ପ୍ରାଣୀକଲ୍ୟାଣର ବାହାନା

ମାନେକା ଗାନ୍ଧୀ

ମୁଁ ମେରିଟ କ୍ଲିଫଟନଙ୍କୁ ବହୁ ବର୍ଷ ହେବ ଜାଣିଛି। ସେ, ତାଙ୍କ ସ୍ତ୍ରୀ ବିଥ୍‌ ଓ ପୁଅ ଉଫ୍‌ ପ୍ରାଣୀମାନଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ। ସେମାନେ ଆନିମଲ୍‌ସ ୨୪-୭ ନାମକ ଏକ ଇ-ମାଗାଜିନ ଚଲାଉଛନ୍ତି, ଯାହାକୁ ସମସ୍ତେ ପଢ଼ିବା ଉଚିତ। ତାଙ୍କ ବୋର୍ଡର ଜଣେ ସଦସ୍ୟ ଭିକି କ୍ରୋସେଟିଙ୍କର ଏବେ ମୃତ୍ୟୁ ଘଟିଲା। ହୋର୍ଡିଂ (ବେଆଇନ ଭାବେ ପ୍ରାଣୀମାନଙ୍କୁ ଏକାଠି ବା ମହଜୁଦ ରଖି ନିର୍ଯାତନା ଦେବା) ଘଟଣାର ସେ ଜଣେ ବିଶେଷଜ୍ଞ ଥିଲେ ଓ ଏହି ସମସ୍ୟାକୁ କିପରି ସମାଧାନ କରାଯାଇପାରିବ ତା’ଉପରେ ସେ ଏକ ପ୍ରବନ୍ଧ ଲେଖିଥିଲେ। ମୁଁ ତାଙ୍କ ଅଭିଜ୍ଞତାରୁ ଅଧିକ ଗ୍ରହଣ କରିବାକୁ ଚାହିଁବି। କାରଣ, ନିୟମିତ ମୋତେ ଦୁଃଖ ଦେଉଥିବା ପ୍ରତ୍ୟେକ ହୋର୍ଡିଂ ଘଟଣାର ସମ୍ମୁଖୀନ ହୋଇ ତାହାକୁ ସମାଧାନ କରିବାକୁ ପଡିବ। ଯେଉଁମାନେ ପ୍ରାଣୀମାନଙ୍କୁ ଭଲପାଆନ୍ତି ବୋଲି ଦାବି କରନ୍ତି ସେମାନେ ବହୁସମୟରେ ସେମାନଙ୍କୁ ଭୟଙ୍କର ଭାବେ ନିର୍ଯାତନା ଦେଇଥାନ୍ତି। କେବଳ ଗୋଟିଏ ପୋଷାପ୍ରାଣୀକୁ ଦିନ ସାରା ଗେଟ୍‌ରେ ବାନ୍ଧି ରଖିତ୍ଥିତ୍ବା ଲୋକ ଜଣକ ନୁହନ୍ତି,ବରଂ ପ୍ରାଣୀମାନଙ୍କୁ ରାସ୍ତାରୁ ଉଦ୍ଧାର କରି ଆଶ୍ରୟସ୍ଥଳୀକୁ ଆଣୁଥିବା ଲୋକମାନେ ବି ଏଭଳି ନିର୍ଯାତନା ଦେଉଛନ୍ତି। ପ୍ରାଣୀମାନଙ୍କୁ ରଖି ଅପରିଷ୍କାର ଓ କୋଳାହଳମୟ ପରିବେଶ ସୃଷ୍ଟି କରୁଥିବା ଏଭଳି ଲୋକମାନଙ୍କ ସମ୍ପର୍କରେ ସେମାନଙ୍କ ପଡୋଶୀ ପଠାଉଥିବା ମେସେଜ ପାଉଛି। ପରେ ମୁଁ ଯେତେବେଳେ ସେଠାକୁ ଅନୁସନ୍ଧାକାରୀ ଦଳ ପଠାଉଛି ,ସେତେବେଳେ ଏକ ଛୋଟ ଅପରିଷ୍କାର ଜାଗାରେ କେତେକ ପ୍ରାଣୀଙ୍କୁ ବାନ୍ଧି ରଖିଥିବା ଆଉ କେତେକଙ୍କୁ ପଞ୍ଜୁରିରେ ରଖାଯାଇଥିବା ଦେଖିବାକୁ ପାଉଛି। ସେଠାରେ ଅନେକ ପ୍ରାଣୀ ମରିଯାଇଥାନ୍ତି ଓ ଆଉ କିଛି ମୃତ୍ୟୁ ଅପେକ୍ଷାରେ ଥାଆନ୍ତି। ଭଲ ଉଦ୍ଦେଶ୍ୟରେ କରାଯାଇଥିବା କାର୍ଯ୍ୟ ମନ୍ଦ ହୋଇଯିବାର ଏହା ଏକ ନିଚ୍ଛକ ଉଦାହରଣ ଏବଂ ଏହା ପ୍ରାଣୀମାନଙ୍କ ପ୍ରତି ଏକ ବାଧ୍ୟତାମୂଳକ ଆସକ୍ତି ଭାବକୁ ବି ସୂଚାଇଥାଏ। ଏହି ପରିସ୍ଥିତି ଜଣଙ୍କ କ୍ଷେତ୍ରରେ ନୁହେଁ ସବୁ ଆଶ୍ରୟସ୍ଥଳୀରେ ବି ଦେଖାଯାଉଛି। ଏପରିକି ମୁଁ ଗଢିିଥିବା ତଥା ଅନୁଦାନ ଦେଉଥିବା ଆଶ୍ରୟସ୍ଥଳୀକୁ ନିରୀକ୍ଷଣ କଲାବେଳେ ସେଠି ଦାୟିତ୍ୱରେ ଥିତ୍ବା ମୋ ବିଶ୍ୱାସର ବ୍ୟକ୍ତିଜଣକ ଯେତେବେଳେ ତା’ର ଏକ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ଦେଖାନ୍ତି ତାହା ମୋତେ ଦୁଃଖ ଦିଏ। ପ୍ରାଣୀମାନଙ୍କ ପାଇଁ ସେଠାରେ ଓ୍ୟଷଧ ନ ଥାଏ, କର୍ମଚାରୀ ନ ଥାନ୍ତି, ଜାଗା ବି ସଫାସୁତୁରା ନ ଥାଏ। ସମ୍ଭବତଃ ପ୍ରାଣୀମାନଙ୍କୁ ଖୁବ୍‌ କମ୍‌ ଖାଦ୍ୟ ଦିଆଯାଏ।
ବିଗତ ଦଶ ବର୍ଷ ମଧ୍ୟରେ ମୁଁ ଅତି କମ୍‌ରେ ଏମିତିକା ୫ଟି ଆଶ୍ରୟସ୍ଥଳୀ ସନ୍ଧାନ କରିଛି। ଶେଷଟି ପାଇଛି ଗାଜିଆବାଦରେ, ଯାହାକୁ ଦୁଇ ଭଉଣୀ ଚଳାଉଛନ୍ତି।ଏହା ଏକ ନର୍କ ସଦୃଶ। କମ୍‌ ହେଉ କି ବେଶି,ଭୟଙ୍କର ସ୍ଥିତିରେ ଥିବା ଗୋଶାଳାଗୁୁଡିକୁୁ ମୁଁ ଏଥିରେ ଅନ୍ତର୍ଭୁକ୍ତ କରୁନାହିଁ। ଏଠାରେ ଶହ ଶହ ରୁଗ୍‌ଣ ଏବଂ ମୃତପ୍ରାୟ ଗୋରୁଙ୍କୁ ଧାର୍ମିକ କାରଣରୁ ରଖାଯାଇଥାଏ। ସେମାନଙ୍କୁ ବିନା ଯତ୍ନ ଓ ଖାଦ୍ୟରେ ଏକ ପ୍ରକାର ମରିବାକୁ ଛାଡିଦିଆଯାଇଥାଏ। ଗତ ବର୍ଷ ଏହି ଦୁଇ ଭଉଣୀଙ୍କୁ ସେମାନଙ୍କ ଫ୍ଲାଟ୍‌ରୁ ଅଧ ରାତିରେ ବାହାର କରିଦିଆଯାଇଥିଲା। ଏହି ଫ୍ଲାଟଟି ପୁରୁଣା ଖବରକାଗଜ, ସିଗାରେଟ ବୁଟ୍‌ସ ଏବଂ ବ୍ୟବହୃତ ସାନିଟାରି ପ୍ୟାଡ୍‌ରେ ଭର୍ର୍ତ୍ତି୍‌ି ହୋଇଥିଲା। ସେଠାରେ ରହିଥିବା କେତେକ ବିଲେଇ ମଧ୍ୟ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚିଯାଇଥିଲେ। ଦୁର୍ଗନ୍ଧ ବି ଅସହ୍ୟ ଥିଲା। ମୁଁ କେତେଜଣ ଓକିଲଙ୍କୁ ଏକାଠି କରି ସେମାନଙ୍କୁ ସାହାଯ୍ୟ କଲି, କିନ୍ତୁ ସେମାନେ ପାଗଳଙ୍କ ଭଳି ସେମାନଙ୍କୁ ବାହାର କରିଦେଲେ। ଏଥିରୁ ଜଣାପଡିଲା ଯେ, ସେ ଦୁହିଁଙ୍କୁ ମେଡିକାଲରେ ଚିକିତ୍ସା କରିବାରଥିଲା। ଏବେ ନଭି ମୁମ୍ବାଇରେ ଜଣେ ବୟସ୍କ ମହିଳାଙ୍କ ଆଶ୍ରୟସ୍ଥଳୀ ସମ୍ପର୍କରେ ଜାଣିବାକୁ ପାଇଛି। କହିବାକୁ ଗଲେ ଏହା ଏକ ନର୍କକୁଣ୍ଡ ପାଲଟିଯାଇଛି। ଏଠାରେ ପ୍ରାଣୀମାନେ ବହୁ ସଂଖ୍ୟାରେ ମରୁଛନ୍ତି। ତାଙ୍କୁ ଏହି କାର୍ଯ୍ୟ କରିବାକୁ ବାରଣ କଲେ ସେ ଆମତ୍ହତ୍ୟା କରିବାକୁ, ରିଷ୍ଟ କାଟିବାକୁ କିମ୍ବା ଫେସ୍‌ବୁକରେ ଭିକ୍ଷା ମାଗିବାକୁ ଧମକ ଦିଅନ୍ତି। ଅନ୍‌ଲାଇନରେ ନାଟକ କରି ସେ ଅଧିକ ଟଙ୍କା ପାଇବା ସହ ଲୋକଙ୍କ ପ୍ରଶଂସା ମଧ୍ୟ ପାଇଥାନ୍ତି।
ଗତ ମାସରେ କୋଲକାତା ପାଖରେ ରହୁଥିବା ଜଣେ ବ୍ୟକ୍ତି ମୋ ପାଖକୁ ମେଲ୍‌ ପଠାଇଥିଲେ। ସେ ଜଣେ ପ୍ରାଣୀ ଉଦ୍ଧାରକାରୀ ଓ ତାଙ୍କ ପାଖରେ ଟଙ୍କା ନାହିଁ ବୋଲି ସେଥିରେ ଲେଖିଥିଲେ। ମୁଁ ତାଙ୍କ ପାଖକୁ ଯଥାଶୀଘ୍ର କଲ୍‌ କଲି। ସେ ରାସ୍ତାରୁ ଉଦ୍ଧାର କରିଥିବା ୬୦ଟି ବିଲେଇ ଏବଂ ୫୦ କୁକୁରଙ୍କୁ ଗୋଟିଏ ଘରେ ରଖିଥିଲେ। ସେମାନଙ୍କ ମଧ୍ୟରୁ କାହାକୁ ବି ବନ୍ଧ୍ୟାକରଣ କରାଯାଇ ନ ଥିଲା ଓ ଅଧିକାଂଶ ଗର୍ଭବତୀ ଥିଲେ। ସାଙ୍ଗେ ସାଙ୍ଗେ ଏହି ପ୍ରାଣୀମାନଙ୍କର ବନ୍ଧ୍ୟାକରଣ ପାଇଁ କୋଲକାତାର ‘ପିପୁଲ ଫର୍‌ ଆନିମଲ୍‌’କୁ କହିଲି ଏବଂ କୋଲକାତାର ଜଣେ ବଦାନ୍ୟ ବ୍ୟକ୍ତି ଅସ୍ତ୍ରୋପଚାର ଲାଗି ଟଙ୍କା ମଧ୍ୟ ଦେଲେ। ଗୋଟିଏ ମାସ ପରେ ମୁଁ ଯେତେବେଳେ କଲ୍‌ କଲି ସେତେବେଳେ ଅଧିକାଂଶ ବିଲେଇ ଫେଲାଇନ ଭୂତାଣୁ ସଂକ୍ରମଣରେ ମରିଯାଇଥିବା ଜାଣିବାକୁ ପାଇଲି। କାରଣ ସେ ବ୍ୟକ୍ତି ସେମାନଙ୍କୁ ଟିକା ଦେବା ପାଇଁ ଟଙ୍କା ଖର୍ଚ୍ଚ କରି ନ ଥିଲେ। ଆଉ ଯେତିକି ବିଲେଇ ଥିଲେ ସେମାନଙ୍କୁ ଟିକା ଦେବା ଲାଗି କହିବାରୁ ସେ ମୋ ଉପରେ ରାଗି ଗଲେ। ସେ ଜଣେ ଭିନ୍ନ ଧରଣର ହୋର୍ଡର , ଏହା ନିଃସନ୍ଦେହ। ଏକ ସାଧାରଣ ନିର୍ଯାତନା ଘଟଣାରେ ଯେଭଳି ସମାଧାନ କରାଯାଏ ଏହି ସବୁ ଘଟଣାଗୁଡିକୁ ସେଭଳି କରାଯିବା ଦରକାର। ପ୍ରାଣୀମାନଙ୍କୁ ଜାଣିଶୁଣି ନିର୍ଯାତନା ଦେଉଥିବା ବ୍ୟକ୍ତି ବା ଅପରାଧୀକୁ ଗିରଫ କରି ତାଙ୍କ ପାଖରୁ ପ୍ରାଣୀମାନଙ୍କୁ ନେଇ ଯଥାସମ୍ଭବ ଆଉ ଏକ ସ୍ଥାନରେ ରଖାଯିବା ଆବଶ୍ୟକ। ଏହି ବ୍ୟକ୍ତି ଜଣକ ଆଉ କେବେ ବି ପ୍ରାଣୀମାନଙ୍କୁ ରଖିବେନି ବୋଲି ଆମକୁ ନିଶ୍ଚିତ ହେବାକୁ ପଡିବ। କ୍ରୋସେଟି ଏହା କହିଛନ୍ତି ଯେ,‘ପ୍ରାଣୀମାନଙ୍କୁ ମହଜୁଦ କରି ରଖିବା ଘଟଣାଗୁଡିକ ହିଁ ନିର୍ଯାତନା ଘଟଣା। ପ୍ରାଣୀଙ୍କ ସଂଖ୍ୟା ୧ ହେଉ କି ୧୦୦, ଏଥିପାଇଁ କ୍ଷମା ନାହିଁ। ମୂଳ ଉଦ୍ଦେଶ୍ୟ ହେଉଛି ଅପ୍ରାସଙ୍ଗିକ ଏବଂ ଆଇନତଃ ପରସ୍ଥିତିକୁ ହାଲକା କରିବା ପାଇଁ ତଥା ପ୍ରାଣୀମାନଙ୍କ ଲାଗି ସର୍ବୋତ୍ତମ ପରିଣାମକୁ ପ୍ରଭାଭିତ କରିବା ପାଇଁ କୋର୍ଟରେ ମାନସିକ ରୋଗଗ୍ରସ୍ତ କିମ୍ବା ବ୍ୟକ୍ତିଗତ ସଙ୍କଟ ସମ୍ପର୍କରେ ସେମାନେ ଜଣାଇଥାନ୍ତି। ’
ହୋର୍ଡରମାନେ ପ୍ରାଣୀମାନଙ୍କୁ ଭଲ ପାଆନ୍ତି ବୋଲି ଦାବି କରନ୍ତି। ତେବେ ସେମାନଙ୍କ ଭଲ ପାଇବା ପଛରେ ମାଲିକାନାର ସୂକ୍ଷ୍ମ ପ୍ରବୃତ୍ତି ହିଁ ରହିଥାଏ। ସେମାନେ ‘ମୋ’ଶବ୍ଦ ବହୁତ ବ୍ୟବହାର କରନ୍ତି ଏବଂ ପ୍ରାଣୀମାନଙ୍କୁ ସେମାନଙ୍କ ସମ୍ପତ୍ତିି ଭାବେ ଦେଖନ୍ତି। କିନ୍ତୁ କୌଣସି ପରିସ୍ଥିତିରେ ସେମାନେ ସେମାନଙ୍କ ପ୍ରାଣୀମାନଙ୍କ ସହ ରହିବାକୁ ଚାହାନ୍ତିନି, ଏପରି କି ମୃତ୍ୟୁରେ ମଧ୍ୟ। ମୋର ତିନୋଟି ପିଏଫ୍‌ଏ କେନ୍ଦ୍ରରେ ମୁଁ ଏହା ଦେଖିଛି। ଦୁର୍ଭାଗ୍ୟବଶତଃ ଏହା ନାମକୁ ଖାଲି ଧରି ରଖିଛନ୍ତି , କିନ୍ତୁ ଆମ ସହ କିଛି କରୁନାହାନ୍ତି। ଗୋଟିକର ମହିଳା ପରିଚାଳକ ବିଧବା, ଅନ୍ୟଟିର ଜଣେ ଅବିବାହିତ। ତୃତୀୟଟି ଜଣେ ହୋମିଓପ୍ୟାଥି ଫେଲ୍‌ ଅବିବାହିତଙ୍କ ଦ୍ୱାରା ଚାଲିଛି। ସେମାନଙ୍କ ପାଇଁ ମୁଁ ଯେଉଁ ଆଶ୍ରୟସ୍ଥଳୀଗୁଡିକ ନିର୍ମାଣ କରିଛି ତାହା ଏବେ ଅବ୍ୟସ୍ଥିତ ଅବସ୍ଥାରେ ରହିଛି ଓ ପ୍ରାଣୀମାନେ ଭାରି କଷ୍ଟ ପାଉଛନ୍ତି। କିନ୍ତୁ ସେମାନେ ଆଉ ଏକ ଭଲ ଟିମ୍‌କୁ ତାହାକୁ ଛାଡୁନାହାନ୍ତି। ସ୍ବେଚ୍ଛାସେବୀମାନଙ୍କୁ ଏଥିପାଇଁ ଅନୁମତି ବି ଦେଉନାହାନ୍ତି ଓ ସେମାନେ ପ୍ରତ୍ୟେକଙ୍କୁ ରୁକ୍ଷ ବ୍ୟବହାର କରୁଛନ୍ତି। କାନ୍ଦି ପକାଉଛନ୍ତି ଓ ବହୁତ ମିଛ ମଧ୍ୟ କହୁଛନ୍ତି। ଏହି ଆଶ୍ରୟସ୍ଥଳୀଗୁଡିକରେ ପ୍ରାଣୀୀମାନଙ୍କୁ ଏକାଠି ରଖି ଖାଇବାକୁ ଦିଆଯାଉନାହିଁ କି ଚିକିତ୍ସା କରାଯାଉନାହିଁ। ଛଦ୍ମ ପ୍ରାଣୀକଲ୍ୟାଣ ବା ପ୍ରାଣୀକଲ୍ୟାଣ ବାହାନାରେ ପ୍ରାଣୀମାନଙ୍କୁ ଦୁଃଖ ଦେଉଥିବା ଏହି ତିନିଜଣ ଗିରଫ ହୋଇ ଜେଲ୍‌ ଯିବା ଦରକାର, କିନ୍ତୁ ପ୍ରାଣୀ ନିର୍ଯାତନା ଘଟଣାକୁ ପୋଲିସ ଗମ୍ଭୀରତାର ସହ ନେଉନାହିଁ। ସେମାନଙ୍କୁ ସ୍ବେଚ୍ଛାସେବୀ ପାଇଁ , ପ୍ରାଣୀମାନଙ୍କୁ ଡାକ୍ତର ପାଖ ହେଉ କିମ୍ବା ଡାକ୍ତରଙ୍କୁ ଆଶ୍ରୟସ୍ଥଳୀକୁ ଆଣିବା ଲାଗି ସେମାନଙ୍କୁ ଟଙ୍କା ଯାଚିଛି। ହେଲେ କୌଣସି ଯୋଗାଯୋଗ ନାହିଁ। ହୋର୍ଡରମାନେ ସେମାନଙ୍କ ଅଭ୍ୟାସଗତ ଦାବି ପୂରଣ ପାଇଁ ସେମାନେ ଯାହା କିଛି କହିପାରିବେ ଓ କରିପାରିବେ। ସେମାନେ କାହା ସହ କେବେ ମଧ୍ୟ ବନ୍ଧୁତା ବାନ୍ଧନ୍ତିନି। କ୍ରୋସେଟି ଯାହା କହିଛନ୍ତି ତାହା ମୁଁ ମୋ ଅଭିଜ୍ଞତାରୁ ଜାଣିପାରୁଛି।
