ଅନନ୍ୟାଙ୍କୁ ପସନ୍ଦ ନୁହେଁ ଧଳା ପୋଷାକ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ । ଶୀତରେ ବି ଝାଳ ବୋହିବାର ତାକତ ଅଛି ଏହି ନାୟିକାଙ୍କର । ତାଙ୍କ ଷ୍ଟାଇଲ ସବୁଠାରୁ ନିଆରା । ହେଲେ ଚଙ୍କି ପାଣ୍ଡେଙ୍କ ଏହି ଅଲିଅଳି କନ୍ୟା ଅନନ୍ୟାଙ୍କୁ ଧଳା ପୋଷାକ ଆଦୌ ପସନ୍ଦ ନୁହେଁ ।
ତେବେ ଲକଡାଉନ୍ ସମୟରେ ଅନନ୍ୟା କରିନା କପୁର ଖାଁଙ୍କ ଚ୍ୟାଟ ଶୋ’ ହ୍ୱାଟ ୱିମେନ ୱାଣ୍ଟରେ ଭାଗ ନେଇଥିଲେ । ଏହି ସମୟରେ ଷ୍ଟାଇଲ ଓ ଫ୍ୟାଶନକୁ ନେଇ ସେ ତାଙ୍କ ଇନସ୍ପିରେଶନ କନିନାଙ୍କ ସହ ମନଖୋଲି କଥା ହୋଇଥିଲେ । ଏହି ସମୟରେ ଅନନ୍ୟା କହିଥିଲେ ସେ କରିନାଙ୍କ ପୁ କ୍ୟାରେକ୍ଟରକୁ ପିଲାଦିନୁ ଫଲୋ କରନ୍ତି । ଅମିନେତ୍ରୀଙ୍କୁ ଯେତେବେଳେ ପଚରା ଯାଇଥିଲା କି ସେ ଆଇରନ ହୋଇଥିବା ପୋଷାକ ପିନ୍ଧନ୍ତି କି । ଉତ୍ତରରେ ଅନନ୍ୟା କହିଥିଲେ ସେ ବିନା ଆଇରନର ପୋଷାକ ପିନ୍ଧନ୍ତି ନାହିଁ । ଅବଶ୍ୟ ଆଇରନ କରିବା ଦାୟିତ୍ୱ ତାଙ୍କ ମା’ଙ୍କର ବୋଲି ସେ ସ୍ୱିକାର କରିଥିଲେ । ଆଉ ସବୁଠାରୁ ବଡ କଥା ହେଲା ଅନନ୍ୟା କହିଥିଲେ ସେ ଖାଇବା ସମୟରେ କିଛି ନା କିଛି ଖାଦ୍ୟ ପୋଷାକରେ ପକାଇବା ଥୟ ଏହା ଯେମିତି ତାଙ୍କର ଏକ ଆଦତରେ ପରିଣତ ହୋଇ ଯାଇଛି । ଆଉ ପୋଷାକରେ ଖାଦ୍ୟ ପଡିଲେ ଦାଗ ତ ହେବ ହିଁ ହେବ । ସେଥିପାଇଁ ସେ ଧଳା ପୋଷାକ ପିନ୍ଧିବାକୁ ଡରନ୍ତି । କାରଣ ଧଳାରେ ଥରେ ଦାଗ ଲାଗିଗଲେ ତାହା ଆଦୌ ଠିକ୍ ଲାଗି ନ ଥାଏ ।
କରନ ଜୋହରଙ୍କ ମୁଭି ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୨’ରେ ଡେବ୍ୟୁ କରିଥିବା ଅନନ୍ୟା ପରେ ‘ଖାଲି ପିଲି’ରେ ନଜର ଆସିଥିଲେ । ଆଗାମୀ ଦିନରେ ସେ ଶକୁନ ବାତ୍ରାଙ୍କ ନିର୍ଦ୍ଦେଶିତ ଏକ ଫିଲ୍‌୍ମ ଓ ବିଜୟ ଦେବରକୋଣ୍ଡାଙ୍କ ଅପୋଜିଟ ଫିଲ୍ମ ‘ଲାଇଗର’ରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର ଦେଲେ ଗୋବିନ୍ଦା: ୭ ବର୍ଷ ପରେ…

‘ହିରୋ ନମ୍ବର ୧’ ଗୋବିନ୍ଦା ପୁଣି ବଡ଼ ପରଦାରେ ଧମାଲ କରିବାକୁ ଯାଉଛନ୍ତି। ସେ ‘ରୂପା’ ଚଳଚ୍ଚିତ୍ରରେ ନଜର ଆସିବେ। ଗୋବିନ୍ଦା ନିଜେ ଏହି ପ୍ରୋଜେକ୍ଟ ଘୋଷଣା…

ଆପାର୍ଟମେଣ୍ଟ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର,୧୩।୭: ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ।…

ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ! ମାତ୍ର ୬୭୩ ଟଙ୍କାରେ ମିଳିବ ଗ୍ୟାସ, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ, ୧୩।୭: ଯଦି ଆପଣ ଛାତ୍ରୀଛାତ୍ର, ଭଡ଼ା ଘରେ ରହୁଛନ୍ତି କିମ୍ବା ଆପଣଙ୍କର କୌଣସି ଛୋଟ କ୍ୟାଫେ ବା ଷ୍ଟଲ ରହିଛି, ତେବେ ଆପଣଙ୍କ ପାଇଁ ଏକ…

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ ଭାଲୁ ବୁଟୁରା ନାଳରେ କୁମ୍ଭୀର

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାତୀନଦୀର ପିଲାସ ଗାଁ ଘାଟ ନିକଟରେ ଗତ କିଛି ଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାବେଳେ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri