ଇକ୍ୱାଡୋରରେ ଶକ୍ତିଶାଳୀ ଭୂକମ୍ପ, ୧୨ ମୃତ, ରିକ୍ଟର ସ୍କେଲରେ ତୀବ୍ରତା ୬.୭

କ୍ୱିଟୋ,୧୯ ।୩: ଶନିବାର ଇକ୍ୱେଡୋରରେ ଏକ ଶକ୍ତିଶାଳୀ ଭୂକମ୍ପ ଆସିବାର ସୂଚନା ମିଳିଛି । ୟୁଏସ ଜିଓଲଜିକାଲ ସର୍ଭେ ଇକ୍ୱେଡୋରର ଗୁୟାସ ଅଞ୍ଚଳରେ୬.୭ ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା ଦେଇଛି । ନ୍ୟୁଜ ଏଜେନ୍ସି ଏପି କହିଛି ଭୂକମ୍ପ ଯୋଗୁ ଦେଶର ଦ୍ୱିତୀୟ ସବୁଠାରୁ ବଡ ସହର ଗୁଆୟାକିଲ ନିକଟରେ ଥିବା ଅଞ୍ଚଳକୁ ଦୋହଲାଇ ଦେଇଛି । ଏହି ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାସହ ଘର ଓ ବଡ ବଡ କୋଠା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।
ଭୂକମ୍ପର କେନ୍ଦ୍ର ଇକ୍ୱାଡୋର ଦ୍ୱିତୀୟ ସବୁଠାରୁ ବଡ ସହର ଗୁଆୟାକିଲରୁ ପ୍ରାୟ ୫୦ ମାଇଲ(୮୦ କିଲୋମିଟର) ଦକ୍ଷିଣରେ କେନ୍ଦ୍ରୀତ ଥିଲା । ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଭିଡିଓରେ ଲୋକେ ଗୁଆୟାକିଲ ସଡ଼କରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି ।
ଇକ୍ୱାଡୋର ରାଷ୍ଟ୍ରପତି ଗୁଇଲେର୍ମୋ ଲାସସୋ କହିଛନ୍ତି ଶକ୍ତିଶାଳୀ ଭୂକମ୍ପରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଦକ୍ଷିଣ ଇକ୍ୱାଡୋର ଓ ଉତ୍ତର ପେରୁରେ ଆସିଥିବା ଭୂକମ୍ପରେ ବଡ ବଡ ଘର କ୍ଷତିଗ୍ରସ୍ତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ କମିଛନ୍ତି ବିଦେଶୀ ବିଦ୍ୟାର୍ଥୀ

ଓ୍ବାଶିଂଟନ୍‌, ୨୧ା୩: ଆମେରିକାରେ ୨୦୨୦ରେ ଅଧ୍ୟୟନ କରୁଥିବା ବାହାର ଦେଶର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦୧୯ଠାରୁ କମ୍‌ ରହିଛି। ଗତ ବର୍ଷ ସେଠାରେ ପଢ଼ୁଥିବା ବିଦେଶୀ ପିଲାଙ୍କ...

ଚାଇନାର ୮ କୋଟି ଲୋକ ହରାଇବେ ଚାକିରି

ବେଜିଂ,୯।୫: କରୋନା ସଂକ୍ରମଣ ଯୋଗୁ ଚାଇନାରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବହୁ ଶିଳ୍ପ ସଂସ୍ଥା ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିବା ଦ୍ୱାରା ସ୍ଥିତି ସ୍ବାଭାବିକ ହୋଇପାରୁନି।...

ଆତଙ୍କ ଖେଳାଉଛି ବାଇଡେନଙ୍କ କୁକୁର

ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ପାଳିବାରେ ଭାରି ସଉକ। କିନ୍ତୁ ବାଇଡେନଙ୍କ ଏହି ସଉକ ଲୋକଙ୍କୁ କ୍ଷତି ପହଞ୍ଚାଉଛି। ଜୋ ବାଇଡେନଙ୍କ କୁକୁର...

ଜଳୁଛି କାଲିଫର୍ନିଆ ଜଙ୍ଗଲ

ସାନ୍‌ ଫ୍ରାନ୍ସିସ୍‌କୋ, ୨୫।୭: କାଲିଫର୍ନିଆ-ନେଭାଡା ସୀମାରେ ହଜାର ହଜାର ଏକର ଜଙ୍ଗଲ ଦୀର୍ଘ ଦୁଇ ସପ୍ତାହ ହେଲା ଜଳୁଛି। ପ୍ରାଥମିକ ଅବସ୍ଥାରେ ଆମେରିକା ଜଙ୍ଗଲ ସେବା...

ଯୁଦ୍ଧ ମଧ୍ୟରେ ପୋଲାଣ୍ଡ ଗସ୍ତ କରିବେ କମଲା ହାରିସ

ଓ୍ବାଶିଂଟନ୍‌,୫।୩: ୟୁକ୍ରେନରେ ରୁଷିଆ ପକ୍ଷରୁ ଜୋରଦାର ଆକ୍ରମଣ ଜାରି ରହିଛି। ଯୁଦ୍ଧର ୧୦ଦିନରେ ବି ରୁଷିଆ ସୈନ୍ୟ ୟୁକ୍ରେନ ଉପରେ ରକେଟ ଓ ବୋମାମାଡ଼ କରୁଛନ୍ତି।...

ପୁଣି ୟୁକ୍ରେନ୍‌ ଉପରେ ମିଶାଇଲ ଆକ୍ରମଣ କଲା ରୁଷିଆ: କିଭ୍‌ରେ ଜଣେ ମୃତ, ଅନେକ ଅଞ୍ଚଳରେ ବ୍ଲାକ୍‌ ଆଉଟ୍‌

କିଭ୍‌,୨୬।୧: ରୁଷିଆ ପୁଣି ଥରେ ୟୁକ୍ରେନ୍‌ ଉପରେ ମିଶାଇଲ୍‌ ଆକ୍ରମଣ କରିଛି। ଗୁରୁବାର ସକାଳେ ରାଜଧାନୀ କିଭ୍‌ରେ ରୁଷିଆ ସୈନ୍ୟ ମିଶାଇଲ୍‌ ଆକ୍ରମଣ କରିଥିଲେ। ଏହି...

କୋଭିଡ-୧୯ ପାର୍ଟିରେ ଯୋଗ ଦେଇ ପ୍ରାଣ ହରାଇଲେ ଯୁବକ

ଟେକ୍ସାସ,୧୩।୭: ବିଶ୍ୱରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏବେସୁଦ୍ଧା ବିଶ୍ୱରେ ୧.୩୦ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫...

ଶେଷରେ ମାନିଲା ପାକିସ୍ତାନ: ଆତଙ୍କବାଦୀ ସଂଗଠନକୁ ପାକିସ୍ତାନରେ ଟ୍ରେନିଂ ଦିଆଯାଉଛି

ଇସାଲାମାବାଦ୍‌,୧୩।୯: ଆତଙ୍କବାଦୀ ସଂଗଠନକୁ ପାକିସ୍ତାନରେ ଟ୍ରେନିଂ ଦିଆଯାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଶେଷରେ ସ୍ବୀକାର କରିଛନ୍ତି। ୮୦ ଦଶକରେ ସୋଭିଏଟ ରୁଷ ଆଫଗାନିସ୍ତାନ...

Advertisement
Archives

Model This Week