ଜଣେ ହୋର୍ଡର ଓ ହୋର୍ଡିଂସ୍ଥଳୀକୁ ଆୟତ୍ତ କରିବା ଲାଗି କରିବା ଲାଗି ଏକ ଟିମ୍‌ ଆବଶ୍ୟକ। ପ୍ରାଣୀଙ୍କୁ ଧରିବା ଲଗି ଜାଲ, ଓ୍ୟଷଧ, ସୁରକ୍ଷ ବ୍ୟବସ୍ଥା, ଆମ୍ବୁଲାନ୍ସରେ ନେବା ଏବଂ ପୋଲିସ ସମର୍ଥନ ଲାଗି ଏକ ସ୍ବତନ୍ତ୍ର ପ୍ରୋଟୋକଲର ଆବଶ୍ୟକତା ରହିଛି। ଯଦି ତୁମର ଘର ସମସ୍ୟା ରହିଛି ତେବେ ପ୍ରାଣୀମାନଙ୍କୁ ଯଥାଶୀଘ୍ର ରଖିତ୍ବା ପାଇଁ ଏକ ଭଲ ଆଶ୍ରୟସ୍ଥଳୀ ସହ ଯୋଗାଯୋଗ କରିବା ଦରକାର। ଏହି ଅପରେଶନର ଭିଡିଓ ରେକର୍ଡିଂ କରିବା ଦରକାର। ଉଦ୍ଧାର କରାଯାଇଥିବା ପ୍ରତ୍ୟେକ ପ୍ରାଣୀଙ୍କୁ ଭେଟରିନାରି ପରୀକ୍ଷା କରିବା ଆବଶ୍ୟକ। ଯଦି ଆବଶ୍ୟକ ହୁଏ ଗଣମାଧ୍ୟମର ଜଣେ ପ୍ରତିନିଧି ବି ଉପସ୍ଥିତ ରହିବା ଭଲ। ପ୍ରାଣୀମାନଙ୍କୁ କେନ୍ଦ୍ରକରି ଲୋକମାନଙ୍କ ଉପଦ୍ରବକୁ ଦୂର କରିବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଦରକାର। ଗୋଟିଏ ଭଲ ଆଶ୍ରୟୟସ୍ଥଳୀ କ’ଣ ତାହା ପ୍ରତ୍ୟେକ ଜାଣିବା ଉଚିତ। ତାହା ହିଁ ସୁରକ୍ଷିତ ସ୍ବର୍ଗ ,ଯେଉଁଠି ପ୍ରାଣୀମାନଙ୍କୁ ଦୟାଭାବରେ ପାଳନ କରାଯାଏ। ଯେଉଁଠି ପ୍ରାଣୀମାନେ ଭୋକଲା ରହନ୍ତିନି, ପରସ୍ପର ମଧ୍ୟରେ ଲଢେଇ କରି ମରନ୍ତିନି,ଅପରିଷ୍କାର ପରିବେଶରେ ରହନ୍ତିନି,ଆହତ ଓ ରୋଗର ଚିକିତ୍ସାରୁ ବାଦ ପଡନ୍ତିନାହିଁ କି ସେମାନେ ବଂଶ ବୃଦ୍ଧି କରନ୍ତି ନାହିଁି। ଆଶ୍ରୟସ୍ଥଳୀ ବଡ଼ ହେଉ କି ଛୋଟ, ଅନୁଷ୍ଠାନ ଦ୍ୱାରା କି ବ୍ୟକ୍ତିଦ୍ୱାରା ପରିଚାଳିତ ହେଉ, ଅନୁଷ୍ଠାନର ଜାଗାରେ ହେଉ କି ଜଣଙ୍କ ଘରେ ହେଉ- ଏକ ଭଲ ଆଶ୍ରୟସ୍ଥଳୀ ଚାଲିପାରିବ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?