Posted inଜାତୀୟ

ଅମୃତପାଲ ସିଂ ପଳାତକ ଘୋଷିତ, ପଞ୍ଜାବ ପୋଲିସ ଆରମ୍ଭ କଲା ରାଜ୍ୟ ସ୍ତରୀୟ ଅଭିଯାନ

ଚଣ୍ଡିଗଡ଼,୧୯ ।୩: ଖଲିସ୍ତାନ ସମର୍ଥକ ତଥା କଟ୍ଟରପନ୍ଥି ଅମୃତପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଅମୃତପାଲଙ୍କୁ ପଳାତକ ଘୋଷଣା କରିଛି । ତାଙ୍କର ଦୁଇଟି କାରକୁ ଜବତ କରିବା ସହ ତାଙ୍କର ଗନରଙ୍କୁ ଧରିଛି । ସେମାନଙ୍କ ଅସ୍ତ୍ରର ବୈଧତାକୁ ଯାଞ୍ଚ କରାଯାଉଛି । ଜଳନ୍ଧର ପୋଲିସ କମିଶନର କୁଲଦୀପ ସିଂ ଚହଲଙ୍କ ଅନୁଯାୟୀ, ଅମୃତପାଲ ସିଂଙ୍କୁ ଖୁବଶୀଘ୍ର ଗିରଫ କରିବାକୁ ପଞ୍ଜାବ ପୋଲିସା ଯବାନ ବଳ ଲଗାଇ ଦେଇଛନ୍ତି । ଏବେ ପର୍ଯ୍ୟନ୍ତ ୭୮ ଲୋକଙ୍କୁ ଗିରଫ କରାଯାଇଛି ।
ପଞ୍ଜାବ ପୋଲିସର ସୂଚନା ଅନୁଯାୟୀ, ଅମୃତପାଲଙ୍କ ବିରୋଧରେ ରାଜ୍ୟରେ ବଡ ଧରଣର ରାଜ୍ୟବ୍ୟାପୀ ତଲାସି ଅଭିଯାନ ଆରମ୍ଭ କରାଯାଇଛି । ଏପଟେ ଆଉ କେତେଜଜଣ ଖଲିସ୍ତାନୀ ସମର୍ଥକଙ୍କୁ ହାଜତକୁ ନିଆଯାଇଛି । ଅମୃତପାଲଙ୍କ ସହ ଆଉ କେତେଜଣ ଖଲିସ୍ତାନୀ ସମର୍ଥକ ଫେରାର ଥିବା ବେଳେ ସେମାନଙ୍କୁ ଧରିବାକୁ ବଡ ଧରରଣ ଅଭିଯାନ ଆରମ୍ଭ କରାଯାଇଛି । ୱାରିସ ପଞ୍ଜାବ କେ ସଙ୍ଗଠନର ମୁଖ୍ୟ ଅମୃତପାଲ କେତେଜଣ ସାଥିଙ୍କ ସହ ଫେରାର ହୋଇଯାଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ .୩୧୫ ବୋର ରାଇଫଲ, ଆହୁରି ୭ଟି ୧୨ ବୋରର ରାଇଫଲ, ଏକ ରିଭଲଭର ଓ ବତଭିନ୍ନ କ୍ୟାଲିବରର ୩୭୩ ବନ୍ଧୁକ ଜବତ କରାଯାଇଛି ।
ଏହାରି ମଧ୍ୟରେ ସମ୍ପୂର୍ଣ୍ଣ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି । ପରିସ୍ଥିତି ବିଗିଡିବା ଆଶଙ୍କା କରି ପଞ୍ଜାବରେ ରବିବାର ଦ୍ୱିପ୍ରହର ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟକୁ ବନ୍ଦ କରି ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ତୁମେ ମୋତେ ଭୋଟ୍‌ ଦିଅ, ମୁଁ ତୁମକୁ…

ନୂଆଦିଲ୍ଲୀ,୨୦ା୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଫସିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ତାଙ୍କ ବିରୋଧରେ ପୋଲିସ...

‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’

ନୂଆଦିଲ୍ଲୀ,୨୦।୪: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦେହରେ ମଧୁମେହ ସ୍ତର ବୃଦ୍ଧି ନେଇ ରାଜନୀତି ସରଗରମ ରହିଛି। ଗୋଟିଏ...

କଂଗ୍ରେସକୁ ବଡ଼ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ

ନୂଆଦିଲ୍ଲୀ, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଲା ବଡ ଝଟକା। ହାତ ଛାଡିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ। ହାତ ଛାଡିଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ନେତା ତାଜିନ୍ଦର ସିଂ

ସିମ୍‌ଲା,୨୦।୪: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ତାଜିନ୍ଦର ସିଂ ବିଟ୍ଟୁ ଦଳରୁ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri