Posted inଫୁରସତ

କୋଣାଦିତ୍ୟରେ ଅଖଣ୍ଡ ଧୁନି ପରମ୍ପରା ଆଜି ବି ବଞ୍ଚିଛି

ତତ୍କାଳୀନ ଓଡ଼ିଶାର ବୁଦ୍ଧିଜୀବୀ ଏବଂ କାରିଗରମାନେ ବୌଦ୍ଧିକସ୍ତରରେ କେତେ ଉଚ୍ଚ ଥିଲେ, ତାହାର ବଳିଷ୍ଠ ପ୍ରମାଣ ହେଉଛି ଶ୍ରୀପଦ୍ମକେଶର ମନ୍ଦିର। ଯାହା ସମୟକ୍ରମେ ଆଜି ପ୍ରସିଦ୍ଧ ହୋଇଯାଇଛି କୋଣାର୍କ ମନ୍ଦିର ନାମରେ। ଏହାସହ ଜଡ଼ିତ ହୋଇଥିବା ମେଘର ଆବାହନୀ ଐତିହ୍ୟକୁ ଆଜି ଆମେ ବଳକା ଖାଦ୍ୟ ସହିତ ହାଣ୍ଡିବାଡ଼ିଆ ପରମ୍ପରାରେ ବଞ୍ଚେଇ ରଖିଛେ ଚନ୍ଦ୍ରଭାଗା ବୁଡ଼ର ପୂର୍ବ ରାତିରେ। ସମର୍ପିତ କରୁଛେ ଅର୍କାସୁରକୁ। ଏକ ଯଜ୍ଞର ତତ୍ତ୍ୱକୁ ଅର୍କାସୁର ଐତିହ୍ୟ କଥାରେ ଆମେ ବଞ୍ଚେଇ ରଖିଛେ। ତୀର୍ଥରେ ଯେବେ ପଦ୍ମକେଶର ମନ୍ଦିର ତୋଳା ହେବାର ଆଦ୍ୟ ବିଚାରବିମର୍ଶ ଆରମ୍ଭ ହୋଇଥିଲା, ଆମର ମହାଜନମାନେ ମନ୍ଦିରର ନାମକରଣକୁ ନେଇ ଏକ ଚମତ୍କାର ସିଦ୍ଧାନ୍ତରେ ପହଞ୍ଚତ୍ଥିଲେ। ତାହା ଥିଲା ୧୨୪୧-୪୨ ମସିହା କଥା। ଇୟେ ପଦ୍ମକ୍ଷେତ୍ର। ‘ସଂଜ୍ଞା’ ଦେବୀ ଧାରଣ କରିଥିଲେ ପଦ୍ମିନୀରୂପ। ବେଦର ରହସ୍ୟ ବିଷ୍ଣୁ ଉପାସନାରେ ସମୀକରଣ ନ ହେଲେ ପିଣ୍ଡଦାନ ସମ୍ଭବ ନୁହେଁ। ସ୍ନାନ-ତର୍ପଣ-ପିଣ୍ଡଦାନର ମନୋବିଜ୍ଞାନ ଭିତ୍ତିଭୂମିରେ ‘ତୀର୍ଥ’ ନାମ ବହନ କରିଥିଲା ପଦ୍ମକ୍ଷେତ୍ର। ଆରମ୍ଭ ହୋଇଥିଲା ପଦ୍ମକ୍ଷେତ୍ରର ପଦ୍ମତୋଳା ଗଣ୍ଡରେ ଶ୍ରୀପଦ୍ମକେଶର ମନ୍ଦିର।
ସେମିତି ଐତିହ୍ୟ ବଞ୍ଚତ୍ରହିଛି ଶାମ୍ବଙ୍କ ଉପାସନା ପ୍ରସଙ୍ଗରେ। ଶାସ୍ତ୍ରରେ ଆଉ ଏକ ନାମରେ ପରିଚିତ ହେଲା ଏହି କ୍ଷେତ୍ର। ମିତ୍ରବନ ତଥା ମୈତ୍ରେୟବନ। ଶ୍ରୀପଦ୍ମକେଶର ମନ୍ଦିର ତୋଳା ହେବାର ଶହ ଶହ ବର୍ଷ ପୂର୍ବେ ମିତ୍ରବନ ପରିଚିତ ଥିଲା ତପସ୍ୟା ଭୂମି ଭାବରେ।
କୋଣାଦିତ୍ୟରେ ଶ୍ରୀପଦ୍ମକେଶର ମନ୍ଦିର ନିରାକାର ଉପାସନାର ପ୍ରଥମ ମନ୍ଦିର ନୁହେଁ। ଶାସ୍ତ୍ର ମତକୁ ଯଦି ଆଧାର କରିବା, ତେବେ ଏହା ତୃତୀୟ ମନ୍ଦିର। ତେଣୁ ବହୁ ପୂର୍ବରୁ ତୀର୍ଥରେ ୫ଟି ତୀର୍ଥଦ୍ୱାରା ଏ ମାଟି ପବିତ୍ର ହୋଇ ସାରିଥିଲା। ମଣିମୟ ବିଗ୍ରହଙ୍କର ପ୍ରତିଷ୍ଠା ପୂର୍ବରୁ ଗଢ଼ି ଉଠିଥିଲା ମଣିକର୍ଣ୍ଣିକା ତୀର୍ଥ, ଚନ୍ଦ୍ରଭାଗା ତୀର୍ଥ, ଅର୍କ ତୀର୍ଥ ଓ ମଙ୍ଗଳ ତୀର୍ଥ। ସର୍ବମଙ୍ଗଳ ତୀର୍ଥଟି ଥିଲା ଶ୍ରୀମଙ୍ଗଳେଶ୍ୱର ମହାଦେବଙ୍କ ନିକଟରେ, ତହସିଲ ଦସ୍ତାବିଜରେ ଠାର ଅଛି। ତୀର୍ଥଟିକୁ ପୁଣି ଚଳଚଞ୍ଚଳ କରେଇବା ଆମ ପାଇଁ ବଡ଼ କଥା ନୁହେଁ। ୟା ସହିତ ପରେ ଜଡ଼ିତ ହେଲା ଜୟଦେବ ତୀର୍ଥ।
ତୀର୍ଥ ଓ କ୍ଷେତ୍ରକୁ ନେଇ ସାଧୁ-ସନ୍ଥ-ଯୋଗୀ ୟେ ମାଟିରେ ଚଳଚଞ୍ଚଳ ଥିଲେ। ନିରାକାର ଉପାସନା ପାଇଁ ନିର୍ବିକାର ଭାବରେ ସେମାନେ ତପସ୍ୟାରତ ଥିଲେ। ଖୋଲା ଆକାଶ ଓ ବାଲିବନ୍ତ ଥିଲା ତାଙ୍କ ସାଧନାର ମୂଳାଧାର। ଅବନ୍ତୀବନ୍ତ, ବେଣୁସାଗରବନ୍ତ, ନାରାୟଣୀବନ୍ତ ପରେ ଆବିଷ୍କାର ହୋଇଥିଲା ଦର୍ଶନୀବନ୍ତ। ଆଉ ଏଇ ବନ୍ତ ପରେ ପରେ ପ୍ରଥମକରି ବୈଦିକ ଆଶ୍ରମ ପରମ୍ପରାରେ ଗଢ଼ି ଉଠିଥିଲା ଅଗସ୍ତି ଆଶ୍ରମ।
ନିରାକାର ଉପାସନା କାଳକ୍ରମେ ‘ସାକାର ଉପାସନା’ରେ ରୂପାନ୍ତରିତ ହେଲା। ନିରାକାର ସାଧନାସ୍ଥଳ ଆଶ୍ରମର ମାଧ୍ୟମ ଦେଇ ଏଇ ମାଟିରେ ସାକାର ଉପାସନା ପାଇଁ ଗଢ଼ିଉଠିଲା ପଞ୍ଚତୀର୍ଥ ଓ ପଞ୍ଚବନ୍ତ ପରି ପଞ୍ଚ ମଠ। ଅବଧୂତ ମଠର ଧୂନି ଏ ମାଟିର ଅନ୍ତରୀକ୍ଷ ମଣ୍ଡଳକୁ ପବିତ୍ର କରିବା ଯେବେ ଆରମ୍ଭ କରିଥିଲା, ସେତେବେଳେ ଗଜପତି ଲାଙ୍ଗୁଳା ନରସିଂହ ଦେବ ରାଜଗାଦୀ ଆରୋହଣ କରି ନ ଥିଲେ। ନିରାକାର ସୂର୍ଯ୍ୟ ଉପାସନାର ଆଦି ଆସ୍ଥାନ ଥିଲା ଏହି କ୍ଷେତ୍ର। ଆଦିତ୍ୟଦେବ ଏଠି ନିରାକାର ବ୍ରହ୍ମ। ଓଁ ହେଉଛି ଏହି ଉପାସନାର ପ୍ରତୀକ। ଅଗ୍ନିଙ୍କୁ ଏଠାରେ ନିର୍ବାପିତ କରାଯାଏ ନାହିଁ। ତେଣୁ ଅଖଣ୍ଡ ଧୂନି ପରମ୍ପରା ଆଜି ବି ବଞ୍ଚତ୍ରହିଛି। ଦିନେ ଗଜପତି ଅନଙ୍ଗଭୀମ ଦେବଙ୍କ ସାନ ରାଣୀ କସ୍ତୁରୀ ଦେବୀ ଏହି ମଠରେ ପଦାର୍ପଣ କରିଥିଲେ। ମହାବୀରଙ୍କ ପାଖରେ ମାନସିକ କରି ପାଇଥିଲେ ଦିଗ୍‌ବିଜୟୀ ଗଜପତି ଲାଙ୍ଗୁଳା ନରସିଂହ ଦେବଙ୍କୁ। ଅବଧୂତ ମଠ ପରି ରୋହିଣୀକୁଣ୍ଡ ମଠ, ପଞ୍ଚବଟୀ ମଠ ଓ ଦେଉଳି ମଠ ୟେ ମାଟିର ପାଞ୍ଚକୋଶ ପରିମିତ ଜଳ-ସ୍ଥଳ-ଆକାଶକୁ ପବିତ୍ରତାର ବଳୟରେ ବିମୁଗ୍ଧ କରିଦେଇଥିଲେ। ସାଧନାରେ ଯେତେବେଳେ ଭକ୍ତିର ମିଶ୍ରଣ ହେଲା, ସେବେ ଗଢ଼ିଉଠିଥିଲା ଲିଆଖିଆ ଆଶ୍ରମ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ବକ୍ଦିଂରେ ସ୍ବର୍ଣ୍ଣ ଜିତି ଜାତୀୟସ୍ତରକୁ ମନୋନୀତ ହେଲେ ମିକି

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ): ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ବକ୍ସିଂ ଚାମ୍ପିଅନଶିପ୍‌ରେ ଛତ୍ରପୁର ଅନସ୍ଲୋ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?