ଅଭିନ୍ନ ଅଙ୍ଗ ମୋବାଇଲ

ବିପିନୀ ବିହାରୀ ରାଉତ

ଚାଇନା ସହ ଭାରତର ମୁହାଁମୁହିଁ ସ୍ଥିତି ଉପୁଜିବା ପରେ ୫୯ଟି ଚାଇନିଜ ଆପ୍‌ ବ୍ୟାନ ହୋଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ସୋସିଆଲ ମିଡିଆ ଆପ୍‌ ୱିବୋ ତାଙ୍କ ଆକାଉଣ୍ଟରୁ ହଟାଇ ଦେଇଛନ୍ତି। ଚାଇନା ବିରୋଧରେ ଭାରତ ଏହାର ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଜୋରଦାର କରିବା ଉପରେ ବିଚାର କରୁଛି ମଧ୍ୟ। ଚାଇନାର ଆପ୍‌ଗୁଡ଼ିକ ନିଷିଦ୍ଧ କରାଯିବା ପରେ ଫୋନ କମ୍ପାନୀଗୁଡ଼ିକର ଭାଗ୍ୟ କ’ଣ ହେବ ତାହାକୁ ନେଇ ଗ୍ରାହକମାନେ ଚିନ୍ତିତ ହୋଇପଡ଼ିବା ସ୍ବାଭାବିକ। ଭାରତରେ ବିକ୍ରି ହେଉଥିବା ପ୍ରତି ଶହେଟି ଫୋନ ମଧ୍ୟରୁ ଚାଇନା କମ୍ପାନୀଗୁଡ଼ିକ ପ୍ରାୟ ୮୧ଟି ଫୋନ ବିକ୍ରି କରୁଛନ୍ତି। ଏହାବାଦ୍‌ ଅନ୍ୟ କିଛି ସଂସ୍ଥା ଫୋନ ତିଆରି କରିବା ପାଇଁ ଅଧିକାଂଶ ସାମଗ୍ରୀ ଚାଇନାରୁ ମଗାଉଛନ୍ତି।
ଭାରତ ଡିଜିଟାଲ ହେବା ସହିତ ବଦଳୁଛି ଲୋକଙ୍କ ଜୀବନଶୈଳୀ। ମୋବାଇଲ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି। ଗତ କିଛି ବର୍ଷରେ ଏହା ବ୍ୟାପକ ହେବାରେ ଲାଗିଛି ଏବଂ କେବଳ ଶୋଇବା ସମୟକୁ ଛାଡ଼ିଦେଲେ ବାକି ସବୁ ସମୟରେ ଯାହା ଜରୁରୀ ହୋଇପଡ଼ିଛି ତାହା ହେଉଛି ମୋବାଇଲ ଫୋନ। ଆଉ ଏଭଳି ବ୍ୟକ୍ତିଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ଦୁଇ ତୃତୀୟାଂଶ ବା ୬୬ ପ୍ରତିଶତ ବୋଲି ଲାଇମଲାଇଟ ନେଟୱର୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଷ୍ଟେଟ ଅଫ୍‌ ଡିଜିଟାଲ ଲାଇଫ୍‌ ରିପୋର୍ଟରୁ ଜଣାପଡ଼ିଛି। ଏହି ରିପୋର୍ଟ ଆହୁରି ମଧ୍ୟ ଦର୍ଶାଉଛି ଯେ, ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଡିଜିଟାଲ ଡିଭାଇସ ପ୍ରତି ଆସକ୍ତିରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଷ୍ଟେଟ ଅଫ୍‌ ଡିଜିଟାଲ ଲାଇଫ୍‌ ରିପୋର୍ଟ ପାଇଁ କରାଯାଇଥିବା