ହଷ୍ଟେଲରେ ରହି ଚୋରି କରୁଥିଲେ ଏମ୍‌ବିଏ ଛାତ୍ରୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଏକ ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ ପଢ଼ୁଥିଲେ ମଧ୍ୟ ଅୟସ ଜୀବନ ବିତାଇବା ଲାଗି ଚୋରି ପେସାକୁ ଆପଣାଇଥିଲେ। ହଷ୍ଟେଲରେ ରହି ଅନ୍ୟମାନଙ୍କ ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌ ଆଦି ଚୋରି କରୁଥିଲେ। ଶେଷରେ ପୋଲିସ ହାତରେ ଧରାପଡିଛନ୍ତି ସମ୍ପୃକ୍ତ ଏମ୍‌ବିଏ ଛାତ୍ରୀ। ଇନ୍‌ଫୋସିଟି ଥାନା ପୋଲିସ ଅଭିଯୁକ୍ତ ଛାତ୍ରୀ ପଶ୍ଚିମବଙ୍ଗର ପୂଜା ଶାହା ଓ ତାଙ୍କ ସହଯୋଗୀ ଭୁବନେଶ୍ୱରରେ ରହୁଥିବା ଅହମ୍ମଦ ହୁସେନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ବିଭିନ୍ନ କମ୍ପାନୀର ୪ଟି ଦାମୀ ମୋବାଇଲ ଓ ୩ଟି ଲାପଟପ ଜବତ କରଛି। ଏନେଇ ପୋଲିସ ମାମଲା (ନଂ. ୨୮୯/୨୨) ରୁଜୁ କରି ଉଭୟଙ୍କୁ ଶନିବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ପୂଜା ବିଶେଷକରି ମୋବାଇଲ୍‌ ଫୋନ୍‌ ଓ ଲାପ୍‌ଟପ୍‌କୁ ଟାର୍ଗେଟ କରନ୍ତି। ଧରା ନ ପଡ଼ିବା ଲାଗି ଚୋରି ପରେ ସଙ୍ଗେସଙ୍ଗେ ସେଗୁଡିକୁ ସହଯୋଗୀ ହୁସେନଙ୍କୁ ବିକ୍ରି କରି ଟଙ୍କା ଆଣିଥାନ୍ତି। ଏହାପରେ ହୁସେନ ଉକ୍ତ ମୋବାଇଲଗୁଡିକୁ ପଶ୍ଚିମବଙ୍ଗ ନେଇ ବିକ୍ରି କରି ପୁଣି ଭୁବନେଶ୍ୱର ଚାଲି ଆସୁଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି।
ସୂଚନାନୁସାରେ, ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଉକ୍ତ ଘରୋଇ ବିଶ୍ୱବିଦ୍ୟାଳୟରେ ବାରମ୍ବାର ଚୋରି ଅଭିଯୋଗ ହେଉଥିଲା। ଗତ ୨୦ ତାରିଖରେ ହଷ୍ଟେଲର ବ୍ଲକ୍‌-ଡିରେ ରହୁଥିବା ୨ ଛାତ୍ରୀ ରୁମ୍‌ରେ ନ ଥିବାବେଳେ ତାଙ୍କର ୨ଟି ଲାପ୍‌ଟପ୍‌ ଚୋରି ହୋଇଥିଲା। ଛାତ୍ରୀଦ୍ୱୟ ସହପାଠିନୀ ପୂଜାଙ୍କ ଉପରେ ସନ୍ଦେହ କରି ତାଙ୍କୁ ପଚାରିଥିଲେ। ହେଲେ ପୂଜା ଉତ୍‌କ୍ଷିପ୍ତ ହୋଇ ଛାତ୍ରୀଦ୍ୱୟଙ୍କୁ ଠେଲାପେଲା କରିଥିଲେ। ଏହି ସମୟରେ ଛାତ୍ରୀଦ୍ୱୟ ପୂଜାଙ୍କ ମୋବାଇଲ ଛଡାଇ ଆଣି ଯାଞ୍ଚ କଲାବେଳେ ବହୁ ପରିମାଣର ଟଙ୍କା ନେଣଦେଣ ହୋଇଥିବା ଜାଣିବାକୁ ପାଇଥିଲେ। ତେଣୁ ସେମାନେ ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ସହ ପୂଜା ଶାହା ଉପରେ ସନ୍ଦେହ ଥିବା ପୋଲିସ ଆଗରେ କହିଥିଲେ। ପୋଲିସ କେତେଜଣ ଛାତ୍ରୀଙ୍କୁ ପଚରାଉଚରା କରିବା ପରେ ଏମ୍‌ବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ପୂଜାଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ପୂଜାଙ୍କ କଥାରେ ତାଳମେଳ ନ ରହିବାରୁ ପୋଲିସ ତାଙ୍କୁ ଥାନାରେ ବସାଇ ଅଧିକ ପଚରାଉଚରା କରିଥିଲା। ଶେଷରେ ସେ ଚୋରି କରିଥିବା ମାନିବା ସହ ପୂରା ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ପୋଲିସ ତାଙ୍କ ରୁମ୍‌ରୁ ୨ଟି ଲାପ୍‌ଟପ୍‌ ଓ ୨ଟି ମୋବାଇଲ୍‌ ଫୋନ୍‌ ଏବଂ ସହଯୋଗୀ ଅହମ୍ମଦ ହୁସେନ୍‌ଙ୍କଠାରୁ ଗୋଟିଏ ଲାପ୍‌ଟପ୍‌ ଓ ୨ଟି ମୋବାଇଲ୍‌ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri