ପର୍ଯ୍ୟାୟରେ ହେବ ମତଦାନ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ସବୁ କଳ୍ପନାଜଳ୍ପନାରେ ଶେଷରେ ଅନ୍ତ ଅନ୍ତ ଘଟିଛି। ଆଶା, ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି । ଖବରଦାତା ସମ୍ମିଳନୀ କରି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ।
ସୂଚନାଅନୁସାରେ, ଆସନ୍ତା ଫେବୃୟାରୀ ୧୬ରୁ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ପରେ ଫେବୃୟାରୀ ୧୮ରେ ୨ୟ ପର୍ଯ୍ୟାୟ , ଫେବୃୟାରୀ ୨୦ରେ ୩ୟ ପର୍ଯ୍ୟାୟ, ଫେବୃୟାରୀ ୨୨ରେ ୪ର୍ଥ ପର୍ଯ୍ୟାୟ, ଫେବୃୟାରୀ ୨୪ରେ ୫ମ ପର୍ଯ୍ୟାୟ ରେ ହେବ ମତଦାନ । ଚଳିତ ବର୍ଷ ରାଜ୍ୟରେ ମୋଟ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହା ସହ ଆଜିଠୁ ଆଚରଣ ବିଧି ଲାଗୁ ହୋଇଛି । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡ଼ଲାଇନ ପ୍ରସ୍ତୁତ କରାଯାଇଛି।

ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ୧ ଟା ପର୍ଯ୍ୟନ୍ତ ଚାଲିବ। ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବ। ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଫେବୃଆରୀ ୨୮ ପର୍ଯ୍ୟନ୍ତ ରହିବ।
ସେହିପରି କରୋନା ଗାଇଡଲାଇନ୍‌ ପାଇଁ ରାଲି, ସମାବେଶ ଆଦି ହୋଇପାରିବ ନାହିଁ। କେବଳ ଘରକୁ ଘର ବୁଲି ପ୍ରାର୍ଥୀମାନେ କ୍ୟାମ୍ପେନିଂ କରିପାରିବେ । ଏହାସହ କୌଣସି ସ୍ଥାନରେ ଶୋଭାଯାତ୍ରା ମଧ୍ୟ ହେବ ନାହିଁ । ବିଜୟୀ ହେଲା ପରେ ଦଳମାନେ ସମାବେଶ ବା ବିଜୟୀ ଶୋଭାଯାତ୍ରା କରିପାରିବେ ନାହିଁ । କେବଳ ଆରଟିପିସିଆର କିମ୍ବା ଆଣ୍ଟିଜେନ ଟେଷ୍ଟ ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ପୋଲିଂ ବୁଥ ମଧ୍ୟକୁ ପ୍ରବେଶ ଅନୁମତି ମିଳିବ । ଏହାସହ ଡବଲ ଡୋଜ ଟିକା ନେଇଥିବା ମଧ୍ୟ ଜରୁରୀ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡଲାଇନ ପ୍ରସ୍ତୁତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁପ୍ତଚର ପାରାକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୧୧ା୩: ଜଗତସିଂହପୁର ଜିଲା ପାରାଦୀପ ନିକଟ ସମୁଦ୍ରରେ ଗୁପ୍ତଚର ପାରା ଧରା ପଡିଛି। ପାରା, କ୍ୟାମେରାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କେନ୍ଦ୍ରାପଡ଼ା...

ଜରାଙ୍ଗରେ ହେବ ମୁକ୍ତ ପ୍ରାଣୀ ଉଦ୍ୟାନ

ସମ୍ବଲପୁର,୩୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଧୀନ ଦେବଝରଣ ପର୍ଯ୍ୟଟନ ସ୍ଥଳ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଶାସନ...

ଝିଆରୀ ମୁଣ୍ଡରୁ ପୋଛିଲେ ସିନ୍ଦୂର ….

ବାଉଁଶୁଣୀ,୨୫।୧୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ମୁଣ୍ଡିପଦର ପଞ୍ଚାୟତ ବଲାକିରା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିିଛି । ସୂଚନାଯୋଗ୍ୟ, ବୌଦ୍ଧ...

ରାଜ୍‌ଗୋପାଳ ମିଶ୍ର ପାଇବେ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’

ଭୁବନେଶ୍ୱର(ବ୍ୟୁରୋ),୨ା୯: ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ମହାକୁମ୍ଭ ‘ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୨୦’ ସେପ୍ଟେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।...

କେନ୍ଦ୍ରୀୟ କମିଟିର କାନପୁର ନଦୀବନ୍ଧ ପ୍ରକଳ୍ପ ପରିଦର୍ଶନ

ଯୋଡ଼ା,୩୧ା୫(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକର କାନପୁରଠାରେ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା ଦ୍ବାରା ବିସ୍ଥାପିତଙ୍କ ସମସ୍ୟା ଉପରେ...

୪ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର,୨୫।୧(ବ୍ୟୁରୋ): ୭୪ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ବୁଧବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବ। ସେଥିମଧ୍ୟରୁ ୬ ଜଣଙ୍କୁ...

ଦୁଗ୍ଧ ସଂଗ୍ରହ କମ୍‌ କରିବାକୁ ଓମଫେଡର ନିର୍ଦ୍ଦେଶ

ଭଭୁବନେଶ୍ୱର,୭।୫(ବ୍ୟୁରୋ): ଲକଡାଉନ ଯୋଗୁ ଦୁଗ୍ଧ ବିକ୍ରୟ କମ୍‌ ହେଉଥିବାରୁ ଓମଫେଡ ପକ୍ଷରୁ ସମସ୍ତ ୟୁନିଅନକୁ ଦୁଗ୍ଧ ସଂଗ୍ରହ କମ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେ ମାସରେ...

କରୋନା କଟକଣା ଉଲଘଂନ: ୨୪୫ ମାମଲା ରୁଜୁ

କଟକ ଅଫିସ,୪।୪- କରୋନା ଭୁତାଣୁକୁ ନେଇ ରାଜ୍ୟ ସରକାର ସାରା ରାଜ୍ୟରେ କେତେକ ସ୍ୱତନ୍ତ୍ର କଟକଣା ଜାରି କରିଛନ୍ତି। କଟକଣା ଉଲଘଂନ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ...

Advertisement
Archives

Model This Week