ସର୍ବେକ୍ଷଣରେ ୧୦ଟି ଦେଶର ନାଗରିକଙ୍କ ମତ ନିଆଯାଇଥିଲା। ସେମାନଙ୍କ ଜୀବନରେ ଡିଜିଟାଲ ମିଡିଆ ଏବଂ ଟେକ୍ନୋଲୋଜିର କିଭଳି ପ୍ରଭାବ ରହିଛି, ସେ ବିଷୟରେ ଦର୍ଶାଇଥିଲେ। ଏଥିରେ ୬୬ ପ୍ରତିଶତ ଉପଭୋକ୍ତା କହିଥିଲେ ଯେ, ମୋବାଇଲ ଫୋନ୍‌ ବ୍ୟବହାର ନ କରି ଦିନଟିଏ ମଧ୍ୟ ରହିପାରିବେ ନାହିଁ। ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ନିଜର ଡିଜିଟାଲ ଡିଭାଇସଠାରୁ ଅଲଗା ହେବାକୁ ଚାହୁଁ ନ ଥିବା ନାଗରିକଙ୍କ ସଂଖ୍ୟା ବିଶ୍ୱ ସ୍ତରରେ ୪୮ପ୍ରତିଶତ। ଅନ୍ୟପକ୍ଷରେ ଡେସ୍କଟପ ଓ ଲାପ୍‌ଟପ ବ୍ୟବହାର କ୍ଷେତ୍ରରେ ୪୫ ପ୍ରତିଶତ ଭାରତୀୟ ଏହି ଦୁଇଟି ଡିଜିଟାଲ ଡିଭାଇସଠାରୁ ଗୋଟିଏ ଦିନ ମଧ୍ୟ ଅଲଗା ହୋଇ ରହିବା କଷ୍ଟକର ହୋଇପଡ଼ୁଛି। ଏହା ସମ୍ପୂର୍ଣ୍ଣ ସର୍ବେକ୍ଷଣରେ ସର୍ବାଧିକ। ବିଶ୍ୱସ୍ତରରେ ଏହା ୩୩ ପ୍ରତିଶତ ବୋଲି ଜଣାପଡ଼ିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଡିଜିଟାଲ ଟେକ୍ନୋଲୋଜି ଦ୍ୱାରା ସକାରାତ୍ମକ ପ୍ରଭାବିତଙ୍କ ସଂଖ୍ୟା ଆଶାତୀତ ଭାବେ ବ୍ୟାପକ। ଏଥିରେ ଭାଗ ନେଇଥିବା ଭାରତୀୟଙ୍କ ମଧ୍ୟରୁ ୯୩ ପ୍ରତିଶତ ସ୍ବୀକାର କରିଛନ୍ତି ଡିଜିଟାଲ ଟେକ୍ନୋଲୋଜି ସେମାନଙ୍କ ଜୀବନରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏ କ୍ଷେତ୍ରରେ ଜାପାନ୍‌ ଓ ଜର୍ମାନ ନାଗରିକମାନଙ୍କ ମଧ୍ୟରୁ ଯଥାକ୍ରମେ ୧୧ ପ୍ରତିଶତ ଏବଂ ୨୫ ପ୍ରତିଶତ ଲୋକ ଭାବନ୍ତି ଯେ ତାଙ୍କ ଜୀବନରେ ଡିଜିଟାଲ ଟେକ୍ନୋଲୋଜି ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ଭାରତୀୟ ନାଗରିକମାନେ ଡିଭିଟାଲ ଟେକ୍ନୋଲୋଜିକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ସମସ୍ତ ପ୍ରକାର ଅନ୍‌ଲାଇନ କଣ୍ଟେଣ୍ଟ ବା ବିଷୟବସ୍ତୁ ସହିତ ଯୋଡ଼ି ହୋଇରହିବା ମାତ୍ରାରେ ଭାରତ ସବୁଠାରୁ ଆଗରେ ରହିଛି। ୭୮ ପ୍ରତିଶତ ଭାରତୀୟ ଅତିକମ୍‌ରେ ସପ୍ତାହରେ ଥରେ ସଂଗୀତ ଡାଉନଲୋଡ୍‌ କିମ୍ବା ଷ୍ଟ୍ରିମ କରିଥାଆନ୍ତି। ଫିଲ୍ମ ଡାଉନ୍‌ଲୋଡ୍‌ କରିବା ଏବଂ ଏସବୁକୁ ଅଫ୍‌ଲାଇନରେ ଦେଖିବାରେ ମଧ୍ୟ ଭାରତୀୟମାନେ ବେଶ୍‌ ଆଗୁଆ। ୩୫ପ୍ରତିଶତ ଭାରତୀୟ ଫିଟ୍‌ବିଟ୍‌, ଗାରମିନ ଏବଂ ଆପଲ ଆଦି ବ୍ରାଣ୍ଡ୍‌ର ହେଲ୍‌ଥ ଟ୍ରାକର ବ୍ୟବହାର କରିଥାଆନ୍ତି। ୩୩ ପ୍ରତିଶତ ଭାରତୀୟ ଆଗାମୀ ୬ ମାସରେ ଏହି ଉପତ୍ାଦ କିଣିବାକୁ ଯୋଜନା କରିଥିବା ଜଣାଯାଇଛି। ଭାରତୀୟମାନଙ୍କ ଫୋନ ପ୍ରତି ଯେଉଁପରି ଆସକ୍ତି ଦିନକୁ ଦିନ ବୃଦ୍ଧି ପାଉଛି ସମ ପରିମାଣରେ ଏହା ଅନେକ କ୍ଷେତ୍ରରେ ବିଷାଦ ଓ ଦୁଃଖଦ ତଥା ଅପ୍ରୀତିକର ପରିସ୍ଥିତି ବି ସୃଷ୍ଟି କରୁଛି। ଘଣ୍ଟା ଘଣ୍ଟା ଧରି ସାଇବର ଦୁନିଆରେ ବ୍ୟସ୍ତ ରହିବା ଦ୍ୱାରା ମଣିଷର ଚିନ୍ତା ଶକ୍ତି ଓ ସୃଜନଶୀଳତା ମଧ୍ୟ ନଷ୍ଟ ହେଉଛି। ଏହାର ପାରିପାର୍ଶ୍ୱିକ ପ୍ରତିକ୍ରିୟା ଭାବରେ ଚିଡ଼ିଚିଡ଼ାପଣ, ଉଦାସୀନତା, କ୍ଷୁଧା ନ ହେବା ଏପରି କି ଅନେକଙ୍କୁ ମଧ୍ୟ ନିର୍ଦ୍ଧାରିତ ସମୟରେ ନିଦ ହୋଇ ନ ଥାଏ। ଘଣ୍ଟା ଘଣ୍ଟା ଧରି ଅନବରତ ଫୋନରେ ଗପସପ ହେବା ଦ୍ୱାରା ସ୍ମରଣ ଶକ୍ତି ମଧ୍ୟ ପ୍ରଭାବିତ ହେଉଛି। ‘ଲାନ୍‌ସେଟ’ ଗବେଷଣାର ତଥ୍ୟ ଅନୁଯାୟୀ ଶ୍ରବଣଶକ୍ତି ହାନିର କାରଣ ହେଉଛି ପାଖାପାଖି ୬୦ ଭାଗରୁ ଊର୍ଦ୍ଧ୍ୱ। ସମୁଦାୟ ମାନବ ସମାଜରୁ ଶ୍ରବଣ ଶକ୍ତି ହାନିର ମୁଖ୍ୟ କାରଣ ହେଉଛି ଏହି ମୋବାଇଲ। ସେହିପରି ମୋବାଇଲ କାରଣରୁ ସଡ଼କ ଦୁର୍ଘଟଣାର କାରଣ ମଧ୍ୟ ଅତିବ ଗୁରୁତ୍ୱପୂର୍ଣ୍ଣ। ଆଜିକା ସମୟରେ ତଥାକଥିତ ସାଇବର ଯୁଗରେ ମୋବାଇଲର ପ୍ରାସଙ୍ଗିକତା ଓ ଆବଶ୍ୟକତା ରହିଛି କିନ୍ତୁ ଏହା ଅଧିକାଂଶ କ୍ଷେତ୍ରରେ ଶାରୀରିକ ବିକାଶ ଓ ସୃଜନଶୀଳତାର ବିକାଶରେ ମଧ୍ୟ ଅନ୍ତରାୟ ସୃଷ୍ଟି କରୁଛି। ଏ ଦୁଇ ଦିଗକୁ ଦେଖି ମୋବାଇଲ ବ୍ୟବହାରରେ ଆପଣ ନିଜର ଭାରସାମ୍ୟ ରକ୍ଷାକରି ଆଗକୁ ବଢ଼ିଲେ ମୋବାଇଲର ସଦୁପଯୋଗ ହୋଇପାରିବ।
ଶ୍ରୀବିହାର କଲୋନୀ, ତୁଳସୀପୁର, କଟକ, ମୋ: ୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?